ନୂଆଦିଲ୍ଲୀ: ଜାନୁୟାରୀ ମାସରେ ଯାନ ପଞ୍ଜୀକରଣ ୯.୬୬% ହ୍ରାସ ହୋଇଛି। ଡିସେମ୍ବରରେ ଏଥିରେ ଉନ୍ନତି ଆସିଥିଲା। ଟ୍ରାକ୍ଟରକୁ ଛାଡିଦେଲେ ଅନ୍ୟ ସବୁ ବର୍ଗରେ ଯାନ ବିକ୍ରି ନକାରାତ୍ମକ ରହିଛି। ୨ ଚକିଆ, ୩ ଚକିଆ, ବାଣିଜି୍ୟକ ଯାନ ଏବଂ ପାସେଞ୍ଜର ଯାନ ବିକ୍ରି ଯଥାକ୍ରମେ ୮.୭୮%, ୫୧.୩୧%, ୨୫% ଏବଂ ୪.୪୬% ନିମ୍ନରେ ରହିଛି। ଟ୍ରାକ୍ଟର ବିକ୍ରି ଧାରା ଅବ୍ୟାହତ ରହିଛି। ଜାନୁୟାରୀରେ ଏଥିରେ ୧୧.୧୪% ବୃଦ୍ଧି ହୋଇଛି। ଚାହିଦା ହ୍ରାସ, ସେମି କଣ୍ଡକ୍ଟର ଅଭାବ, ମୂଲ୍ୟ ବୃଦ୍ଧି ଏବଂ ପାର୍ବଣ ସମୟ ନ ଥିବାରୁ ଏହା ଯାନ ବିକ୍ରି ଉପରେ ପ୍ରଭାବ ପକାଇଛି ବୋଲି ଫେଡେରେଶନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ୍ସ (ଫାଡା) ପକ୍ଷରୁ ସୂଚନା ରହିଛି।
ସଂଘ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର ବଜେଟରେ ଘୋଷଣା କରିଥିବା ସ୍କ୍ରାପେଜ ନୀତି ଅଟୋମୋବାଇଲ ଶିଳ୍ପର ଉନ୍ନତୀକରଣ ଦିଗରେ ସହାୟକ ହେବ। ଭିତ୍ତିଭୂମି ପ୍ରକଳ୍ପ ଯଥା- ସଡ଼କ ଏବଂ ପରିବହନ ବ୍ୟବସ୍ଥାରେ ଖର୍ଚ୍ଚ ଯୋଗୁ ବାଣିଜି୍ୟକ ଯାନ ବିକ୍ରି ଆଗାମୀ ଦିନରେ ବେଶ୍ ଉନ୍ନତ ରହିବ ବୋଲି ସଂଘ ପକ୍ଷରୁ ଆଶା କରାଯାଉଛି। ଫାଡାର ସଭାପତି ଭିଙ୍କେଶ ଗୁଲାଟି କହିଛନ୍ତି, ୨ ଚକିଆ ଯାନ ମୂଲ୍ୟ ବଢିବା ଯୋଗୁ ନିମ୍ନ ଏବଂ ମଧ୍ୟବିତ୍ତ ପରିବାରଗୁଡିକୁ ପ୍ରଭାବିତ କରିବ। ବିଏସ୍-୬ ଏବଂ ଅନ୍ୟ କାରଣ ଯୋଗୁ ବାଣିଜି୍ୟକ ଯାନ ପଞ୍ଜୀକରଣ ନିମ୍ନରେ ରହିଥିବା ଗୁଲାଟି ମତ ରଖିଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

