ନୂଆଦିଲ୍ଲୀ: ଜାନୁୟାରୀ ମାସରେ ଯାନ ପଞ୍ଜୀକରଣ ୯.୬୬% ହ୍ରାସ ହୋଇଛି। ଡିସେମ୍ବରରେ ଏଥିରେ ଉନ୍ନତି ଆସିଥିଲା। ଟ୍ରାକ୍ଟରକୁ ଛାଡିଦେଲେ ଅନ୍ୟ ସବୁ ବର୍ଗରେ ଯାନ ବିକ୍ରି ନକାରାତ୍ମକ ରହିଛି। ୨ ଚକିଆ, ୩ ଚକିଆ, ବାଣିଜି୍ୟକ ଯାନ ଏବଂ ପାସେଞ୍ଜର ଯାନ ବିକ୍ରି ଯଥାକ୍ରମେ ୮.୭୮%, ୫୧.୩୧%, ୨୫% ଏବଂ ୪.୪୬% ନିମ୍ନରେ ରହିଛି। ଟ୍ରାକ୍ଟର ବିକ୍ରି ଧାରା ଅବ୍ୟାହତ ରହିଛି। ଜାନୁୟାରୀରେ ଏଥିରେ ୧୧.୧୪% ବୃଦ୍ଧି ହୋଇଛି। ଚାହିଦା ହ୍ରାସ, ସେମି କଣ୍ଡକ୍ଟର ଅଭାବ, ମୂଲ୍ୟ ବୃଦ୍ଧି ଏବଂ ପାର୍ବଣ ସମୟ ନ ଥିବାରୁ ଏହା ଯାନ ବିକ୍ରି ଉପରେ ପ୍ରଭାବ ପକାଇଛି ବୋଲି ଫେଡେରେଶନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ୍ସ (ଫାଡା) ପକ୍ଷରୁ ସୂଚନା ରହିଛି।
ସଂଘ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର ବଜେଟରେ ଘୋଷଣା କରିଥିବା ସ୍କ୍ରାପେଜ ନୀତି ଅଟୋମୋବାଇଲ ଶିଳ୍ପର ଉନ୍ନତୀକରଣ ଦିଗରେ ସହାୟକ ହେବ। ଭିତ୍ତିଭୂମି ପ୍ରକଳ୍ପ ଯଥା- ସଡ଼କ ଏବଂ ପରିବହନ ବ୍ୟବସ୍ଥାରେ ଖର୍ଚ୍ଚ ଯୋଗୁ ବାଣିଜି୍ୟକ ଯାନ ବିକ୍ରି ଆଗାମୀ ଦିନରେ ବେଶ୍ ଉନ୍ନତ ରହିବ ବୋଲି ସଂଘ ପକ୍ଷରୁ ଆଶା କରାଯାଉଛି। ଫାଡାର ସଭାପତି ଭିଙ୍କେଶ ଗୁଲାଟି କହିଛନ୍ତି, ୨ ଚକିଆ ଯାନ ମୂଲ୍ୟ ବଢିବା ଯୋଗୁ ନିମ୍ନ ଏବଂ ମଧ୍ୟବିତ୍ତ ପରିବାରଗୁଡିକୁ ପ୍ରଭାବିତ କରିବ। ବିଏସ୍-୬ ଏବଂ ଅନ୍ୟ କାରଣ ଯୋଗୁ ବାଣିଜି୍ୟକ ଯାନ ପଞ୍ଜୀକରଣ ନିମ୍ନରେ ରହିଥିବା ଗୁଲାଟି ମତ ରଖିଛନ୍ତି।

ସାନିଟାଇଜର ପ୍ରସ୍ତୁତି ଲାଗି ଅଧିକ କମ୍ପାନୀଙ୍କୁ ଅନୁମତି
ନୂଆଦିଲ୍ଲୀ,୨୭। ୩: କରୋନା ପାଇଁ ଏବେ ସାରା ଦେଶରେ ସାନିଟାଇଜର ଚାହିଦା ପ୍ରବଳମାତ୍ରାରେ ବୃଦ୍ଧି ଘଟିଛି। ଏବେ ଲକ୍ଡାଉନ ଚାଲିଥିବା ବେଳେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ...

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍ଟି
ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା...
ଖଣିଜ କ୍ଷେତ୍ରରେ ନିବେଶ ଆକୃଷ୍ଟ ଲକ୍ଷ୍ୟ
ନୂଆଦିଲ୍ଲୀ,୧୭।୫-ଦେଶର ଖଣିଜ ଉତ୍ତୋଳନ କ୍ଷେତ୍ରରେ ଏଫ୍ଡିଆଇ ଆକୃଷ୍ଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି କ୍ଷେତ୍ରରେ ଅଭିବୃଦ୍ଧି ଏବଂ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ଲାଗି ଷ୍ଟେଟ...

ଜିଏସ୍ଟିକୁ ୨ ବର୍ଷ;ଉପଲବ୍ଧି ଅନେକ, ବଦଳିନି ଆହ୍ବାନ
ନୂଆଦିଲ୍ଲୀ,୨-୭: ଦୁଇବର୍ଷ ପୂର୍ବେ ଆଜିର ଦିନରେ ଦେଶରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ଲାଗୁ ହୋଇଥିଲା। ପରୋକ୍ଷ ଟିକସ କ୍ଷେତ୍ରରେ ଏକାଧିକ ନିୟମକୁ ପ୍ରତ୍ୟାହାର କରାଯାଇ...

ନିମ୍ନ ସ୍ତରରେ ବିଜ୍ନେସ୍ ସେଣ୍ଟିମେଣ୍ଟ
କରୋନା ଯୋଗୁ ଦେଶର ମାନୁଫାକଚରିଂ କ୍ଷେତ୍ର କାର୍ଯ୍ୟକଳାପ ମାର୍ଚ୍ଚ ମାସରେ ହ୍ରାସ ଘଟିଛି। ଏହା ୪ ମାସର ସର୍ବନିମ୍ନ ସ୍ତର। କରୋନା ଏବଂ ଅନ୍ତର୍ଜାତୀୟ ବଜାରର...

କରୋନା କବଳରେ ରାଜ୍ୟର ବ୍ୟାଙ୍କ କର୍ମଚାରୀ: ୩୦୬୬ ସଂକ୍ରମିତ, ୧୪ ଜଣଙ୍କ ଜୀବନ ଗଲାଣି
ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ମହାମାରୀ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ୩୭ରୁ ଊର୍ଦ୍ଧ୍ୱ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀ ଜୀବନକୁ ବିପଦରେ...

ବନ୍ୟା, ଭୂମିକମ୍ପ ପାଇଁ ଅଲଗା ହେବ ଗାଡ଼ି ବୀମା ପଲିସି
ନୂଆଦିଲ୍ଲୀ,୨୪।୬: ସାଧାରଣ ବୀମା କମ୍ପାନୀ ଭୂମିକମ୍ପ, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ, ଭଙ୍ଗାରୁଜା ଏବଂ ଦଙ୍ଗା ଭଳି ଘଟଣା ଲାଗି ଏଣିକି ଗାଡ଼ି ଲାଗି ସ୍ବତନ୍ତ୍ର ବାର୍ଷିକ...

ଦ୍ୱୈତ ଭୋଟିଂ ବ୍ୟବସ୍ଥାରେ ନିଯୁକ୍ତ ହେବେ ସ୍ବାଧୀନ ନିର୍ଦ୍ଦେଶକ
ନୂଆଦିଲ୍ଲୀ,୨୯-୭: ଦେଶରେ କର୍ପୋରେଟ ଦୁର୍ନୀତି କ୍ରମାଗତ ବଢ଼ିଚାଲିଛି। ସେମାନେ ପାଣ୍ଠିର ଦୁରୁପଯୋଗ କରୁଥିବାର ବହୁ ଘଟଣାର ପର୍ଦ୍ଦାଫାଶ ହେବାରେ ଲାଗିଛି। ଇନ୍ଫ୍ରାଷ୍ଟ୍ରକ୍ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ...