ପ୍ରକଳ୍ପ ପାଇଁ ଉଜୁଡୁଛି ସବୁଜ ବଳୟ

ଭୁବନେଶ୍ୱର,୬।୬(ବ୍ୟୁରୋ): ବିକାଶ ନାଁରେ  ରାଜ୍ୟରେ ଛାରଖାର ହୋଇଯାଉଛି ଜଙ୍ଗଲ ସମ୍ପଦ। ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରକଳ୍ପ ସକାଶେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବା କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଜଙ୍ଗଲ ସଫା ହେଉଥିବାରୁ ରାଜ୍ୟକୁ ପ୍ରତ୍ୟେକ ବର୍ଷ ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି। ଏପରି ଧାରା ବଜାୟ ରହିଲେ ରାଜ୍ୟରେ ଜଙ୍ଗଲ ଲୋପପାଇବା ସହ ଆଗାମୀ ଦିନରେ ବିପଦ ଆହୁରି ଘନେଇବ ବୋଲି ପରିବେଶବିତ୍‌ ଚେତାବନୀ ଦେଇଛନ୍ତି। ବିଭିନ୍ନ ପ୍ରକଳ୍ପ ପାଇଁ ଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ୫୭,୪୧୦ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରାଯାଇଛି। ନିକଟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟ ୨୦୧୯-୨୦ରେ ଏଭଳି ତଥ୍ୟ ପଦାକୁ ଆସିଛି।
ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୫୭,୪୧୦ ହେକ୍ଟର ଜଙ୍ଗଲକୁ ଅଣଜଙ୍ଗଲ କିସମରେ ପରିଣତ କରାଯାଇଛି। ସେଥିରୁ ୧୮୬ଟି ଖଣି ପ୍ରକଳ୍ପ ପାଇଁ ୨୮,୪୦୯ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିଣତ କରାଯାଇଥିବା ବେଳେ ୮୪ ଜଳସେଚନ ପ୍ରକଳ୍ପ ପାଇଁ ୧୦,୬୫୨ ହେକ୍ଟର, ୨୯ ଶିଳ୍ପ ପ୍ରକଳ୍ପ ପାଇଁ ୪୪୦୫ ହେକ୍ଟର, ୭୦ ଟ୍ରାନ୍ସମିଶନ ପ୍ରୋଜେକ୍ଟ ପାଇଁ ୪,୩୩୯ ହେକ୍ଟର, ୪ ପ୍ରତିରକ୍ଷା ପ୍ରକଳ୍ପ ପାଇଁ ୩,୮୬୫ ହେକ୍ଟର, ୨୦ ରେଲଓ୍ବେ ପ୍ରକଳ୍ପ ପାଇଁ ୨,୪୩୩ ହେକ୍ଟର ଜଙ୍ଗଲ ଜମିକୁ ନଷ୍ଟ କରାଯାଇଛି। ସେହିପରି ଖଣିଜ ସନ୍ଧାନରେ ୧୦୧ ହେକ୍ଟର ଜମିରେ ଡ୍ରିଲିଂ ଯୋଗୁ ଏବଂ ୮୪୬ ହେକ୍ଟର ଜଙ୍ଗଲ ଜମିକୁ ଛୋଟ ଛୋଟ ପ୍ରକଳ୍ପ ପାଇଁ ଅଣଜଙ୍ଗଲ କିସମରେ ପରିବର୍ତ୍ତନ କରାଯାଇଛି।
ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୬୧,୨୦୪.୧୭ ବର୍ଗକିଲୋମିଟର ଜଙ୍ଗଲ ଅଞ୍ଚଳ ରହିଛି। ଏହା ରାଜ୍ୟର ଭୌଗୋଳିକ ଅଞ୍ଚଳର ୪୦ ପ୍ରତିଶତ। ତେବେ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ୨୦୧୯ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୫୧,୬୧୯ ବର୍ଗକିଲୋମିଟର ଜଙ୍ଗଲ ରହିଛି, ଯାହାକି ସମୁଦାୟ ଭୌଗୋଳିକ ଅଞ୍ଚଳର ୩୩ ପ୍ରତିଶତ। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୨୭୪ ବର୍ଗକିଲୋମିଟର ଜଙ୍ଗଲ ବୃଦ୍ଧି ହୋଇଥିବା ଏଫ୍‌ଏସ୍‌ଆଇ ରିପୋର୍ଟରେ କୁହାଯାଇଛି। ତେବେ ଗତ ୧୦ ବର୍ଷ (୨୦୧୦-୧୧ରୁ ୨୦୨୦-୨୧) ମଧ୍ୟରେ ବିଭିନ୍ନ ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ ପାଇଁ ୧,୮୫,୦୦,୭୪୮ ଗଛ କାଟି ପଦା କରାଯାଇଛି। ଏହି ସମୟରେ ୨୯,୮୩,୫୭୩ ବୃକ୍ଷରୋପଣ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୧ ମାର୍ଚ୍ଚ ୩୧ରେ ବିଧାନସଭାରେ ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ବିଭିନ୍ନ ପ୍ରକଳ୍ପ ପାଇଁ ୭୮.୩୪୮ ହେକ୍ଟର ଜଙ୍ଗଲ ଜମିର କିସମକୁ ବଦଳାଇଛନ୍ତି। କେବଳ ସେତିକି ନୁହେଁ, ୨୦୧୯ ଜାନୁୟାରୀ ପହିଲାରୁ ନଭେମ୍ବର ୬ ମଧ୍ୟରେ ମାତ୍ର ୧୪ ପ୍ରକଳ୍ପ ପାଇଁ ଓଡ଼ିଶାରେ ସର୍ବାଧିକ ୪,୫୧୪ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ କରିବାକୁ ମନ୍ତ୍ରଣାଳୟ ଅନୁମତି ଦେଇଛି।
୨୦୦୬ରୁ ୨୦୧୨ ମଧ୍ୟରେ ଶିଳ୍ପ, ଖଣି, ଜଳସେଚନ, ରାସ୍ତା ନିର୍ମାଣ, ବିଦ୍ୟୁତ୍‌ ଆଦି ପାଇଁ ୮୮୨୦.୭୭ ହେକ୍ଟର ଜଙ୍ଗଲ ଜମିକୁ ନଷ୍ଟ କରାଯାଇଥିଲା। ସେହିପରି ୨୦୧୧-୧୨ରେ କେତେକ ପ୍ରକଳ୍ପ ପାଇଁ ୧୨.୨୭ ଲକ୍ଷ ବୃକ୍ଷକୁ ବଳିଦେବାକୁ ପଡ଼ିଛି। ତେବେ ସରକାର ଯେତେ ଗଛ କାଟୁଛନ୍ତି ସେହି ପରିମାଣର ବୃକ୍ଷରୋପଣ ହେଉନାହିଁ। ଅଣଜଙ୍ଗଲ ଅଞ୍ଚଳରେ ଗୋଟିଏ ଗଛ କାଟିଲେ ଏହା ବଦଳରେ ୨ରୁ ୧୦ ଗୁଣ ଗଛ ଲଗାଇବା ନେଇ ସରକାରୀ ଗାଇଡ୍‌ଲାଇନ ରହିଛି। ତେବେ ସରକାର ଏହାକୁ ଅନୁସରଣ କରୁ ନ ଥିବାରୁ ପରିବେଶବିତ୍‌ ଚିନ୍ତାପ୍ରକଟ କରିଛନ୍ତି। ସାମାଜିକ କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି ଯେ ଭୁବନେଶ୍ୱର, କଟକ ଜାତୀୟ ରାଜପଥ ହେଉ କିମ୍ବା ସହର ଭିତରେ ଚାଲିଥିବା ରାସ୍ତା ସମ୍ପ୍ରସାରଣ ପାଇଁ ବହୁ ସଂଖ୍ୟାରେ ବଡ଼ ବଡ଼ ଗଛକୁ କାଟି ଦିଆଯାଇଛି। ଫଳରେ ସହରରେ ତାପମାତ୍ରା ବଢ଼ିବା ସାଙ୍ଗକୁ ପରିବେଶ ଉତ୍ତପ୍ତ ହେଉଛି। ବୃକ୍ଷରୋପଣ ଉପରେ ସବୁ ସ୍ତରରେ ପଦକ୍ଷେପ ନିଆଯିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ପାଇଁ ୪୫୩ କି.ମି. ଯାତ୍ରା

କଟକ ଅଫିସ,୯।୫: ଲକଡାଉନରେ ଅସ୍ତବ୍ୟସ୍ତ ହୋଇଗଲାଣି ଜୀବନ। ମଣିଷ ଏବେ ବନ୍ଦୀ ପ୍ରାୟ। କେଉଁ ଆଡେ ଯାଇପାରୁନି କି କାହା ସୁଖଦୁଃଖରେ ଭାଗିଦାରି ହୋଇପାରୁନି। ଦିନକୁ...

ଚିତ୍ରରେ ଗଞ୍ଜାମ ଜିଲାପାଳଙ୍କ କରୋନା ବାର୍ତ୍ତା: ଘରୁ ବାହାରିବା ବେଳେ ମାସ୍କ ସହ ବ୍ୟବହାର କରନ୍ତୁ ଛତା, ସାମାଜିକ ଦୂରତ୍ୱ ରହିବ

ଛତ୍ରପୁର, ୩୦।୪(ଡି.ଏନ୍‌.ଏ.)- କରୋନାର ମୁକାବିଲା ନିମନ୍ତେ ମାସ୍କର ବ୍ୟବହାର ଏବଂ ସାମାଜିକ ଦୂରତା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ନେଇ ସରକାରୀସ୍ତରରେ ଲୋକମାନଙ୍କୁ ସଚେତନ କରାଯାଉଛି।...

ହାରିଗଲେ ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା

ବରଗଡ଼ ଅଫିସ୍‌,୨୭।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ (ଭାଜପା) ଏବଂ ଗୀତାଞ୍ଜଳୀ ପୁଟା(ବିଜେଡ଼ି)ଙ୍କୁ ପରାଜୟର ସ୍ବାଦ ଚାଖିବାକୁ...

CORONAVIRUS UPDATE: ୨୦୦ ଡେଇଁଲା ଗଞ୍ଜାମରେ କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର,୧୩।୫:(ବ୍ୟୁରୋ)- ରାଜ୍ୟରେ ବୁଧବାର ଚିହ୍ନଟ କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଁଚିଛି। ଏଥିମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୫୨ ଜଣ ଅଛନ୍ତି । ଏହାକୁ...

ଇଟାଲୀୟ ଫିଲ୍ମ ନିର୍ମାତାଙ୍କ ସହ ହାତ ମିଳାଇଲେ ଜିତେନ୍ଦ୍ର

ଭୁବନେଶ୍ୱର, ୧୬।୯ (ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଡ୍ୟୁସର୍‌ ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ର ଇଟାଲୀର ପ୍ରସିଦ୍ଧ ଚଳଚ୍ଚିତ୍ର...

ଫନୀରେ ବିଦ୍ୟୁତ୍‌ ବିଭାଗ କ୍ଷତିର ସମୀକ୍ଷା କଲେ ମନ୍ତ୍ରୀ: ହାଇଡ୍ରୋ ପ୍ରୋଜେକ୍ଟର କ୍ଷମତା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଲେ

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଶକ୍ତି ବିଭାଗ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ସମୀକ୍ଷା ବୈଠକରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପରିବେଶ ବାତାନୁକୂଳ ମାଧ୍ୟମରେ ହାଇଡ୍ରୋ ପ୍ରୋଜେକ୍ଟଗୁଡ଼ିକୁ ତ୍ବରାନ୍ବିତ କରାଯାଇ...

ଚାଷୀ ସମସ୍ୟାକୁ ଗୃହରେ ଜୋରଦାର କରିବ କଂଗ୍ରେସ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଚାଲିବ। ଗୃହରେ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବାକୁ...

ଗ୍ରାମାଞ୍ଚଳରେ କରୋନା ରୋଗୀଙ୍କ ପ୍ରତି ଘୃଣା ବଢୁଛି

ଭୁବନେଶ୍ୱର,୨୯। ୫ (ବ୍ୟୁରୋ): ବର୍ତ୍ତମାନ ଗ୍ରାମାଞ୍ଚଳ ତଥା ଗ୍ରାମପଞ୍ଚାୟତ ସ୍ତରରେ କରୋନା ରୋଗୀଙ୍କ ପ୍ରତି ଘୃଣା ଭାବ ବୃଦ୍ଧି ପାଉଛି। ଭବିଷ୍ୟତରେ ସ୍ବାଭାବିକ ଅବସ୍ଥା ବଜାୟ...

Advertisement
Archives

Model This Week