ଅଳିଆ ହଟୁନି, ଡ୍ରେନ୍‌ ପୋତି ହେଲାଣି

ଖୋର୍ଦ୍ଧା ଅଫିସ,୧୫।୧୨: ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଖୋର୍ଦ୍ଧା ସହରକୁ ଶୀର୍ଷତା ସ୍ଥାନରେ ରଖିବା ଲାଗି ପୌର ପରିଷଦ ପକ୍ଷରୁ ‘ସ୍ବଚ୍ଛ ଭାରତ ସୁସ୍ଥ ଭାରତ’ ଅଭିଯାନ ଆରମ୍ଭ ହୋଇଛି। ଖୋର୍ଦ୍ଧା ସହରରେ ୨୨ଟି ଓ୍ବାର୍ଡ ରହିଛି। ତନ୍ମଧ୍ୟରୁ ୨୦ ଓ୍ବାର୍ଡର ଅଳିଆ ଉଠାଇବା ଏବଂ ଡ୍ରେନ ସଫା ଲାଗି ଠିକା ସଂସ୍ଥାକୁ ଦିଆଯାଇଛି। ଦୈନିକ ଠିକା ସଂସ୍ଥା ଦ୍ୱାରା ଅଳିଆ ଉଠୁଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ଏଥିଲାଗି ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ତେବେ ବାସ୍ତବ ଚିତ୍ର ସମ୍ପର୍ଣ୍ଣ ଭିନ୍ନ। ସହରର ବିଭିନ୍ନ ସ୍ଥାନରେ ଅଳିଆ ପଡ଼ି ରହୁଛି। ଡ୍ରେନ ସଫା ନ ହେବା ଫଳରେ ପରିବେଶ ପ୍ରଦୂଷିତ ହେବା ସହ ଦୁଗର୍ନ୍ଧରେ ନାକ ଫାଟିି ପଡୁଛି ବୋଲି ନଗର କଂଗ୍ରେସ ଅଭିଯୋଗ କରିଛି। ସୋମବାର ଖୋର୍ଦ୍ଧା ପୌରାଞ୍ଚଳରେ ବିଭିନ୍ନ ସମସ୍ୟା ନେଇ କଂଗ୍ରେସ କର୍ମୀମାନେ ଗୀତାଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ପୌରପରିଷଦ କାର୍ଯ୍ୟାଳୟଠାରେ ପହଞ୍ଚି ଘେରାଉ କରିବା ସହ ଫାଟକ ଆଗରେ ଧାରଣା ଦେଇଥିଲେ। ବିଭିନ୍ନ ଓ୍ବାର୍ଡରେ ପିଏଚଡି ପକ୍ଷରୁ ଜଳଯୋଗାଣ ନିମେନ୍ତ ପାଇପ ଲାଇନ ମରାମତି ପାଇଁ ରାସ୍ତା ଖୋଳା ଯାଇଛି। ମରାମତି ନ ହେବାରୁ ଦୈନିକ ଦୁର୍ଘଟଣା ଘଟୁଛି। ଅଚଳ ନଳକୂପ ଓ ପାଇପ ମରାମତି କରାଯାଉନାହିଁ। ପୌରାଞ୍ଚଳରେ ଅନେକ ଗରିବ ପରିବାରଙ୍କୁ ରାଶନ କାର୍ଡ ଅଦ୍ୟାବଧି ଦିଆଯାଇନାହିଁ। ଭୂମିହୀନଙ୍କୁ ଚିହ୍ନଟ କରାଯାଇ ସ୍ଥାୟୀ ପ୍ରମାଣପତ୍ର ପ୍ରଦାନ କରାଯାଉ। ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ସରକାରଙ୍କ ପକ୍ଷରୁ ୨ହଜାର ଟଙ୍କା ପ୍ରଦାନ ଲାଗି ଯୋଜନା ସତ୍ତ୍ୱେ ଗତ ୨ବର୍ଷ ହେବ କୌଣସି ସହାୟତା ଦିଆଯାଉନାହିଁ। ଖୋର୍ଦ୍ଧା ଶିଳ୍ପାଞ୍ଚଳରୁ ନିର୍ଗତ ଧୂଅଁା, ବର୍ଜ୍ୟବସ୍ତୁ ଓ ରାସାୟନିକ ଦୂଷିତ ଜଳ ତଳିଆ ଅଞ୍ଚଳରେ ଥିବା ଓ୍ବାର୍ଡରେ ପ୍ରବେଶ କରି ପରିବେଶକୁ ଦୂଷିତ କରୁଛି। ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ସହାୟତା ରାଶି ଦିଆଯାଇନାହିଁ। ଏହି ସମସ୍ତ ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ପୌର କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଉପଜିଲାପାଳ ଅଶୋକ ବେହେୁରିଆ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ, ଏସ୍‌ଡିପିଓ ସୁଶିଲ ମିଶ୍ର, ଟାଉନ ଥାନାଧିକାରୀ ଉମାଶଙ୍କର ସିଂ ପ୍ରମୁଖ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ଧାରଣାରେ ନଗର କଂଗ୍ରେସ ସଭାପତି ରଞ୍ଜିତ୍‌ ମହାପାତ୍ରଙ୍କ ନେତୃତ୍ୱରେ ପିସିସି ସଭ୍ୟ ଶିଶିର ପରିଡା, ପିସିସି ମୁଖପାତ୍ର ଅମିୟ ମହାନ୍ତି, ବିଭାସ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?