ପଖାଳକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳୁ

କଟକ ଅଫିସ,୨୦ା୩: ଓଡ଼ିଶାର ପାରମ୍ପରିକ ଖାଦ୍ୟ କହିଲେ ପଖାଳକୁ ବୁଝାଏ। ଯାହା ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ସୋମବାର ବିଶ୍ୱରେ ଥିବା ଓଡ଼ିଆମାନେ ପଖାଳ ଦିବସ ପାଳନ କରିବେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ବର୍ତ୍ତମାନ ସୁଦ୍ଧା ପଖାଳକୁ ଜିଆଇ ଟ୍ୟାଗ୍‌ ମିଳିପାରିନାହିଁ। ସମାଜରେ କେବଳ ପଖାଳକୁ ବଞ୍ଚାଇବା ପାଇଁ ଏହି ଦିବସ ପାଳନ କରାଯାଉଛି। ବାସ୍ତବରେ ଏହାକୁ ଜିଆଇ ଟ୍ୟାଗ୍‌ ମିଳିବା ଆବଶ୍ୟକ ବୋଲି ସହରବାସୀ ମତପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ କହିଛନ୍ତି, ବର୍ତ୍ତମାନ ସମୟରେ ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏଥିରେ ଦ୍ୱିମତ ନାହଁ। ଦୁନିଆରେ ଯେଉଁଠାରେ ବି ଓଡ଼ିଆ ଲୋକମାନେ ରହୁଛନ୍ତି, ସେଠାରେ ସେମାନେ ପଖାଳ ଖାଉଥିବେ। କିନ୍ତୁ ଆଜିପର୍ଯ୍ୟନ୍ତ ପଖାଳକୁ ଏକ ମାନ୍ୟତା ମିଳିବା ଦିଗରେ ବିଳମ୍ବ ହେଉଛି। ଏହି ପ୍ରସଙ୍ଗକୁ ଚଳିତ ବିଧାନସଭାରେ ଉଠାଇବା ସହ କିପରି ସମସ୍ତ ବିଧାୟକ ଏନେଇ ସରକାରଙ୍କୁ ଅବଗତ କରାଇବେ, ସେ ଦିଗରେ ପଦକ୍ଷେପ ନିଆଯିବ। ସେହିପରି ଅଭିନେତା କୁନା ତ୍ରିପାଠୀ କହିଥିଲେ, ପଖାଳକୁ ଜିଆଇ ଟ୍ୟାଗ୍‌ ମିଳିବା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କୁ ଆଗକୁ ଆସିବା ଦରକାର। ଓଡ଼ିଆ ଜାତିର ସ୍ବାଭିମାନକୁ ଦୃଷ୍ଟିରେ ରଖି ପଖାଳକୁ ସରକାର ଜିଆଇ ଟ୍ୟାଗ୍‌ ଦେବାରେ ସହାୟତା କରନ୍ତୁ।
ସୋମବାର ବିଶ୍ୱ ପଖାଳ ଦିବସ ଥିବାରୁ ଦିନକ ପୂର୍ବରୁ ଅର୍ଥାତ୍‌ ରବିବାର କଟକରେ ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି। ମାଛୁଆ ବଜାରସ୍ଥିତ ଶଶିକଳା ପ୍ୟାଲେସ୍‌ରେ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ପଖାଳ ଦିବସ ପାଳନ କରାଯାଇଥିଲା। ଏଥିରେ ସିଡିଏ ରଥ ସାହୁ ସ୍କୁଲ୍‌ର ଆଦିବାସୀ ପିଲାଙ୍କୁ ସାମିଲ କରାଯାଇ ପଖାଳ ସହ ଅନ୍ୟାନ୍ୟ ଜିନିଷ ଖାଇବାକୁ ଦିଆଯାଇଥିଲା। ଟ୍ରଷ୍ଟର ଉପଦେଷ୍ଟା କୁନା ତ୍ରିପାଠୀ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର, ବୀରେନ୍ଦ୍ର ସାହୁ, ସନ୍ଦୀପ ରାଉତ, ଡ. ପ୍ରଭୁ ଚରଣ ମହାନ୍ତି,ଡା. ଉମେଶ ରାୟ, ହାସ୍ୟ ଅଭିନେତା ରାଜୁ ଦାସ, ମଙ୍ଗଳାବାଗ ଥାନାଧିକାରୀ ସୁଧାଂଶୁ ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ବର୍ଷ ଏହାକୁ ଆହୁରି ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯିବ ବୋଲି ସଭାପତି ମନୋଜ ପଣ୍ଡା ଓ ସମ୍ପାଦକ ଶଶାଙ୍କ ଶେଖର ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri