ଓବିସି ହଷ୍ଟେଲ ଫାଟକରେ ତାଲା ଝୁଲୁଛି

ପଟ୍ଟାମୁଣ୍ଡାଇ,୨୭ା୬(ସ୍ବ.ପ୍ର.): ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ପଟ୍ଟାମୁଣ୍ଡାଇ କଲେଜ ପରିସରରେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଓବିସି ହଷ୍ଟେଲ ଫାଟକରେ ତାଲା ଝୁଲୁଛି।ନବନିର୍ମିତ ୩ ମହଲା ବିଶିଷ୍ଟ ଏହି ଓବିସି ହଷ୍ଟେଲରେ ଲଗାଯାଇଥିବା ଲକ୍ଷାଧିକ ଟଙ୍କାର ଆକ୍ୱାଗାର୍ଡ ଓ ଜଳଯୋଗାଣ ପାଇଁ ନିର୍ମିତ ପମ୍ପ ହାଉସ କାର୍ଯ୍ୟକ୍ଷମ ନ ହେବାରୁ ଅଚଳ ହୋଇପଡିଛି। ୨୦୨୦ରେ ଏହି ଓବିସି ହଷ୍ଟେଲରେ ଉସତ୍ର୍ଗୀକୃତ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇଥିଲା। ଏଥିରେ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ରାଜକନିକା, ରାଜନଗର, କେନ୍ଦ୍ରାପଡା ଆଦି ଅଞ୍ଚଳର କୋଭିଡ ଆକ୍ରାନ୍ତ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଥିଲା। ଜିଲା ଜରୁରୀକାଳୀନ ବିଭାଗ ଏହାର ପରିଚାଳନା କରୁଥିଲା। କେନ୍ଦ୍ରାପଡ଼ା ଜିଲା ଚିକିତ୍ସାଧିକାରୀ ଚିକିତ୍ସା କେନ୍ଦ୍ର ଦାୟିତ୍ୱରେ ଥିଲେ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପଟ୍ଟାମୁଣ୍ଡାଇ ପୌରପରିଷଦ ଓ ପୂର୍ତ୍ତ ବିଭାଗ ଉପରେ ନ୍ୟସ୍ତ ଥିଲା। ତେବେ ଗତ ୧ ବର୍ଷ ହେବ ଏଠାକୁ କୌଣସି ରୋଗୀ ଆସୁ ନ ଥିବାବେଳେ ଏହା ଆଉ କାର୍ଯ୍ୟକ୍ଷମ ହେଉନାହିଁ। କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବା ପୂର୍ବରୁ ପଟ୍ଟାମୁଣ୍ଡାଇ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଜିଲା କର୍ତ୍ତୃପକ୍ଷ ଓବିସି ହଷ୍ଟେଲକୁ ନିଜ ହାତକୁ ନେଇଥିଲେ। ତେବେ ଗତ ୧ ବର୍ଷ ହେବ ସେହି ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ ରହିଛି। ହେଲେ ଓବିସି ହଷ୍ଟେଲ ଦାୟିତ୍ୱ ହସ୍ତାନ୍ତର କରାଯାଇନାହିଁ। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
୩ ମହଲା ବିଶିଷ୍ଟ ଏହି ଓବିସି ହଷ୍ଟେଲରେ ୩୦ଟି କୋଠରୀ ରହିଛି। ଏଠାରେ ଛାତ୍ରୀଛାତ୍ରଙ୍କ ରହଣି ପାଇଁ ୧ଶହ ଶଯ୍ୟା ଅଛି। ଏହି ହଷ୍ଟେଲଟି କଲେଜ ଛାତ୍ରୀଛାତ୍ରଙ୍କ ସମେତ ବାହାର କଲେଜର ପିଲାମାନଙ୍କ ରହିବା ପାଇଁ ସୁବିଧା ରହିଛି। ଏହି ହଷ୍ଟେଲରେ ରହିବାକୁ ଚାହୁଁଥିବା ଯେ କୌଣସି ଛାତ୍ରୀଛାତ୍ର କଲେଜ କର୍ତ୍ତୃପକ୍ଷଙ୍କୁ ଆବେଦନ କରିପାରିବେ। ଦୀର୍ଘ ୧ ବର୍ଷ ଧରି ହଷ୍ଟେଲ ତାଲା ପଡି ରହିବାରୁ ସେଥିରେ ଲାଗିଥିବା ମୂଲ୍ୟବାନ ଜିନିଷପତ୍ର ନଷ୍ଟ ହେବାକୁ ବସିଲାଣି ବୋଲି କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରଭାକର ରାଉତ କହିଛନ୍ତି। ପୂର୍ବରୁ କବାଟ ଝରକାରେ ଉଇ ଲାଗୁଥିବା ଦେଖା ଯାଇଥିଲା। ବନ୍ଦ ରହିଥିବାରୁ କବାଟ, ଝରକା ଗୁଡିକ ଉଇ ଖାଇ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ବୋଲି ଅଧ୍ୟକ୍ଷ ଶ୍ରୀ ରାଉତ କହିଛନ୍ତି। ଖାଲି ସେତିକି ନୁହେଁ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଚାଲୁଥିବା ସମୟରେ ବିଦ୍ୟୁତ୍‌ ବିଲ ୨ଲକ୍ଷ ୭୫ ହଜାର ଟଙ୍କାରୁ ଅଧିକ । କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀମାନେ ସେହି ବିଲ ପୈଠ କରି ନ ଥିବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ବାରମ୍ବାର କଲେଜକୁ ତାଗିଦ କରାଯାଉଛି। ବିଦ୍ୟୁତ୍‌ ବିଲ ପୈଠ ନ ହେବାରୁ ବିଦ୍ୟୁତ୍‌ ବିଭାଗ ସଂଯୋଗ କାଟି ଦେଇଛି।
ଅନ୍ୟପକ୍ଷେ ପଟ୍ଟାମୁଣ୍ଡାଇ କଲେଜରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦୃଷ୍ଟିରୁ ଶ୍ରେଣୀଗୃହ ଅଭାବ ରହିଛି। ଏହି ଓବିସି ହଷ୍ଟେଲ ୩ ମହଲା କୋଠାରେ ପିଲାମାନଙ୍କ ପାଠପଢା ପାଇଁ ବ୍ୟବସ୍ଥା କରାଯାଇପାରିବ ବୋଲି ବରିଷ୍ଠ ପ୍ରାଧ୍ୟାପକ ଡ. ଦୁଃଶାସନ ପରିଡା ମତବ୍ୟକ୍ତ କରିଛନ୍ତି । ଏ ସଂକ୍ରାନ୍ତରେ ପଟ୍ଟାମୁଣ୍ଡାଇ ବିଡିଓ ଭରତ ଚନ୍ଦ୍ର ପରିଡାଙ୍କୁ ପଚାରିବାରୁ ସେ କୁହନ୍ତି, ଜିଲା ଜରୁରୀକାଳୀନ ବିଭାଗ ଏହାର ଦାୟିତ୍ୱ ବୁଝୁ ଥିବାବେଳେ କେନ୍ଦ୍ରାପଡା ଜିଲା ଚିକିତ୍ସାଧିକାରୀ ଏହି ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା ଦାୟିତ୍ୱରେ ଅଛନ୍ତି। ପଟ୍ଟାମୁଣ୍ଡାଇ ପୌରପରିଷଦ ଏହାର ତଦାରଖ ଦାୟିତ୍ୱରେ ରହିଥିଲା। ତେବେ ବର୍ତ୍ତମାନ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଚାଲୁ ନ ଥିବାବେଳେ କାହିଁ ତାଲା ପଡି ରହିଛି ସେ କହି ପାରିବେ ନାହିଁ ବୋଲି କହିଛନ୍ତି। ଜିଲା ପ୍ରଶାସନ ପଟ୍ଟାମୁଣ୍ଡାଇ ଓବିସି ହଷ୍ଟେଲ ଫାଟକରୁ ତାଲା ଖୋଲିବା ସହିତ ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ କଲେଜ ଆଲୁମୁନି ଆସୋସିଏଶନ ସଭାପତି ପ୍ରଫେସର ଭରତ ଚନ୍ଦ୍ର ପାତ୍ର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ: ଉଚ୍ଛେଦ ଦାବିରେ ଶତାଧିକ ମହିଳା-ପୁରୁଷଙ୍କ ବିକ୍ଷୋଭ

ଅମରପାଲି, ୮।୧୦ (ପୀତାମ୍ବର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲିଆସୁଥିବା ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁଁ…

ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର

ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

ଚମତ୍କାର ରେକର୍ଡ କଲେ ତିଲକ ବର୍ମା: ଟି-୨୦ କ୍ରିକେଟ୍‌ରେ ପ୍ରଥମଥର କଲେ ଏମିତି କମାଲ

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଲକ ବର୍ମାଙ୍କ ବ୍ୟାଟ ପୁଣିଥରେ ଗର୍ଜିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ସେ ମାତ୍ର ୧୮ଟି…

ବାଇକ୍ ଧକ୍କାରେ ବୃଦ୍ଧ ଗୁରୁତରଚିକିତ୍ସା ଦାବିରେ ରାସ୍ତାରୋକ

ଚିକିଟି, ୧୦/୦୯/୨୦୨୬ (ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧୀନ ଚିକିଟି ଫାଣ୍ଡି ଅଞ୍ଚଳର ଓଳପୁର ଛକ ନିକଟରେ ଶନିବାର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ଅଭିଜିତ, ସୌରଭ, ଆଶୁତୋଷ ହେପାଜତରେ; ସେମାନଙ୍କୁ କେତେ ସମୟ ପର୍ଯ୍ୟନ୍ତ ଅଟକ ରଖାଯିବ? ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୦।୧୦: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବାକୁ ପହଞ୍ଚିଥିବା ‘କକରୋଚ ଜନତା ପାର୍ଟି’ର ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?