ଅମଳ ଅଧିକ, ବିକ୍ରି ହୋଇପାରୁନି

ଅମରପାଲି,୯ା୫ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ଚଳିତ ରବିଋତୁରେ ପ୍ରଚୁର ପରିମାଣରେ କଖାରୁ(ମାଖନ) ଉତ୍ପାଦନ ହୋଇଛି। ହେଲେ ବିକ୍ରି କରି ପାରୁ ନ ଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ହଜାର ହଜାର କୁଇଣ୍ଟାଲ କଖାରୁ ନଷ୍ଟ ହେବାକୁ ବସିଲାଣି। ଚଳିତ ବର୍ଷ ବୀରମହାରାଜପୁର ବ୍ଲକରେ ପ୍ରାୟ ୫ଶହ ହେକ୍ଟର ଜମିରେ କଖାରୁ ଚାଷ ହୋଇଥିଲା। ବ୍ଲକର କମିରା, ବିକଳପୁର, ସୁବଳୟା, ବଳରାମପୁର, ପଣ୍ଡୁଆ ଆଦି ଗ୍ରାମର ଚାଷୀ ପ୍ରବଳ ମାତ୍ରାରେ କଖରୁ ଚାଷ କରିଥିଲେ। ଏଥିପାଇଁ ଚାଷୀଙ୍କୁ କୌଣସି ସରକାରୀ ସହାୟତା ପ୍ରଦାନ କରାଯାଇ ନ ଥିଲା। ଚାଷୀ ଋଣ କରି ଚାଷ କରିଥିଲା। ଆଶାନୁରୂ ଅମଳ ମଧ୍ୟ ହୋଇଥିଲା। କୁଇଣ୍ଟାଲ ପ୍ରତି ଏକ ହଜାର ଟଙ୍କା ର ବିକ୍ରି ଲକ୍ଷ୍ୟ ରଖିଥିବା ଚାଷୀ ଏବେ ବିକ୍ରି କରିପାରୁନାହିଁ। ଅଭାବି ବିକ୍ରିର ଶିକାର ଚାଷୀ ଏବେ ହାତାଶ ହୋଇ ପଡିଛି। ଋଣ କିପରି ପରିଶୋଧ କରିବ ଚିନ୍ତାରେ ପଡିଯାଇଛି। ବିକ୍ରିବଟାର କୌଣସି ସୁବିଧା ନ ଥିବା ବେଳେ ଅମଳ ଫସଲ ରଖିବା ପାଇଁ ଶୀତଳ ଭଣ୍ଡାରର ମଧ୍ୟ ବ୍ୟବସ୍ଥା ନାହିଁ। ତେଣୁ ଚାଷୀ ବାଧ୍ୟ ହୋଇ କୁଇଣ୍ଟାଲ ପ୍ରତି ୩ ରୁ ୪ଶହ ଟଙ୍କାରେ କଖାରୁ ବିକ୍ରି କରୁଛି। ଏନେଇ କମିରା ପଞ୍ଚାୟତ ଅନ୍ତର୍ଗତ ବିକଳପୁର ଗ୍ରାମର ଚାଷୀ ପରକ୍ଷିତ କର୍ଣ୍ଣ କହନ୍ତି, ସେ ପ୍ରାୟ ୩ ଏକର ଜମିରେ କଖାରୁ ଚାଷ କରିଥିଲେ। ଭଲ ଅମଳ ମଧ୍ୟ ହୋଇଛି। ମାତ୍ର ଏବେ ବିକ୍ରି ହେଉନାହିଁ। ତେଣଉ ସେ କେମିତି ଋଣ ପରିଶୋଧ କରିବେ ଚିନ୍ତାରେ ଅଛନ୍ତି ବୋଲି କହିଛନ୍ତି। ଏ ନେଇ ବୀରମହାରାଜପୁର ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଦ୍ୟାଧର ଦାଶଙ୍କୁ ପଚାରିବାରୁ କଖାରୁ ଚାଷ ପାଇଁ ସେମିତି କୌଣସି ସରକାରୀ ସହାୟତା ବ୍ୟବସ୍ଥା ନାହିଁ। ଚଳିତ ରବିଋତୁରେ ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକରେ ପ୍ରାୟ ୩ଶହ ହେକ୍ଟର ଜମିରେ ପନିପରିବା ଚାଷ ହାତକୁ ନିଆଯାଇଛି।ସେଥିରେ କଖାରୁ ଚାଷକୁ ସାମିଲ କରାଯାଇ ନାହିଁ। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟିଦେଇ କଖାରୁ ଚାଷକୁ ଏଥିରେ ସାମିଲ କରି ଚାଷୀଙ୍କୁ ସୁବିଧା ସୁଯୋଗ ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?