ସ୍ବାସ୍ଥ୍ୟକେନ୍ଦ୍ର କ୍ୱାର୍ଟର୍ସ କାମ ସରୁନି

ଭୁବନ, ୧୧।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଏବଂ କର୍ମଚାରୀଙ୍କ ରହିବା ଲାଗି ୨୦୧୪ରୁ ଆରମ୍ଭ ହୋଇଥିଲା କ୍ୱାର୍ଟର୍ସ ନିର୍ମାଣ କାର୍ଯ୍ୟ। ଏଥିଲାଗି ବ୍ୟୟ ଅଟକଳ ହୋଇଥିଲା ପ୍ରାୟ କୋଟିଏ ଟଙ୍କା। ଇତିମଧ୍ୟରେ ବିତିଗଲାଣି ଦୀର୍ଘ ୮ବର୍ଷ। ହେଲେ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଛି। ଠିକାଦାର ଅଧାରୁ କାମ ଛାଡ଼ି ଚାଲିଯିବା ପରେ ଏହି ପ୍ରକଳ୍ପ କାମ ଆଗେଇପାରୁନାହିଁ। ଫଳରେ ୪ର୍ଥ ଶ୍ରେଣୀ କର୍ମଚାରୀମାନେ କ୍ୱାର୍ଟର୍ସ ନ ପାଇ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଅସନ୍ତୋଷ ତୀବ୍ର ହେଉଥିବାବେଳେ ଏବେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଭୁବନ ବରିଷ୍ଠ ନାଗରିକ ଜନସ୍ବାର୍ଥ ସୁରକ୍ଷା ଟ୍ରଷ୍ଟ।
ଡାକ୍ତରଖାନା କ୍ୟାମ୍ପସ୍‌ରେ ଡାକ୍ତର ଏବଂ କର୍ମଚାରୀମାନେ ରହିଲେ ଜରୁରିକାଳୀନ ସମୟରେ ରୋଗୀଙ୍କୁ ତ୍ୱରିତ ଚିକିତ୍ସା ସେବା ମିଳିପାରିବ। ଏଭଳି ମହତ୍‌ ଉଦ୍ଦେଶ୍ୟ ରଖି ୨୦୧୪ ସେପ୍ଟେମ୍ବରରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କ୍ୟାମ୍ପସ୍‌ରେ ୧୮ଟି କ୍ୱାର୍ଟର୍ସ ନିର୍ମାଣ ଆରମ୍ଭ ହୋଇଥିଲା। ସେଥିରୁ ୬ଟି ଡାକ୍ତର, ୪ଟି ଷ୍ଟାଫ୍‌ ନର୍ସ, ଫାର୍ମାସିଷ୍ଟ ଏବଂ ଅବଶିଷ୍ଟ ୮ଟି ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପଞ୍ଚାୟତ ସମିତି ଜରିଆରେ ଏଥିଲାଗି ବ୍ୟୟ ଅଟକଳ କରାଯାଇଥିଲା ୯୯ ଲକ୍ଷ ୯୦ ହଜାର ଟଙ୍କା। ତେବେ କୌଣସି କାରଣରୁ ଠିକାଦାର କାମ ଅଧାରୁ ବନ୍ଦ କରି ଦେଇଦେଲେ। ଡାକ୍ତରମାନଙ୍କ ରହିବାରେ ସମସ୍ୟା ଏବଂ ରୋଗୀ ସେବା ପ୍ରଭାବିତ ହେବାରୁ ରୋଗୀ କଲ୍ୟାଣ ସମିତି ଅର୍ଥ ବିନିଯୋଗରେ ୧୦ କ୍ୱାର୍ଟର୍ସ ନିର୍ମାଣ ଶେଷ ହୋଇଛି। ଏବେ ସେଠାରେ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍‌ନର୍ସ ରହୁଛନ୍ତି। ତେବେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଲାଗି ଉଦ୍ଦିଷ୍ଟ ଅବଶିଷ୍ଟ ୮ କ୍ୱାର୍ଟର୍ସ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଛି। ପାଣି, ଶୌଚାଳୟ, ବିଦ୍ୟୁତ୍‌ ସଂଯୋଗ ଦିଆଯାଇନାହିଁ। ଦୀର୍ଘଦିନ ଧରି କାମ ଶେଷ ହେଉ ନ ଥିବାରୁ ସେସବୁ ଏବେ ପରିତ୍ୟକ୍ତ ହୋଇ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାବେଳେ କର୍ମଚାରୀମାନେ ଭଡ଼ା ଦେଇ ବାହାରେ ରହୁଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। କର୍ମଚାରୀମାନେ ବାହାରେ ରହି ଯିବା ଆସିବା କରିବା ଯୋଗୁ ରୋଗୀସେବା ପ୍ରଭାବିତ ହେଉଛି। ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛି ବରିଷ୍ଠ ନାଗରିକ ଜନସ୍ବାର୍ଥ ସୁରକ୍ଷା ଟ୍ରଷ୍ଟ। ୧୫ଦିନ ମଧ୍ୟରେ ଏହାର ପ୍ରତିକାର ନ ହେଲେ ଆନ୍ଦୋଳନ କରାଯିବ ବୋଲି ମ୍ୟାନେଜିଂ ଟ୍ରଷ୍ଟି ରଥ ସେଠୀ, ସଭାପତି ବ୍ରଜ ରାଉତ, ସମ୍ପାଦକ ଦୁର୍ଗାପ୍ରସାଦ ପୃଷ୍ଟି ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ସେମାନେ ବିଡିଓ, ଡାକ୍ତରଖାନା ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି।
ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ମନୋଜ କୁମାର ମହାନ୍ତି କୁହନ୍ତି, କ୍ୱାର୍ଟର୍ସଗୁଡିକ ଦୀର୍ଘଦିନ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଥିଲା। ରୋଗୀ କଲ୍ୟାଣ ସମିତି ଅର୍ଥ ବିନିଯୋଗରେ ଡାକ୍ତରଙ୍କ ରହିବା ଲାଗି ଉଦ୍ଦିଷ୍ଟ କ୍ୱାର୍ଟର୍ସ ମଧ୍ୟରୁ କେତେକ ମରାମତି କରାଯାଇଛି। ହେଲେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାର୍ଟର୍ସଗୁଡ଼ିକ ପୂର୍ଣ୍ଣାଙ୍ଗ ହୋଇ ନ ଥିବାରୁ ସମସ୍ୟା ଉପୁଜିଛି। ବ୍ଲକ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। ଏ ନେଇ ବିଡିଓ ଆଶୀର୍ବାଦ ପରିଡ଼ା କୁହନ୍ତି, ଅଭିଯୋଗ ମିଳିଛି। ଯଥାଶୀଘ୍ର ତଦନ୍ତ କରି ସମସ୍ୟାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଛ’ଦେଶରେ ପଡୁନାହିଁ ବିକାଶ ଛାଇ

ଢେଙ୍କାନାଳ ଅଫିସ, ୨୧।୧୨: ବିଧାନସଭା କ୍ଷେତ୍ର ପୁନଃ ନିର୍ଦ୍ଧାରଣ ପରେ ଢେଙ୍କାନାଳ ଜିଲାର ଛ’ଦେଶ ଅଞ୍ଚଳକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ନିର୍ବାଚିତ ଜନପ୍ରତିନିଧିମାନେ ପ୍ରଶାସନ...

କାଳ ହେଲା ଫୋନ୍‌ କଲ୍‌

ବାହାନଗା,୨୫ା୧(ଡି.ଏନ.ଏ.)- ଶନିବାର ରାତିରେ ଆସିଲା ଏକ ଫୋନ୍‌ କଲ୍‌। କାହାକୁ କିଛି ନ ଜଣାଇ ଘରୁ ବାହାରି ଯାଇଥିଲେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା...

ରାସ୍ତାକଡ଼କୁ ଓଲଟିଲା ସ୍କୁଲ ବସ୍‌

ବାସୁଦେବପୁର,୩।୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଜଗନ୍ନାଥପୁର-ବାଲିଛନ୍ଦା ଘାଟ ରାସ୍ତା କଣ୍ଟିଆ ନାଳୀପୋଲ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଏକ ସ୍କୁଲ...

ଅଶାନ୍ତ ଭୀମକୁଣ୍ଡ, ସେଲ୍‌ଫି ଉଠାଉଛନ୍ତି ଅମାନିଆ

ପାଟଣା,୨୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଘାଟ ବାଲିଯୋଡ଼ି ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଲଘୁଚାପ ବର୍ଷା ଯୋଗୁ ଫୁଲୁଛି ବୈତରଣୀ ଆଉ ଭୀମକୁଣ୍ଡ ଏବେ ଅଶାନ୍ତ...

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା

ଭୁବନେଶ୍ୱର,୧୩।୫(ବ୍ୟୁରୋ): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଭିଜିଲାନ୍ସ ଅଧିକାରୀ। କଥାଟି ଅଡୁଆ ଲାଗିଲେ ବି ସତ। ସମ୍ବଲପୁର ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା...

ଶ୍ରୀକ୍ଷେତ୍ରରେ ଲଜ୍ଜା: ବସ୍‌ ଭିତରେ ନାବାଳିକାଙ୍କୁ ବଳାତ୍କାର, ହେଲପର ଅଟକ

ପୁରୀ ଅଫିସ, ୯।୭: ଚାଲିଛି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ୨୪ ଘଣ୍ଟିଆ ପୋଲିସ ଡ୍ୟୁଟି...

ନଗଦ ୩୩ ଲକ୍ଷ ଦେଇ କାର୍‌ କିଣିଥିଲେ ଅର୍ଚ୍ଚନା

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ବିଜ୍‌ନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଗତ ୧୧ ତାରିଖରୁ ୧୦ ଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରା...

କାଳ ସାଜିଲା ଦ୍ରୁତ ଗତି ସହ ଖେଳ

କେନ୍ଦୁଝର.୧୮ା୩ – କେନ୍ଦୁଝର ସଦର ଥାନା ଅଧୀନ ବନାଯୋଡ଼ି ନିକଟରେ ଗୁରୁବାର ସନ୍ଧ୍ୟାରେ ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଜଣେ ମୃତକ ହେଲେ...

Advertisement
Archives

Model This Week