ବୈଷୟିକ ଶିକ୍ଷାରେ ପରିବର୍ତ୍ତନ ଲକ୍ଷ୍ୟ

ବୈଷୟିକ ଶିକ୍ଷା ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରାଜ୍ୟର ବିକାଶ ଓ ଆର୍ଥିକ ଅଭିବୃଦ୍ଧି ପାଇଁ ବୈଷୟିକ ଜ୍ଞାନ ନିତାନ୍ତ ଆବଶ୍ୟକ। ଓଡ଼ିଶାରେ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ବୈଷୟିକ ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ସାଜିଥିବା ସିନର୍ଜି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଚେୟାରମ୍ୟାନ ତଥା ମ୍ୟାନେଜିଂ ଟ୍ରଷ୍ଟି ବିନୋଦ ଦାଶଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା।

ପାଠପଢ଼ା ଶେଷ ପରେ ଆପଣଙ୍କ ଲକ୍ଷ୍ୟ କ’ଣ ରହିଥିଲା?
ମୁଁ ରେଭେନଶାରୁ ଗଣିତରେ ସ୍ନାତକୋତ୍ତର ପାସ୍‌ କରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥାଏ। ଏକ ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀ ହୋଇ ଅଧିକ ରୋଜଗାର କରି ଆରାମରେ ଚଳିବା ପାଇଁ ମନରେ ପ୍ରବଳ ଇଚ୍ଛା ଥିଲା। ଆଗାମୀ ଜୀବନ ଖୁସି ଆନନ୍ଦରେ ବିତାଇବାକୁ ଲକ୍ଷ୍ୟ ରଖିଥିଲି।
ପ୍ରାଥମିକ ଜୀବନରେ ଶିଳ୍ପ ସ୍ଥାପନ ପାଇଁ ମନ ବଳାଇଲେ କିପରି?
ବାପା ଜଣେ ସରକାରୀ କର୍ମଚାରୀ ଥିଲେ ଏବଂ ପରିବାରର ଅନ୍ୟମାନେ ମଧ୍ୟ ଚାକିରି କରିଥାନ୍ତି। ତିନିପୁରୁଷରେ ବି ଆମର କେହି ବ୍ୟବସାୟ କରି ନ ଥିଲେ। ମୋର ସମ୍ପର୍କୀୟ ଅଶୋକ କୁମାର ମହାପାତ୍ର ଏସ୍‌ଆଇଏସ୍‌ଆଇର ନିର୍ଦ୍ଦେଶକ ଥିଲେ। ତାଙ୍କ ସହଯୋଗ ଓ ପ୍ରେରଣା ମୋତେ ଶିଳ୍ପ ସ୍ଥାପନରେ ଆଗେଇ ନେଲା। ଶିଳ୍ପରେ ଉତ୍ପାଦ କ’ଣ ରହିବ ତାହା ମଧ୍ୟ ସେ ବାଛିଥିଲେ, ଯାହାର ବଜାର ଚାହିଦା ଆଜି ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଛି। ଏହାଛଡା ଓଏସ୍‌ଏଫ୍‌ସି ସହଜଲଭ୍ୟ ଋଣ ଏବଂ ଏସ୍‌ବିଆଇର ମୂର୍ତ୍ତି ବାବୁଙ୍କ ସାହାଯ୍ୟ ଭୁଲିହେବ ନାହିଁ। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ହଜାର ଦିନରେ ହଜାରେ ଶିଳ୍ପ ଆହ୍ବାନ ମଧ୍ୟ ଶିଳ୍ପ ପରିବେଶ ପାଇଁ ଅନୁକୂଳ ଥିଲା।
ଶିଳ୍ପପତି ହୋଇ ବୈଷୟିକ ଶିକ୍ଷାନୁଷ୍ଠାନ ସ୍ଥାପନ କରିବାକୁ କାହିଁକି ଚାହିଁଲେ ?
ସ୍ନାତକୋତ୍ତର ଶେଷ ପରେ ସୁଦୂର କଳାହାଣ୍ଡିର ଏକ ଘରୋଇ କଲେଜରେ ଆଡ୍‌ହକ୍‌ ଅଧ୍ୟାପକ ପଦବୀରେ ଶିକ୍ଷାଦାନ ପାଇଁ ସୁଯୋଗ ମିଳିଥିଲା। ମଧ୍ୟମ ବର୍ଗ ଲୋକଙ୍କ ପୁଞ୍ଜି ହେଉଛି ଶିକ୍ଷା। ତେଣୁ ସମାଜରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଶିକ୍ଷାନୁଷ୍ଠାନ ଆଡ଼କୁ ମନ ବଳାଇଥିଲି।
ଇଞ୍ଜିନିୟରିଂ ଶିକ୍ଷା ବ୍ୟୟବହୁଳ। ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ସହଜସାଧ୍ୟ ନୁହେଁ। ତେଣୁ ଆପଣ ସମ୍ମୁଖୀନ ହୋଇଥିବା ଆହ୍ବାନଗୁଡ଼ିକ କ’ଣ ଥିଲା?
ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ବହୁତ ଜାଗା, ଅର୍ଥ ଓ ଉନ୍ନତ ଧରଣର ପ୍ରୟୋଗଶାଳା ଆବଶ୍ୟକ। ଏହା ବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଏନ୍‌ଓସି ପାଇବା ସହଜ ନ ଥିଲା। ମୋ ମାମୁ ଘର ଢେଙ୍କାନାଳରେ। ଢେଙ୍କାନାଳ ରାଜପରିବାର ସହ ଆମର ପାରିବାରିକ ସମ୍ପର୍କ ଭଲ ଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି. ସିଂଦେଓଙ୍କ ପରାମର୍ଶ ଓ ସହଯୋଗ ସେ ସମୟରେ ମତେ ବହୁତ ସାହାଯ୍ୟ କରିଥିଲା। ପ୍ରଚଳିତ ନୀତି ଅନୁସାରେ କଲେଜ ନ ଥିବା ଜିଲା ଓ ଭଡ଼ାଘରେ ଇଞ୍ଜିନିୟରିଂ କଲେଜ ଚଳାଇବା ପାଇଁ ସୁଯୋଗ ମତେ ବାଟ କଢ଼ାଇନେଇଥିଲା।
ସିନର୍ଜିର ବର୍ତ୍ତମାନ ସ୍ଥିତି ଏବଂ ଅଗ୍ରଗତି ସମ୍ପର୍କରେ କିଛି କହିବେ ?
ଦୀର୍ଘ ୨୩ ବର୍ଷ ମଧ୍ୟରେ ସିନର୍ଜି ଗ୍ରୁପ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନ ବହୁ ଝଡ଼ଝଞ୍ଜା ଦେଇ ଗତିକରିଛି। ଆପ୍ରାଣ ଉଦ୍ୟମରେ ଢେଙ୍କାନାଳରେ ପ୍ରଥମ କ୍ୟାମ୍ପସ ଓ ଭୁବନେଶ୍ୱରରେ ଦ୍ୱିତୀୟ ପରିସର ସୃଷ୍ଟି କରିପାରିଛି। ଉନ୍ନତ ଶିକ୍ଷା, କର୍ମ ନିୟୋଜନ ସହାୟତା ଓ ପ୍ରତିଷ୍ଠିତ କମ୍ପାନୀଗୁଡ଼ିକ ସହ ବୁଝାମଣା ହେତୁ ଏହି ଅନୁଷ୍ଠାନ ଅଭିଭାବକମାନଙ୍କ ବିଶ୍ୱାସ ଜିତିପାରିଛି। ବିଟେକ୍‌, ଏମ୍‌ଟେକ୍‌, ଡିପ୍ଲୋମା, ବିଏସ୍‌ସି ନର୍ସିଂ ଓ ବିଏସ୍‌ସି ଡିଗ୍ରୀ ଲାଗି ଛାତ୍ରୀଛାତ୍ରଙ୍କୁ ଅଧ୍ୟୟନର ସୁଯୋଗ ଦେଇଛି। ସ୍କିଲ୍‌ ଡେଭେଲପ୍‌ମେଣ୍ଟ ଜରିଆରେ ପ୍ରତି ବର୍ଷ ଓଡ଼ିଶାରେ ୩ ହଜାର ପିଲାଙ୍କୁ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ ଦେଇ କର୍ମନିଯୁକ୍ତିରେ ସହାୟକ ହୋଇପାରିଛୁ।
କୋଭିଡ୍‌ ସମୟରେ ସମ୍ମୁଖୀନ ହୋଇଥିବା ସମସ୍ୟାର ସମାଧାନ କ’ଣ ଥିଲା ?
କୋଭିଡ୍‌ ସମୟରେ ପ୍ରାୟତଃ କ୍ୟାମ୍ପସ୍‌ଗୁଡ଼ିକ ବନ୍ଦ ରହିଥିଲା। ପ୍ରତ୍ୟକ୍ଷ ଶିକ୍ଷା ଆଦୌ ସମ୍ଭବ ନ ଥିଲା। ପୂର୍ବରୁ କଲେଜକୁ ମୋବାଇଲ ନେବା ମନାଥିଲା। ମାତ୍ର କୋଭିଡ୍‌ ସମୟରେ କଲେଜକୁ ମୋବାଇଲ ଗଲା। ଅର୍ଥାତ୍‌ ମୋବାଇଲ ମାଧ୍ୟମରେ ହିଁ କଲେଜ ତିଷ୍ଠି ପାରିଲା। ଅନ୍‌ଲାଇନ୍‌ ଶିକ୍ଷା ଗ୍ରାମାଞ୍ଚଳରେ ଦୁର୍ବଳ ନେଟୱର୍କ ଯୋଗୁଁ ପହଞ୍ଚତ୍ ପାରୁ ନ ଥିଲା। ପ୍ରାକ୍ଟିକାଲ କରିବା ମଧ୍ୟ କଷ୍ଟସାଧ୍ୟ ଥିଲା। ଏହି ସମୟରେ ଦୃଢ ମନୋବଳ, ଆର୍ଥିକ ସମସ୍ୟାରେ ବ୍ୟାଙ୍କର ସହଯୋଗ ଓ ସର୍ବୋପରି କଲେଜ ଷ୍ଟାଫ୍‌ଙ୍କ ନିଃସ୍ବାର୍ଥପର ସେବା ମୋ ମନୋବଳକୁ ବଢ଼ାଇଦେଲା।
ଓଡ଼ିଶାରେ ବୈଷୟିକ ଶିକ୍ଷାର ସ୍ଥିତି କିପରି ଅଛି ?
ବୈଷୟିକ ଶିକ୍ଷାର ସ୍ଥିତି ଭଲ ରହିଛି। ଏହାର ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ। ସବୁ ସ୍ତରରେ ନିଯୁକ୍ତି ପାଇଲା ପରି ବ୍ୟବସ୍ଥା ମଧ୍ୟ ରହିଛି। କେବଳ ଶିକ୍ଷା ସମାପ୍ତି ପରେ ସ୍କିଲ୍‌ ଡେଭେଲପ୍‌ମେଣ୍ଟର ଆବଶ୍ୟକତା ଅପରିହାର୍ଯ୍ୟ। ମାତ୍ର ନିଯୁକ୍ତି ପାଇଁ ଇଚ୍ଛା ପୋଷଣ ନ କରି ଉଦ୍ୟୋଗୀ ହେବା ପାଇଁ ଆଗ୍ରହ ପ୍ରକାଶ କରିବା ଉଚ୍ଚିତ।
ରାଜ୍ୟ ସରକାରଙ୍କ ନୀତି ଓ ସହଯୋଗ କିପରି ରହିଛି ?
ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଓଡ଼ିଶା ପ୍ରଫେଶନାଲ ଏଜୁକେଶନ ଆକ୍ଟ, ୨୦୦୭ ଯୋଗୁଁ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ସିଟ୍‌ ପୂରଣ କରିପାରୁ ନାହାନ୍ତି। ସାମ୍ପ୍ରତିକ ସ୍ଥିତିରେ ଘରୋଇ କଲେଜଗୁଡ଼ିକରେ ବହୁ ସିଟ୍‌ ଖାଲି ପଡ଼ୁଛି, ଯାହାକି ଶିକ୍ଷାନୁଷ୍ଠାନଗୁଡ଼ିକୁ କ୍ଷତି ପହଞ୍ଚାଉଛି। ତେଣୁ ସରକାରଙ୍କ ଦ୍ୱାରା ନୂଆ ଆଡ୍‌ମିଶନ ନୀତି ଲାଗୁ କରାଯିବା ବାଞ୍ଛନୀୟ।
ଆଗାମୀ ଲକ୍ଷ୍ୟ କ’ଣ ରହିଛି?
ପିଲାମାନଙ୍କୁ ଅଧିକ ନିଯୁକ୍ତି ଦେବା ପାଇଁ ଚେଷ୍ଟା ଅବ୍ୟାହତ ରହିଛି। ମେଡିକାଲ କଲେଜ ଯଥାଶୀଘ୍ର ଆରମ୍ଭ ହେବ। ଆମେ ଜାଗା ଅନ୍ବେଷଣରେ ଅଛୁ। ସରକାରଙ୍କଠାରୁ ଏନ୍‌ଓସି ମିଳିସାରିଛି। ଏଥିସହ ଛାତ୍ରୀଛାତ୍ରଙ୍କ ପାଇଁ ସେଣ୍ଟର୍‌ ଫର୍‌ ଏକ୍ସିଲେନ୍ସ ଫର୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଡିପ୍ଲୋମା ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri