୩ ଆଦିବାସୀ ଗାଁର ଦୁଃଖ ତୁଳସୀ

ବାଲେଶ୍ୱର ଅଫିସ, ୫।୭-ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ରସଲପୁର ପଞ୍ଚାୟତ ଦେଇ ପ୍ରବାହିତ ଜଳକା ନଦୀର ଶାଖା ତୁଳସୀ ନଦୀ ରସଲପୁର ପଞ୍ଚାୟତକୁ ଦୁଇଭାଗ କରିଛି। ନଦୀର ଗୋଟିଏ ପାର୍ଶ୍ୱରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସ୍କୁଲ, କଲେଜ, ଡାକ୍ତରଖାନା, ବ୍ୟାଙ୍କ, ରାଶନ ବଣ୍ଟନ କେନ୍ଦ୍ର ଥିବା ବେଳେ ଅନ୍ୟପଟରେ ଗାଁଲୋକଙ୍କ ଶହ ଶହ ଚାଷଜମି ସହିତ ୩ଟି ଆଦିବାସୀ ଗାଁ ରହିଛି। ଉକ୍ତ ଆଦିବାସୀ ଗାଁରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। ସେମାନେ ସ୍ବାସ୍ଥ୍ୟ, ଶିକ୍ଷା ଭଳି ଅତି ଆବଶ୍ୟକ ସେବାଠାରୁ ଆରମ୍ଭ କରି ସରକାରୀ ଯୋଜନାରୁ ଦୂରରେ ରହିଛନ୍ତି। ଏପରିକି ଭୋଟ ପ୍ରଦାନରୁ ମଧ୍ୟ ବଞ୍ଚିତ ରହିଛନ୍ତି। ରସଲପୁର ପଞ୍ଚାୟତର ୭ନଂ. ୱାର୍ଡ଼ ଅଧୀନ ଗୋବିନ୍ଦପୁର, ନରଣି ଓ ୫ନଂ. ୱାର୍ଡ଼ ଅଧୀନ ଟୁଲକଡ଼ିହାର ଗ୍ରାମକୁ ଆଜି ପର୍ଯ୍ୟନ୍ତ କୌଣସି ବିଧାୟକ, ଏମ୍‌ପିଙ୍କ ପାଦ ପଡିନାହିଁ। ତୁଳସୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଉଭୟ ପାର୍ଶ୍ୱର ଲୋକ ବାରମ୍ବାର ଗ୍ରାମ ଉନ୍ନୟନ ବିଭାଗ, ଜଳସେଚନ ବିଭାଗ, ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏଥିପାଇଁ ଓଲାଡ଼ି, ବଡ଼ଧନାଡ଼ି, ସାନଧନାଡ଼ି ସମେତ ନଳବାହାର ପଞ୍ଚାୟତର ଲୋକମାନେ ଚାଷ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବାଲେଶ୍ୱର ସଦରକୁ ଆସିବା ପାଇଁ ଉକ୍ତ ପଞ୍ଚାୟତର ଲୋକଙ୍କୁ ନଳବାହାର ଦେଇ ୧୭ କି.ମି. ଅତିକ୍ରମ କରିବାକୁ ପଡୁଛି। ଉକ୍ତ ନଦୀ ଉପରେ ପୋଲ ନିର୍ମାଣ ହୋଇଗଲେ ମାତ୍ର ୫କି.ମି. ରାସ୍ତା ଆସିବା ପରେ ଲୋକେ ସଦର ମହକୁମାରେ ପହଞ୍ଚତ୍ପାରିବେ। ତୁଳସୀ ନଦୀର ପୋଲ ସମେତ ଓଲାଡ଼ିରୁ ମିରିଗିମୁଣ୍ଡି ଭାୟା ଗୋବିନ୍ଦପୁର ରାସ୍ତା ନିର୍ମାଣ କରାଗଲେ ୬୦ନଂ. ଜାତୀୟ ରାଜପଥକୁ ମାତ୍ର ୩କି.ମି. ହୋଇଯିବ। ଏହି ରାସ୍ତାର ନିର୍ମାଣ ଅଧାଅଧି ସରିଥିବା ବେଳେ ଅବଶିଷ୍ଟ ପ୍ରତି କାହାରି ଧ୍ୟାନ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବର୍ଷାଦିନେ ଏହି ପଞ୍ଚାୟତର ଅଧିକାଂଶ ଗ୍ରାମ ଜଳମଗ୍ନ ହୋଇଥାଏ। କେବଳ ସେତିକି ନୁହେଁ ନଦୀରେ ଜୁଆରପାଣି ଆସି ଏହାର ବନ୍ଧରେ ସୃଷ୍ଟି ହୋଇଥିବା ଘାଇରେ ପଶି ସିଧାସଳଖ ଚାଷଜମିରେ ମାଡିଥାଏ। ଜୁଆର ପଶିବା ଯୋଗୁ ତୁଳସୀ ନଦୀର ଦୁଇପଟରେ ଶହ ଶହ ଏକର ଜମି ବର୍ଷ ବର୍ଷ ଧରି ଚାଷ ହୋଇପାରୁନାହିଁ। ଦିବଙ୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ଉଦ୍ୟମରେ ଉକ୍ତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସଡ଼କ ଯେଜନାର ପରିକଳ୍ପନା କରାଯାଇଥିଲା। ତାଙ୍କ ମୃତ୍ୟୁ ପରେ ଏହା ମଧ୍ୟ ବନ୍ଦ ହୋଇଯାଇଛି। ବର୍ତ୍ତମାନର ବିଧାୟକ ସ୍ବରୂପ କୁମାର ଦାସଙ୍କ ନିକଟରେ ଅଭିଯୋଗ ହେବା ପରେ ସେ ଏହାର ତଦାରଖ କରି ପଦକ୍ଷେପ ନେବା ଲାଗି ଉଦ୍ୟମ ରଖିଥିବା ଜଣାପଡିଛି। ଆଗାମୀ ଦିନରେ ମନୁଡିହା, କୁଶୁହିହା, ଓଲାଡ଼ି, ବଡ଼ଧନାଡ଼ି, ସାନଧନାଡ଼ି ସହ ୧୦ଖଣ୍ଡ ମୌଜାର ଲୋକଙ୍କ ଯାତାୟାତରେ ସୁବିଧା ନିମନ୍ତେ ତୁଳସୀ ନଦୀରେ ପୋଲ ନିର୍ମାଣ ସହ ଓଲାଡ଼ିରୁ ଗୋବିନ୍ଦପୁର ହୋଇ ୬୦ନଂ. ଜାତୀୟ ରାଜପଥକୁ ରାସ୍ତା ସଂଯୋଗୀକରଣ କରିବା ନିମନ୍ତେ ନାଏବ ସରପଞ୍ଚ ଶ୍ରୀକାନ୍ତ ପାଣି, ୱାର୍ଡ଼ସଭ୍ୟା ସୁନୀତା ମାଝି, ଗ୍ରାମବାସୀ ଭଗବାନ ନାୟକ, ମକରନ୍ଦ ଦଳାଇ, ଲକ୍ଷ୍ମୀକାନ୍ତ ସୋରେନ୍‌, ସତ୍ୟାନନ୍ଦ ମହାନ୍ତି, ମୂରଲୀ ସୋରେନ୍‌, ମନ୍ମଥ ସୋରେନ, ହରେକୃଷ୍ଣ ଦଳାଇ, ସୂର୍ଯ୍ୟକାନ୍ତ ମାରାଣ୍ଡି, ଉମାକାନ୍ତ ସୋରେନ୍‌, କଟ ଦଳାଇ ଓ ବଂଶୀଧର ଦଳାଇ ପ୍ରମୁଖ ବହୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ଶୁଭେଶ କୁମାର ନାୟକ କହିଛନ୍ତି, ତୁଳସୀ ନଦୀ ଏହି ଅଞ୍ଚଳର ଦୁଃଖର କାରଣ ସାଜିଛି। ନଦୀ ବନ୍ଧରେ ଘାଇଗୁଡ଼ିକରେ ଜୁଆର ପାଣି ପଶି ଶତାଧିକ ଏକର ଚାଷଜମି ନଷ୍ଟ କରୁଛି। ଜଳସେଚନ ବିଭାଗକୁ ବାରମ୍ବାର ଜଣାଇବା ସତ୍ତ୍ୱେ ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ବିଫଳ ହୋଇଛନ୍ତି। ବାଲେଶ୍ୱର ବିଧାୟକ ସ୍ବରୂପ କୁମାର ଦାସ କହିଛନ୍ତି, ଏହି ଅଞ୍ଚଳବାସୀ ତୁଳସୀ ନଦୀ ପାଇଁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଥିବା ଖବର ପାଇବା ପରେ ସେଠାରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇବା ସହିତ ଓଲାଡ଼ିରୁ ମିରିଗିମୁଣ୍ଡି ଭାୟା ଗୋବିନ୍ଦପୁର ଦେଇ ଏକ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri