ଗଞ୍ଜାମ-ଖୋର୍ଦ୍ଧା ଚେକ୍‌ପୋଷ୍ଟ ଅନୁଧ୍ୟାନ କଲେ ଗଞ୍ଜାମ ଏସ୍‌ପି, କେବଳ ମେଡିକାଲ ଯିବାକୁ ଦେଲେ ଅନୁମତି

ଛତ୍ରପୁର,୧୯ା୭(ଡି.ଏନ୍‌.ଏ.) : ଗଞ୍ଜାମ-ଖୋର୍ଦ୍ଧା ସୀମା ଗୁରାପଲି ଚେକ୍‌ପୋଷ୍ଟରେ ପହଞ୍ଚି ଏସ୍‌ପି ବ୍ରିଜେଶ କୁମାର ରଏ ଅନୁଧ୍ୟାନ କରିଛନ୍ତି। କେବଳ ମେଡିକାଲ କେସ ପାଇଁ ଜିଲା ବାହାରକୁ ଛଡ଼ାଯାଉଛି। ତେବେ ଉପଜିଲାପାଳଙ୍କ ପାସ୍‌ ଦେଖାଇବାକୁ ପଡ଼ିବ ବୋଲି ଏସ୍‌ପି କହିଛନ୍ତି। ଉକ୍ତ ଚେକ୍‌ପୋଷ୍ଟର ଅନୁଧ୍ୟାନ କରିବା ସହ ଲକ୍‌ଡାଉନ୍‌ ପରିସ୍ଥିତିର ସେ ସମୀକ୍ଷା କରିଥିଲେ। ଅଯଥାରେ ଗାଡ଼ି ଚଳାଚଳ ଅନୁମତି ନ ଦେବାକୁ ପୋଲିସ ଅଧିକାରୀଙ୍କୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ ବ୍ୟତୀତ ଅଯଥାରେ ଘରକୁ ନ ବାହାରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଜିଲାରେ ଏବେ ଲକ୍‌ଡାଉନ୍‌ ଜାରି ରହିଛି। କେବଳ ଅତ୍ୟାଶ୍ୟକୀୟ ସାମଗ୍ରୀ ପାଇଁ ଲୋକଙ୍କୁ ଛଡ଼ାଯିବ ଏବଂ ସବୁଠି ପୋଲିସ ଚେକିଂ ଜାରି ରହିବ ବୋଲି ଏସ୍‌ପି କହିଛନ୍ତି। ଏଥିସହ ଥାନାକୁ ନ ଯାଇ ୧୦୦ ନମ୍ବର କିମ୍ବା ଥାନା ଅଧିକାରୀଙ୍କ ମୋବାଇଲକୁ ଫୋନ୍‌ କରି ଅଭିଯୋଗ ଜଣାନ୍ତୁ। ବର୍ତ୍ତମାନ ପୋଲିସକୁ ସାହାଯ୍ୟ କରନ୍ତୁ। କୋଭିଡ୍‌ ଗାଇଡଲାଇନ୍‌ ପାଳନ କରିବାକୁ ସେ କହିଥିଲେ। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି। ଜିଲାର ବିଭିନ୍ନ ଥାନା ଅଞ୍ଚଳକୁ ଯାଇ ପୋଲିସର ଚେକ୍‌ପୋଷ୍ଟ, ଏନ୍‌ଫୋର୍ସମେଣ୍ଟକୁ ଏସ୍‌ପି ଅନୁଧ୍ୟାନ କରିଛନ୍ତି। ଅମାନିଆମାନଙ୍କୁ ଏସ୍‌ପି ନିଜେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ମାନିବା ଓ ଘରୁ ନ ବାହାରିବାକୁ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ସେ ଏହାର ଯୋଗ୍ୟ ଥିଲେ’: ବାରୁଇପୁର ବଳାତ୍କାର-ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନା କଲେ ମାଆ

କୋଲକାତା,୮।୭: ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କ ମାଆ ବୁଧବାର କହିଛନ୍ତି ଯେ ସେ ତାଙ୍କ ପୁଅର ମୃତଦେହ ଦାବି କରିବେ…

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ: ଏକକାଳୀନ ଚଢ଼ାଉବେଳେ ଘରୁ ମିଳିଲା ଏତେ ଟଙ୍କା

କୋରାପୁଟ/ଜୟପୁର,୮।୭ (ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁରସ୍ଥିତ ଖଣି ବିଭାଗର ଉପନିର୍ଦ୍ଦେଶକ ସତ୍ୟଜିତ୍‌ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ବାଲିଘାଟ…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ…

ଧାମନଗର,୮ା୭(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନରେ ଖୋଲାଖୋଲି ଚାଲୁଛି ବେଆଇନ କରତକଳ। ଏହି ବେଆଇନ କରତକଳଗୁଡିକୁ ଧରିବା ପାଇଁ କାର୍ଯ୍ୟରତ ରେଞ୍ଜର ବବୁଲ ମଲିକ…

Vaibhav Sooryavanshi: ଲଗାତାର ଦୁଇଟି ମ୍ୟାଚରେ ବିଫଳ, ଟିମ୍‌ରୁ ବାହାରି ଯିବେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୭: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଲଗାତାର ଦୁଇଟି ମ୍ୟାଚରେ ବ୍ୟାଟରେ ବିଫଳ ହୋଇଛନ୍ତି। ପ୍ରଶଂସକମାନେ ଟିମ ଇଣ୍ଡିଆ ପାଇଁ ତାଙ୍କର…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

ସ୍କୁଲ ଯାଉଥିଲେ ରୋନକ, ଧକ୍କା ଦେଲା ବସ୍‌: ଆଉ ତା’ପରେ…

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ):ବରଗଡ ଘରୋଇ ବସଷ୍ଟାଣ୍ଡ ପାଖରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି। ମୃତ…

ଇରାନ-ଆମେରିକା ମଧ୍ୟରେ ପୁଣି ହେଲା ସିଧାସଳଖ ଯୁଦ୍ଧ, ଆମେରିକାର ଆକ୍ରମଣ ପରେ ସିଧା ଜବାବ ରଖିଲା ଇରାନ

ତେହରାନ,୮।୭: ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ପରେ, ଆମେରିକା ଏବଂ ଇରାନ ଏବେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି। ହର୍ମୁଜ ପ୍ରଣାଳୀରେ ଆକ୍ରମଣ ପରେ ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri