Posted inଜାତୀୟ

ଖେଳ ଆରମ୍ଭ

କୋଲକାତା,୧୧ା୩: ନନ୍ଦିଗ୍ରାମ ବିଧାନସଭା ଆସନରୁ ମୋ ବିଜୟ ନେଇ ମୁଁ ଦୃଢ଼ ନିଶ୍ଚିତ। ମୁଁ ଭବାନୀପୁର ନିର୍ବାଚନମଣ୍ଡଳୀରୁ ସହଜରେ ଜିତି ପାରିଥାଆନ୍ତି। କିନ୍ତୁ ଗତ ଜାନୁୟାରୀରେ ନନ୍ଦିଗ୍ରାମ ଆସିଥିବାବେଳେ ସ୍ଥାନୀୟ ବିଧାୟକ ଇସ୍ତଫା ଦେଇଥିବାରୁ ଏହି ଆସନ ବିଧାୟକଶୂନ୍ୟ ହୋଇଯାଇଥିଲା। ସାଧାରଣ ଲୋକଙ୍କ ମୁହଁକୁ ଦେଖିଲି ଏବଂ ଏଠାରୁ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଲି। ଦେଶବାସୀଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିବା ପଶ୍ଚିମବଙ୍ଗର ହାଇପ୍ରୋଫାଇଲ୍‌ ସିଟ୍‌ ନନ୍ଦିଗ୍ରାମରୁ ବୁଧବାର ନାମାଙ୍କନପତ୍ର ଦାଖଲ କରି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ପ୍ରାର୍ଥୀ ହେବା ପରେ ଭାଜପାକୁ ଏଭଳି ଭାଷାରେ ଟାର୍ଗେଟ କରିଛନ୍ତି ଶାସକ ଦଳର ନେତ୍ରୀ ମମତା ବାନାର୍ଜୀ।
ମମତା କହିଛନ୍ତି, ମୁଁ ଏଠାରୁ କେବେ ଖାଲିହାତରେ ଫେରିନାହିଁ। ନନ୍ଦିଗ୍ରାମ କେବଳ ଏକ ନାମ ନୁହେଁ। ଏହା ଏକ ଆନ୍ଦୋଳନର ନାଁ। ମୁଁ ସମସ୍ତଙ୍କ ନାମ ଭୁଲିଯାଇପାରେ, କିନ୍ତୁ ନନ୍ଦିଗ୍ରାମ ସବୁବେଳେ ମନେରହିବ। ଏହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଯାହାକୁ କେହି ଧର୍ମୀୟ ଆଧାରରେ ବିଭାଜିତ କରିପାରିବେ ନାହିଁ। ନନ୍ଦିଗ୍ରାମ ଆନ୍ଦୋଳନ ବେଳେ ସବୁ ସମ୍ପ୍ରଦାୟର ଲୋକେ ଲଢ଼େଇ କରିଥିଲେ। ଯେଉଁମାନେ ଏହାର ଲିଗାସିକୁ ନେଇ ଭାଷଣ ଦେଉଛନ୍ତି, ଏଠାରେ ହିଂସା ବେଳେ ସେମାନେ କେଉଁଠି ଥିଲେ? ସେତେବେଳେ ମୁଁ ହିଁ ଏଠାରେ ଉପସ୍ଥିତ ଥିଲି ବୋଲି ମମତା କହିଛନ୍ତି। ପ୍ରକାଶ ଯେ ମମତା ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ସୁବିଧା ଦୃଷ୍ଟିରୁ ଏକ ଘର ଭଡ଼ାରେ ନେଇଛନ୍ତି। ମମତାଙ୍କୁ ତାଙ୍କ ପୂର୍ବ ସେନାପତି ଶୁଭେନ୍ଦୁ ଅଧିକାରୀ ବାହାର ଲୋକ ବୋଲି ଟାର୍ଗେଟ କରି ନିଜକୁ ଭୂମିପୁତ୍ର ଅଭିହିତ କରିଥିବାରୁ ମମତା କଡ଼ା ସମାଲୋଚନା କରିଛନ୍ତି।

୫ ଆସନ ଛଡ଼ାଇପାରିବେ କି ଓୱାଇସି

୨୦୦୬ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁସଲମାନ ଭୋଟ ବ୍ୟାଙ୍କ ଉପରେ ବାମ ସାମ୍ମୁଖ୍ୟର ଦଖଲ ଥିଲା। ଧୀରେ ଧୀରେ ଏହି ବର୍ଗର ଭୋଟର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଆଡ଼କୁ ଆକର୍ଷିତ ହେଲେ। ୨୦୧୧ ଓ ୨୦୧୬ ନିର୍ବାଚନରେ ଏହି ଭୋଟ ବ୍ୟାଙ୍କ ଯୋଗୁ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ କ୍ଷମତାକୁ ଆସିଥିଲେ। ତେବେ ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ୨୭ରୁ ୩୦% ମୁସଲମାନ ଭୋଟରଙ୍କୁ ନେଇ ଏଥର ବେଶି ଟଣାଓଟରା ଚାଲିଛି। ହାଇଦ୍ରାବାଦ ଏମ୍‌ପି ଅସାଦୁଦ୍ଦିନ ଓୱାଇସିଙ୍କ ଅଲ୍‌ ଇଣ୍ଡିଆ ମଜଲିସ୍‌-ଏ-ଇତ୍ତେହାଦୁଲ ମୁସ୍‌ଲିମୀନ(ଏଆଇଏମ୍‌ଆଇଏମ୍‌) ଏବଂ ଫୁରଫୁରା ଶରିଫ ପୀରଜାଦା ଅବ୍ବାସ ସିଦ୍ଦିକିଙ୍କ ପାର୍ଟି ଇଣ୍ଡିଆନ୍‌ ସେକୁଲାର ଫ୍ରଣ୍ଟ(ଆଇଏସ୍‌ଏଫ୍‌) ପ୍ରଥମ ଥର ମଇଦାନକୁ ଓହ୍ଲାଇଥିବାରୁ ଦ୍ୱନ୍ଦ୍ୱରେ ସଂଖ୍ୟାଲଘୁ ମତଦାତା। ଅଧିକାଂଶ ଲୋକଙ୍କ କହିବା ହେଲା, ଏହି ଦୁଇଜଣଙ୍କ ଦଳ ନିର୍ବାଚନ ଲଢ଼ିଲେ ମଧ୍ୟ ବିଶେଷ ଫରକ ପଡ଼ିବ ନାହିଁ। କିନ୍ତୁ ପଶ୍ଚିମବଙ୍ଗ ରାଜନୀତିରେ ଦୁଇ ମୁସ୍‌ଲିମ ନେତାଙ୍କ ଆବିର୍ଭାବ ଫଳରେ ଭୋଟବ୍ୟାଙ୍କ ଭାଙ୍ଗିରୁଜି ଯାଇପାରେ ବୋଲି କେତେଜଣ ମତ ଦେଉଛନ୍ତି। ତେବେ ସେଥିରୁ ଓୱାଇସିଙ୍କ ଭାଗରେ ପଡ଼ିବାକୁ ଥିବା ଭୋଟ ତାଙ୍କୁ ବିହାର ଭଳି ଖୁସି ଆଣିଦେବ? ସେ କ’ଣ ଏଠାରେ ୫ଟି ଆସନ ଦଖଲ କରିପାରବେ? ଏହି ପ୍ରଶ୍ନକୁ ନେଇ ହିସାବ କିତାବ କରିବାରେ ଲାଗିଛନ୍ତି ବିଶ୍ଳେଷକ।

ମୀନାକ୍ଷୀ ମହାମେଣ୍ଟ ପ୍ରାର୍ଥୀ
ପଶ୍ଚିମବଙ୍ଗରେ ବାମ ନେତୃତ୍ୱାଧୀନ ମହାମେଣ୍ଟ ପକ୍ଷରୁ ସିପିଆଇଏମ୍‌ର ମୀନାକ୍ଷୀ ମୁଖାର୍ଜୀଙ୍କୁ ହାଇପ୍ରୋଫାଇଲ୍‌ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ କରାଯାଇଛି। ସେ ଏଠାରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଓ ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ବାମ-କଂଗ୍ରେସ-ଆଇଏସ୍‌ଏଫ୍‌ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିବା ବାମ ସାମ୍ମୁଖ୍ୟ ଅଧ୍ୟକ୍ଷ ବିମାନ ଘୋଷ ସୂଚନା ଦେଇଛନ୍ତି।

ତ୍ରିମୁଖୀ ଲଢ଼େଇରେ ଲାଭ କାହାର
ପଶ୍ଚିମବଙ୍ଗରେ ମୁସଲମାନ ଭୋଟରଙ୍କୁ ଅସନ୍ତୁଷ୍ଟ କରି ନିର୍ବାଚନ ଲଢ଼ାଯାଇ ନ ପାରେ। ସଂଖ୍ୟାଲଘୁଙ୍କ ସଂଖ୍ୟାକୁ ଦେଖି ବାମପନ୍ଥୀ, ଭାଜପା ଏବଂ ଟିଏମ୍‌ସି ଏହି ଭୋଟରଙ୍କ ସମର୍ଥନ ଯୋଗାଡ଼ରେ ବ୍ୟସ୍ତ। କଂଗ୍ରେସ ଓ ବାମଦଳ ମେଣ୍ଟ ପୂର୍ବରୁ ହୋଇଥିଲା। କିନ୍ତୁ ପ୍ରତ୍ୟକ୍ଷ ରାଜନୀତିକୁ ଅବ୍ବାସ ସିଦ୍ଦିକିଙ୍କ ପ୍ରଥମ ପ୍ରବେଶ ଖେଳ ବିଗାଡ଼ି ଦେଇଛି। ତିନି ଦଳର ମିଳିତ ସଭା ପରେ କଂଗ୍ରେସରେ ଏହି ମେଣ୍ଟକୁ ନେଇ ବିଦ୍ରୋହର ସ୍ବର ମଧ୍ୟ ଉଠିଛି। ଏଆଇଏମ୍‌ଆଇଏମ୍‌ ଏହି ଲଢ଼େଇରେ ଯୋଡ଼ିହେବା ପରେ ପ୍ରତିଦ୍ୱନ୍ଦ୍ୱିତା କେବଳ ମମତା ବନାମ ମୋଦି ନ ହୋଇ ବହୁମୁଖୀ ହୋଇଛି। ଟିଏମ୍‌ସିର କ୍ଷତିରୁ ଭାଜପା କେତେ ଫାଇଦା ନେଇପାରିବ ତାହା ହିଁ ବଡ଼ ପ୍ରଶ୍ନ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖତାରଙ୍କ ୧୨ଶହ କୋଟି ଟଙ୍କାର ସମ୍ପତ୍ତି

ଲକ୍ଷ୍ନୌ,୨୮।୩: ମୁଖତାର ଅନସାରୀଙ୍କ ନାମ କିଏ ବା ନ ଶୁଣିଛି। ଯଦି ଆମେ ପୂର୍ବାଞ୍ଚଳ ବିଷୟରେ କଥା ହେବା, ସେଠାରେ ଥିବା ସମସ୍ତେ ନିଶ୍ଚୟ ତାଙ୍କ...

ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁ, ହସ୍ପିଟାଲରେ ପୋଲିସ ଛାଉଣି, ୧୪୪ ଧାରା ଜାରି

ବାନ୍ଦା,୨୮।୩: ଉତ୍ତର ପ୍ରଦେଶର ବାନ୍ଦା ହସ୍ପିଟାଲରେ ଶୁକ୍ରବାର ରାତିରେ ମାଫିଆରୁ ରାଜନେତା ହୋଇଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ହୋଇଛି। ବାନ୍ଦା ଜେଲରେ ହାର୍ଟ ଆଟାକ ପରେ...

ଇଡି ଜବତ କରୁଥିବା ସମ୍ପତ୍ତି ହୁଏ କ’ଣ, ଯାହାକୁ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଉଥିବା କହୁଛନ୍ତି ମୋଦି?

ନୂଆଦିଲ୍ଲୀ,୨୮।୩: ନିର୍ବାଚନ ଋତୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏକ ବଡ଼ ଦାବି କରିଛନ୍ତି। ପଶ୍ଚିମବଙ୍ଗର କୃଷ୍ଣନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ...

ଜେଲରୁ ପ୍ରଚାର କରିବେ ଆଜମ ଖାଁ? ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି ନାମ

ଲକ୍ଷ୍ନୌ,୨୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜି ସାରିଛି ଏବଂ ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ୟୁପିରେ ପ୍ରଥମ...

ମୁଖତାର ଅନସାରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୮।୩: ବାହୁବଳୀ ନେତା ମୁଖତାର ଅନସାରୀ ଗୁରୁତର ହୋଇପଡିଛନ୍ତି। ବାନ୍ଦା ଜେଲରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ବିଗିଡି ଯାଇଛି। ଏହା ପରେ ତାଙ୍କୁ ବାନ୍ଦା...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri