ଝିଅ ବାହାଘର ପାଇଁ ଥିବା ସୁନା ଅଳଙ୍କାର, ନଗଦ ୫ ଲକ୍ଷ ନେଇଗଲେ ଦୁର୍ବୃତ୍ତ

ପଦ୍ମପୁର,୨୦।୧୧(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଦେଉଳି ଗାଁର ମଧୁସୂଦନ ଧଳଙ୍କ ଘରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହେଇଛି। ଏ ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହେଇଛି। ଝିଅର ବାହାଘର ଲାଗି ମଧୁସୂଦନଙ୍କ ସ୍ତ୍ରୀ ଜୋସ୍ନାରାଣୀ ସମସ୍ତ ସୁନା ଗହଣା ଓ ନଗଦ ୫ଲକ୍ଷ ଟଙ୍କା ଏକ ବାକ୍ସ ଭିତରେ ରଖିଥିଲେ। ହେଲେ ଗତକାଲି ରାତିରେ ଦୁବୃର୍ତ୍ତ ବାକ୍ସ ଭିତରେ ଥିବା ସମସ୍ତ ଅଳଙ୍କାର ସହିତ ନଗଦ ୫ଲକ୍ଷ ଟଙ୍କା ଚୋରିକରି ନେଇଛନ୍ତି। ମାତ୍ର ଏ ନେଇ ପରିବାର ଲୋକେ କେହି ଜାଣିପାରି ନ ଥିଲେ। ରାତି ୩ଟାରେ ବାହାରକୁ ଯିବା ପାଇଁ ଉଠିବା ପରେ ବାକ୍ସ ଖୋଲା ଥିବା ଦେଖି ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ । ଖବର ପାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପତ୍ର ବିନିମୟ ପାଠ୍ୟକ୍ରମ ଫି’ କମିଲା

କଟକ ଅଫିସ,୧୨।୧୦: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପତ୍ର ବିନିମୟ ପାଠ୍ୟକ୍ରମର ଛାତ୍ରୀଛାତ୍ରଙ୍କ ନାମଲେଖା ଏବଂ ପରୀକ୍ଷା ଫି’ ହ୍ରାସ କରାଯାଇଛି। ୨୦୨୧-୨୨...

ଚିତ୍ରକଳାରେ ସଚେତନତା ବାର୍ତ୍ତା

ବାରିପଦା ଅଫିସ, ୧୦।୯-ଚିତ୍ରକଳାରେ ନିଜର ପାରଦର୍ଶିତା ଦେଖାଇ ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି ବାରିପଦାର ଯୁବ ଚିତ୍ରଶିଳ୍ପୀ ମାନସରଞ୍ଜନ ପତି ା କାଳ୍ପନିକ ଚିତ୍ର...

ହସ୍ପିଟାଲ, ଆର୍‌ଟିଓ ଅଫିସରୁ ୧୦ ଦଲାଲ ଅଟକ

ବଲାଙ୍ଗୀର ଅଫିସ,୨୬।୯: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ଏବଂ ଆରଟିଓ ଅଫିସରୁ ଗୁରୁବାର ୧୦ ଦଲାଲଙ୍କୁ ପୋଲିସ ଅଟକ ରଖିଛି । ପୂର୍ବାହ୍ନରେ ବଲାଙ୍ଗୀର...

ସମ୍ବଲପୁରରେ ବନ୍ଦ ପାଳନ

ସମ୍ବଲପୁର,୫।୨(ବ୍ୟୁରୋ): ପଶ୍ଚିମ ଓଡିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର ଜିଲାରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ଓକିଲ ସଂଘ ସମୁହ କେନ୍ଦ୍ରୀୟ...

ପୂଜାରିଗୁଡ଼ା ପଞ୍ଚାୟତ ସମିତି ଆସନରେ ଦ୍ୱିମୁଖୀ ଲଢ଼େଇ

ବୈପାରିଗୁଡା,୭ା୨ (ଡି.ଏନ୍‌.ଏ.): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୈପାରିଗୁଡା ବ୍ଲକ ପୂଜାରିଗୁଡା ପଞ୍ଚାୟତ ସମିତି ସଭ୍ୟ ଆସନରେ ଦ୍ୱିମୁଖୀ ଲଢ଼େଇ ହେବା ନେଇ ଆକଳନ କରାଯାଉଛି।...

ମାଓବାଦୀଙ୍କ ବର୍ବର କାଣ୍ଡ

ମାଲକାନଗିରି,୧୪।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲା ଏରାବର ଗାଁରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ଜଙ୍ଗଲ ଜମି ନଷ୍ଟ ସହ ବେଆଇନ...

୩ ଦଫା ଦାବିରେ ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୩୦ା୧୧ (ନି.ପ୍ର.)- ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଦାବି ନେଇ ଛେଣ୍ଡିପଦା ବ୍ଲକ ଆମ୍ବପାଳ ଗ୍ରାମବାସୀଙ୍କ ପକ୍ଷରୁ ସୋମବାର ହିଙ୍ଗୁଳା କୋଇଲା ଖଣି ସମ୍ମୁଖରେ ଆନ୍ଦୋଳନ...

ମୃଣ୍ମୟୀ ମୂର୍ତ୍ତି ସ୍ଥାନ ନେଲା ଦାରୁ ବିଗ୍ରହ

ଭଦ୍ରକ ଅଫିସ, ୧୮ା୩- ଭଦ୍ରକ ବ୍ଲକ ଚରମ୍ପା ବରାଳପୋଖରୀ ଅଞ୍ଚଳର ଜାନୁଗଞ୍ଜ ଗାଁରେ ଜଗନ୍ନାଥଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ପରେ ସୋମବାର ଦାରୁବିଗ୍ରହ ପ୍ରତିଷ୍ଠା ହୋଇଛି।...

Advertisement
Archives

Model This Week