ଏସ୍‌ଟିଏଫ୍‌ ଉପରକୁ ଗୋଚାଲାଣକାରୀଙ୍କ ଗୁଳିମାଡ଼

ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୮ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ ନଂ. ଜାତୀୟ ରାଜପଥ ଦେଇ ପ୍ରତିଦିନ ପଶ୍ଚିମବଙ୍ଗକୁ ବେଆଇନ ଭାବେ ଗୋଚାଲାଣ କରାଯାଉଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏସ୍‌ଟିଏଫ୍‌ ଟିମ୍‌ ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉବେଳେ ଗୋରୁ ଚାଲାଣକାରୀମାନେ ଗୁଳିମାଡ଼ କରିଛନ୍ତି। ୭ ରାଉଣ୍ଡ ଗୁଳିଚାଳନା ହୋଇଥିଲେ ମଧ୍ୟ ଏସ୍‌ଟିଏଫ୍‌ ଓ ପୋଲିସର କୌଣସି କର୍ମଚାରୀ ଆହତ ହୋଇନାହାନ୍ତି। ତେବେ ଅନ୍ଧାର ଯୋଗୁ ଗୋଚାଲାଣକାରୀମାନେ ଏସ୍‌କର୍ଟ କରି ୩ ଗୋରୁବୋଝେଇ କଣ୍ଟେନର ନେଇ ପଶ୍ଚିମବଙ୍ଗ ପଳାଇଛନ୍ତି। ଏସ୍‌ଟିଏଫ୍‌ ଘଟଣାସ୍ଥଳରୁ ୨ ଗୋରୁବୋଝେଇ କଣ୍ଟେନର ଜବତ କରିବା ସହ ବୁଧବାର ୨ ଡ୍ରାଇଭରଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ପଶ୍ଚିମବଙ୍ଗ ପୂର୍ବମେଦିନାପୁର ଜିଲା ଦକ୍ଷିଣଛକ ଅଞ୍ଚଳର ଏସ୍‌କେ ରସିଦ ଓ ହାୱଡା ଜିଲା ଉଲୁବେରିଆ ଅଞ୍ଚଳର ଏସ୍‌କେ ରେଜାବୁଲ। ଏସ୍‌ଟିଏଫ୍‌ ରିପୋର୍ଟ ଆଧାରରେ କେନ୍ଦୁଝର ଟାଉନ ଥାନା ପୋଲିସ ଏକ ମାମଲା (ନଂ.୪୯୮/୨୦୨୨) ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଉଭୟ କଣ୍ଟେନରରୁ ଉଦ୍ଧାର ୭୪ ଗୋରୁଙ୍କୁ ବଡ଼ବିଲସ୍ଥିତ ଗୋଶାଳାକୁ ପଠାଯାଇଛି। ଟାଉନ ଥାନାଧିକାରିଣୀ ପ୍ରମୋଦିନୀ ସାହୁ କହିଛନ୍ତି, ୨ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। ଗୁରୁବାର ଉଭୟଙ୍କୁ କୋର୍ଟଚାଲାଣ କରାଯିବ। ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଥିବା ସେ କହିଛନ୍ତି। ଅନ୍ୟପଟେ ଏସ୍‌ଟିଏଫ୍‌ ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, ୪୯ ନଂ. ଜାତୀୟ ରାଜପଥର ଜୁରିଆଘାଟି ଦେଇ ମଙ୍ଗଳବାର ରାତିରେ ପଶ୍ଚିମବଙ୍ଗକୁ ଗୋଚାଲାଣ ହେଉଥିବା ଏସ୍‌ଟିଏଫ୍‌ ସୂଚନା ପାଇଥିଲା। ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯିବା ସହ ଏସ୍‌ଟିଏଫ୍‌ର ୧୫ ଜଣିଆ ଟିମ୍‌ ଘଟଣାସ୍ଥଳକୁ ଯାଇ ପ୍ରସ୍ତୁତ ହୋଇ ରହିଥିଲା। ୫ ଗୋରୁବୋଝଇ କଣ୍ଟେନର ସମ୍ବଲପୁର ଆଡୁ ତେଲକୋଇ, କାଞ୍ଜିପାଣି, ସଦର, ଟାଉନ, ତୁରୁମୁଙ୍ଗ ଆଦି ଥାନା ଅଞ୍ଚଳ ଦେଇ ମୟୂରଭଞ୍ଜ ଜିଲା ଆସୁଥିଲା। ୨ ବୋଲେରୋରେ ୧୦ରୁ ଅଧିକ ଅଭିଯୁକ୍ତ କଣ୍ଟେନରଗୁଡ଼ିକୁ ଏସ୍‌କର୍ଟ ଯୋଗାଉଥିଲେ। ମିଳିତ ଟିମ୍‌ ଜୁରିଆଘାଟି ନିକଟରୁ କଣ୍ଟେନରକୁ ପିଛା କରିଥିଲା। ସ୍ଥାନୀୟ କିଛି ସଂଗଠନ ମଧ୍ୟ ଏସ୍‌ଟିଏଫ୍‌ ଟିମ୍‌କୁ ସହଯୋଗ କରିଥିଲା। ଏହି ସମୟରେ ଅନ୍ଧାରର ସୁଯୋଗ ନେଇ ଅଭିଯୁକ୍ତମାନେ ୭ରୁ ଅଧିକ ରାଉଣ୍ଡ୍‌ ଗୁଳିଚାଳନା କରିଥିଲେ। ଏଥିସହ ଖିରେଇଟାଙ୍ଗିରି ଟୋଲ ଗେଟ୍‌ ଭାଙ୍ଗି ୩ କଣ୍ଟେନର ନେଇ ଫେରାର ହେବାରେ ସକ୍ଷମ ହୋଇଥିଲେ। ତେବେ ସମସ୍ତ ଗୋରୁ ବରଗଡ଼ ସୋହେଲା ଅଞ୍ଚଳରୁ ଅଣାଯାଇଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଗୋଚାଲାଣକାରୀଙ୍କୁ ମୟୂରଭଞ୍ଜର ଜଣେ ନିଶାବେପାରୀ ଟଙ୍କା ନେଇ ଏସ୍‌କର୍ଟ ଯୋଗାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?