୨୪ ଘଣ୍ଟିଆ ହେଲ୍ପଲାଇନ‌ ନମ୍ବର ଜାରି କଲା ଗଞ୍ଜାମ ଜିଲା ପ୍ରଶାସନ

ଛତ୍ରପୁର,୯ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା ଟାଟା କୋଭିଡ୍‌ ହସ୍ପିଟାଲ, ପାରଳା ମହାରାଜା, ଭଞ୍ଜନଗର ଓ ହିଞ୍ଜିଳି କୋଭିଡ୍‌ କେୟାର ସେଣ୍ଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ହେଉଛି। ବିଶେଷକରି ଶିତଳାପଲି ଟାଟା କୋଭିଡ୍‌ ହସ୍ପିଟାଲ ଓ ପାରଳା ମହାରାଜା କୋଭିଡ୍‌ କେୟାର ସେଣ୍ଟରରେ ଚିକିତ୍ସା, ପାଣି, ଖାଦ୍ୟ, ପରିମଳ ସମ୍ବନ୍ଧୀୟ ଅବ୍ୟବସ୍ଥା ନେଇ ବାରମ୍ବାର ଭିଡିଓ ଭାଇରଲ ହେଉଛି। ଏହି ପରିପ୍ରେକ୍ଷୀରେ ଉକ୍ତ କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟରର ରୋଗୀମାନେ ଅଭିଯୋଗ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଲ୍‌ ସେଣ୍ଟର ଖୋଲାଯାଇଛି। ମୋବାଇଲ ନମ୍ବର ୮୧୧୮୦୬୬୩୭୦କୁ ଫୋନ୍‌ କରି କରୋନା ଆକ୍ରାନ୍ତ ଅଭିଯୋଗ, ଲକ୍ଷଣ ଏବଂ ହୋମ୍‌ କ୍ୱାରାଣ୍ଟାଇନ୍‌ ସମସ୍ୟା ସମ୍ପର୍କରେ ଜଣାଇପାରିବେ। ଏନେଇ ଗୁରୁବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।ଏଥିସହ ଛତ୍ରପୁର ସବ୍‌ଡିଭିଜନସ୍ତରୀୟ କୋଭିଡ୍‌-୧୯ ହେଲ୍ପଲାଇନର ଆରମ୍ଭ କରାଯାଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ, ଜରୁରୀ ପାସ ଓ ଅଭିଯୋଗ ସମ୍ପର୍କରେ ହେଲ୍ପଲାଇନ ନମ୍ବର ୮୪୮୦୮୩୮୬୦୩କୁ ଦୈନିକ ପୂର୍ବାହ୍ନ ୧୦ଟାରୁ ୫ଟା ୩୦ମଧ୍ୟରେ ଫୋନ୍‌ କିମ୍ବା ହ୍ବାଟ୍ସଆପ୍‌ କରି ଜଣାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷରେ ଉନ୍ନୟନ କାମରେ ବ୍ୟାପକ ହେରଫେର

ପଟ୍ଟାମୁଣ୍ଡାଇ, ୧୦ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ପୌର ପରିଷଦର କେତେଜଣ ଅଫିସର ଏହି ଟଙ୍କାକୁ...

ଆଗରୁ ପଢ଼ାଉଥିଲେ, ଏବେ କାଢ଼ି ନେବେ

ଫୁଲବାଣୀ ଅଫିସ, ୫ା୬- କନ୍ଧମାଳ ଜିଲାରେ ଅନ୍ବେଷା ଯୋଜନାରେ ବ୍ୟାପକ ଜାଲିଆତି ଚାଲିଛି। ୩ ବର୍ଷ ଧରି ଜିଲା ମଙ୍ଗଳ ବିଭାଗ ପକ୍ଷରୁ ସରକାରୀ ଗାଇଡ...

ପୁରୀରେ ସ୍ବାଧୀନତା ଦିବସ: ଅଭିବାଦନ ଗ୍ରହଣ କଲେ ଜିଲାପାଳ

ପୁରୀ ଅଫିସ,୧୫।୮: ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମ ପଡିଆରେ ଆଜି ୭୪ତମ ସୱାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ବଲୱନ୍ତ ସିଂ ମୁଖ୍ୟ ଅତିଥି ଭାବେ...

୨ ପୂର୍ବତନ ବିଧାୟକଙ୍କ ସହ ୨୪ ଡାକ୍ତରଙ୍କୁ ନେଇ ସ୍ବେଚ୍ଛାସେବୀ ଡାକ୍ତର ପ୍ୟାନେଲ ଗଠିତ

ଛତ୍ରପୁର,୨୮ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ସ୍ବେଛାସେବୀ ଡାକ୍ତର ପ୍ୟାନେଲ ଗଠନ ହୋଇଛି। ଏହି ପ୍ୟାନେଲରେ ୨୪ ଜଣ ଡାକ୍ତର ଅଛନ୍ତି। ଉକ୍ତ ଡାକ୍ତର ମାନଙ୍କ ମଧ୍ୟରେ...

ଡିସେମ୍ବର ୨୮ରୁ ପ୍ରକ୍ରିୟା ଆରମ୍ଭ: ୬.୭୬ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ

ପୁରୀ ଅଫିସ,୨୦।୧୧: ପୁରୀ ଜିଲା ଚାଷୀଙ୍କଠାରୁ କିପରି ସୁରୁଖୁରୁରେ ଖରିଫ ଧାନ ସଂଗ୍ରହ କରାଯିବ ସେ ନେଇ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।...

ହଷ୍ଟେଲରେ ଆଇସୋଲେଶନ ପ୍ରକୋଷ୍ଠ ବାଧ୍ୟ

ଢେଙ୍କାନାଳ ଅଫିସ, ୫।୧୨ – ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟର ୫୬ ଛାତ୍ରୀଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହେବା ଜିଲା ପ୍ରଶାସନର...

ଜିଲାର ରୁଗ୍‌ଣ ହେଲାଣି ସ୍ବାସ୍ଥ୍ୟସେବା

କେନ୍ଦ୍ରାପଡ଼ା ଅଫିସ,୨୬ା୮: କେନ୍ଦ୍ରାପଡ଼ା ଜିଲାରେ ସ୍ବାସ୍ଥ୍ୟସେବା ରୁଗ୍‌ଣ ହେବାରେ ଲାଗିଛି ବୋଲି ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ସନ୍ଧ୍ୟା ହେଲେ କେନ୍ଦ୍ରାପଡ଼ା...

ମତଦାନ କରିବାକୁ ମତଦାତା ଉତ୍ସାହୀ

ବଇଣ୍ଡା/ ଖମାର,୨୦।୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ୨୦ ତାରିଖ ରବିବାର ଅନୁଗୋଳ ଜିଲାର ଆଠମଲ୍ଲିକ ଓ ପାଲଲହଡ଼ା ବ୍ଲକରେ ଅନୁଷ୍ଠିତ ହେବ।...

Advertisement
Archives

Model This Week