Posted inରାଜ୍ୟ

ସ୍ବାସ୍ଥ୍ୟମନ୍ତ୍ରୀ ଭୁଲିଗଲେ କୋଭିଡ୍‌ କଟକଣା

ଝାରସୁଗୁଡା ଅଫିସ୍‌,୧୬।୧: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ କୋଭିଡ୍‌ କଟକଣାରେ ପଞ୍ଚାୟତ ନିର୍ବାଚନ କରାଇବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ (ଇସି)। ଏଥିପାଇଁ ନିର୍ବାଚନ କମିଶନର କେତେକ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହି ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନର ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ଝାରସୁଗୁଡା ବିଧାୟକ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଶତାଧିକ ଲୋକଙ୍କ ଗହଣରେ ଯୋଗଦେଇ ଜିଲାର ବିଭିନ୍ନ ଦଳୀୟ ନିର୍ବାଚନ କାର୍ଯ୍ୟକ୍ରମ ଓ ପୂଜା ଉତ୍ସବରେ ନାଚୁଥିବା ଦେଖିବାକୁ ମିଳୁଛି। ଜିଲାରେ ସ୍ବାସ୍ଥ୍ୟମନ୍ତ୍ରୀ କୋଭିଡ୍‌ କଟକଣାକୁ ଉଲ୍ଲଂଘନ କରିଚାଲିଛନ୍ତି। ଏହାକୁ ନେଇ ଜିଲାରେ ବିରୋଧି ଦଳ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ ବିଷୋଦ୍‌ଗାରକରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଗତ ୩ଦିନ ହେଲାଣି ଜିଲାର ଲଖନପୁର ବ୍ଲକ୍‌ର ୩ ଜିଲା ପରିଷଦ ଜୋନ୍‌ରେ ବିଜେଡି ତରଫରୁ ପୃଥକ ଭାବେ ୬ଟି ସ୍ଥାନରେ କୋଭିଡ୍‌ ନିୟମ ଉଲ୍ଲଂଘନ କରାଯାଇ ଶତାଧିକ ଲୋକଙ୍କ ସମାଗମରେ କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସ, ଜିଲା ପର୍ଯ୍ୟବେକ୍ଷକ ଏମ୍‌ପି ସୁବାସ ସିଂହ ଓ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଦଳୀୟ ଉତ୍ତରୀୟ ଓ ଫୁଲ୍‌ମାଳ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। ଏହିସବୁ ଦଳୀୟ କାର୍ଯ୍ୟକ୍ରମରେ ଭିଡିଓ ଏବଂ ଫଟୋ ନ ଉଠାଇବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଦାସ କର୍ମୀମାନଙ୍କୁ ବାରଣ କରୁଥିବା ଦେଖିବାକୁ ମିଳିଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ତାଙ୍କର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସାଙ୍ଗରେ ନେଇ ଚାଲିଥାନ୍ତି। ହେଲେ ଏବେ ତାଙ୍କର ଦୋଷ ଦୁର୍ବଳତା ପଦାରେ ପଡ଼ିଯିବ ଭାବି ଗଣମାଧ୍ୟମକୁ ଦୂରେଇ ରଖୁଛନ୍ତି। ଗତ ଶନିବାର ଜିଲାର ଲଇକେରା ବ୍ଲକ୍‌ ଅନ୍ତର୍ଗତ ମୟୂରଡିମା ଗ୍ରାମରେ ଆଦିବାସୀଙ୍କ ଜଂଘା ବଡଦେଓଙ୍କ ପୂଜା ଚାଲିଥିବାବେଳେ ସେଠାରେ ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ଯୋଗଦେଇ ଜଂଘା ବଡ଼ଦେଓଙ୍କୁ ଧରି ନାଚିଥିଲେ। ଏହିସବୁ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହା ଉପରେ ଜନସାଧାରଣ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ୍‌ ଉଲ୍ଲଂଘନକୁ ନେଇ ସମାଲୋଚନା କରିବାରେ ଲାଗିଛନ୍ତି। କୋଭିଡ୍‌ ନିୟମ ସାଧାରଣ ଲୋକଙ୍କ ପାଇଁ ମନ୍ତ୍ରୀ,ଏମ୍‌ପି ଓ ବଡବଡିଆଙ୍କ ପାଇଁ ନୁହେଁ ବୋଲି କମେଣ୍ଟ କରିଚାଲିଛନ୍ତି। ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ତଦନ୍ତ କରି କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪: ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri