ଯାନ ନିର୍ମାତାଙ୍କୁ ସରକାରଙ୍କ ତାଗିଦ

ନୂଆଦିଲ୍ଲୀ: ଘରୋଇ ବଜାରରେ ଅଟୋମୋବାଇଲ କମ୍ପାନୀଗୁଡିକ ସୁରକ୍ଷା ମାନକ(ସେଫ୍ଟି ଷ୍ଟାଣ୍ଡାର୍ଡ) ପ୍ରଦାନରେ ଅବହେଳା କରୁଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ସରକାର ମଙ୍ଗଳବାର ଚିନ୍ତା ପ୍ରକଟ କରିଛନ୍ତି। ଏଭଳି କାମକୁ ସରକାର ଉତ୍ସାହିତ କରିବେ ନାହିଁ। ଅଟୋମୋବାଇଲ କମ୍ପାନୀଗୁଡିକ ଜାଣିଶୁଣି ଏଭଳି କରୁଥିବାରୁ ଏହାକୁ ବନ୍ଦ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଅଟୋ ଶିଳ୍ପ ସଂଘ ସିଆମର ଏକ କାର୍ଯ୍ୟକ୍ରମରେ ସଡ଼କ ପରିବହନ ଏବଂ ରାଜପଥ ସଚିବ ଗିରିଧର ଅରମାନେ କହିଛନ୍ତି, ମାତ୍ର କିଛି ଯାନ ନିର୍ମାତା ଭେହିକିଲ ସେଫ୍ଟି ରେଟିଂ ସିଷ୍ଟମ ବ୍ୟବହାର କରୁଛନ୍ତି। କେବଳ ହାଇଏଣ୍ଡ ମଡେଲଗୁଡିକରେ ଏହା ବ୍ୟବହାର କରାଯାଉଛି। ଦେଶ ମଧ୍ୟରେ ନିରାପତ୍ତା ମାନକକୁ ଜାଣିଶୁଣି ଅଟୋମୋବାଇଲ ନିର୍ମାତା ଉଲ୍ଲଂଘନ କରୁଥିବାରୁ ଏହାକୁ ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହା ବନ୍ଦ ହେବାର ଆବଶ୍ୟକତା ରହିଥିବା ସେ ମତ ପ୍ରକାଶ କରିଛନ୍ତି।
ସେ ପୁଣି କହିଛନ୍ତି, ଯାନ ନିର୍ମାତାମାନେ ସଡ଼କ ନିରାପତ୍ତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସୁରକ୍ଷା ମାନକ ଢିଲା କରି ବିକ୍ରି ବଢାଇବାକୁ ଚାହୁଁଥିବା ଯାନ ନିର୍ମାତାଙ୍କୁ କ୍ଷମା ଦିଆଯିବ ନାହିଁ। ସବୁ ଯାନ ନିର୍ମାତା ସେମାନଙ୍କ ଯାନରେ ନିରାପତ୍ତା ରେଟିଂକୁ ବ୍ୟବହାର କରିବା ଉଚିତ। ଗ୍ରାହକ କ’ଣ କିଣୁଛନ୍ତି ଏବଂ ଏହାଦ୍ୱାରା କ’ଣ ଲାଭ ମିଳିବ ତାହା ମଧ୍ୟ ସେମାନଙ୍କୁ ଜଣାଇବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। ଏକ ରିପୋର୍ଟ ମୁତାବକ, କମ୍ପାନୀଗୁଡିକ ସମାନ ମଡେଲରେ ରପ୍ତାନି ହେଉଥିବା ଯାନ ତୁଳନାରେ ଭାରତରେ ବିକ୍ରି ହେଉଥିବା ଯାନ କ୍ଷେତ୍ରରେ ମଧ୍ୟ ତାରତମ୍ୟ ରଖୁଛନ୍ତି।
ଦୁର୍ଘଟଣା କମ୍‌ ହେଲେ ଯାଉଛି ଅଧିକ ଲୋକଙ୍କ ଜୀବନ
୨୦୧୮ରେ ଆମେରିକାରେ ୪୫ ଲକ୍ଷ ସଡ଼କ ଦୁର୍ଘଟଣାରେ ୩୬,୫୬୦ ଜଣ ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ିଥିଲେ। ଏହି ସମୟରେ ଭାରତରେ ୪.୫ ଲକ୍ଷ ସଡ଼କ ଦୁର୍ଘଟଣାରେ ୧.୫ ଲକ୍ଷ ଲୋକଙ୍କ ଜୀବନ ଚାଲିଯାଇଛି। ଭାରତରେ ଦୁର୍ଘଟଣା ସଂଖ୍ୟା ପ୍ରାୟ ଆମେରିକା ତୁଳନାରେ ୧୦ ଗୁଣରୁ କମ୍‌ ରହିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ୫ ଗୁଣ ଅଧିକ ରହିଛି। କାର୍‌ର ଗତି ଏବଂ ରୋଡ୍‌ ଏତେ ଦ୍ରୁତ ହୋଇ ନ ଥିଲେ ମଧ୍ୟ ଅଧିକ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହାକୁ ଦେଖିଲେ ଭାରତରେ ସୁରକ୍ଷା ସିଷ୍ଟମ ଦୃଢ କଲେ ଏହାର ଲାଭ ଗ୍ରାହକ ପାଇବେ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri