୩୮.୨୩୮ କୋଟିର ନୂଆ ପ୍ରିମିୟମ

ଭୁବନେଶ୍ୱର,୨୬।୫ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏସ୍‌ବିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ୨୦୨୩-୨୪ ଆର୍ଥିକ ବର୍ଷରେ ୨୯% ବୃଦ୍ଧି ସହ ୩୮,୨୩୮କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ ପଞ୍ଜୀକରଣ କରିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ପ୍ରିମିୟମ ୨୯,୫୮୯କୋଟି ଟଙ୍କା ଥିଲା। ତେବେ ଏସ୍‌ବିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ସିଙ୍ଗଲ ପ୍ରିମିୟମ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୪୪% ବୃଦ୍ଧି ପାଇଛି। ଏସ୍‌ବିଆଇ ଲାଇଫ୍‌ର ସୁରକ୍ଷା ନୂତନ ବ୍ୟବସାୟ ପ୍ରିମିୟମ ୨୦୨୩-୨୪ ଆର୍ଥିକ ବର୍ଷରେ ୧୫% ବୃଦ୍ଧି ହୋଇ ୪୧୬୫ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ସୁରକ୍ଷା ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ ଏହି ଅବଧିରେ ୯୫୧ କୋଟି ଟଙ୍କା ରହିଥିବା ବେଳେ ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ ୧୪% ବୃଦ୍ଧି ହୋଇ ୨୩,୮୩୨ କୋଟି ଟଙ୍କା ରହିଛି। ଏସ୍‌ବିଆଇ ଲାଇଫ୍‌ର ଟିକସ ପରବର୍ତ୍ତୀ ଲାଭ ୨୦୨୩-୨୪ରେ ୧୮୯୪ କୋଟି ଟଙ୍କା ରହିଥିବା ବେଳେ କମ୍ପାନୀର ସଲ୍‌ଭେନ୍ସି ଅନୁପାତ ୧.୯୬ ରହିଛି, ଯାହା ୧.୫୦ର ନିୟାମକ ଆବଶ୍ୟକତା ବିରୋଧରେ କମ୍ପାନୀର ଦୃଢ ସ୍ଥିତିକୁ ପ୍ରତିଫଳନ କରୁଛି। ଏସ୍‌ବିଆଇ ଲାଇଫ୍‌ର ଏୟୁଏମ୍‌ ଏହି ଆର୍ଥିକ ବର୍ଷରେ ୨୭% ବୃଦ୍ଧି ସହ ୩୮୮,୯୨୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଯାହା ୨୦୨୨-୨୩ ଆର୍ଥିକ ବର୍ଷରେ ୩୦୭,୩୩୯ କୋଟି ଟଙ୍କା ଥିଲା। କମ୍ପାନୀର ୩୧୬,୦୩୮ ଜଣ ପ୍ରଶିକ୍ଷିତ ଇନ୍‌ସ୍ୟୁରାନ୍ସ ପ୍ରଫେସ୍‌ନାଲଙ୍କର ଏକ ବିବିଧ ବିତରଣ ନେଟ୍‌ୱର୍କ ଏବଂ ଦେଶବ୍ୟାପୀ ୧୦୪୦ କାର୍ଯ୍ୟାଳୟ ସହ ବିସ୍ତୃତ ଉପସ୍ଥିତି ରହିଛି ା କମ୍ପାନୀ ବ୍ୟାଙ୍କ ଆସ୍ୟୁରାନ୍ସର ମଜଭୁତ ଚ୍ୟାନେଲ, ଏଜେନ୍ସି ଚ୍ୟାନେଲ ଏବଂ କର୍ପୋରେଟ୍‌ ଏଜେଣ୍ଟ, ବ୍ରୋକର, ପଏଣ୍ଟ ଅଫ୍‌ ସେଲ୍‌ ପର୍ସନ୍‌ସ (ପିଓଏସ୍‌), ଇନ୍ସୁରାନ୍ସ ମାର୍କେଟିଂ ଫାର୍ମ, ୱେବ୍‌ ଆଗ୍ରିଗେଟର ଓ ପ୍ରତ୍ୟକ୍ଷ ବ୍ୟବସାୟର ସ୍ବତନ୍ତ୍ର ଉପଯୋଗ ମାଧ୍ୟମରେ ଉତ୍ତମ ସମାଧାନ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ବିଆଇ ଲାଇଫର ଡିଜିଟାଲ ଅଭିଯାନ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ‘ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ’ର ବହୁ ପ୍ରତୀକ୍ଷିତ ଡିଜିଟାଲ ଅଭିଯାନ ‘ପାପା ହୈ ନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା...

ଆଜିଠାରୁ ରାଉରକେଲା ବଜାରରେ ଅମୂଲ ସମ୍ଭାର

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାର୍କେଟିିଂ ଫେଡେରେଶନ୍‌ ଲିମିଟେଡ (ଜିସିଏମ୍‌ଏମ୍‌ଏଫ ଲିମିଟେଡ)ର ଅଗ୍ରଣୀ ବ୍ରାଣ୍ଡ୍‌ ‘ଅମୂଲ’ର ନୂତନ ଉତ୍ପାଦ...

ନ୍ୟୁ ରାଜସ୍ଥାନ କଟନ୍‌ଫାବ-୨୦୨୪ ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହରିୟାଣାର କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡିଆଠାରେ...

ଓପୋର ନୂତନ ଉତ୍ପାଦ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ତଥା ଓପୋ ଇଣ୍ଡିଆର ନୂତନ ଉତ୍ପାଦ ‘ଏଫ୨୭ ପ୍ରୋ+୫ଜି’ର ସର୍ବଭାରତୀୟ ଉନ୍ମୋଚନ (ଶୁଭାରମ୍ଭ) ନିକଟରେ ହୋଇଯାଇଛି। ଏ ସମ୍ପର୍କରେ...

ସିନେମା-ଟିକେଟ୍‌ ବ୍ୟବସାୟ ଜୋମାଟୋକୁ ବିକ୍ରି କରିବାକୁ ଯୋଜନା କରୁଛି ପେଟିଏମ୍‌: ରିପୋର୍ଟ

ମୁମ୍ବାଇ,୧୬ା୬: ପେଟିଏମ୍‌ ଏହାର ସିନେମା-ଟିକେଟ୍‌ ବ୍ୟବସାୟ ଅନଲାଇନ ଡେଲିଭରି ସଂସ୍ଥା ଜୋମାଟୋକୁ ବିକ୍ରୀ କରିବାକୁ ଆଲୋଚନା କରୁଥିବା ଜଣାପଡିଛି। ବିକ୍ରି ହ୍ରାସ ପାଇଥିବାରୁ କମ୍ପାନୀ ଏକ...

ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସରେ ଭାରତୀୟ ରେଳପଥ

ଭୁବନେଶ୍ୱର, ୧୬।୬ (ଅନୁରାଧା ମହାରଣା): ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳପଥ ଲିମ୍‌କା ବୁକ୍‌...

ବଜାରରେ ଅମୂଲର ନୂତନ ଉତ୍ପାଦ ସମ୍ଭାର

ଭୁବନେଶ୍ୱର,୧୬।୬ (ଅଭୟ ଦାଶ): ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାେକେଟିିଂ ଫେଡେରେଶନ ଲିମିଟେଡ୍‌ (ଜିସିଏମ୍‌ଏମ୍‌ଏଫ୍‌ ଲିମିଟେଡ୍‌) ର ଅଗ୍ରଣୀ ବ୍ରାଣ୍ଡ...

ବାପାଙ୍କ ପାଇଁ ୩୫% ପିଲା କରିଛନ୍ତି ସ୍ବାସ୍ଥ୍ୟବୀମା

ଭୁବନେଶ୍ୱର,୧୬।୬(ଅନୁରାଧା ମହାରଣା): ବାପାମାନେ ପରିବାରର ମୂଳଦୁଆ ହୋଇଥିବାବେଳେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନେ ଯଥା ସମ୍ଭବ ପ୍ରଚେଷ୍ଟା କରିଥା’ନ୍ତି। ପିଲାମାନେ ବର୍ତ୍ତମାନ ବାପାଙ୍କ ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri