ହୋମ୍‌ ଷ୍ଟେ’କୁ ପ୍ରୋତ୍ସାହନ ଦେବେ ସରକାର

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ପର୍ଯ୍ୟଟନର ବିକାଶ ଲାଗି ପରିବେଶ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ହୋମ୍‌ ଷ୍ଟେ’ ବ୍ୟବସ୍ଥା ହେବ। ଏହାକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେବେ। ସୋମବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ପରିବେଶ ପର୍ଯ୍ୟଟନର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରି ତ୍ରିପାଠୀ ଏହି ଅବସରରେ ହୋଟେଲ ନେଟ୍‌ଓ୍ବର୍କ ନ ଥିବା ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ହୋମ୍‌ ଷ୍ଟେ’ ସୁବିଧା ଉପଲବ୍ଧ କରିବାକୁ ପର୍ଯ୍ୟଟନ ସଚିବ ବିଶାଳ ଦେବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସମୟରେ ପର୍ଯ୍ୟଟନ କ୍ଷେତ୍ରରେ ନେଚର ଟ୍ରେଲ୍‌ର ଚାହିଦା ସବୁଠାରୁ ଅଧିକ ରହିଥିବାବେଳେ ଓଡ଼ିଶା ନିକଟରେ ଭରପୂର ପ୍ରାକୃତିକ ପରିବେଶ ରହିଛି। ତେଣୁ ହୋମ୍‌ ଷ୍ଟେ’ ଗୁଡ଼ିକରେ ପର୍ଯ୍ୟଟକଙ୍କୁ ଉନ୍ନତମାନର ଆତିଥ୍ୟ ସହ ସ୍ବଚ୍ଛ ପରିବେଶ, ସୁରକ୍ଷା ବ୍ୟବସ୍ଥା ଆଦି ଯୋଗାଇଦେବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।
ଏୟାର ବିଏନ୍‌ବି, ଓୟୋ ଏବଂ ମେକ୍‌ ମାଇଁ ଟ୍ରିପ୍‌ ଭଳି ଅନ୍‌ଲାଇନ୍‌ ଟ୍ରାଭେଲ ଆଗ୍ରେଗେର୍ଟ୍‌ସ ସାଇଟ୍‌ଗୁଡ଼ିକରେ ଏହି ହୋମ୍‌ ଷ୍ଟେ’ଗୁଡ଼ିକୁ ଲିଙ୍କ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ହୋମ୍‌ ଷ୍ଟେ’ ବ୍ୟବସ୍ଥା ସ୍ଥାନୀୟ ଅଞ୍ଚଳରେ ଉଦ୍ୟୋଗ ଓ ଶିଳ୍ପକୁ ପ୍ରୋତ୍ସାହିତ କରିବ। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ହୋମ୍‌ ଷ୍ଟେ’ ୟୁନିଟ୍‌ ମାଲିକ ଏବଂ ସରକାରୀ ଅଧିକାରୀଙ୍କୁ ସ୍ବତନ୍ତ୍ରଭାବେ ପ୍ରଶିକ୍ଷଣ ଦେବାକୁ ପର୍ଯ୍ୟଟନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟଟକମାନେ ଯେପରି ଓଡ଼ିଶାର ପାରମ୍ପରିକ ଖାଦ୍ୟ, ଏଠାକାର କଳା, ସଂସ୍କୃତି ଏବଂ ସାମାଜିକ ଚଳଣି ଆଦିକୁ ଅନୁଭବ କରିପାରିବେ, ସେନେଇ ହୋମ୍‌ ଷ୍ଟେ’ ମାଲିକମାନଙ୍କୁ ପ୍ରଶିକ୍ଷଣ ଦିଆଯିବାକୁ କୁହାଯାଇଛି।
୨୦୨୧-୨୨ ଆର୍ଥିକବର୍ଷରୁ ୧୦ବର୍ଷ ପାଇଁ ହୋମ୍‌ ଷ୍ଟେ’ ଯୋଜନାର ପ୍ରଚାର ପ୍ରସାର କରିବାକୁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ହୀରକ ତ୍ରିଭୁଜ ତଥା ବୁଦ୍ଧିଷ୍ଟ ସର୍କିଟ(ରତ୍ନଗିରି-ଉଦୟଗିରି-ଲଳିତଗିରି), କୋରାପୁଟ ଜିଲାର ଓଙ୍କାଡେଲି, କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଜାତୀୟ ଉଦ୍ୟାନ, ଖୋଳା, ଗୁପ୍ତି, ଡାଙ୍ଗମାଳ, କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି, ବେଲଘର, ମୟୂରଭଞ୍ଜର ଶିମିଳିପାଳ, ଯଶିପୁର, ପିଠାବାଟ, ଅନୁଗୋଳ ଜିଲାର ଟିକରପଡ଼ା, ସାତକୋଶିଆ, ଖୋର୍ଦ୍ଧାର ମଙ୍ଗଳାଯୋଡ଼ି ଓ ଚିଲିକା ଏବଂ ବରଗଡ଼ ଜିଲାର ଢୋଡ୍ରୋକୁସୁମ ଓ ଜିରୋ ପିଣ୍ଟରେ ପ୍ରଥମ ପର୍ଯ୍ୟାୟରେ ହୋମ୍‌ ଷ୍ଟେ’ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ। ଏହି ଅଞ୍ଚଳରେ ଯେଉଁ ବ୍ୟକ୍ତିବିଶେଷ ହୋମ୍‌ ଷ୍ଟେ’ ନିମନ୍ତେ ଆଗ୍ରହ ଦେଖାଇବେ ସେମାନଙ୍କୁ ରାଜ୍ୟ ସରକାର ପ୍ରତିବର୍ଷ ଆର୍ଥିକ ସହାୟତା ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ ୮୦ଜଣ ହୋମ୍‌ ଷ୍ଟେ’ ମାଲିକଙ୍କୁ ଏହି ସୁବିଧା ମିଳିବ। ସେହିଭଳି ପ୍ରତି ହୋମ୍‌ ଷ୍ଟେ’ରେ ୧ରୁ ୬ଟି ରୁମ୍‌ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ରହିବ। ମାଲିକ ଏବଂ ତାଙ୍କ ପରିବାର ରହୁଥିବା ଘର ପରିସରରେ ହିଁ ଏହି ରୁମ୍‌ଗୁଡ଼ିକ ରହିବା ସହ ପର୍ଯ୍ୟଟକଙ୍କ ଆତିଥ୍ୟ ଚର୍ଚ୍ଚାରେ ମଧ୍ୟ ସେମାନେ ନିଜେ ସହଯୋଗ କରିବେ। ରୁମ୍‌ଗୁଡ଼ିକ ଲାଗି ଆବଶ୍ୟକ ସମସ୍ତ ଆସବାବପତ୍ର ଏବଂ ଭିତ୍ତିଭୂମି ସଜାଡ଼ିବାରେ ସରକାରଙ୍କ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ତ୍ରିପାଠୀ କହିଥିଲେ।
ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର କହିଲେ, ମଙ୍ଗଳାଯୋଡ଼ି ଓ ଡାଙ୍ଗମାଳରେ ଥିବା ହୋମ୍‌ ଷ୍ଟେ’ ପର୍ଯ୍ୟଟକଙ୍କ ଦ୍ୱାରା ବିଶେଷଭାବେ ଆଦୃତ ହୋଇଛି। ଏଭଳି ରହଣି ସୁବିଧା ଯଦି ଅନ୍ୟ ପର୍ଯ୍ୟଟନସ୍ଥଳୀରେ ମିଳେ, ତା’ହେଲେ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବାସହ ସ୍ଥାନୀୟ ଅଞ୍ଚଳର ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଆସିପାରିବ। ଏହାଦ୍ୱାରା ଅଞ୍ଚଳବାସୀଙ୍କୁ ରୋଜଗାରର ଦୀର୍ଘକାଳୀନ ପନ୍ଥା ମିଳିପାରିବ ବୋଲି ସେ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡ. ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ପିସିସିଏଫ୍‌(ଓ୍ବାଇଲ୍ଡଲାଇଫ୍‌) ହରିଶଙ୍କର ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?