ବିଶ୍ୱସ୍ତରୀୟ କରିବାକୁ ଲକ୍ଷ୍ୟ

ସମ୍ବଲପୁର, ୨୦ା୧(ବ୍ୟୁରୋ): ୨୦୨୦ ଜାନୁୟାରୀ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର ସମଲେଇ ମନ୍ଦିର ଦର୍ଶନ କରି ଏହାର ସର୍ବାଙ୍ଗୀନ ଉନ୍ନତି କରିବା ଲାଗି ଘୋଷଣା କରିଥିଲେ। ତଦନୁଯାୟୀ ରାଜ୍ୟ ସରକାର ସମଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ପାରିପାର୍ଶ୍ୱିିକ ଉନ୍ନତି ପାଇଁ ଏକ ବୃହତ୍‌ ଯୋଜନା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ କମିଟି ସମ୍ବଲପୁର ଗସ୍ତରେ ଆସି ସମଲେଇ ମନ୍ଦିର ପରିଦର୍ଶନ କରିଥିଲେ। ଏହି କମିଟିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିିତ ତ୍ରିପାଠୀ, ୫-ଟି ସଚିବ ଭି.କେ. ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ପୂର୍ତ୍ତ ସଚିବ କିଶନ କୁମାର ରହିଥିଲେ। ପ୍ରଥମେ ସେମାନେ ଇଷ୍ଟଦେବୀ ମାଁ ସମଲେଇଙ୍କୁ ଦର୍ଶନ କରିଥିଲେ। ପରେ ମନ୍ଦିର ଟ୍ରଷ୍ଟ ସଭାପତି ସଞ୍ଜୟ ବାବୁ, ଉତ୍ତରାଞ୍ଚଳ ରାଜସ୍ବ କମିଶନର ନିରଞ୍ଜନ ସାହୁ, ଜିଲାପାଳ ଶୁଭମ୍‌ ସକ୍‌ସେନାଙ୍କ ସହ ଆଲୋଚନା କରିଥିଲେ। ପୂର୍ବରୁ ଶେଷ ହୋଇଥିବା ପ୍ରକଳ୍ପଗୁଡିକର ସ୍ଥିତି ସମୀକ୍ଷା କରିବା ସହ ନିର୍ମାଣାଧୀନ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ପାରିପାର୍ଶ୍ୱିକ ଉନ୍ନତି ପାଇଁ ଅଧିଗ୍ରହଣ ହେଉଥିବା ଜମି ଓ ବସ୍ତି ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାକାର ଲୋକମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଏହାର ସବିଶେଷ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ। ପରେ ଖୁବ୍‌ଶୀଘ୍ର କାମ ଆରମ୍ଭ କରାଯିବ। ସମଲେଇ ମନ୍ଦିର ବିଶ୍ୱସ୍ତରରେ ଯେଭଳି ଏକ ଧାର୍ମିକ ଅନୁଷ୍ଠାନର ପରିଚୟ ସୃଷ୍ଟି କରିବ ସେ ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଥିଲେ।
ମନ୍ଦିର ପରିସରରେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତରାଞ୍ଚଳ ପୋଲିସ ଡିଆଇଜି ନରସିଂହ ଭୋଳ, ଏସ୍‌ପି ବି. ଗଙ୍ଗାଧର, ମହାନଗର ନିଗମ କମିଶନର ଅନିରୁଦ୍ଧ ପ୍ରଧାନ, ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ ଉପସ୍ଥିତ ଥିଲେ। ପରେ ଜିଲାପାଳଙ୍କ ଅଫିସର ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତ୍ରିପାଠୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ। ସେ କହିଥିଲେ, ସମଲେଇ ମନ୍ଦିରରେ ଆବଶ୍ୟକ ଅନୁସାରେ ବିକାଶମୂଳକ କାମ କରାଯିବ। ମନ୍ଦିର ଭିତ୍ତିଭୂମିର ବିକାଶ, ସୌନ୍ଦର୍ଯ୍ୟକରଣ, ପର୍ଯ୍ୟଟକ ଓ ଭକ୍ତମାନଙ୍କ ରହିବା ଓ ଅନ୍ୟାନ୍ୟ ସୁବିଧା ପାଇଁ ଯାହା ଅର୍ଥ ଲାଗିବ ରାଜ୍ୟ ସରକାର ବହନ କରିବେ। ଏହି ମନ୍ଦିର ବିଶ୍ୱସ୍ତରରେ ଧାର୍ମିକ ଅନୁଷ୍ଠାନର ପରିଚୟ ସୃଷ୍ଟି କରିବ। ଏହାଛଡା ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ଯୋଜନା ରହିଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଚେତାବନୀ, କହିଲେ ଆଗକୁ ବିପଦ!

ନୂଆଦିଲ୍ଲୀ, ୨୫।୧୦: ଭାରତର ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଆନ୍ଦୋଳନ ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,…

ସୁଧାରିବାର ସୁଯୋଗ

ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ନଭେମ୍ୱର ୩ରେ ହେବ। ରାଷ୍ଟ୍ରପତିଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟଭାଗରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ମିଡଟର୍ମ ବା ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ କୁୁହାଯାଏ। ଆମେରିକାର…

DA Hike Alert: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ୨୮ ଅକ୍ଟୋବରରେ ଡିଏ ଘୋଷଣା! କେତେ ବଢ଼ିବ ଦରମା?

ନୂଆଦିଲ୍‌ଲୀ,୨୫।୧୦:କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଅପେକ୍ଷା ଆହୁରି ଲମ୍ୱା ହେବାରେ ଲାଗିଛି। ଜୁଲାଇ ୨୦୨୬ ପାଇଁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ସହାୟତା (DR) ବୃଦ୍ଧି…

କୁମାର ପୂର୍ଣ୍ଣିମାରେ ଚମକିବ ୩ ରାଶିଙ୍କ ଭାଗ୍ୟ; ହୁ ହୁ ବଢିବ ଧନ, ଯାଚିକି ଟଙ୍କା ଦେବେ ଲୋକ…

ଆଜି ୨୫ ଅକ୍ଟୋବର ୨୦୨୬ ରବିବାର ଦିନ ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) ପଡ଼ୁଛି। ଆଜି ଶରତ ପୂର୍ଣ୍ଣିମା ଅବସରରେ ଗ୍ରହମାନଙ୍କ ସଂଯୋଗରୁ ଅନେକ ଶୁଭ ଯୋଗ…

ବିଲ ହିଡ଼ଦେଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ହାତରେ ବହି, ଆଖିରେ ପଢ଼ିବାର ସ୍ୱପ୍ନ। ହେଲେ ସ୍କୁଲ ଯିବା ବାଟରେ ପାଦେ ପାଦେ ବିପଦ। କେଉଁଠି କାଦୁଅ ଓ ଖାଲଖମା ତ ଆଉ…

ଆଦିବାସୀଙ୍କ ସେବାରେ ନିୟୋଜିତ ଡାକ୍ତର ଏବେ ଜେଲରେ

ଭବାନୀପାଟଣା,୨୫ା୧୦(ଉତ୍ତମ କୁମାର ଦାଶ):ଆଦିବାସୀଙ୍କ ଚିକିତ୍ସା ସେବା ପାଇଁ ମୁମ୍ୱାଇ ଛାଡ଼ି କଳାହାଣ୍ଡିକୁ ଚାଲି ଆସିଥିଲେ ଡାକ୍ତର ରାଣ୍ଡାଲ ସେକ୍ୟୁରା। ଦୁର୍ଗମ ଅଞ୍ଚଳରେ ପହଞ୍ଚତ୍ ମ୍ୟାଲେରିଆ ଓ ଯକ୍ଷ୍ମା…

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ…

ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?