ଉଜୁଡ଼ିଲା ଧାନ ଫସଲ

ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର)ବର୍ଷା ଅଭାବରୁ ପାହାଡ଼ ପର୍ବତ ପରିବେଷ୍ଠିତ ନୟାଗଡ଼ ଜିଲାରେ ଧାନ ଫସଲ ଉଜୁଡିଥିଲେ ମଧ୍ୟ ମରୁଡ଼ି ଅଞ୍ଚଳ ଘୋଷଣା କରାଯାଉ ନ ଥି୍‌ବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ଧାର କରଜ, ବ୍ୟାଙ୍କରୁ ଋଣ ଆଣିଥିବା ଚାଷୀକୁ ଋଣ ପରିଶୋଧର ଚିନ୍ତା ଘାରିଛି। ଉଜୁଡା ଫସଲକୁ ଦେଖି ରଣପୁର ବ୍ଲକ ଜଙ୍କିଆ ପଞ୍ଚାୟତ ଓସ୍ତପଡାରେ ଗୋବିନ୍ଦ ସାହୁ(୬୫) ନାମକ ଜଣେ ଚାଷୀ ବିଲରେ ଥିବା ଏକ ଗଛରେ ଝୁଲି ଆମତ୍ହତ୍ୟା କରିଛନ୍ତି । ଗୋବିନ୍ଦଙ୍କ ଆମତ୍ହତ୍ୟା ପରେ ଆଉ କେହି ଚାଷୀ ଆମତ୍ହତ୍ୟା ଯେ ନ କରିବେ କହି ହେବ ନାହିଁ। ସେ ନେଇ ଚାଷୀ ପରିବାରରେ ଭୟ ଘାରିଲାଣି। ଏନେଇ ନବନିର୍ମାଣ ସେବା ସ୍ବରାଜ ସରକାର ମୋ ଦଳର ନୟାଗଡ଼ ଜିଲା ଉପସଭାପତି ରଣଜିତ ଦଳବେହେରା କୁହନ୍ତି, ୮୫ ପ୍ରତିଶତ ଜମିରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଧାନରେ ଫୁଲ ଉଡିବା ସମୟରେ ବର୍ଷା ଅଭାବ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି କରିଛି । ୧୫ ପ୍ରତିଶତ ଜମିରେ ଧାନ ଫସଲ ହୋଇଥିଲେ ମଧ୍ୟ ଅମଳ କମିବ। ଚଳିତ ବର୍ଷ ମଣ୍ଡିରେ ଧାନ ବିକ୍ରି ପାଇଁ ଭିଡ଼ ଜମିବ ନାହିଁ । ଯେଉଁ ଚାଷୀ ଧାନ ବିକିଲେ ନାହିଁ ସେ ମରୁଡ଼ିର ଶିକାର ହୋଇଥିବ ଜଣାପଡିବ। ଯେଉଁ ଚାଷୀ ଧାନ ମଣ୍ଡିରେ ବିକ୍ରି କରିବେ ସେ କିଛି ଧାନ ପାଇଥିବା ଜଣାପଡିବ। ତେବେ ସରକାର ନୟାଗଡ଼ ଜିଲାକୁ ମରୁଡ଼ି ଅଞ୍ଚଳ ରୂପେ ଘୋଷଣା କରିବା ଦରକାର। ନୟାଗଡ଼ର ସାମଜିକ କର୍ମୀ ବିଶ୍ୱନାଥ ମହାପାତ୍ର କୁହନ୍ତି, ନୟାଗଡ଼ ଜିଲାରେ ଜଳସେଚନର ସୁବିଧା ନାହିଁ । ଜଳସେଚନ ସୁବିଧା ଥିଲେ ଚଳିତ ବର୍ଷ ଧାନ ଭଲ ହୋଇଥାଆନ୍ତା । ଧାନ ବାହାରୁଥିବାବେଳେ ପାଣି ମିଳିଲାନି। ବିଭିନ୍ନ ସ୍ଥାନରେ ନଦୀ ବନ୍ଧ କରି, ପୋଖରୀ କାଟି, ପାଣି ପାଇପରେ ଜମିରେ ପାଣି ମଡାଗଲା। ହେଲେ କିଛି ଜମି ବଞ୍ଚତ୍ଗଲା। କିନ୍ତୁ ମରୁଡ଼ି ପରିସ୍ଥିତିକୁ ବଦଳା ଯାଇ ପାରିଲା ନାହିଁ। ଜିଲାର ଅନେକ ସ୍ଥାନରେ ମରୁଡ଼ି ହୋଇଛି । କୃଷି ବିଭାଗ ଚିହ୍ନଟ ନ କରି ଚୁପ ହୋଇ ବସି ରହିଛି । ସିପିଏମ୍‌ର ବରିଷ୍ଠ ନେତା ସୁରେଶ ଚନ୍ଦ୍ର ସ୍ବାଇଁ ଓ କଂଗ୍ରେସ ନେତା ସତ୍ୟବ୍ରତ ନାୟକ କୁହନ୍ତି, ରଣପୁର ବ୍ଳକକୁ ମରୁଡ଼ି ଅଞ୍ଚଳ ରୂପେ ଘୋଷଣା ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇଛି। ତହସିଲ ସମ୍ମୁଖରେ ଧାରଣା ଦିଆଯାଇଛି। ହେଲେ ଚାଷୀ ଅଭିଯୋଗ ଶୀତଳଭଣ୍ଡାରକୁ ଚାଲି ଯାଇଛି । ନୂଆଗଁା ବ୍ଲକ ନୂଆଗଁାର ସୁଧିର କୁମାର ପ୍ରଧାନ କୁହନ୍ତି, ୨ମାସ ହେଲା ମେଘ ଛାଡିବା ପରେ ମରୁଡ଼ି ହୋଇଛି । ବିଲ ଫାଟି ଅଁା କରି ରହିଛି । ଧାନ ଗର୍ଭରେ ଅଛି କିନ୍ତୁ ବାହାରି ପାରୁନି। ଯେଉଁ କିଛି ଜମିରେ ଧାନ ବାହାରି ପଡିଛି ସେଥିରେ ୭୫ ପ୍ରତିଶତ ଅଗାଡି ହୋଇଯିବ । କିଛି ସ୍ଥାନରେ ଚାଷୀ ଧାନ ଗଛକୁ କାଟି ଗୋରୁ ଗାଈକୁ ଖୁଆଉଛନ୍ତି । ଆଉ କିଛି ସ୍ଥାନରେ ଧାନ ବିଲରେ ଗୋରୁ ଚରିଲେଣି। ଏଣୁ ନୂଆଗଁା ବ୍ଲକ୍‌କୁ ମରୁ୍‌ଡ଼ି ଅଞ୍ଚଳ ଘୋଷଣା କରାଯାଉ। ଗୋଡ଼ିପଡାର ଗଶେଶ୍ୱର ମିଶ୍ର କୁହନ୍ତି, ଆମର ୯ମାଣ ଜମି ଅଛି। ସବୁ ଜମି ଫାଟି ଅଁା କରିଛି । ଧାନ ବାହାରି ଜଳିଗଲା। ଧାନ ବାହାରି ନ ପାରି ଜଳିଗଲା। ଧାନ ଫସଲ ଉଜୁଡିବା ପରେ ଚିନ୍ତା ଘାରିଛି। ନୟାଗଡ଼ ଲାଉସେଣାର ଚାଷୀ ଯୁଧିଷ୍ଠିର ନାୟକ କୁହନ୍ତି, ମୁଁ ୯ମାଣ ଜମି ଚାଷ କରିଛି। ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଋଣ କରିଛି। ମୋ ଫସଲ ଉଜୁଡି ଯାଇଛି। କିପରି ଋଣ ପରିଶୋଧ କରିବି ଚିନ୍ତା ଘାରିଲାଣି। ସରକାର ଆମ ମାନଙ୍କର ଜମିକୁ ଦେଖି ନୟାଗଡ଼ ଜିଲାକୁ ମରୁଡ଼ି ଅଞ୍ଚଳ ଘୋଷଣା କରନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri