ବିଦ୍ୟାଳୟ ନ ଆସି ଦରମା ନେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ

କେନ୍ଦ୍ରାପଡ଼ା ଅଫିସ ୨ା୧୧: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତ ଶୈଳେନ୍ଦ୍ର ନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି। ଏହି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ବର୍ଷବର୍ଷ ଧରି ବିଭିନ୍ନ ଆଳ ଦେଖାଇ ସ୍କୁଲ ଆସୁନାହାନ୍ତି। ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨ ଶହ ଛାତ୍ରୀଛାତ୍ର ପାଠପଢୁଥିବାବେଳେ ୫ଟି ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ତେବେ ପ୍ରତିଦିନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଆରମ୍ଭ କରି ଶିକ୍ଷକମାନେ ଠିକ୍‌ ସମୟରେ ସ୍କୁଲ ଆସୁନାହାନ୍ତି। ଏପରି କି ସ୍କୁଲ ଗେଟ୍‌ ମଧ୍ୟ ଠିକ୍‌ ସମୟରେ ଖୋଲା ଯାଉନାହିଁ। ଫଳରେ ସ୍କୁଲ ଗେଟ୍‌ ସମ୍ମୁଖରେ ଛାତ୍ରୀଛାତ୍ରଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହୁଛନ୍ତି ବୋଲି ଅଭିଭାବକମାନେ କହିଛନ୍ତି। ବ୍ଲକ ଶିକ୍ଷାଧିକରୀଙ୍କ କାର୍ଯ୍ୟାଳୟ ପ୍ରାୟ ୪୦ କିମି ଦୂର ହୋଇଥିବାରୁ ଗ୍ରାମବାସୀ ବିଇଓଙ୍କ ନିକଟରେ ଅଭିଯୋଗ କରି ପାରୁନାହାନ୍ତି ବୋଲି କହିଛନ୍ତି।
ଅଭିଭାବକ ମହାସଙ୍ଗ ସମ୍ପାଦକ ନରେନ୍ଦ୍ର ଧଳ କୁହନ୍ତି, ଶିକ୍ଷା କ୍ଷେତ୍ରରେ ସୁଦ୍ଧାର ଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ବିଦ୍ୟାଳୟ ପ୍ରତି ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବାକୁ ସରକାରଙ୍କ ପକ୍ଷରୁ ପର୍ଯ୍ୟାୟକ୍ରମେ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଉଛି। ବିଦ୍ୟାଳୟ ଓ ଶିକ୍ଷକମାନଙ୍କୁ ତଦାରଖ କରିବାକୁ ବ୍ଲକ ଓ ଜିଲା ସ୍ତରରେ ପଦାଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ମାତ୍ର ଏହାର ବ୍ୟତିକ୍ରମ ଦେଖାଦେଇଛି ଶୈଳେନ୍ଦ୍ରନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟର ସିଆରସିସି, ବିଆରସିସି ଥାଇ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜୁମଞ୍ଜରୀ ସିଂ ନିୟମିତ ସ୍କୁଲ ଅସୁନାହାନ୍ତି। ମାତ୍ର ସିଆରସିସି, ବିଆରସିସିଙ୍କ କାଗଜ କଲମରେ ସବୁ ସୀମିତ ହୋଇରହିଛି ବୋଲି ଅଭିଯୋଗ ହେଉଛି। ଏହି ଦୁର୍ନୀତିରେ ବିଦ୍ୟାଳୟର ସିଆରସିସି ଓ ବିଆରସିସି ସାମିଲି ଅଛନ୍ତି ବୋଲି ପ୍ରତୀୟମାନ ହେଉଛି ବୋଲି ସେ କହିଛନ୍ତି। ଅଭିଭାବକ ଅଶୋକ କୁମାର ଜେନା କହିଛନ୍ତି, ଶୈଳେନ୍ଦ୍ରନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ସିଂ ଚାକିରି କରିବା ଦିନଠୁ ଏ ପର୍ଯ୍ୟନ୍ତ କେବେ ବି ନିୟମିତ ଭାବେ ବିଦ୍ୟାଳୟକୁ ଆସନ୍ତି ନାହିଁ। ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସୁଦ୍ଧାର ଆସିବ ବୋଲି ସରକାର ସ୍ବପ୍ନ ଦେଖିାଉଛନ୍ତି। ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆଦୌ ବିଦ୍ୟାଳୟ ଆସୁ ନ ଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନକଲି ଦସ୍ତଖତ ବିଦ୍ୟାଳୟର ଅନ୍ୟ ଜଣ ଶିକ୍ଷକ କରନ୍ତି। କେବେ ରେଜିଷ୍ଟ୍ରାର ତାଙ୍କ ଘରକୁ ନେଇ ଦସ୍ତଖସ୍ତ କରାଇ ଆଣନ୍ତି ବୋଲି ଜଣାପଡିଛି। ପ୍ରତି ମାସ ଦରମା ସେ ନେଉଛନ୍ତି ଅଭିଯୋଗ ହେଉଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଯଦି ୭ ଦିନ ମଧ୍ୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ଆଗାମୀ ଦିନରେ ବିଦ୍ୟାଳୟ ସମ୍ମୁଖରେ ଧାରଣ ଦିଆଯିବ ଚେତାବନୀ ଦିଆଯାଇଛି ବୋଲି ସେ କହିଛନ୍ତି। ଏ ବାବଦରେ ବିଇଓ ମନୋରଞ୍ଜନ ସେଠୀଙ୍କୁ ପଚାରିବାରେ ଶୈଳେନ୍ଦ୍ର ନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ସିଂ ବିରୋଧରେ ଆଗରୁ ଅଭିଯୋଗ ହୋଇଥିଲା। ଗତ ୫ ମାସ ତାଙ୍କ ଦରମା ବନ୍ଦ କରାଯାଇଥିଲା। ପୁଣି ଏଭଳି ଅଭିଯୋଗ ଆସିଛି। ତଦନ୍ତ ପରେ ସତ୍ୟାସତ୍ୟ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri