ପିଆଜ ଦରବୃଦ୍ଧିରେ ଲଗାମ କଷିବେ ସରକାର

ଭୁବନେଶ୍ୱର,୨୬।୫(ଅନୁରାଧା ମହାରଣା)ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟର ପନିପରିବା ବଜାରରେ ପିଆଜ ଦର ବୃଦ୍ଧି ପାଉଛି। ବିଭନ୍ନ ରାଜ୍ୟରେ ପିଆଜ କିଲୋଗ୍ରାମ ପ୍ରତି ପ୍ରାୟ ୫୦ରୁ ୬୦ ଟଙ୍କାରେ ପହଞ୍ଚତ୍ଲାଣି। ଯଦିଓ ଅନେକ କ୍ଷେତ୍ରରେ ସ୍ଥାନୀୟ କାରଣରୁ ପିଆଜ ମୂଲ୍ୟ ବୃଦ୍ଧି ପାଉଛି ମାତ୍ର ସାଧାରଣ ଲୋକଙ୍କୁ ଏହି ଖର୍ଚ୍ଚ ବହନ କରିବା କଷ୍ଟକର ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ବର୍ଷାଋତୁରେ ପିଆଜ ଦର ଆକାଶଛୁଆଁ ହେବ ବୋଲି ଆଶଙ୍କା କରାଯାଉଛି। ସରକାରୀ ସୂଚନାନୁଯାୟୀ ମହାରାଷ୍ଟ୍ର, କର୍ନାଟକ ଏବଂ ଆନ୍ଧ୍ରପ୍ରଦେଶ ଭଳି ପ୍ରମୁଖ ଉତ୍ପାଦନକାରୀ ରାଜ୍ୟରେ ସ୍ବଳ୍ପ ଉତ୍ପାଦନ ରେକର୍ଡ କରାଯାଇଛି। ଏହି କାରଣରୁ ବିଶ୍ୱର ବୃହତ୍ତମ ପିଆଜ ରପ୍ତାନିକାରୀ ଭାରତର ଉତ୍ପାଦନ ୨୦୨୩-୨୪ ରେ ୧୬ ପ୍ରତିଶତ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏଥର ପିଆଜ ଉତ୍ପାଦନ ୨ କୋଟି ୫୪.୭ ଲକ୍ଷ ଟନ୍‌ ହେବ ବୋଲି ଆଶା କରାଯାଉଛି ଯାହାର ପରିମାଣ ପୂର୍ବ ଅପେକ୍ଷା କମ୍‌ ।
ତେବେ ପିଆଜ ଦରରେ ଲଗାମ ଲଗାଇବା ଦିଗରେ ସରକାରୀ ଅଧିକାରୀ ବଡ଼ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୧ ଲକ୍ଷ ଟନ୍‌ ବଫର ଷ୍ଟକ୍‌ ସୃଷ୍ଟି କରିବାକୁ ପିଆଜର ବିକିରଣ ପ୍ରକ୍ରିୟାକରଣକୁ ସରକାର ଯଥେଷ୍ଟ ବୃଦ୍ଧି କରିବାକୁ ଯୋଜନା କରୁଥିବା ସୂଚନା ରହିଛି। ଏହି ପଦକ୍ଷେପ ମାଧ୍ୟମରେ ସରକାର ପିଆଜର ଦର ବୃଦ୍ଧି ବନ୍ଦ କରିବାକୁ ଚାହୁଁଛନ୍ତି। ଖାଦ୍ୟ ସାମଗ୍ରୀ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ବୋଲି ବିବେଚନା କରାଯାଉଛି ଏବଂ ଏହାର ଅଭାବ ଏଡ଼ାଇବା ପାଇଁ ବ୍ୟବସ୍ଥା କରାଯାଉଥିବା ବିଭିନ୍ନ୍ନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖବର ସାମ୍‌ନାକୁ ଆସୁଛି । ଏନେଇ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ସଚିବ ନିଧି ଖରେ କହିଛନ୍ତି , ପିଆଜ ସଂରକ୍ଷଣ କିମ୍ବା ହୋର୍ଡିଂ ହେତୁ ତଥା ଯୋଗାଣରେ ସମସ୍ୟା ହେତୁ ମୂଲ୍ୟ ଅସ୍ଥିରତା ଦେଖାଯାଏ। ଏହାକୁ ରୋକିବା ପାଇଁ ସରକାର ପିଆଜର ସ୍ବଜୀବନ(ସେଲ୍‌ଫ ଲାଇଫ୍‌) ବଢ଼ାଇବା ପାଇଁ ବହୁ ପରିମାଣରେ ରେଡିଏଶନ୍‌ ଟେକ୍ନୋଲୋଜି ବ୍ୟବହାର କରିବାକୁ ଯୋଜନା କରୁଛନ୍ତି। ଏନେଇ ୫୦ଟି ବିକିରଣ କେନ୍ଦ୍ର ଚିହ୍ନଟ କରାଯାଉଛି। ଯଦି ଏହା ସଫଳ ହୁଏ, ତେବେ ଚଳିତ ବର୍ଷ ୧ ଲକ୍ଷ ଟନ ବିକିରଣ ପ୍ରକ୍ରିୟାକୃତ ପିଆଜ ଗଚ୍ଛିତ କରିବାରେ ସକ୍ଷମ ହେବେ ବୋଲି କେନ୍ଦ୍ର ଆଶା ରଖିଛି। ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ସରକାରୀ ଏଜେନ୍ସି ନାଫେଡ୍‌ ଏବଂ ଏନ୍‌ସିସିଏଫ୍‌କୁ ନୂଆ ରେଡିଏଶନ୍‌ ଫ୍ୟାସିଲିଟି ସନ୍ଧାନ କରିବାକୁ ପରାମର୍ଶ ଦେଇଛି। ବଫର ଷ୍ଟକ୍‌ ସୃଷ୍ଟି କରିବାକୁ ଏହି ଏଜେନ୍ସିକୁଡ଼ିକ ଚଳିତ ବର୍ଷ ୫ ଲକ୍ଷ ଟନ୍‌ ପିଆଜ କିଣୁଛନ୍ତି। ସୋନିପତ, ଠାଣେ, ନାସିକ ଏବଂ ମୁମ୍ବାଇ ଭଳି ପ୍ରମୁଖ ଉପଭୋକ୍ତା କେନ୍ଦ୍ରଗୁଡ଼ିକରେ ରେଡିଏଶନ ସେଣ୍ଟର ଉପଲବ୍ଧ କରାଇବା ପାଇଁ ଯୋଜନା ରହିଛି। ଖରେ ଏହା ମଧ୍ୟ କହିଛନ୍ତି, ବଫର ଷ୍ଟକ୍‌ଗୁଡିକର ଶୀଘ୍ର ପରିବହନକୁ ସୁଗମ କରିବା ପାଇଁ ପ୍ରମୁଖ ରେଳ ହବ୍‌ରେ ନିୟନ୍ତ୍ରିତ ପରିବେଶ ସଂରକ୍ଷଣ ସୁବିଧା ସ୍ଥାପନ କରିବାକୁ ମନ୍ତ୍ରଣାଳୟ ବିଚାର କରୁଛି। ଗତ ବର୍ଷ ମହାରାଷ୍ଟ୍ରର ଉତ୍ପାଦନ କ୍ଷେତ୍ର ନିକଟରେ ୧୨୦୦ ଟନ୍‌ ଅଳ୍ପ ପରିମାଣରେ ପିଆଜର ବିକିରଣ ପ୍ରକ୍ରିୟାକରଣ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ବିଆଇ ଲାଇଫର ଡିଜିଟାଲ ଅଭିଯାନ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ‘ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ’ର ବହୁ ପ୍ରତୀକ୍ଷିତ ଡିଜିଟାଲ ଅଭିଯାନ ‘ପାପା ହୈ ନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା...

ଆଜିଠାରୁ ରାଉରକେଲା ବଜାରରେ ଅମୂଲ ସମ୍ଭାର

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାର୍କେଟିିଂ ଫେଡେରେଶନ୍‌ ଲିମିଟେଡ (ଜିସିଏମ୍‌ଏମ୍‌ଏଫ ଲିମିଟେଡ)ର ଅଗ୍ରଣୀ ବ୍ରାଣ୍ଡ୍‌ ‘ଅମୂଲ’ର ନୂତନ ଉତ୍ପାଦ...

ନ୍ୟୁ ରାଜସ୍ଥାନ କଟନ୍‌ଫାବ-୨୦୨୪ ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହରିୟାଣାର କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡିଆଠାରେ...

ଓପୋର ନୂତନ ଉତ୍ପାଦ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ତଥା ଓପୋ ଇଣ୍ଡିଆର ନୂତନ ଉତ୍ପାଦ ‘ଏଫ୨୭ ପ୍ରୋ+୫ଜି’ର ସର୍ବଭାରତୀୟ ଉନ୍ମୋଚନ (ଶୁଭାରମ୍ଭ) ନିକଟରେ ହୋଇଯାଇଛି। ଏ ସମ୍ପର୍କରେ...

ସିନେମା-ଟିକେଟ୍‌ ବ୍ୟବସାୟ ଜୋମାଟୋକୁ ବିକ୍ରି କରିବାକୁ ଯୋଜନା କରୁଛି ପେଟିଏମ୍‌: ରିପୋର୍ଟ

ମୁମ୍ବାଇ,୧୬ା୬: ପେଟିଏମ୍‌ ଏହାର ସିନେମା-ଟିକେଟ୍‌ ବ୍ୟବସାୟ ଅନଲାଇନ ଡେଲିଭରି ସଂସ୍ଥା ଜୋମାଟୋକୁ ବିକ୍ରୀ କରିବାକୁ ଆଲୋଚନା କରୁଥିବା ଜଣାପଡିଛି। ବିକ୍ରି ହ୍ରାସ ପାଇଥିବାରୁ କମ୍ପାନୀ ଏକ...

ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସରେ ଭାରତୀୟ ରେଳପଥ

ଭୁବନେଶ୍ୱର, ୧୬।୬ (ଅନୁରାଧା ମହାରଣା): ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳପଥ ଲିମ୍‌କା ବୁକ୍‌...

ବଜାରରେ ଅମୂଲର ନୂତନ ଉତ୍ପାଦ ସମ୍ଭାର

ଭୁବନେଶ୍ୱର,୧୬।୬ (ଅଭୟ ଦାଶ): ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାେକେଟିିଂ ଫେଡେରେଶନ ଲିମିଟେଡ୍‌ (ଜିସିଏମ୍‌ଏମ୍‌ଏଫ୍‌ ଲିମିଟେଡ୍‌) ର ଅଗ୍ରଣୀ ବ୍ରାଣ୍ଡ...

ବାପାଙ୍କ ପାଇଁ ୩୫% ପିଲା କରିଛନ୍ତି ସ୍ବାସ୍ଥ୍ୟବୀମା

ଭୁବନେଶ୍ୱର,୧୬।୬(ଅନୁରାଧା ମହାରଣା): ବାପାମାନେ ପରିବାରର ମୂଳଦୁଆ ହୋଇଥିବାବେଳେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନେ ଯଥା ସମ୍ଭବ ପ୍ରଚେଷ୍ଟା କରିଥା’ନ୍ତି। ପିଲାମାନେ ବର୍ତ୍ତମାନ ବାପାଙ୍କ ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri