ପ୍ରଧାନଶିକ୍ଷକଙ୍କ ଟୋପି ଖୋଲିଦେଲେ, କନଷ୍ଟେବଳଙ୍କ ଭୂମିକାକୁ ନେଇ ଉଠିଲା ପ୍ରଶ୍ନବାଚୀ: ଦେଖନ୍ତୁ VIDEO

ଭବାନୀପାଟଣା,୩।୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍ଥାନୀୟ କିଛି ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ନେଇ ଅଭିଯୋଗ ହେବାପରେ ମଙ୍ଗଳବାର ଅପରାହ୍ନରେ ସେଠାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଏପରିକି ସ୍ଥାନୀୟ ଗ୍ରାମବାସୀଙ୍କ ଉତ୍ତ୍ୟକ୍ତ ରୂପ ଦେଖି ପ୍ରଧାନ ଶିକ୍ଷକ ଦୁଲେନ୍ଦ୍ର ମେହେର ସ୍କୁଲ ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲେ। ଏପଟେ ଉପସ୍ଥିତ ଗ୍ରାମବାସୀତ୍‌ମାନେ ମଧ୍ୟ ଆଗ ପଟରୁ ପ୍ରଧାନ ଶିକ୍ଷକ ମେହେରଙ୍କୁ ତାଲା ପକାଇ ଦେଇଥିଲେ। ପରେ ସେଠାରେ ପରିସ୍ଥିତି ଅଣାୟତ ହେବାରୁ ଜୁନାଗଡ଼ ବିଇଓ ତପନ ମାଝୀ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ସ୍କୁଲର ଭିତରୁ ପ୍ରଧାନ ଶିକ୍ଷକ ମେହେରଙ୍କୁ ପୋଲିସ ଉଦ୍ଧାର କରି ଗାଡ଼ିରେ ବସାଇବାବେଳେ ସ୍ଥାନୀୟ ଲୋକେ ପୋଲିସ ଗାଡିକୁ ଛାଡି ନ ଥିଲେ। ଏହି ସମୟରେ ଗାଡ଼ିରେ ବସିଥିବା ପ୍ରଧାନ ଶିକ୍ଷକ ମେହେରଙ୍କ ଚେହେରା ମୁଣ୍ଡର ଟୋପି ଯୋଗୁ ଦିଶୁ ନ ଥିବାରୁ ଲୋକଙ୍କ କହିବା ପରେ ଗାଡ଼ିରେ ବସିଥିବା କନେଷ୍ଟବଳ ପଦ୍ମଲୋଚନ ସାହୁ ଟୋପି ଖୋଲି ଦେଇଥିଲେ। ସେହିପରି ପୋଲିସ ଗାଡିର ଗୋଟିଏ ଗେଟ ଖୋଲିଦେବା ପରେ ଜଣେ ଯୁବକ ପ୍ରଧାନଶିକ୍ଷକ ମେହେରଙ୍କୁ ଆସି ଚପଲ ମାଳା ମଧ୍ୟ ପିନ୍ଧାଉଥିବା ଭିଡିଓ ଏବେ ଭାଇରାଲ ହୋଇଛି।

ପ୍ରଧାନଶିକ୍ଷକ ମେହେରଙ୍କ ସୁରକ୍ଷା ଦେବା ପାଇଁ ଯାଇଥିବା ପୋଲିସ ନିଜେ କେମିତି ଲୋକଙ୍କ କଥାରେ ପଡି ସହଯୋଗ କରୁଛି ତାହା ଏହି ଭିଡ଼ିଓରୁ ସ୍ପଷ୍ଟ ଜଣାପଡିଛି। ଯଦି ଚପଲ ମାଳା ପିନ୍ଧାଇବା ସ୍ଥାନରେ ଅନ୍ୟ କିଛି ମାରଣାସ୍ତ୍ରରେ ଯୁବକ ଆକ୍ରମଣ କରିଥିଲେ ପରିସ୍ଥିତ କିପରି ହୋଇଥାନ୍ତା ବୋଲି ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜୁନାଗଡ଼ ପୋଲିସର ଏପରି କାର୍ଯ୍ୟକଳାପ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇଁ ଧାନ ଶିକ୍ଷକଙ୍କ ଟୋପି ଖୋଲିଥିବା କନେଷ୍ଟବଳ ପଦ୍ମଲୋଚନ ସାହୁଙ୍କୁ ପଚାରିବାରୁ ଅତି ବେଫିକର ଭାବେ ଟୋପି ଖୋଲିଦେଲି ଯେ କଣ ଅସୁବିଧା ହେଲା ବୋଲି କହିଥିଲେ, ଜୁନାଗଡ଼ ଆଇଆଇସି ଶେଷଦେବ ବେହେରାଙ୍କୁ ପଚାରିବାରୁ କନେଷ୍ଟବଳ ଟୋପି ଖୋଲିବା କଥା ନୁହଁ, ସେ ଆଇନ ବିଷୟରେ ଜାଣିନାହାନ୍ତି ବୋଲି କହିଥିଲେ। କଳାହାଣ୍ଡି ଏସପି ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri