ସମ୍ବିଧାନର ହୃଦୟ

ଜାନୁଆରୀ ୨୬ ପାଖେଇ ଆସୁଛି। ସାମରିକ ପରେଡ୍‌ ଏବଂ ଭିଭିଆଇପି ଓ ବିଦେଶୀ ଅତିଥିଙ୍କ ଉପସ୍ଥିତି ବ୍ୟତୀତ ଏହି ଦିନର ଅର୍ଥ କ’ଣ ତାହା ପରୀକ୍ଷା କରିବାର ସମୟ ମଧ୍ୟ ଆସିଛି। ଗଣତନ୍ତ୍ର ଦିବସ ହେଉଛି ଏକ ରାଷ୍ଟ୍ର ହେବାର ଉତ୍ସବ ଯେଉଁଥିରେ ସର୍ବୋଚ୍ଚ କ୍ଷମତା ରହିଛି ଲୋକମାନଙ୍କ ପାଖରେ, ଯାହା ଆମ ସମ୍ବିଧାନ ନିଶ୍ଚିତ କରିଛି। ଆମ ସମ୍ବିଧାନ ପାଇଁ ଏହି ଦିବସକୁ ପାଳନକରୁ ଏବଂ ଏହା ନାଗରିକ ତଥା ବ୍ୟକ୍ତିବିଶେଷ ଭାବରେ ଆମକୁ ଅଧିକାର ଦେଇଛି। ଆମ ମୌଳିକ ଅଧିକାର ମାଧ୍ୟମରେ ଆମକୁ ସମାନତା, ଭେଦଭାବରୁ ମୁକ୍ତି, ବାକ୍‌ ସ୍ବାଧୀନତା, ସଙ୍ଗଠନ ଏବଂ ସମାବେଶ ଅଧିକାର, ଜୀବନ ଓ ସ୍ବାଧୀନତାର ଅଧିକାର, ବୃତ୍ତିଗତ ଅଧିକାର, ଶିକ୍ଷା ଅଧିକାର, ଧର୍ମ ପ୍ରଚାର, ପାଳନ ଓ ଗ୍ରହଣ କରିବାର ସ୍ବାଧୀନତା ମିଳିଛି। ଦେଶ ଯଦି ଆମ ମୌଳିକ ଅଧିକାରକୁ ତ୍ରୁଟିପୂର୍ଣ୍ଣ ଭାବରେ ଛଡ଼ାଇନିଏ କିମ୍ବା ଉଲ୍ଲଂଘନକରେ, ତେବେ ଏହା ବିରୋଧରେ ସୁପ୍ରିମକୋର୍ଟକୁ ଯିବାର ସ୍ବାଧୀନତା ଦେଇଛି। ଏହିସବୁ ଅଧିକାର ଶକ୍ତିଶାଳୀ ମନେହୁଏ। କିନ୍ତୁ ପ୍ରକୃତରେ ଆମେ ସେଗୁଡ଼ିକର ଅଧିକାରୀ କି? ନା, ଆମେ ସମ୍ପୂର୍ଣ୍ଣ ସ୍ବାଧୀନ ନୁହେଁ। ଆସନ୍ତୁ, ଦେଖିବା ଦେଶ କେତେ ସହଜରେ ଆମ ଅଧିକାରରେ ହସ୍ତକ୍ଷେପ କରିଛି। ବାକ୍‌, ସମାବେଶ, ସଙ୍ଗଠନ, ଆନ୍ଦୋଳନ ଏବଂ ବୃତ୍ତିଗତ ସ୍ବାଧୀନତା ଭଳି ମୌଳିକ ଅଧିକାର ସୁନିଶ୍ଚିତ କରେ ଧାରା ୧୯। ଏଥିରେ ଉଲ୍ଲେଖ ଅଛି, ‘ସମସ୍ତ ନାଗରିକଙ୍କର ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା, ବିନା ଅସ୍ତ୍ରଶସ୍ତ୍ରରେ ଶାନ୍ତପର୍ଣ୍ଣ ସମାବେଶ, ସଙ୍ଗଠନ କିମ୍ବା ସଂଘ ଗଠନ କରିିବା, ସମଗ୍ର ଭାରତରେ ମୁକ୍ତ ଭାବରେ ବୁଲିବା, ଭାରତର ଯେକୌଣସି ଅଞ୍ଚଳରେ ରହିବା ଓ ସ୍ଥାୟୀ ଭାବେ ବସବାସ କରିବା, ଯେକୌଣସି ବୃତ୍ତ ଆପଣାଇବା କିମ୍ବା କୌଣସି ବୃତ୍ତି, ବାଣିଜ୍ୟ କିମ୍ବା ବ୍ୟବସାୟ କରିବାର ଅଧିକାର ଅଛି। ବାସ୍ତବତା ହେଉଛି, ପ୍ରକୃତରେ ଏହି ଅଧିକାରଗୁଡ଼ିକ ଯେଭଳି ରହିବା କଥା ସେଭଳି ନାହିଁ। ଭାରତର ପ୍ରଥମ ସାମ୍ବିଧାନିକ ସଂଶୋଧନ (ନେହେରୁଙ୍କ ସମୟରେ ହୋଇଥିଲା) ଏହିସବୁ ଅଧିକାରକୁ ସୀମିତ କରିଦେଇଛି। ଅର୍ଥାତ୍‌ ତଥାକଥିତ ‘ଯୁକ୍ତିଯୁକ୍ତ ପ୍ରତିବନ୍ଧକ’ ବା ରିଜନେବଲ ରେଷ୍ଟ୍ରିକ୍‌ସନ ମାଧ୍ୟମରେ ସେଗୁଡ଼ିକୁ ନିୟନ୍ତ୍ରଣ କରିିବା ପାଇଁ ଦେଶକୁ ଅଧିକାର ଦିଆଯାଇଛି। ଉଦାହରଣ ସ୍ବରୂପ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା, ଦେଶର ସୁରକ୍ଷା, ବିଦେଶୀ ରାଷ୍ଟ୍ର ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ସାର୍ବଜନୀନ ବ୍ୟବସ୍ଥା, ମର୍ଯ୍ୟାଦା କିମ୍ବା ନୈତିକତା କିମ୍ବା ଅଦାଲତ ଅବମାନନା, ମାନହାନି କିମ୍ବା ଅପରାଧକୁ ଉସୁକାଇବା ଭଳି ବିଷୟରେ ବାକ୍‌ ସ୍ବାଧୀନତାକୁ ‘ଯୁକ୍ତିଯୁକ୍ତ ପ୍ରତିବନ୍ଧକ’ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ। ଯଦି ଉପରୋକ୍ତ ବିଷୟରେ ଦେଶ ଉଚିତ ମନେକରେ ତେବେ ଆଇନ ମଧ୍ୟ ଆଣିପାରିବ। ଆସନ୍ତୁ, ଦେଖିବା ଧାରା ୧୯ରେ ଦର୍ଶାଯାଇଥିବା ଅଧିକାରଗୁଡ଼ିକୁ ଦେଶ କିଭଳି ଉଲ୍ଲଂଘନ କରିଛି।
ଭାରତୀୟଙ୍କ ଶାନ୍ତିପୂର୍ଣ୍ଣ ସମାବେଶ ଅଧିକାରକୁ ଉଭୟ ଆଇନ ଏବଂ ପ୍ରକ୍ରିୟା ଦ୍ୱାରା ଅବରୋଧ କରାଯାଇଛି। ପ୍ରକୃତରେ ଶାନ୍ତିପୂର୍ଣ୍ଣ ସମାବେଶ ପାଇଁ ନାଗରିକମାନଙ୍କର ଅଧିକାର ନାହିଁ। ଶାନ୍ତିପୂର୍ଣ୍ଣ ଭାବରେ ଏକାଠିହେବା ପାଇଁ ପୋଲିସର ଅନୁମତି ମାଗିବାର ନାଗରିକଙ୍କର ଅଧିକାର ଅଛି। ପୋଲିସର ସ୍ବୀକୃତି ଦେବା, ଅସ୍ବୀକାର କରିବା କିମ୍ବା ଉତ୍ତର ନ ଦେବାର ବି ଅଧିକାର ଅଛି (କିନ୍ତୁ ଭାରତରେ ଅସ୍ବୀକାର କରାଯାଏ)। ଲିଖିତ ଅନୁମତି ବିନା ହେଉଥିବା ସମାବେଶକୁ ଆଇନ ଉଲ୍ଲଂଘନ ବୋଲି ଧରାଯାଏ। ପାଠକମାନେ ଧାରା ୧୪୪ ସହ ପରିଚିତ ଥିବେ, ଯାହା ଦେଶକୁ ‘ବେଆଇନ ସଭା’ ସହିତ ଜଡ଼ିତ ଲୋକଙ୍କୁ ଗିରଫ କରିବାର ଅଧିକାର ଦେଇଥାଏ। ପଞ୍ଜୀକରଣ ପ୍ରକ୍ରିୟା ଦ୍ୱାରା ସଙ୍ଗଠନ ଏବଂ ସଂଘ ଗଠନ କରିବାର ଅଧିକାରକୁ ଅତ୍ୟଧିକ ସଙ୍କୁଚିତ କରାଯାଇଛି। ଦେଶ ପସନ୍ଦ କରୁ ନ ଥିବା ସଂସ୍ଥାଗୁଡ଼ିକର ପଞ୍ଜୀକରଣକୁ ଅଗ୍ରାହ୍ୟ (କିମ୍ବା ବିଳମ୍ବ) କରିପାରେ। ଯେଉଁମାନଙ୍କର କାର୍ଯ୍ୟକଳାପ ପସନ୍ଦ ନୁହେଁ, ତାହାର ପଞ୍ଜୀକରଣ ରଦ୍ଦ କରିପାରିବ। ଯେଉଁମାନଙ୍କ ସହ ସମସ୍ୟା ଅଛି, ସେସବୁ ଉପରେ ପ୍ରତିବନ୍ଧକ ବି ଲଗାଇପାରେ। ପୁନଶ୍ଚ, ବିନା ଦୋଷ କିମ୍ବା ବିଚାରରେ ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଭାବରେ ଚିହ୍ନିତ କରିବାକୁ ଦେଶରେ ବ୍ୟାପକ ଆଇନ ଲାଗୁ କରାଯାଇଛି, ଯାହା ସାଙ୍ଗଠନିକ ଅଧିକାରରେ ବାଧକ ସାଜିଛି।
ଉତ୍ତର ପୂର୍ବାଞ୍ଚଳ ଭ୍ରମଣ କରୁଥିବା ଲୋକଙ୍କ ପାଇଁ ଭାରତରେ ସ୍ବାଧୀନ ଭାବରେ ଯିବାର ଅଧିକାର ନାହିଁ। ମଣିପୁର ବାସିନ୍ଦାଙ୍କର ସ୍ବାଧୀନ ଭାବରେ ଭ୍ରମଣ କରିବାର ଅଧିକାର ଅଛି କି ନାହିଁ ସେମାନଙ୍କୁ ପଚାରନ୍ତୁ। ଭାରତର ଯେକୌଣସି ଅଞ୍ଚଳରେ ରହିବା ଏବଂ ସ୍ଥାୟୀ ଭାବେ ବାସ କରିବାର ଅଧିକାର ଗୁଜରାଟୀ ମୁସଲମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। କାରଣ ସେହି ରାଜ୍ୟ ପାଇଁ ଏକ ନିର୍ଦ୍ଦିଷ୍ଟ ଆଇନ ‘ଡିସ୍‌ଟର୍ବଡ ଏରିଆ ଆକ୍ଟ’ ବା ଅଶାନ୍ତ କ୍ଷେତ୍ର ଅଧିନିୟମ ଲାଗୁ କରାଯାଇଛି। ଏହା ଏକ ପୁରୁଣା ନିୟମ, କିନ୍ତୁ ସମୟକ୍ରମେ ଏହା ଦୃଢ଼ ହୋଇଛି। ଏହି ନିୟମ ମୁସଲମାନମାନେ ସମ୍ପତ୍ତି କିଣିବା ବା ଲିଜ୍‌ରେ ନେବା ଉପରେ କଟକଣା ଲଗାଇଛି। କୌଣସି ବୃତ୍ତିଗତ ଅଧିକାର କଂସେଇଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ସେମାନେ ପଶୁହତ୍ୟା କରିପାରିବେ ନାହିଁ, ଯାହା ସେମାନଙ୍କର ମୌଳିକ ଅଧିକାରକୁ ସ୍ପଷ୍ଟ ଭାବରେ କ୍ଷୁଣ୍ଣକରେ। ୧୯୫୦ ମସିହାରୁ ଭାରତ ଏବଂ ଏହାର ପ୍ରଦେଶଗୁଡ଼ିକରେ ଶାସନ କରୁଥିବା ସବୁ ଦଳର ସମସ୍ତ ସରକାର ଏହି ପ୍ରତିବନ୍ଧକକୁ ଠିକ୍‌ ଭାବୁଛନ୍ତି। ଏ ଦିଗରେ ପ୍ରକୃତରେ କୌଣସି ଦଳ ଭିନ୍ନ ନୁହନ୍ତି। କ’ଣ ‘ଯୁକ୍ତିଯୁକ୍ତ’ ତାହା ଦେଶ ବିଚାର କରିବା କଥା, କିନ୍ତୁ ଏହା ସର୍ବଦା ବ୍ୟକ୍ତିଙ୍କ ବିରୋଧରେ ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଆସିଛି। ଉଦାହରଣ ସ୍ବରୂପ, ଜନସଂଘର ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଥିଲା ଯେ, ବିନା ବିଚାରରେ ଅଟକ ରଖାଯିବା ବା ପ୍ରିଭେନ୍‌ଟିଭ୍‌ ଡିଟେନ୍‌ସନ (ୟୁଏପିଏ ଭଳି ଆଇନ ପାଇଁ ଆଧାର) ପ୍ରକ୍ରିୟାକୁ ଏହା ହଟାଇବ। କିନ୍ତୁ ଦଳ କ୍ଷମତା ହାସଲ କରିବା ପରେ ତୁରନ୍ତ ଏହା ବିପରୀତ ହୋଇଗଲା।
ଗଣତନ୍ତ୍ର ଦିବସରେ, ବିଶେଷକରି ମୌଳିକ ଅଧିକାରକୁ ନିଶ୍ଚିତ କରିଥିବା ସମ୍ବିଧାନର ଭାଗ ୩କୁ ପଢ଼ିିବା ଦରକାର। ଏହା ପାଖାପାଖି ଏକ ଡଜନ ପୃଷ୍ଠା ହେବ, କିନ୍ତୁ ବ୍ୟକ୍ତି ବା ନାଗରିକଙ୍କ ଦୃଷ୍ଟିରୁ ଏହା ସମ୍ବିଧାନର ହୃଦୟ ବା ସାରତତ୍ତ୍ୱ। ଆମ ସମ୍ବିଧାନ ପାଇଁ ସମ୍ମାନ ରହିଛି ଏବଂ ଏହାକୁ ବନ୍ଧୁକ, ଟ୍ୟାଙ୍କ, ବିମାନ ଏବଂ ଭିଆଇପି ସହିତ ପାଳନ କରିବା ଏକ ଭଲ କଥା ହୋଇପାରେ। ହେଲେ ଏହାକୁ ପଢ଼ିବା ଏବଂ ବୁଝିବା ଆହୁରି ଭଲ ହେବ।

ଆକାର ପଟେଲ

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri