ଯାନ ନିର୍ମାତାଙ୍କୁ ସରକାରଙ୍କ ତାଗିଦ

ନୂଆଦିଲ୍ଲୀ: ଘରୋଇ ବଜାରରେ ଅଟୋମୋବାଇଲ କମ୍ପାନୀଗୁଡିକ ସୁରକ୍ଷା ମାନକ(ସେଫ୍ଟି ଷ୍ଟାଣ୍ଡାର୍ଡ) ପ୍ରଦାନରେ ଅବହେଳା କରୁଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ସରକାର ମଙ୍ଗଳବାର ଚିନ୍ତା ପ୍ରକଟ କରିଛନ୍ତି। ଏଭଳି କାମକୁ ସରକାର ଉତ୍ସାହିତ କରିବେ ନାହିଁ। ଅଟୋମୋବାଇଲ କମ୍ପାନୀଗୁଡିକ ଜାଣିଶୁଣି ଏଭଳି କରୁଥିବାରୁ ଏହାକୁ ବନ୍ଦ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଅଟୋ ଶିଳ୍ପ ସଂଘ ସିଆମର ଏକ କାର୍ଯ୍ୟକ୍ରମରେ ସଡ଼କ ପରିବହନ ଏବଂ ରାଜପଥ ସଚିବ ଗିରିଧର ଅରମାନେ କହିଛନ୍ତି, ମାତ୍ର କିଛି ଯାନ ନିର୍ମାତା ଭେହିକିଲ ସେଫ୍ଟି ରେଟିଂ ସିଷ୍ଟମ ବ୍ୟବହାର କରୁଛନ୍ତି। କେବଳ ହାଇଏଣ୍ଡ ମଡେଲଗୁଡିକରେ ଏହା ବ୍ୟବହାର କରାଯାଉଛି। ଦେଶ ମଧ୍ୟରେ ନିରାପତ୍ତା ମାନକକୁ ଜାଣିଶୁଣି ଅଟୋମୋବାଇଲ ନିର୍ମାତା ଉଲ୍ଲଂଘନ କରୁଥିବାରୁ ଏହାକୁ ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହା ବନ୍ଦ ହେବାର ଆବଶ୍ୟକତା ରହିଥିବା ସେ ମତ ପ୍ରକାଶ କରିଛନ୍ତି।
ସେ ପୁଣି କହିଛନ୍ତି, ଯାନ ନିର୍ମାତାମାନେ ସଡ଼କ ନିରାପତ୍ତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସୁରକ୍ଷା ମାନକ ଢିଲା କରି ବିକ୍ରି ବଢାଇବାକୁ ଚାହୁଁଥିବା ଯାନ ନିର୍ମାତାଙ୍କୁ କ୍ଷମା ଦିଆଯିବ ନାହିଁ। ସବୁ ଯାନ ନିର୍ମାତା ସେମାନଙ୍କ ଯାନରେ ନିରାପତ୍ତା ରେଟିଂକୁ ବ୍ୟବହାର କରିବା ଉଚିତ। ଗ୍ରାହକ କ’ଣ କିଣୁଛନ୍ତି ଏବଂ ଏହାଦ୍ୱାରା କ’ଣ ଲାଭ ମିଳିବ ତାହା ମଧ୍ୟ ସେମାନଙ୍କୁ ଜଣାଇବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। ଏକ ରିପୋର୍ଟ ମୁତାବକ, କମ୍ପାନୀଗୁଡିକ ସମାନ ମଡେଲରେ ରପ୍ତାନି ହେଉଥିବା ଯାନ ତୁଳନାରେ ଭାରତରେ ବିକ୍ରି ହେଉଥିବା ଯାନ କ୍ଷେତ୍ରରେ ମଧ୍ୟ ତାରତମ୍ୟ ରଖୁଛନ୍ତି।
ଦୁର୍ଘଟଣା କମ୍‌ ହେଲେ ଯାଉଛି ଅଧିକ ଲୋକଙ୍କ ଜୀବନ
୨୦୧୮ରେ ଆମେରିକାରେ ୪୫ ଲକ୍ଷ ସଡ଼କ ଦୁର୍ଘଟଣାରେ ୩୬,୫୬୦ ଜଣ ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ିଥିଲେ। ଏହି ସମୟରେ ଭାରତରେ ୪.୫ ଲକ୍ଷ ସଡ଼କ ଦୁର୍ଘଟଣାରେ ୧.୫ ଲକ୍ଷ ଲୋକଙ୍କ ଜୀବନ ଚାଲିଯାଇଛି। ଭାରତରେ ଦୁର୍ଘଟଣା ସଂଖ୍ୟା ପ୍ରାୟ ଆମେରିକା ତୁଳନାରେ ୧୦ ଗୁଣରୁ କମ୍‌ ରହିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ୫ ଗୁଣ ଅଧିକ ରହିଛି। କାର୍‌ର ଗତି ଏବଂ ରୋଡ୍‌ ଏତେ ଦ୍ରୁତ ହୋଇ ନ ଥିଲେ ମଧ୍ୟ ଅଧିକ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହାକୁ ଦେଖିଲେ ଭାରତରେ ସୁରକ୍ଷା ସିଷ୍ଟମ ଦୃଢ କଲେ ଏହାର ଲାଭ ଗ୍ରାହକ ପାଇବେ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri