ଅମଳ ଅଧିକ, ବିକ୍ରି ହୋଇପାରୁନି

ଅମରପାଲି,୯ା୫ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ଚଳିତ ରବିଋତୁରେ ପ୍ରଚୁର ପରିମାଣରେ କଖାରୁ(ମାଖନ) ଉତ୍ପାଦନ ହୋଇଛି। ହେଲେ ବିକ୍ରି କରି ପାରୁ ନ ଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ହଜାର ହଜାର କୁଇଣ୍ଟାଲ କଖାରୁ ନଷ୍ଟ ହେବାକୁ ବସିଲାଣି। ଚଳିତ ବର୍ଷ ବୀରମହାରାଜପୁର ବ୍ଲକରେ ପ୍ରାୟ ୫ଶହ ହେକ୍ଟର ଜମିରେ କଖାରୁ ଚାଷ ହୋଇଥିଲା। ବ୍ଲକର କମିରା, ବିକଳପୁର, ସୁବଳୟା, ବଳରାମପୁର, ପଣ୍ଡୁଆ ଆଦି ଗ୍ରାମର ଚାଷୀ ପ୍ରବଳ ମାତ୍ରାରେ କଖରୁ ଚାଷ କରିଥିଲେ। ଏଥିପାଇଁ ଚାଷୀଙ୍କୁ କୌଣସି ସରକାରୀ ସହାୟତା ପ୍ରଦାନ କରାଯାଇ ନ ଥିଲା। ଚାଷୀ ଋଣ କରି ଚାଷ କରିଥିଲା। ଆଶାନୁରୂ ଅମଳ ମଧ୍ୟ ହୋଇଥିଲା। କୁଇଣ୍ଟାଲ ପ୍ରତି ଏକ ହଜାର ଟଙ୍କା ର ବିକ୍ରି ଲକ୍ଷ୍ୟ ରଖିଥିବା ଚାଷୀ ଏବେ ବିକ୍ରି କରିପାରୁନାହିଁ। ଅଭାବି ବିକ୍ରିର ଶିକାର ଚାଷୀ ଏବେ ହାତାଶ ହୋଇ ପଡିଛି। ଋଣ କିପରି ପରିଶୋଧ କରିବ ଚିନ୍ତାରେ ପଡିଯାଇଛି। ବିକ୍ରିବଟାର କୌଣସି ସୁବିଧା ନ ଥିବା ବେଳେ ଅମଳ ଫସଲ ରଖିବା ପାଇଁ ଶୀତଳ ଭଣ୍ଡାରର ମଧ୍ୟ ବ୍ୟବସ୍ଥା ନାହିଁ। ତେଣୁ ଚାଷୀ ବାଧ୍ୟ ହୋଇ କୁଇଣ୍ଟାଲ ପ୍ରତି ୩ ରୁ ୪ଶହ ଟଙ୍କାରେ କଖାରୁ ବିକ୍ରି କରୁଛି। ଏନେଇ କମିରା ପଞ୍ଚାୟତ ଅନ୍ତର୍ଗତ ବିକଳପୁର ଗ୍ରାମର ଚାଷୀ ପରକ୍ଷିତ କର୍ଣ୍ଣ କହନ୍ତି, ସେ ପ୍ରାୟ ୩ ଏକର ଜମିରେ କଖାରୁ ଚାଷ କରିଥିଲେ। ଭଲ ଅମଳ ମଧ୍ୟ ହୋଇଛି। ମାତ୍ର ଏବେ ବିକ୍ରି ହେଉନାହିଁ। ତେଣଉ ସେ କେମିତି ଋଣ ପରିଶୋଧ କରିବେ ଚିନ୍ତାରେ ଅଛନ୍ତି ବୋଲି କହିଛନ୍ତି। ଏ ନେଇ ବୀରମହାରାଜପୁର ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଦ୍ୟାଧର ଦାଶଙ୍କୁ ପଚାରିବାରୁ କଖାରୁ ଚାଷ ପାଇଁ ସେମିତି କୌଣସି ସରକାରୀ ସହାୟତା ବ୍ୟବସ୍ଥା ନାହିଁ। ଚଳିତ ରବିଋତୁରେ ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକରେ ପ୍ରାୟ ୩ଶହ ହେକ୍ଟର ଜମିରେ ପନିପରିବା ଚାଷ ହାତକୁ ନିଆଯାଇଛି।ସେଥିରେ କଖାରୁ ଚାଷକୁ ସାମିଲ କରାଯାଇ ନାହିଁ। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟିଦେଇ କଖାରୁ ଚାଷକୁ ଏଥିରେ ସାମିଲ କରି ଚାଷୀଙ୍କୁ ସୁବିଧା ସୁଯୋଗ ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri