Posted inଫୁରସତ

ପେଟ ନ ଥିବା ଝିଅ: ଶରୀରରେ ସବୁବେଳେ ଝୁଲି ରହୁଛି ଏକ ବ୍ୟାଗ…

ସଲ୍‌ମା ବାଶିର୍‌ଙ୍କୁ ସେତେବେଳେ ୫ ବର୍ଷ ବୟସ ହୋଇଥାଏ। ଛୁଟି କଟେଇବା ପାଇଁ ଇଜିପ୍ଟର ଆଲେକ୍‌ଜାଣ୍ଡ୍ରିଆ ଯାଇଥାନ୍ତି। ସେଠି ସେ ବେବି ସୁଇମିଂ ପୁଲ୍‌ ଯାଇ ପହଁରୁଥାନ୍ତି। ଗର୍ଭବତୀ ମା’ ଦୂରରେ ବସି ସଲ୍‌ମାଙ୍କ ବଡ଼ ଭାଇ ଉପରେ ନଜର ରଖିଥାନ୍ତି। ସଲମା ଦୁଇଥର ପୁଲ୍‌ ଯାଇ ପହଁରି ମା’ଙ୍କ ପାଖକୁ ଆସିଥିଲେ। କିନ୍ତୁ ତୃତୀୟ ଥର ଯାଇ ଆଉ ଆସିପାରି ନ ଥିଲେ। ଦେଖିଲାବେଳକୁ ସେ ପୁଲ୍‌ର ସକ୍ସନ ଭାଲ୍‌ଭ ଉପରେ ବସି ପଡ଼ିଥିଲେ। ତା’ର ଏତେ ଫୋର୍ସ ଥିଲା ଯେ, ସେ ଟାଣି ହୋଇ ଯାଉଥାନ୍ତି। ଲାଇଫ ଗାର୍ଡ ତାଙ୍କୁ ଟାଣୁଥାନ୍ତି। ହେଲେ ବାହାର କରି ପାରୁ ନ ଥାନ୍ତି। ଦେଖୁ ଦେଖୁ ସୁଇମିଂ କଷ୍ଟ୍ୟୁମ୍‌ ଚିରି ସଲ୍‌ମାଙ୍କ ଶରୀରରୁ କ୍ଷୁଦ୍ରାନ୍ତ୍ର ତଥା ଅନ୍ତନଳୀ ଟାଣି ହୋଇ ଭାଲ୍‌ଭ ଭିତରକୁ ଚାଲିଗଲା। ତା’ପରେ ତାଙ୍କୁ ପେନ୍‌ସିଲଭାନିଆ ନେଇଗଲେ ଜୀବନ ରକ୍ଷକ ଅସ୍ତ୍ରୋପଚାର ପାଇଁ। କ୍ଷୁଦ୍ରାନ୍ତ୍ର ଟ୍ରାନ୍ସପ୍ଲାଣ୍ଟ କରାଗଲା। ଭାବିଥିଲେ ସବୁକିଛି ଠିକ୍‌ ହୋଇଯିବ। କିନ୍ତୁ ଶରୀର ସେହି କ୍ଷୁଦ୍ରାନ୍ତ୍ରକୁ ଗ୍ରହଣ କଲା ନାହିଁ। ଫଳରେ କ୍ଷୁଦ୍ରାନ୍ତ୍ର ସହ ବୃହଦନ୍ତ୍ର ଓ ଗଲବ୍ଲାଡର୍‌୍‌କୁ ବି ବାହାର କରିଦିଆଗଲା। ଏବେ ବି ସେହି ଅସ୍ତ୍ରୋପଚାର ଯୋଗୁ ପେଟରେ ସୃଷ୍ଟି ହୋଇଥିବା ବଡ଼ କଣା ରହିଛି। ପ୍ରଥମେ ସେହି କ୍ଷତ ଶୁଖୁଥିଲା। ହେଲେ ଏବେ ଆଉ ସୁଖୁ ନାହିଁ। ପ୍ରତିମୁହୂର୍ତ୍ତରେ ଡ୍ରେସିଂ କରାଯାଉଛି। ଏବେ ସେ ୧୬ ବର୍ଷରେ ଉପନୀତ ହେଲେଣି। କିନ୍ତୁ ଏଯାଏ ତାଙ୍କର କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର ଓ ଗଲ୍‌ବ୍ଲାଡର୍‌ ନାହିଁ। ପାଟିରେ ଚୋବାଇ କିଛି ଖାଇପାରୁ ନାହାନ୍ତି। ଶରୀରରେ ସବୁବେଳେ ଏକ ବ୍ୟାଗ ଝୁଲି ରହୁଛି; ଯେଉଁଥିରୁ ବିଭିନ୍ନ ଭିଟାମିନ ପାଇପ୍‌ ଯୋଗେ ଶରୀରକୁ ପ୍ରଦାନ କରାଯାଉଛି। ଡାକ୍ତରଙ୍କ କହିବାନୁସାରେ ତାଙ୍କର କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର, ଗଲ୍‌ବ୍ଲାଡର, ଯକୃତ ଓ ପାକସ୍ଥଳୀର ଟ୍ରାନ୍ସପ୍ଲାଣ୍ଟ କରିବାକୁ ହେବ। ଏଥିପାଇଁ ୩ ମିଲିୟନ ଡଲାର ଖର୍ଚ୍ଚ ହେବ। କିନ୍ତୁ ଏହି ଟ୍ରାନ୍ସପ୍ଲାଣ୍ଟ ଯେ, ସଫଳ ହେବ ତା’ର କିଛି ଗ୍ୟାରେଣ୍ଟି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri