ଟିକା ନେଲେନି, କଳାବ୍ୟାଜ୍‌ ପିନ୍ଧିଲେ ସ୍ବାସ୍ଥ୍ୟକର୍ମୀ

ଭବାନୀପାଟଣା,୨୨।୧: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଟିକାକରଣର ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟକର୍ମୀମାନେ କାର୍ଯ୍ୟକ୍ରମରେ କଳାବ୍ୟାଜ୍‌ ପିନ୍ଧି ସହଯୋଗ କରିଥିଲେ ମଧ୍ୟ ଟିକା ନେଇ ନ ଥିଲେ। ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଇ.ଫକୀର ମୋହନ ମାଝି ମୁଖ୍ୟଅତିଥି ଭାବେ ଯୋଗଦେଇ ଟିକାକରଣ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ପ୍ରଥମ ଟିକା ସଫେଇ କର୍ମଚାରୀ ଗୌରଚନ୍ଦ୍ର ପୂଝାରୀଙ୍କୁ ଦିଆଯାଇଥିଲା। ଏଥିରେ ଚିକିତ୍ସା ଅଧିକାରୀ ଭବାନୀଶଙ୍କର ଲେଙ୍କା, ଡ. ନିହାର ସାହୁ, ବିପିଏମ୍‌ଓ ସୁରଜିତ ସିଂ, ଭବାନୀଶଙ୍କର ସିଂ ଓ ପିଏଚ୍‌ଇଓ ଦିବାକର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦୦ଜଣଙ୍କ ଟିକା ଦିଆଯାଇଥିଲା। ସ୍ବାସ୍ଥ୍ୟ କର୍ମୀମାନେ କହିଛନ୍ତି, ସରକାର ତାଙ୍କ ପ୍ରତି ଅବହେଳା କରୁଛନ୍ତି। ପଦୋନ୍ନତି, କ୍ୟାଡର ବ୍ୟବସ୍ଥା ଲାଗୁ କରୁନାହାନ୍ତି। ପ୍ରତିବାଦ ସ୍ବରୂପ ଗୁରୁବାର କରୋନା ଟିକାକରଣ ସମୟରେ ସ୍ବାସ୍ଥ୍ୟକର୍ମୀମାନେ କଳାବ୍ୟାଜ୍‌ ପିନ୍ଧି ଟିକାକରଣ କରିଥିଲେ। ବିଶ୍ୱନାଥପୁର ଚିକିତ୍ସାଳୟରେ ଟିକାକରଣରେ ମହିଳା ସ୍ବାସ୍ଥ୍ୟକର୍ମୀ ମାଳତୀ ଲତା ବାରିକ, ପ୍ରତିମା ବାଗ, ଅଞ୍ଜଳି ସାହୁ, ସୁନୀଲ ଚାଲାନ, ନରେଶ ମାଝୀ, କାଳିଆ ସାହୁ ପ୍ରମୁଖ ସହଯୋଗ କରିଥିଲେ ମଧ୍ୟ ଟିକା ନେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆବାରିରେ ଶହୀଦ ଦିବସ : ଜିଲାସ୍ତରୀୟ ଅଧିକାରୀ ଯୋଗ ନ ଦେବାରୁ ଅସନ୍ତୋଷ

ନୟାଗଡ଼ ଅଫିସ/ନୂଆଗାଁ,୧୧ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତ ଥୁଆବାରି ଗ୍ରାମରେ ଗୁରୁବାର ଶହୀଦ ଦିବସ ପାଳିତ ହୋଇ ଯାଇଛି। ଗ୍ରାମବାସୀଙ୍କ ନେତୃତ୍ୱରେ...

୬ ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ: ବୁଢ଼ା, ଟୋକା, ପିଲା, କାଞ୍ଚନ, ଛୁଆ ବେଶରେ ଦର୍ଶନ ଦେବେ

ଭଦ୍ରକ ଅଫିସ,୨୦ା୮- ଆସନ୍ତା ଶନିବାର ଗଣେଶ ପୂଜା। ଜିଲାରେ ମାତ୍ର ୬ଟି ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ। କୋଭିଡ୍‌ କଟକଣା ମଧ୍ୟରେ ଏହି ପୂଜା...

ବୋମାମାଡ଼ ପରେ ପୁରୁଷଶୂନ୍ୟ ଗାଁ : ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ବ୍ରହ୍ମଗିରି,୮।୧୧(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରିର ନାଥପୁରରେ ସିରିଜ ବୋମାମାଡ଼ ପରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ବର୍ତ୍ତମାନ ସେଠାକାର ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୁରୀ ଜିଲାପାଳ ସମର୍ଥ...

ଘରେ ପାଳନ ହେଲା ଓଡ଼ିଶା ଦିବସ

ଭୁବନେଶ୍ୱର,୨।୪(ବ୍ୟୁରୋ): ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର ୮୫ ବର୍ଷରେ ପଦାର୍ପଣ କରିଛି ଓଡ଼ିଶା। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଏପ୍ରିଲ ୧ରେ ରାଜ୍ୟ ତଥା ବାହାରେ ମହାଆଡ଼ମ୍ବରରେ...

କ୍ଷୁଦ୍ରଶିଳ୍ପର ଭୂମିକା ଅତୁଳନୀୟ

କୃଷି ଓ ଶିଳ୍ପ ମାଧ୍ୟମରେ ଦେଶର ପ୍ରଗତି ବିକଶିତ ହୋଇଥାଏ। ଏପରିକି କୃଷି ଓ ଶିଳ୍ପ ମଧ୍ୟ ଦେଶ ପାଇଁ ମାନବ ସମ୍ବଳ ନିୟୋଜନର ପ୍ରମୁଖ...

ଚାକିରି ନାଁରେ ଠକେଇ: ଜେଲ ଗଲେ ଯୁବକ

ଭଦ୍ରକ ଅଫିସ,୨୫।୧୨: ଭଦ୍ରକ ସହର ଚରମ୍ପାଠାରେ ଏକ ନକଲି ଏଜେନ୍ସି ଖୋଲି ନିଯୁକ୍ତି ଦେବା ନାଁରେ ଆଶାୟୀଙ୍କଠାରୁ ଅର୍ଥ ଆଦାୟ କରି ଠକେଇ ଅଭିଯୋଗରେ ଟାଉନ...

ଜୁଲାଇ ୪ରେ ତାଳଚେର ବନ୍ଦ ଡାକରା

ତାଳଚେର,୩୦।୬(ନି.ପ୍ର.) ତାଳଚେର ମେଡିକାଲ କଲେଜକୁ ରାଜ୍ୟ ସରକାର ଶୀଘ୍ର ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଉ ନାହିଁ। ଏହାର...

ମଣ୍ଡଳ କାରାଗାର ଅନ୍ତେବାସୀଙ୍କ କୃତିତ୍ୱ

ବ୍ରହ୍ମପୁର ଅଫିସ,୧୧ା୩: ସରକାରଙ୍କ ତରଫରୁ ଜେଲଗୁଡ଼ିକରେ ହାତକୁ ନିଆଯାଉଥିବା ସଂସ୍କାରମୂଳକ କାର୍ଯ୍ୟକ୍ରମ ଯୋଗୁ ବହୁ ଅନ୍ତେବାସୀଙ୍କ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏପରିକି ବ୍ରହ୍ମପୁର ମଣ୍ଡଳ...

Advertisement
Archives

Model This Week