ଲକ୍ଷ୍ୟ ସିଇସି ପଦ

Dillip Cherian

ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନୂଆ ନିର୍ବାଚନ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ଅଶୋକ ଲାଭାସା ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ରାଜୀବଙ୍କୁ ଏହି ନିଯୁକ୍ତି ମିଳିଛି। ଲାଭାସା ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି)ର ଭାଇସ୍‌ ପ୍ରେସିଡେଣ୍ଟ୍‌ ଭାବେ ଯୋଗଦେବାକୁ ଥିବାରୁ ସେ ଏହି ପଦ ଛାଡ଼ିଛନ୍ତି। ସୁନୀଲ ଆରୋରା ଏବେ ମୁଖ୍ୟ ନିର୍ବାଚନ କମିଶନର( ସିଇସି) ଥିବାବେଳେ ଆଉ ଜଣେ ନିର୍ବାଚନ କମିଶନର ଭାବେ ସୁଶିଲ ଚନ୍ଦ୍ର ଦାୟିତ୍ୱ ତୁଲାଉଛନ୍ତି। ରାଜୀବଙ୍କ ଏହି ନିଯୁକ୍ତି ଘୋଷଣାର ଗୁରୁତ୍ୱ ରହିଛି। କାରଣ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ସେ ସିଇସି ଭାବେ ଦାୟିତ୍ୱ ନିର୍ବାହ କରିପାରନ୍ତି। ଆସନ୍ତା ବର୍ଷ ଏପ୍ରିଲରେ ଏବକାର ସିଇସି ସୁନୀଲ ଆରୋରାଙ୍କ କାର୍ଯ୍ୟକାଳ ଶେଷହେବ। ତାଙ୍କ ପରେ ସୁଶିଲ ଚନ୍ଦ୍ର ଏହି ପଦରେ ରହିବେ ଓ ଚନ୍ଦ୍ରଙ୍କ କାର୍ଯ୍ୟକାଳ ମେ’ ୨୦୨୨ରେ ପୂରିଯିବ। ଏହାପରେ ରାଜୀବ କୁମାରଙ୍କ ପାଇଁ ଏହି ପଦ ଲାଗି ବାଟ ଖୋଲିିଯିବ। ପ୍ରଶାସନିକ ଅଧିକାରୀ ଭାବେ ସରକାରୀ ନୀତି ନିର୍ଦ୍ଧାରଣ ତଥା ବିଭିନ୍ନ ସେକ୍ଟରରେ କାର୍ଯ୍ୟ କରିବାରେ ରାଜୀବଙ୍କର ୩୦ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି। ସେ ଗତ ବର୍ଷ ଜୁଲାଇରେ ଅର୍ଥ ସଚିବ ପଦରେ ନିଯୁକ୍ତି ପାଇଥିଲେ ଏବଂ ଚଳିତ ବର୍ଷ ଫେବୃୟାରୀରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଗୁ କରିଥିବା ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଏବଂ ମୁଦ୍ରା ଲୋନ୍‌ ସ୍କିମ୍‌ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଯୋଜନାରେ ସେ ସଫଳତାର ସହ କାର୍ଯ୍ୟ କରିଛନ୍ତି।
ସମ୍ପୂର୍ଣ୍ଣ ମନମୁଖି
ଜଣେ ହ୍ବିସିଲ୍‌ବୋ୍ଲୟର ଏବଂ ବହୁ ପ୍ରଶଂସିତ ବାବୁଙ୍କୁ ଦବାଇ ଦେବା ଭାରି କଠିନ। ଅମଲାତନ୍ତ୍ରୀରେ ଲାଟେରାଲ ଏଣ୍ଟ୍ରି ( ପ୍ରାଇଭେଟ ସେକ୍ଟରରୁ ୟୁପିଏସ୍‌ସିରେ ସିଧା ଭର୍ତ୍ତି ହେବା) ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଓ ପକ୍ଷପାତିତା ବୋଲି ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ( ସିଏଟି) ଅଭିଯୋଗ ବାଢିବା ସହ ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌( ୟୁପିଏସ୍‌ସି) ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ୍‌ ଜାରି କରିଛି। ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ ଅଫିସର ସଞ୍ଜୀବ ଚତୁର୍ବେଦୀ ଅମଲାତନ୍ତ୍ରୀରେ ଅନ୍ୟମାନଙ୍କ ଦ୍ୱାରା ଜଣେ କର୍ମଚାରୀଙ୍କ ସଫଳତାର ସମୀକ୍ଷା ଓ ଯୁଗ୍ମ ସଚିବ ସ୍ତରର ପଦଗୁଡ଼ିକୁ ‘କଣ୍ଟ୍ରାକ୍ଟ ସିଷ୍ଟମ’ରେ ପୂରଣ କରିବାର ବ୍ୟବସ୍ଥା ଉପରେ ରୋକ ଲଗାଇବା ଲାଗି ଦରଖାସ୍ତ କରିବା ପରେ ଏଭଳି ନୋଟିସ ଜାରି କରାଯାଇଛି। ୨୦୧୭ରେ ମୋଦି ସରକାର କଣ୍ଟ୍ରାକ୍ଟ ବା ଚୁକ୍ତି ଆଧାରରେ ଅମଲାତନ୍ତ୍ରୀରେ ଲାଟେରାଲ ଏଣ୍ଟ୍ରି ପ୍ରକ୍ରିୟା ଲାଗୁ କରିଥିଲେ। ଏହି ଘଟଣା ସେହି ସମୟର ବୋଲି ଜଣାପଡିଛି। ଏହାପରେ ବଲିଉଡ କଳାକାର ମନୋଜ ବାଜପାୟୀଙ୍କ ଭାଇ ସୁଜିତ କୁମାର ବାଜପାୟୀଙ୍କ ସମେତ ୯ ଜଣ ପ୍ରାଇଭେଟ ସେକ୍ଟର ପ୍ରଫେଶନାଲଙ୍କୁ ୨୦୧୯ରେ କେନ୍ଦ୍ର ସରକାର ଯୁଗ୍ମ ସଚିବ ପଦରେ ନିଯୁକ୍ତି ଦେଇଥିଲେ। କଣ୍ଟ୍ରାକ୍ଟ ସିଷ୍ଟମ ମାଧ୍ୟମରେ ଯୁଗ୍ମ ସଚିବ ପଦରେ ନିଯୁକ୍ତି ଦେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ମନମୁଖି ଓ ଯୁକ୍ତିହୀନ ବୋଲି ଦର୍ଶାଇଛନ୍ତି ଚତୁର୍ବେଦୀ । ସେ କହିଛନ୍ତି, ଆରଟିଆଇ ଆକ୍ଟରେ ମିଳିଥିବା ତଥ୍ୟଗୁଡ଼ିକରୁ ଏଥିରେ କିଛି ସାଂଘାତିକ ଅନିୟମିତତା ହୋଇଥିବା ଜଣାପଡିଛି। ଏକ ଉପଯୁକ୍ତ ସଂସ୍ଥା ଦ୍ୱାରା ଏହି ଘଟଣାର ତଦନ୍ତ କରାଯିବା ଦରକାର।
ଲବି ଚାଲିଛି
ବରିଷ୍ଠ ବାବୁମାନେ ଅବସର ପରେ କ୍ୱଚିତ ଫିକା ପଡନ୍ତି ଅର୍ଥାତ ପ୍ରଶାସନିକ କାର୍ଯ୍ୟକଳାପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚାହାନ୍ତିନିି। ସେମାନେ ସରକାରଙ୍କ ଭଲ ଚାକିରି ପାଇଁ ଧାଡି ଲଗାନ୍ତି। ଏମିତି ପରିସ୍ଥିତି ଦେଖିବାକୁ ମିଳିଛି ହିମାଚଳପ୍ରଦେଶରେ। ସେଠାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରୁ ଅନେକ ହିମାଚଳପ୍ରଦେଶ ପ୍ରାଇଭେଟ ଏଡୁକେଶନାଲ ଇନ୍‌ଷ୍ଟିଚ୍ୟୁଶନସ୍‌ ରେଗୁଲେଟୋରି ଅଥରିଟିର ଚେୟାରମ୍ୟାନ ଓ ସଦସ୍ୟ ପଦ ପାଇଁ ଦରଖାସ୍ତ କରିଛନ୍ତି। ଅବସରପ୍ରାପ୍ତ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଫିସରମାନେ ଏହି ରେସ୍‌ରେ ଅଛନ୍ତି। ଚେୟାରମ୍ୟାନ କେ.କେ.କଟୋଚ ଏବଂ ସଦସ୍ୟ ଏସ.ପି.କତ୍ୟାଲଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ଦୁଇଟି ପଦ ଏବେ ଖାଲିପଡିଛି। ପୁନଶ୍ଚ ରାଜ୍ୟ ସରକାର ଷ୍ଟେଟ୍‌ ଫୁଡ୍‌ କମିଶନ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏଥିରେ ନିଯୁକ୍ତି ପାଇବା ପାଇଁ ଅନେକ ଅବସରପ୍ରାପ୍ତ ବାବୁ ଲାଇନ ଲଗାଇ ସାରିଲେଣି ବୋଲି ଜଣାପଡିଛି। ସେହିପରି ସମାନ ଅବସ୍ଥା ଦେଖିବାକୁ ମିଳିଛି ଇନଫର୍ମେଶନ କମିଶନରେ। ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ସମେତ ବହୁ ଆଇଏଏସ ୍‌ଏବଂ ଆଇପିଏସ୍‌ ଅଫିସର ଏହାର ସଦସ୍ୟ ପଦରେ ରହିବାକୁ ଆବେଦନ କରିଛନ୍ତି। ଏଥିପାଇଁ ଜୋର୍‌ସୋର୍‌ ଲବି ବି ଚାଲିଛି। କେନ୍ଦ୍ର ହେଉ କି ରାଜ୍ୟରେ ବାବୁ ଓ ନେତାଙ୍କ ମଧ୍ୟରେ କେମିତି ସଲାସୁତୁରା ଚାଲେ ତାହାର ସ୍ପଷ୍ଟ ଚିତ୍ର ସାମ୍‌ନାକୁ ଆସିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?