ବ୍ୟାଙ୍କମିତ୍ରଙ୍କ ସ୍ବାମୀ ଇନ୍‌ଫର୍ମର

ପରଜଙ୍ଗ, ୧୨।୨(ଡି.ଏନ୍‌.ଏ.):  ଅଞ୍ଚଳର କେଉଁ ବ୍ୟବସାୟୀ କେଉଁଦିନ ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଆସୁଥିଲେ। ସେମାନେ କେତେଟଙ୍କା ଜମା କରୁଥିଲେ। ହାରାହାରି କେତେ ସମୟ ବ୍ୟାଙ୍କରେ ରହୁଥିଲେ। କେତେବେଳେ ଏବଂ କେଉଁ ବାଟରେ ଫେରୁଥିଲେ। ଏସବୁର ସବିଶେଷ ସୂଚନା ଜାଣିବା ପାଇଁ ଡକାୟତ ଗ୍ୟାଙ୍ଗ୍‌ ନିୟୋଜିତ କରିଥିଲେ ଇନଫର୍ମର। ସେମାନଙ୍କ ସୂଚନା ଆଧାରରେ ଅଭିଯୁକ୍ତମାନେ ଲୁଟ୍‌ ପାଇଁ ବିଛାଉଥିଲେ ଜାଲ। ଢେଙ୍କାନାଳ ଜିଲା ପରଜଙ୍ଗର ପ୍ରତିଷ୍ଠିତ ବ୍ୟବସାୟୀ ବିନୟ କୁମାର ସାହୁ ଓ କନ୍ଦରସିଂହା ଗ୍ରାମର ରାଶନ ବ୍ୟବସାୟୀ କ୍ଷୀରୋଦ ସାହୁଙ୍କ ମ୍ୟାନେଜର ଜୟନ୍ତ କୁମାର ଆଚାର୍ଯ୍ୟଙ୍କଠାରୁ ହୋଇଥିବା ବଡ଼ ଧରଣର ଡକାୟତି ଘଟଣା ପଛରେ ଯେଉଁ ୩ଜଣ ଇନ୍‌ଫର୍ମରଙ୍କ ସମ୍ପୃକ୍ତି ଥିଲା, ସେମାନଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ପରଜଙ୍ଗର ବିଜୟ ସାମଲ ଓରଫ ବଗା (୪୨), କନ୍ଦରସିଂହା ଗ୍ରାମର ହେମନ୍ତ ରାଉତ (୪୨) ଏବଂ କନ୍ଦରସିଂହା ପଞ୍ଚାୟତ ମଝିକା ଗ୍ରାମର ଆଶିଷ ନାଏକ (୧୯)। ଗିରଫ ଇନ୍‌ଫର୍ମରଙ୍କ ମଧ୍ୟରୁ ହେମନ୍ତ ହେଉଛନ୍ତି ଲୋଧଣି ବ୍ୟାଙ୍କମିତ୍ରଙ୍କ ସ୍ବାମୀ। ଏସବୁ ଆପରାଧିକ ଘଟଣାରେ ଅନେକ ପେସାଦାର ଅପରାଧୀଙ୍କ ସମ୍ପୃକ୍ତି ରହିଛି। ସେମାନଙ୍କୁ ଧରିବା ଲାଗି ପୋଲିସ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ବୋଲି ଶନିବାର ପରଜଙ୍ଗ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।
ପରଜଙ୍ଗ ପ୍ରତିଷ୍ଠିତ ବ୍ୟବସାୟୀ ବିନୟ ସାହୁଙ୍କ ଘରେ ୨୦୨୨ ଅକ୍ଟୋବର ୬ରେ ସଶସ୍ତ୍ର ଡକାୟତି ହୋଇଥିଲା। ବିନୟଙ୍କ ଅନୁପସ୍ଥିତି ସୁଯୋଗରେ ଅଭିଯୁକ୍ତମାନେ ତାଙ୍କ ମା’, ସ୍ତ୍ରୀ, ଝିଅଙ୍କୁ ମୁଣ୍ଡଜାମିନ ରଖି ଘରେ କଳାକନା ବୁଲାଇଥିଲେ। ଏ ସଂକ୍ରାନ୍ତରେ ନଂ.୪୪୯/୨୨ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ଅନୁରୂପ ଭାବେ ଗତ ଜାନୁୟାରୀ ୯ରେ ଲୋଧଣୀସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ବଡ଼ ଧରଣର ଲୁଟ୍‌ ହୋଇଥିଲା। କନ୍ଦରସିଂହା ଗ୍ରାମର ରାଶନ ବ୍ୟବସାୟୀ କ୍ଷୀରୋଦ ସାହୁଙ୍କ ମ୍ୟାନେଜର ଜୟନ୍ତ ଆଚାର୍ଯ୍ୟଙ୍କ ଉପରେ ଡକାୟତ ଦଳ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ। ଏହାପରେ ଗତ ୩ ତାରିଖରେ ମହାବିରୋଡସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ସଶସ୍ତ୍ର ଡକାୟତି ହୋଇଥିଲା। କର୍ମଚାରୀଙ୍କୁ ମୁଣ୍ଡଜାମିନ ରଖି ଅଭିଯୁକ୍ତମାନେ ୯ କେଜିରୁ ଊର୍ଦ୍ଧ୍ୱ ସୁନାଗହଣା ଏବଂ ନଗଦ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିଲେ। ଏସବୁ ଘଟଣାରେ ଢେଙ୍କାନାଳ ଜିଲା ପୋଲିସର ୫୦ଜଣିଆ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୯ଜଣଙ୍କୁ ଗିରଫ କରିଥିଲା। ପୋଲିସ ପକ୍ଷରୁ ଖୋଳତାଡ଼ ବେଳେ ଇନ୍‌ଫର୍ମରଙ୍କ ସମ୍ପୃକ୍ତି ପଦାକୁ ଆସିଥିଲା। ସେମାନଙ୍କ ତଥ୍ୟ ଆଧାରରେ ଗିରଫ ହୋଇଥିବା ୯ଜଣିଆ ଡକାୟତ ଗ୍ୟାଙ୍ଗ୍‌ଠାରୁ ପିସ୍ତଲ, ଭୁଜାଲି, ମାରଣାସ୍ତ୍ର ସମେତ ନଗଦ ଟଙ୍କା ଜବତ କରାଯାଇଥିଲା। ଅଧିକ ତଥ୍ୟ ସଂଗ୍ରହ ପାଇଁ ଗିରଫ ଇନ୍‌ଫର୍ମରଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଏସଡିପିଓ ରଞ୍ଜନ କୁମାର ଦେଓ, ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର, ଏସ୍‌ଆଇ ଶକ୍ତି ପ୍ରସାଦ ସାହୁ, ମାମିନା ପ୍ରଧାନ, ମହାବିରୋଡ ଥାନା ଅଧିକାରୀ ପ୍ରଦୀପ କୁମାର ପାତ୍ର, ସରାଙ୍ଗ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?