ପ୍ରତିଷ୍ଠିତ କଳାକାର ହେବା ଲକ୍ଷ୍ୟ

ବୟସ ମାତ୍ର ୨୧। ହେଲେ ସେ ଏବେ ବ୍ରହ୍ମପୁର ସହରର ଜଣେ ଜଣାଶୁଣା ନଁା। ସେ ଏକାଧାରରେ ଜଣେ ମଞ୍ଚ ଉପସ୍ଥାପକ, ଡ୍ୟାନ୍ସର, ସିଙ୍ଗର, ମଡେଲ, ଅଭିନେତା, ମିମିକ୍ରି ଆର୍ଟିଷ୍ଟ ଏବଂ ଚିତ୍ରଶିଳ୍ପୀ ମଧ୍ୟ। ଏହି ବହୁମୁଖୀ ଯୁବ ପ୍ରତିଭା ହେଉଛନ୍ତି ବ୍ରହ୍ମପୁର ଲାଞ୍ଜିପଲ୍ଳୀ ଉମାନଗର ନିବାସୀ ମାଆ ସାହିବାଣୀ ଏବଂ ବାପା ଈଶ୍ୱର ଲିମିଙ୍କ ପୁଅ ଶୁଭମ୍‌। ଛୋଟ ବେଳୁ ହିଁ ସେ କେତେବେଳେ ଟିଭି ଦେଖି ନାଚ ଗୀତ କରୁଥିଲେ ତ ଆଉ କେତେବେଳେ ପେନ୍‌ସିଲ, ପେପର ଧରି ଆଙ୍କୁଥିଲେ ଭଳିକି ଭଳି ଚିତ୍ର। ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ବେଳେ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜିଲାସ୍ତରରେ ଡ୍ରଇଂ ଓ ଡ୍ୟାନ୍ସରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ସହରରେ ପ୍ରାୟ ୧୧ରୁ ଊର୍ଦ୍ଧ୍ୱ ଷ୍ଟେଜ ଶୋ’ରେ ଭାଗନେଇ ପ୍ରଶଂସିତ ଓ ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି। ଫ୍ୟାଶନ୍‌ ଓ ମଡେଲିଂ ପ୍ରତି ତାଙ୍କର ବିଶେଷ ରୁଚି ଥିବାରୁ ହାଇଦ୍ରାବାଦସ୍ଥିତ ସ୍କାଏ ମଡେଲିଂ ଇନ୍‌ଷ୍ଟିଚ୍ୟୁଟରୁ ତାଲିମ ଗ୍ରହଣ କରିଛନ୍ତି। ସେହିପରି ସ୍କେଚ ଆର୍ଟ ଓ ୱାଲ୍‌ପେଣ୍ଟିଂରେ ମଧ୍ୟ ସେ ସିଦ୍ଧହସ୍ତ। ବହୁବାର ଜିଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି। ସେହିପରି ପୂର୍ବରୁ ବହୁବାର ଗୋପାଳପୁର ବିଚ୍‌ ଫେଷ୍ଟିଭାଲରେ ମଧ୍ୟ ନିଜର ନୃତ୍ୟକଳା ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରିବା ସହ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି। ବର୍ତ୍ତମାନ ସେ ଲାଞ୍ଜିପଲୀ, ରାମନଗରସ୍ଥିତ ଶ୍ୟାଡୋ ଷ୍ଟାର ଡ୍ୟାନ୍ସ ଏକାଡେମୀରେ ଜଣେ କୋରିଓଗ୍ରାଫର ଭାବେ ଉଭୟ କ୍ଲାସିକାଲ ଓ ୱେଷ୍ଟର୍ନ ଡ୍ୟାନ୍ସ ତାଲିମ ପ୍ରଦାନ କରୁଛନ୍ତି। ସେ କୁହନ୍ତି, ନିକଟରେ ଅନୁଷ୍ଠିତ ହୋଇ ଯାଇଥିବା ବ୍ରହ୍ମପୁର ସିଲ୍କ ସିଟି ଫେଷ୍ଟର ୪ର୍ଥ ସନ୍ଧ୍ୟାରେ ମୋ ଦ୍ୱାରା ତାଲିମପ୍ରାପ୍ତ ପିଲାମାନେ ଯେତେବେଳେ ଷ୍ଟେଜରେ ଡ୍ୟାନ୍ସ ପ୍ରଦର୍ଶନ କରି ପ୍ରଶଂସିତ ହେଉଥିଲେ, ମୋତେ ଯେଉଁ ଖୁସି ମିଳୁଥିଲା ତାହା ଅବର୍ଣ୍ଣନୀୟ। ତେବେ ଭବିଷ୍ୟତରେ ଜଣେ ସଫଳ ଅଭିନେତା ହୋଇ ଦର୍ଶକଙ୍କୁ ନିଜ ଅଭିନୟ, ନୃତ୍ୟ ଓ ସଙ୍ଗୀତ ଯାଦୁରେ ବାନ୍ଧି ରଖିବା ତାଙ୍କର ଲକ୍ଷ୍ୟ ବୋଲି ପ୍ରକାଶ କରନ୍ତି ଶୁଭମ୍‌ ।
– ତନୁଶ୍ରୀ ନାହାକ


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri