ଶ୍ରଦ୍ଧାଳୁଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ସମଙ୍ଗ

ପୁରୀ,୨୫ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗର  ଲୋକାର୍ପଣ ପରେ ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନେ ଯେପରି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଓ ଶ୍ରୀମନ୍ଦିର ପରିକ୍ରମା ପ୍ର୍‌କଳ୍ପ ମାର୍ଗରେ ପ୍ରଦକ୍ଷିଣ କରିପାରିବେ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ପୁରୀକୁ ଆସିବେ। ବସ୍‌ଗୁଡିକର ପାର୍କିଂ ଓ ଭକ୍ତଙ୍କ ରହଣି ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସମଙ୍ଗଠାରେ ବ୍ୟବସ୍ଥା ହୋଇଛି। ଶ୍ରଦ୍ଧାଳୁଙ୍କୁ ସ୍ବାଗତ କରିବାକୁ ସମଙ୍ଗ ସଜେଇ ହୋଇଛି।
ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ଦେଢ଼ଲକ୍ଷ ଭକ୍ତ ଆସିବେ ବୋଲି ଆକଳନ କରାଯାଇଛି। ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବେ। ଶ୍ରୀମାର୍ଗ ଓ ଶ୍ରୀଜଗନ୍ନାଥବଲ୍ଲଭ ପରିସରରେ ଆୟୋଜିତ ପ୍ରଦର୍ଶନୀରେ ଜଗନ୍ନାଥ ସଂସ୍କୃତିକୁ ନେଇ ଜ୍ଞାନ ସାଉଟିବେ। ଏଥିପାଇଁ ପୁରୀ ସମଙ୍ଗ ପାର୍କିଂରେ ସମସ୍ତ ପ୍ରସ୍ତୁତି ସରିଛି। ଗୁରୁବାରଠାରୁ ଭକ୍ତଙ୍କୁ ଅଣାଯିବ ବୋଲି ନିଷ୍ପତ୍ତିିି ଚୂଡ଼ାନ୍ତ ହୋଇଛି। ଜାନୁଆରୀ ୨୫ରୁ ଫେବୃଆରୀ ୨୦ ତାରିଖ ମଧ୍ୟରେ ପ୍ରତ୍ୟେକ ଦିନ ପାଖାପାଖି ୧୦ ହଜାର ଲେଖାଏ ଭକ୍ତ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଭକ୍ତଙ୍କ ରହଣି ସହ ଖାଦ୍ୟ ପାନୀୟ ବ୍ୟବସ୍ଥା ସମଙ୍ଗ ପାର୍କିଂଠାରେ ହୋଇଛି। ଏଥିପାଇଁ ବିଶାଳକାୟ ୨ଟି ଟେଣ୍ଟ ବନ୍ଧାଯାଇଛି। ଗୋଟିଏ ଟେଣ୍ଟ ତଳେ ପାଖାପାଖି ୫୦୦୦ ଲୋକ ବସି ଖାଦ୍ୟ ଖାଇପାରିବେ। ଏଠାରେ ଚେୟାର ଓ ଡାଇନିଂ ଟେବୁଲ ମଧ୍ୟ ପକାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ସ୍ନାନ ଶୌଚ ବ୍ୟବସ୍ଥା କରାଯାଇଛି। ପାଖାପାଖି ୩୦ଟି ଉଠା ଶୌଚାଳୟ ବ୍ୟବସ୍ଥା ହୋଇଛି। ପାନୀୟ ଜଳ ପାଇଁ ୫୦ରୁ ୬୦ ମିଟର ବ୍ୟବଧାନରେ ଗୋଟିଏ ଲେଖାଏଁ ପାଣି ଟାଙ୍କି ରଖାଯାଇଛି। ଏଠାରେ ସମୁଦାୟ ୨୦ଟି ପାଣି ଟାଙ୍କି ରଖାଯାଇଛି। ଏହା ଛଡ଼ା ଦୂର ଜାଗାରୁ ଯାତ୍ରା କରି ଆସିଥିବା ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ  ଆରାମ ନେବାକୁ ଚାହିଁଲେ ସେଥିପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ ହୋଇଛି। ପାର୍କିଂ ପରିସରରେ ୩ଟି ଅସ୍ଥାୟୀ ସେଡ୍‌ ପ୍ରସ୍ତୁତ କରାଯାଇଛି। ଏଥିସହ ଗୋଟିଏ ଅଫିସ୍‌ ରୁମ୍‌ ସହ ୫ଟି ରୋଷେଇଶାଳା ଓ ରନ୍ଧା ଖାଦ୍ୟ ପାଇଁ ଷ୍ଟୋର୍‌ ରୁମ୍‌, ଡାଏନିଙ୍ଗ୍‌ ଷ୍ଟଲ, ପିଇବା ପାଣିର ବ୍ୟବସ୍ଥା, ଟଏଲେଟ, ସିସିଟିଭି, ସୁରକ୍ଷାକର୍ମୀ, ଫାଷ୍ଟ ଏଡ୍‌ ସେଣ୍ଟର, ଦମକଳ ଗାଡି, ପୋଲିସ ଆଉଟପୋଷ୍ଟ, ମିଲ୍‌ ଖାଇବା ପାଇଁ ବିରାଟ ଷ୍ଟଲ୍‌ ଇତ୍ୟାଦି ବ୍ୟବସ୍ଥା ହୋଇଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ବୁଧବାର  ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବସ୍‌ଗୁଡ଼ିକ ସମଙ୍ଗ ପାର୍କିଂରେ ଲାଗିବା ପରେ ଏଥିରେ ଆସିଥିବା ଭକ୍ତମାନଙ୍କୁ ଜଳଖିଆ ଖାଇବାକୁ ଦିଆଯିବ। ସେଠାରୁ ସେମାନଙ୍କୁ ବସ ଯୋଗେ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ନିଆଯିବ। ପ୍ରଦର୍ଶନୀ ବୁଲି ଜଗନ୍ନାଥଙ୍କ ୨୫ଟି ବେଶ, ପରିକ୍ରମା ପ୍ରକଳ୍ପ ପ୍ରତିକୃତି, ରଥଯାତ୍ରା ପ୍ରତିକୃତିର ଦର୍ଶନ କରିବା ସହ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଜ୍ଞାନ ଅର୍ଜନ କରିବେ। ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ପରେ ମଧ୍ୟାହ୍ନ ଭୋଜନ କରି ଶ୍ରଦ୍ଧାଳୁ ନିଜନିଜ ଅଞ୍ଚଳକୁ ଫେରିବେ। ଏନେଇ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇ କହିଛନ୍ତି, ୨୫ ତାରିଖଠାରୁ ପ୍ରତ୍ୟେକ ଜିଲାରୁ ଭକ୍ତମାନେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ଦିନ ୮ ହଜାରୁ ୧୦ ହଜାର ପର୍ଯ୍ୟନ୍ତ ଭକ୍ତ ଆସିପାରନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିନରେ ଗଞ୍ଜାମ, ମୟୂରଭଞ୍ଜ ସହ ଅନ୍ୟ ୩ଟି ଜିଲାରୁ ଭକ୍ତ ପୁରୀ ଆସିବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁଯାୟୀ  ସୁଆରମହାସୁଆର ନିଯୋଗ ଦୈନିକ ୨୦ହଜାର ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟଞ୍ଜନ ବା ମିଲ୍‌ ବାଣ୍ଟିବା ସହ ମହାପ୍ରଭୁଙ୍କ ଶୁଖିଲା ଭୋଗ ପେଡିରେ ବାଣ୍ଟିିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି। ପ୍ରତ୍ୟେକ ମିଲ୍‌ ପିଛା ୧୨୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ସେଥିରେ ଜିରା ରାଇସ୍‌, ଡାଲମା, ବେସର,ମହୁର, ଖଟା, ଖିରି ଓ ପାଣି ବୋତଲର ବ୍ୟବସ୍ଥା ରହିଥିବା ସହ ୫୦ ଟଙ୍କା ମୂଲ୍ୟର ଗୋଟିଏ ପେଡି ମହାପ୍ରଭୁଙ୍କ ଶୁଖିଲା ଭୋଗ ରହିଥିବା ଜଣାପଡ଼ିଛି।

Enter your email to get our daily news in your inbox.

All Right Reserved By Dharitri.Com

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

ତେଲକୋଇ ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ଫକୀର ନାଏକ

କେନ୍ଦୁଝର,୨।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri