ସ୍ବାସ୍ଥ୍ୟକେନ୍ଦ୍ର କ୍ୱାର୍ଟର୍ସ କାମ ସରୁନି

ଭୁବନ, ୧୧।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଏବଂ କର୍ମଚାରୀଙ୍କ ରହିବା ଲାଗି ୨୦୧୪ରୁ ଆରମ୍ଭ ହୋଇଥିଲା କ୍ୱାର୍ଟର୍ସ ନିର୍ମାଣ କାର୍ଯ୍ୟ। ଏଥିଲାଗି ବ୍ୟୟ ଅଟକଳ ହୋଇଥିଲା ପ୍ରାୟ କୋଟିଏ ଟଙ୍କା। ଇତିମଧ୍ୟରେ ବିତିଗଲାଣି ଦୀର୍ଘ ୮ବର୍ଷ। ହେଲେ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଛି। ଠିକାଦାର ଅଧାରୁ କାମ ଛାଡ଼ି ଚାଲିଯିବା ପରେ ଏହି ପ୍ରକଳ୍ପ କାମ ଆଗେଇପାରୁନାହିଁ। ଫଳରେ ୪ର୍ଥ ଶ୍ରେଣୀ କର୍ମଚାରୀମାନେ କ୍ୱାର୍ଟର୍ସ ନ ପାଇ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଅସନ୍ତୋଷ ତୀବ୍ର ହେଉଥିବାବେଳେ ଏବେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଭୁବନ ବରିଷ୍ଠ ନାଗରିକ ଜନସ୍ବାର୍ଥ ସୁରକ୍ଷା ଟ୍ରଷ୍ଟ।
ଡାକ୍ତରଖାନା କ୍ୟାମ୍ପସ୍‌ରେ ଡାକ୍ତର ଏବଂ କର୍ମଚାରୀମାନେ ରହିଲେ ଜରୁରିକାଳୀନ ସମୟରେ ରୋଗୀଙ୍କୁ ତ୍ୱରିତ ଚିକିତ୍ସା ସେବା ମିଳିପାରିବ। ଏଭଳି ମହତ୍‌ ଉଦ୍ଦେଶ୍ୟ ରଖି ୨୦୧୪ ସେପ୍ଟେମ୍ବରରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କ୍ୟାମ୍ପସ୍‌ରେ ୧୮ଟି କ୍ୱାର୍ଟର୍ସ ନିର୍ମାଣ ଆରମ୍ଭ ହୋଇଥିଲା। ସେଥିରୁ ୬ଟି ଡାକ୍ତର, ୪ଟି ଷ୍ଟାଫ୍‌ ନର୍ସ, ଫାର୍ମାସିଷ୍ଟ ଏବଂ ଅବଶିଷ୍ଟ ୮ଟି ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପଞ୍ଚାୟତ ସମିତି ଜରିଆରେ ଏଥିଲାଗି ବ୍ୟୟ ଅଟକଳ କରାଯାଇଥିଲା ୯୯ ଲକ୍ଷ ୯୦ ହଜାର ଟଙ୍କା। ତେବେ କୌଣସି କାରଣରୁ ଠିକାଦାର କାମ ଅଧାରୁ ବନ୍ଦ କରି ଦେଇଦେଲେ। ଡାକ୍ତରମାନଙ୍କ ରହିବାରେ ସମସ୍ୟା ଏବଂ ରୋଗୀ ସେବା ପ୍ରଭାବିତ ହେବାରୁ ରୋଗୀ କଲ୍ୟାଣ ସମିତି ଅର୍ଥ ବିନିଯୋଗରେ ୧୦ କ୍ୱାର୍ଟର୍ସ ନିର୍ମାଣ ଶେଷ ହୋଇଛି। ଏବେ ସେଠାରେ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍‌ନର୍ସ ରହୁଛନ୍ତି। ତେବେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଲାଗି ଉଦ୍ଦିଷ୍ଟ ଅବଶିଷ୍ଟ ୮ କ୍ୱାର୍ଟର୍ସ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଛି। ପାଣି, ଶୌଚାଳୟ, ବିଦ୍ୟୁତ୍‌ ସଂଯୋଗ ଦିଆଯାଇନାହିଁ। ଦୀର୍ଘଦିନ ଧରି କାମ ଶେଷ ହେଉ ନ ଥିବାରୁ ସେସବୁ ଏବେ ପରିତ୍ୟକ୍ତ ହୋଇ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାବେଳେ କର୍ମଚାରୀମାନେ ଭଡ଼ା ଦେଇ ବାହାରେ ରହୁଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। କର୍ମଚାରୀମାନେ ବାହାରେ ରହି ଯିବା ଆସିବା କରିବା ଯୋଗୁ ରୋଗୀସେବା ପ୍ରଭାବିତ ହେଉଛି। ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛି ବରିଷ୍ଠ ନାଗରିକ ଜନସ୍ବାର୍ଥ ସୁରକ୍ଷା ଟ୍ରଷ୍ଟ। ୧୫ଦିନ ମଧ୍ୟରେ ଏହାର ପ୍ରତିକାର ନ ହେଲେ ଆନ୍ଦୋଳନ କରାଯିବ ବୋଲି ମ୍ୟାନେଜିଂ ଟ୍ରଷ୍ଟି ରଥ ସେଠୀ, ସଭାପତି ବ୍ରଜ ରାଉତ, ସମ୍ପାଦକ ଦୁର୍ଗାପ୍ରସାଦ ପୃଷ୍ଟି ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ସେମାନେ ବିଡିଓ, ଡାକ୍ତରଖାନା ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି।
ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ମନୋଜ କୁମାର ମହାନ୍ତି କୁହନ୍ତି, କ୍ୱାର୍ଟର୍ସଗୁଡିକ ଦୀର୍ଘଦିନ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଥିଲା। ରୋଗୀ କଲ୍ୟାଣ ସମିତି ଅର୍ଥ ବିନିଯୋଗରେ ଡାକ୍ତରଙ୍କ ରହିବା ଲାଗି ଉଦ୍ଦିଷ୍ଟ କ୍ୱାର୍ଟର୍ସ ମଧ୍ୟରୁ କେତେକ ମରାମତି କରାଯାଇଛି। ହେଲେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାର୍ଟର୍ସଗୁଡ଼ିକ ପୂର୍ଣ୍ଣାଙ୍ଗ ହୋଇ ନ ଥିବାରୁ ସମସ୍ୟା ଉପୁଜିଛି। ବ୍ଲକ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। ଏ ନେଇ ବିଡିଓ ଆଶୀର୍ବାଦ ପରିଡ଼ା କୁହନ୍ତି, ଅଭିଯୋଗ ମିଳିଛି। ଯଥାଶୀଘ୍ର ତଦନ୍ତ କରି ସମସ୍ୟାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?