ଉଜୁଡ଼ିଲା ଧାନ ଫସଲ

ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର)ବର୍ଷା ଅଭାବରୁ ପାହାଡ଼ ପର୍ବତ ପରିବେଷ୍ଠିତ ନୟାଗଡ଼ ଜିଲାରେ ଧାନ ଫସଲ ଉଜୁଡିଥିଲେ ମଧ୍ୟ ମରୁଡ଼ି ଅଞ୍ଚଳ ଘୋଷଣା କରାଯାଉ ନ ଥି୍‌ବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ଧାର କରଜ, ବ୍ୟାଙ୍କରୁ ଋଣ ଆଣିଥିବା ଚାଷୀକୁ ଋଣ ପରିଶୋଧର ଚିନ୍ତା ଘାରିଛି। ଉଜୁଡା ଫସଲକୁ ଦେଖି ରଣପୁର ବ୍ଲକ ଜଙ୍କିଆ ପଞ୍ଚାୟତ ଓସ୍ତପଡାରେ ଗୋବିନ୍ଦ ସାହୁ(୬୫) ନାମକ ଜଣେ ଚାଷୀ ବିଲରେ ଥିବା ଏକ ଗଛରେ ଝୁଲି ଆମତ୍ହତ୍ୟା କରିଛନ୍ତି । ଗୋବିନ୍ଦଙ୍କ ଆମତ୍ହତ୍ୟା ପରେ ଆଉ କେହି ଚାଷୀ ଆମତ୍ହତ୍ୟା ଯେ ନ କରିବେ କହି ହେବ ନାହିଁ। ସେ ନେଇ ଚାଷୀ ପରିବାରରେ ଭୟ ଘାରିଲାଣି। ଏନେଇ ନବନିର୍ମାଣ ସେବା ସ୍ବରାଜ ସରକାର ମୋ ଦଳର ନୟାଗଡ଼ ଜିଲା ଉପସଭାପତି ରଣଜିତ ଦଳବେହେରା କୁହନ୍ତି, ୮୫ ପ୍ରତିଶତ ଜମିରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଧାନରେ ଫୁଲ ଉଡିବା ସମୟରେ ବର୍ଷା ଅଭାବ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି କରିଛି । ୧୫ ପ୍ରତିଶତ ଜମିରେ ଧାନ ଫସଲ ହୋଇଥିଲେ ମଧ୍ୟ ଅମଳ କମିବ। ଚଳିତ ବର୍ଷ ମଣ୍ଡିରେ ଧାନ ବିକ୍ରି ପାଇଁ ଭିଡ଼ ଜମିବ ନାହିଁ । ଯେଉଁ ଚାଷୀ ଧାନ ବିକିଲେ ନାହିଁ ସେ ମରୁଡ଼ିର ଶିକାର ହୋଇଥିବ ଜଣାପଡିବ। ଯେଉଁ ଚାଷୀ ଧାନ ମଣ୍ଡିରେ ବିକ୍ରି କରିବେ ସେ କିଛି ଧାନ ପାଇଥିବା ଜଣାପଡିବ। ତେବେ ସରକାର ନୟାଗଡ଼ ଜିଲାକୁ ମରୁଡ଼ି ଅଞ୍ଚଳ ରୂପେ ଘୋଷଣା କରିବା ଦରକାର। ନୟାଗଡ଼ର ସାମଜିକ କର୍ମୀ ବିଶ୍ୱନାଥ ମହାପାତ୍ର କୁହନ୍ତି, ନୟାଗଡ଼ ଜିଲାରେ ଜଳସେଚନର ସୁବିଧା ନାହିଁ । ଜଳସେଚନ ସୁବିଧା ଥିଲେ ଚଳିତ ବର୍ଷ ଧାନ ଭଲ ହୋଇଥାଆନ୍ତା । ଧାନ ବାହାରୁଥିବାବେଳେ ପାଣି ମିଳିଲାନି। ବିଭିନ୍ନ ସ୍ଥାନରେ ନଦୀ ବନ୍ଧ କରି, ପୋଖରୀ କାଟି, ପାଣି ପାଇପରେ ଜମିରେ ପାଣି ମଡାଗଲା। ହେଲେ କିଛି ଜମି ବଞ୍ଚତ୍ଗଲା। କିନ୍ତୁ ମରୁଡ଼ି ପରିସ୍ଥିତିକୁ ବଦଳା ଯାଇ ପାରିଲା ନାହିଁ। ଜିଲାର ଅନେକ ସ୍ଥାନରେ ମରୁଡ଼ି ହୋଇଛି । କୃଷି ବିଭାଗ ଚିହ୍ନଟ ନ କରି ଚୁପ ହୋଇ ବସି ରହିଛି । ସିପିଏମ୍‌ର ବରିଷ୍ଠ ନେତା ସୁରେଶ ଚନ୍ଦ୍ର ସ୍ବାଇଁ ଓ କଂଗ୍ରେସ ନେତା ସତ୍ୟବ୍ରତ ନାୟକ କୁହନ୍ତି, ରଣପୁର ବ୍ଳକକୁ ମରୁଡ଼ି ଅଞ୍ଚଳ ରୂପେ ଘୋଷଣା ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇଛି। ତହସିଲ ସମ୍ମୁଖରେ ଧାରଣା ଦିଆଯାଇଛି। ହେଲେ ଚାଷୀ ଅଭିଯୋଗ ଶୀତଳଭଣ୍ଡାରକୁ ଚାଲି ଯାଇଛି । ନୂଆଗଁା ବ୍ଲକ ନୂଆଗଁାର ସୁଧିର କୁମାର ପ୍ରଧାନ କୁହନ୍ତି, ୨ମାସ ହେଲା ମେଘ ଛାଡିବା ପରେ ମରୁଡ଼ି ହୋଇଛି । ବିଲ ଫାଟି ଅଁା କରି ରହିଛି । ଧାନ ଗର୍ଭରେ ଅଛି କିନ୍ତୁ ବାହାରି ପାରୁନି। ଯେଉଁ କିଛି ଜମିରେ ଧାନ ବାହାରି ପଡିଛି ସେଥିରେ ୭୫ ପ୍ରତିଶତ ଅଗାଡି ହୋଇଯିବ । କିଛି ସ୍ଥାନରେ ଚାଷୀ ଧାନ ଗଛକୁ କାଟି ଗୋରୁ ଗାଈକୁ ଖୁଆଉଛନ୍ତି । ଆଉ କିଛି ସ୍ଥାନରେ ଧାନ ବିଲରେ ଗୋରୁ ଚରିଲେଣି। ଏଣୁ ନୂଆଗଁା ବ୍ଲକ୍‌କୁ ମରୁ୍‌ଡ଼ି ଅଞ୍ଚଳ ଘୋଷଣା କରାଯାଉ। ଗୋଡ଼ିପଡାର ଗଶେଶ୍ୱର ମିଶ୍ର କୁହନ୍ତି, ଆମର ୯ମାଣ ଜମି ଅଛି। ସବୁ ଜମି ଫାଟି ଅଁା କରିଛି । ଧାନ ବାହାରି ଜଳିଗଲା। ଧାନ ବାହାରି ନ ପାରି ଜଳିଗଲା। ଧାନ ଫସଲ ଉଜୁଡିବା ପରେ ଚିନ୍ତା ଘାରିଛି। ନୟାଗଡ଼ ଲାଉସେଣାର ଚାଷୀ ଯୁଧିଷ୍ଠିର ନାୟକ କୁହନ୍ତି, ମୁଁ ୯ମାଣ ଜମି ଚାଷ କରିଛି। ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଋଣ କରିଛି। ମୋ ଫସଲ ଉଜୁଡି ଯାଇଛି। କିପରି ଋଣ ପରିଶୋଧ କରିବି ଚିନ୍ତା ଘାରିଲାଣି। ସରକାର ଆମ ମାନଙ୍କର ଜମିକୁ ଦେଖି ନୟାଗଡ଼ ଜିଲାକୁ ମରୁଡ଼ି ଅଞ୍ଚଳ ଘୋଷଣା କରନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri