Posted inଜାତୀୟ

ଖେଳ ଆରମ୍ଭ

କୋଲକାତା,୧୧ା୩: ନନ୍ଦିଗ୍ରାମ ବିଧାନସଭା ଆସନରୁ ମୋ ବିଜୟ ନେଇ ମୁଁ ଦୃଢ଼ ନିଶ୍ଚିତ। ମୁଁ ଭବାନୀପୁର ନିର୍ବାଚନମଣ୍ଡଳୀରୁ ସହଜରେ ଜିତି ପାରିଥାଆନ୍ତି। କିନ୍ତୁ ଗତ ଜାନୁୟାରୀରେ ନନ୍ଦିଗ୍ରାମ ଆସିଥିବାବେଳେ ସ୍ଥାନୀୟ ବିଧାୟକ ଇସ୍ତଫା ଦେଇଥିବାରୁ ଏହି ଆସନ ବିଧାୟକଶୂନ୍ୟ ହୋଇଯାଇଥିଲା। ସାଧାରଣ ଲୋକଙ୍କ ମୁହଁକୁ ଦେଖିଲି ଏବଂ ଏଠାରୁ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଲି। ଦେଶବାସୀଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିବା ପଶ୍ଚିମବଙ୍ଗର ହାଇପ୍ରୋଫାଇଲ୍‌ ସିଟ୍‌ ନନ୍ଦିଗ୍ରାମରୁ ବୁଧବାର ନାମାଙ୍କନପତ୍ର ଦାଖଲ କରି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ପ୍ରାର୍ଥୀ ହେବା ପରେ ଭାଜପାକୁ ଏଭଳି ଭାଷାରେ ଟାର୍ଗେଟ କରିଛନ୍ତି ଶାସକ ଦଳର ନେତ୍ରୀ ମମତା ବାନାର୍ଜୀ।
ମମତା କହିଛନ୍ତି, ମୁଁ ଏଠାରୁ କେବେ ଖାଲିହାତରେ ଫେରିନାହିଁ। ନନ୍ଦିଗ୍ରାମ କେବଳ ଏକ ନାମ ନୁହେଁ। ଏହା ଏକ ଆନ୍ଦୋଳନର ନାଁ। ମୁଁ ସମସ୍ତଙ୍କ ନାମ ଭୁଲିଯାଇପାରେ, କିନ୍ତୁ ନନ୍ଦିଗ୍ରାମ ସବୁବେଳେ ମନେରହିବ। ଏହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଯାହାକୁ କେହି ଧର୍ମୀୟ ଆଧାରରେ ବିଭାଜିତ କରିପାରିବେ ନାହିଁ। ନନ୍ଦିଗ୍ରାମ ଆନ୍ଦୋଳନ ବେଳେ ସବୁ ସମ୍ପ୍ରଦାୟର ଲୋକେ ଲଢ଼େଇ କରିଥିଲେ। ଯେଉଁମାନେ ଏହାର ଲିଗାସିକୁ ନେଇ ଭାଷଣ ଦେଉଛନ୍ତି, ଏଠାରେ ହିଂସା ବେଳେ ସେମାନେ କେଉଁଠି ଥିଲେ? ସେତେବେଳେ ମୁଁ ହିଁ ଏଠାରେ ଉପସ୍ଥିତ ଥିଲି ବୋଲି ମମତା କହିଛନ୍ତି। ପ୍ରକାଶ ଯେ ମମତା ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ସୁବିଧା ଦୃଷ୍ଟିରୁ ଏକ ଘର ଭଡ଼ାରେ ନେଇଛନ୍ତି। ମମତାଙ୍କୁ ତାଙ୍କ ପୂର୍ବ ସେନାପତି ଶୁଭେନ୍ଦୁ ଅଧିକାରୀ ବାହାର ଲୋକ ବୋଲି ଟାର୍ଗେଟ କରି ନିଜକୁ ଭୂମିପୁତ୍ର ଅଭିହିତ କରିଥିବାରୁ ମମତା କଡ଼ା ସମାଲୋଚନା କରିଛନ୍ତି।

୫ ଆସନ ଛଡ଼ାଇପାରିବେ କି ଓୱାଇସି

୨୦୦୬ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁସଲମାନ ଭୋଟ ବ୍ୟାଙ୍କ ଉପରେ ବାମ ସାମ୍ମୁଖ୍ୟର ଦଖଲ ଥିଲା। ଧୀରେ ଧୀରେ ଏହି ବର୍ଗର ଭୋଟର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଆଡ଼କୁ ଆକର୍ଷିତ ହେଲେ। ୨୦୧୧ ଓ ୨୦୧୬ ନିର୍ବାଚନରେ ଏହି ଭୋଟ ବ୍ୟାଙ୍କ ଯୋଗୁ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ କ୍ଷମତାକୁ ଆସିଥିଲେ। ତେବେ ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ୨୭ରୁ ୩୦% ମୁସଲମାନ ଭୋଟରଙ୍କୁ ନେଇ ଏଥର ବେଶି ଟଣାଓଟରା ଚାଲିଛି। ହାଇଦ୍ରାବାଦ ଏମ୍‌ପି ଅସାଦୁଦ୍ଦିନ ଓୱାଇସିଙ୍କ ଅଲ୍‌ ଇଣ୍ଡିଆ ମଜଲିସ୍‌-ଏ-ଇତ୍ତେହାଦୁଲ ମୁସ୍‌ଲିମୀନ(ଏଆଇଏମ୍‌ଆଇଏମ୍‌) ଏବଂ ଫୁରଫୁରା ଶରିଫ ପୀରଜାଦା ଅବ୍ବାସ ସିଦ୍ଦିକିଙ୍କ ପାର୍ଟି ଇଣ୍ଡିଆନ୍‌ ସେକୁଲାର ଫ୍ରଣ୍ଟ(ଆଇଏସ୍‌ଏଫ୍‌) ପ୍ରଥମ ଥର ମଇଦାନକୁ ଓହ୍ଲାଇଥିବାରୁ ଦ୍ୱନ୍ଦ୍ୱରେ ସଂଖ୍ୟାଲଘୁ ମତଦାତା। ଅଧିକାଂଶ ଲୋକଙ୍କ କହିବା ହେଲା, ଏହି ଦୁଇଜଣଙ୍କ ଦଳ ନିର୍ବାଚନ ଲଢ଼ିଲେ ମଧ୍ୟ ବିଶେଷ ଫରକ ପଡ଼ିବ ନାହିଁ। କିନ୍ତୁ ପଶ୍ଚିମବଙ୍ଗ ରାଜନୀତିରେ ଦୁଇ ମୁସ୍‌ଲିମ ନେତାଙ୍କ ଆବିର୍ଭାବ ଫଳରେ ଭୋଟବ୍ୟାଙ୍କ ଭାଙ୍ଗିରୁଜି ଯାଇପାରେ ବୋଲି କେତେଜଣ ମତ ଦେଉଛନ୍ତି। ତେବେ ସେଥିରୁ ଓୱାଇସିଙ୍କ ଭାଗରେ ପଡ଼ିବାକୁ ଥିବା ଭୋଟ ତାଙ୍କୁ ବିହାର ଭଳି ଖୁସି ଆଣିଦେବ? ସେ କ’ଣ ଏଠାରେ ୫ଟି ଆସନ ଦଖଲ କରିପାରବେ? ଏହି ପ୍ରଶ୍ନକୁ ନେଇ ହିସାବ କିତାବ କରିବାରେ ଲାଗିଛନ୍ତି ବିଶ୍ଳେଷକ।

ମୀନାକ୍ଷୀ ମହାମେଣ୍ଟ ପ୍ରାର୍ଥୀ
ପଶ୍ଚିମବଙ୍ଗରେ ବାମ ନେତୃତ୍ୱାଧୀନ ମହାମେଣ୍ଟ ପକ୍ଷରୁ ସିପିଆଇଏମ୍‌ର ମୀନାକ୍ଷୀ ମୁଖାର୍ଜୀଙ୍କୁ ହାଇପ୍ରୋଫାଇଲ୍‌ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ କରାଯାଇଛି। ସେ ଏଠାରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଓ ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ବାମ-କଂଗ୍ରେସ-ଆଇଏସ୍‌ଏଫ୍‌ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିବା ବାମ ସାମ୍ମୁଖ୍ୟ ଅଧ୍ୟକ୍ଷ ବିମାନ ଘୋଷ ସୂଚନା ଦେଇଛନ୍ତି।

ତ୍ରିମୁଖୀ ଲଢ଼େଇରେ ଲାଭ କାହାର
ପଶ୍ଚିମବଙ୍ଗରେ ମୁସଲମାନ ଭୋଟରଙ୍କୁ ଅସନ୍ତୁଷ୍ଟ କରି ନିର୍ବାଚନ ଲଢ଼ାଯାଇ ନ ପାରେ। ସଂଖ୍ୟାଲଘୁଙ୍କ ସଂଖ୍ୟାକୁ ଦେଖି ବାମପନ୍ଥୀ, ଭାଜପା ଏବଂ ଟିଏମ୍‌ସି ଏହି ଭୋଟରଙ୍କ ସମର୍ଥନ ଯୋଗାଡ଼ରେ ବ୍ୟସ୍ତ। କଂଗ୍ରେସ ଓ ବାମଦଳ ମେଣ୍ଟ ପୂର୍ବରୁ ହୋଇଥିଲା। କିନ୍ତୁ ପ୍ରତ୍ୟକ୍ଷ ରାଜନୀତିକୁ ଅବ୍ବାସ ସିଦ୍ଦିକିଙ୍କ ପ୍ରଥମ ପ୍ରବେଶ ଖେଳ ବିଗାଡ଼ି ଦେଇଛି। ତିନି ଦଳର ମିଳିତ ସଭା ପରେ କଂଗ୍ରେସରେ ଏହି ମେଣ୍ଟକୁ ନେଇ ବିଦ୍ରୋହର ସ୍ବର ମଧ୍ୟ ଉଠିଛି। ଏଆଇଏମ୍‌ଆଇଏମ୍‌ ଏହି ଲଢ଼େଇରେ ଯୋଡ଼ିହେବା ପରେ ପ୍ରତିଦ୍ୱନ୍ଦ୍ୱିତା କେବଳ ମମତା ବନାମ ମୋଦି ନ ହୋଇ ବହୁମୁଖୀ ହୋଇଛି। ଟିଏମ୍‌ସିର କ୍ଷତିରୁ ଭାଜପା କେତେ ଫାଇଦା ନେଇପାରିବ ତାହା ହିଁ ବଡ଼ ପ୍ରଶ୍ନ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?