ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦେଇ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ଚିତ୍ରକୋଣ୍ଡା,୧୦ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଏସ୍‌ଏସ୍‌ଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ସେଠୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ତାଙ୍କୁ ବୁଧବାର ନିଲମ୍ବିତ କରାଯାଇଛି। ଜିଲା ପ୍ରଶାସନର ତଦନ୍ତ ରିପୋର୍ଟକୁ ଭିତ୍ତିକରି ଓଡ଼ିଶା ଏସ୍‌ସି ଏସ୍‌ଟି ଉନ୍ନୟନ ବିଭାଗ ଚିଠି ନମ୍ବର ୩୧୧୯, ୧୦ା୨/୨୧ ଅନୁଯାୟୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପ୍ରଧାନ ଶିକ୍ଷକ ସେଠୀଙ୍କ ବିରୋଧରେ ଉକ୍ତ ବିଦ୍ୟାଳୟର ୬ ଜଣ ଶିକ୍ଷୟିତ୍ରୀ, ମହିଳା କିରାଣି, ମାଟ୍ରନ, ୱାଡେନ ଓ ସିସି କର୍ମଚାରୀ ଅଭିଯୋଗ କରିଥିଲେ। ପ୍ରଧାନ ଶିକ୍ଷକ ସେଠୀ ସେମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା, ନିର୍ଯାତନା ଦେଉଥିବା ଏବଂ ଅନ୍ୟତ୍ର ବଦଳି କରିଦେବା ନେଇ ଧମକ ଦେଉଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ। ଜିଲାପାଳ ୱାଇ. ବିଜୟ ଘଟଣାର ତଦନ୍ତ କରିବାକୁ ଗତ ଜାନୁୟାରୀ ୧୬ରେ ଜିଲା ମଙ୍ଗଳ ଅଧିକାରୀ ପ୍ରଦୀପ୍ତ ପଣ୍ଡା ଓ ଜିଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ଅଧିକାରୀ ତଦନ୍ତ କରି ଜିଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ଏନେଇ ଜିଲା ପ୍ରଶାସନ ସରକାରଙ୍କୁ ଅବଗତ କରାଇଥିଲା। ପରେ ଓଡ଼ିଶା ଏସ୍‌ସି ଏସ୍‌ଟି ଉନ୍ନୟନ ବିଭାଗ ଚିଠି ନମ୍ବର ୩୧୧୯, ୧୦ା୨ା୨୧ ଅନୁଯାୟୀ ପ୍ରଧାନ ଶିକ୍ଷକ ସେଠୀଙ୍କୁ ନିଲମ୍ବନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତିତ୍ୱ ହରାଉଛି ଗଡ଼ଖୋର୍ଦ୍ଧା, ପାଣ୍ଡବଘରା

ଖୋର୍ଦ୍ଧା,୧୮ା୪ (ପ୍ରଭାତ ପାଣିଗ୍ରାହୀ)ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧାର ଅନେକ ଐତିହ୍ୟ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଐତିହ୍ୟ ଗଡ଼ଖୋର୍ଦ୍ଧା ଏବଂ ବରୁଣେଇ ପାହାଡ଼ ଶୀର୍ଷରେ ଥିବା ପାଣ୍ଡବ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଐତିହ୍ୟ ଆବିଷ୍କାର, ସଂରକ୍ଷଣକୁ ଗୁରୁତ୍ୱ ନାହିଁ

ଭୁବନେଶ୍ୱର,୧୮।୪(ଶର୍ମିଷ୍ଠା ପାଣିଗ୍ରାହୀ)ଓଡ଼ିଶା କଳା, ସଂସ୍କୃତି, ଐତିହ୍ୟରେ ସମୃଦ୍ଧ। ପ୍ରତିଟି ଜିଲାରେ ରହିଛି ଅନନ୍ୟ ଐତିହ୍ୟର ପରିଚୟ। ମାତ୍ର ଭୁବନେଶ୍ୱର, କୋଣାର୍କ, ପୁରୀ ଆଦି କେତୋଟି ସ୍ଥାନକୁ...

ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ /ଭୁବନେଶ୍ୱର,୧୮।୪:ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ପଡ଼ିଛି ଭିତରକନିକା

କେନ୍ଦ୍ରାପଡ଼ା, ୧୮ା୪ (ଜଗନ୍ନାଥ ଧଳ)ଏପ୍ରିଲ ୧୮ ତାରିଖ ବିଶ୍ୱ ଐତିହ୍ୟ ଦିବସ। ବିଶ୍ୱ ଐତିହ୍ୟ ତାଲିକାରେ ସଂଲଗ୍ନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଧୀନ...

ସହରାଞ୍ଚଳରେ ଛୁଇଁନି ୮୦% ମତଦାନ

ଯାଜପୁର,୧୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର କୋରେଇ ଓ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ପ୍ରମୁଖ ସହର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ରହିଛି। ତେବେ ଗତ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri