ପର୍ଯ୍ୟଟନସ୍ଥଳୀରେ ହେଉ ହସ୍ତଶିଳ୍ପ ପ୍ରଦର୍ଶନ ବଜାର

ଢେଙ୍କାନାଳ ଅଫିସ, ୧୧।୬ ଢେଙ୍କାନାଳର ଇତିହାସ ଅନନ୍ୟ। ଗଡ଼ଜାତ ଆନ୍ଦୋଳନରେ ଏହି ଜିଲା ଦେଶବାସୀଙ୍କୁ ଆନ୍ଦୋଳିତ କରିଥିଲା। ଏଠାରେ ପର୍ଯ୍ୟଟନର ବିକାଶ ପାଇଁ ବ୍ୟାପକ ଭିତ୍ତିଭୂମି ରହିଛି। ଏଥି ପାଇଁ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ଏହି ଅର୍ଥର ସୁବିନିଯୋଗ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ। ଆଦିବାସୀ ଅଞ୍ଚଳର କଳାସଂସ୍କୃତିକୁ ଲୋକାଭିମୁଖୀ କରିବା ପାଇଁ ଉଦ୍ୟମ କରାଯାଉଛି। ଜିଲାର ଗ୍ରାମାଞ୍ଚଳର ହସ୍ତଶିଳ୍ପ ସମଗ୍ର ଦେଶରେ ପ୍ରସିଦ୍ଧ। ପର୍ଯ୍ୟଟନସ୍ଥଳୀରେ ହସ୍ତଶିଳ୍ପ ପ୍ରଦର୍ଶନ ପାଇଁ ବଜାର ସୃଷ୍ଟି କରାଗଲେ କରିଗରମାନେ ଆର୍ଥିକ ସ୍ବାବଲମ୍ବୀ ହୋଇପାରିବେ। ପର୍ଯ୍ୟଟନସ୍ଥଳୀର ବିକାଶ ହେବ ବୋଲି କହିଛନ୍ତି ଖଣି, ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ଢେଙ୍କାନାଳ ସଦର ବ୍ଲକ ସପ୍ତଶଯ୍ୟା ପଞ୍ଚାୟତର ସଦେଇବେରେଣୀସ୍ଥିତ କଳାକୃତି ଗ୍ରାମ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ‘ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ-୨୦୨୨’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଏଭଳି ମତବ୍ୟକ୍ତ କରିଛନ୍ତି।
ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓର୍‌ମାସ, ଜିଲା ପ୍ରଶାସନ ଓ ଜିଲା ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏମ୍‌ପି ମହେଶ ସାହୁ କହିଲେ, ସଂସ୍କୃତି ଏକ ବ୍ୟାପକ ଶବ୍ଦ, ଯାହାକୁ ବିଶ୍ଳେଷଣ କରିବା କଷ୍ଟକର। ଗ୍ରାମାଞ୍ଚଳରେ ପ୍ରସ୍ତୁତି ସାମଗ୍ରୀ କ୍ରୟ କଲେ ହସ୍ତଶିଳ୍ପର ଚାହିଦା ବଢ଼ିବ ଏବଂ କାରିଗରଙ୍କ ଉନ୍ନତି ହେବ। ଗ୍ରାମୀଣ ଅର୍ଥନୀତିର ବିକାଶ ହେଲେ ଢେଙ୍କାନାଳ ଜିଲା ୧ନଂ. ହେବ ବୋଲି ଏମ୍‌ପି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏସ୍‌ପି ଏଲ୍‌. ଦିବ୍ୟା ଭି., ଡିଏଫ୍‌ଓ ଡା. ପ୍ରକାଶଚାନ୍ଦ ଗୋଗିନେନି, କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ ପ୍ରମୁଖ ଯୋଗଦେଇ ଜିଲାକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବାକୁ ଆହ୍ବାନ ଦେଇଥିଲେ।
ଉତ୍ସବରେ ସଭାପତିତ୍ୱ କରି ଜିଲାପାଳ ସରୋଜ କୁମାର ସେଠୀ କହିଲେ, ଢେଙ୍କାନାଳ କଳା ଓ କଳାକାରଙ୍କ ମାଟି। ଜିଲାରେ ୧୯ ହଜାରରୁ ଊର୍ଦ୍ଧ୍ୱ ଏସ୍‌ଏଚ୍‌ଜି କାର୍ଯ୍ୟକ୍ଷମ ରହିଛି। ଏଥିରେ କାର୍ଯ୍ୟରତ ୨ଲକ୍ଷ ସଦସ୍ୟ ଜିଲାର ଅର୍ଥନୈତିକ ବିକାଶ ପାଇଁ ଆମର ବଳ। ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କଳାକୃତି ଗ୍ରାମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଏଠାରେ ଥିବା ୨୭ଟି ସ୍ଥାୟୀ ହସ୍ତଶିଳ୍ପ ଗୃହ ମଧ୍ୟରୁ ୧୩ଟିର ବଣ୍ଟନ କରାଯାଇଛି। କଳାକୃତି ଗ୍ରାମ ପରିସରରେ ଖାଲି ପଡ଼ିଥିବା ଜାଗାରେ ୱାଟରପାର୍କ ଏବଂ ସୁଇମିଂପୁଲ ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଛି।
ଏହି ଅବସରରେ ଘୋଡ଼ାନାଚ କଳାକାର ପ୍ରଫୁଲ୍ଲ ଦଳେଇ, ଡୋକ୍ରା ହସ୍ତଶିଳ୍ପ ପ୍ରସ୍ତୁତକାରୀ ମା’ତୁଳସୀ ଏସ୍‌ଏଚ୍‌ଜିର ଲିଲି ବେହେରା, ପାଲାଗାୟକ ଦୁର୍ଗାଚରଣ ମହାପାତ୍ର, ହସ୍ତଶିଳ୍ପ କାରିଗର ପ୍ରଦୀପ ନାୟକ, ସଂକୀର୍ତ୍ତନ ଗାୟକ ଦୁର୍ଯ୍ୟୋଧନ ଜେନା, ପାଇକ ଆଖଡା କଳାକାର ପ୍ରକାଶ ଚନ୍ଦ୍ର ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପିଡି ଡିଆର୍‌ଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ବାଗତ ଭାଷଣ ଏବଂ ଜିଲା ସଂସ୍କୃତି ଅଧିକାରୀ ପ୍ରିୟମ୍ବଦା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିପୂର୍ବରୁ ପୂର୍ବାହ୍ନ ୮ଟାରେ ସପ୍ତଶଯ୍ୟାସ୍ଥିତ ମା’ ଜେନାଦେଈ ଠାକୁରାଣୀଙ୍କ ପୀଠରୁ ସାଂସ୍କୃତିକ ଦଳକୁ ନେଇ ଏକ ମଶାଲ ଶୋଭାଯାତ୍ରା ବାହାରି କଳାକୃତି ଗ୍ରାମରେ ପହଞ୍ଚତ୍ଥିଲା। ଏଥିରେ ବହୁ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?