ବ୍ୟାଙ୍କମିତ୍ରଙ୍କ ସ୍ବାମୀ ଇନ୍‌ଫର୍ମର

ପରଜଙ୍ଗ, ୧୨।୨(ଡି.ଏନ୍‌.ଏ.):  ଅଞ୍ଚଳର କେଉଁ ବ୍ୟବସାୟୀ କେଉଁଦିନ ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଆସୁଥିଲେ। ସେମାନେ କେତେଟଙ୍କା ଜମା କରୁଥିଲେ। ହାରାହାରି କେତେ ସମୟ ବ୍ୟାଙ୍କରେ ରହୁଥିଲେ। କେତେବେଳେ ଏବଂ କେଉଁ ବାଟରେ ଫେରୁଥିଲେ। ଏସବୁର ସବିଶେଷ ସୂଚନା ଜାଣିବା ପାଇଁ ଡକାୟତ ଗ୍ୟାଙ୍ଗ୍‌ ନିୟୋଜିତ କରିଥିଲେ ଇନଫର୍ମର। ସେମାନଙ୍କ ସୂଚନା ଆଧାରରେ ଅଭିଯୁକ୍ତମାନେ ଲୁଟ୍‌ ପାଇଁ ବିଛାଉଥିଲେ ଜାଲ। ଢେଙ୍କାନାଳ ଜିଲା ପରଜଙ୍ଗର ପ୍ରତିଷ୍ଠିତ ବ୍ୟବସାୟୀ ବିନୟ କୁମାର ସାହୁ ଓ କନ୍ଦରସିଂହା ଗ୍ରାମର ରାଶନ ବ୍ୟବସାୟୀ କ୍ଷୀରୋଦ ସାହୁଙ୍କ ମ୍ୟାନେଜର ଜୟନ୍ତ କୁମାର ଆଚାର୍ଯ୍ୟଙ୍କଠାରୁ ହୋଇଥିବା ବଡ଼ ଧରଣର ଡକାୟତି ଘଟଣା ପଛରେ ଯେଉଁ ୩ଜଣ ଇନ୍‌ଫର୍ମରଙ୍କ ସମ୍ପୃକ୍ତି ଥିଲା, ସେମାନଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ପରଜଙ୍ଗର ବିଜୟ ସାମଲ ଓରଫ ବଗା (୪୨), କନ୍ଦରସିଂହା ଗ୍ରାମର ହେମନ୍ତ ରାଉତ (୪୨) ଏବଂ କନ୍ଦରସିଂହା ପଞ୍ଚାୟତ ମଝିକା ଗ୍ରାମର ଆଶିଷ ନାଏକ (୧୯)। ଗିରଫ ଇନ୍‌ଫର୍ମରଙ୍କ ମଧ୍ୟରୁ ହେମନ୍ତ ହେଉଛନ୍ତି ଲୋଧଣି ବ୍ୟାଙ୍କମିତ୍ରଙ୍କ ସ୍ବାମୀ। ଏସବୁ ଆପରାଧିକ ଘଟଣାରେ ଅନେକ ପେସାଦାର ଅପରାଧୀଙ୍କ ସମ୍ପୃକ୍ତି ରହିଛି। ସେମାନଙ୍କୁ ଧରିବା ଲାଗି ପୋଲିସ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ବୋଲି ଶନିବାର ପରଜଙ୍ଗ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।
ପରଜଙ୍ଗ ପ୍ରତିଷ୍ଠିତ ବ୍ୟବସାୟୀ ବିନୟ ସାହୁଙ୍କ ଘରେ ୨୦୨୨ ଅକ୍ଟୋବର ୬ରେ ସଶସ୍ତ୍ର ଡକାୟତି ହୋଇଥିଲା। ବିନୟଙ୍କ ଅନୁପସ୍ଥିତି ସୁଯୋଗରେ ଅଭିଯୁକ୍ତମାନେ ତାଙ୍କ ମା’, ସ୍ତ୍ରୀ, ଝିଅଙ୍କୁ ମୁଣ୍ଡଜାମିନ ରଖି ଘରେ କଳାକନା ବୁଲାଇଥିଲେ। ଏ ସଂକ୍ରାନ୍ତରେ ନଂ.୪୪୯/୨୨ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ଅନୁରୂପ ଭାବେ ଗତ ଜାନୁୟାରୀ ୯ରେ ଲୋଧଣୀସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ବଡ଼ ଧରଣର ଲୁଟ୍‌ ହୋଇଥିଲା। କନ୍ଦରସିଂହା ଗ୍ରାମର ରାଶନ ବ୍ୟବସାୟୀ କ୍ଷୀରୋଦ ସାହୁଙ୍କ ମ୍ୟାନେଜର ଜୟନ୍ତ ଆଚାର୍ଯ୍ୟଙ୍କ ଉପରେ ଡକାୟତ ଦଳ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ। ଏହାପରେ ଗତ ୩ ତାରିଖରେ ମହାବିରୋଡସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ସଶସ୍ତ୍ର ଡକାୟତି ହୋଇଥିଲା। କର୍ମଚାରୀଙ୍କୁ ମୁଣ୍ଡଜାମିନ ରଖି ଅଭିଯୁକ୍ତମାନେ ୯ କେଜିରୁ ଊର୍ଦ୍ଧ୍ୱ ସୁନାଗହଣା ଏବଂ ନଗଦ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିଲେ। ଏସବୁ ଘଟଣାରେ ଢେଙ୍କାନାଳ ଜିଲା ପୋଲିସର ୫୦ଜଣିଆ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୯ଜଣଙ୍କୁ ଗିରଫ କରିଥିଲା। ପୋଲିସ ପକ୍ଷରୁ ଖୋଳତାଡ଼ ବେଳେ ଇନ୍‌ଫର୍ମରଙ୍କ ସମ୍ପୃକ୍ତି ପଦାକୁ ଆସିଥିଲା। ସେମାନଙ୍କ ତଥ୍ୟ ଆଧାରରେ ଗିରଫ ହୋଇଥିବା ୯ଜଣିଆ ଡକାୟତ ଗ୍ୟାଙ୍ଗ୍‌ଠାରୁ ପିସ୍ତଲ, ଭୁଜାଲି, ମାରଣାସ୍ତ୍ର ସମେତ ନଗଦ ଟଙ୍କା ଜବତ କରାଯାଇଥିଲା। ଅଧିକ ତଥ୍ୟ ସଂଗ୍ରହ ପାଇଁ ଗିରଫ ଇନ୍‌ଫର୍ମରଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଏସଡିପିଓ ରଞ୍ଜନ କୁମାର ଦେଓ, ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର, ଏସ୍‌ଆଇ ଶକ୍ତି ପ୍ରସାଦ ସାହୁ, ମାମିନା ପ୍ରଧାନ, ମହାବିରୋଡ ଥାନା ଅଧିକାରୀ ପ୍ରଦୀପ କୁମାର ପାତ୍ର, ସରାଙ୍ଗ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri