ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ ଓ ଉତ୍‌ପ୍ରେରିତ କରେ। ଆଶା ହିଁ ଏକ ମାତ୍ର ମହୌଷଧି ଯାହା ବର୍ତ୍ତମାନର ଅନ୍ଧକାରକୁ ଦୂରେଇ ଦେଇ ଭବିଷ୍ୟତ ସୁଖର ଆଲୋକ ବର୍ତ୍ତିକା ସାଜେ। ଆଶାଶୂନ୍ୟ ହେଲେ ମଣିଷର ମନୋବଳ ଭାଙ୍ଗିଯାଏ ଓ ନିରାଶାର କଳାବାଦଲ ତା’ ହୃଦୟ ଆକାଶକୁ ଆଚ୍ଛାଦିତ କରେ।
ଦିବ୍ୟଜନନୀ ଶ୍ରୀମା’ଙ୍କର ‘ଦି କରେଜ’ ପ୍ରବନ୍ଧର କଥାବସ୍ତୁ ଅନୁସାରେ ବିଭୀଷଣ ଭ୍ରାତା ରାବଣଙ୍କୁ ଯେତେବେଳେ ଉପଦେଶ ଦେଲେ ଯେ ସେ ପରମ ସାଧ୍ୱୀ ଜଗଜ୍ଜନନୀ ମାତା ଜାନକୀଙ୍କୁ ପ୍ରଭୁ ଶ୍ରୀରାମଙ୍କୁ ଅର୍ପଣ କରି ପ୍ରଭୁଙ୍କର ଶରଣାପନ୍ନ ହୁଅନ୍ତୁ ସେତେବେଳେ ସେ ଆଶା କରିଥିଲେ ଯେ, ରାବଣ ତାଙ୍କ ଉପଦେଶ ଗ୍ରହଣ କରିବେ। ଅବଶ୍ୟ ବିଭୀଷଣଙ୍କର ଆଶା ଅମୂଳକ ନ ଥିଲା କାରଣ ସ୍ବର୍ଣ୍ଣଲଙ୍କାକୁ ରକ୍ଷା କରିବାର ଏହା ଥିଲା ଏକମାତ୍ର ବିକଳ୍ପ। ବିଚିତ୍ର ରାମାୟଣରେ କବି ବିଶ୍ୱାନାଥ ଖୁଣ୍ଟିଆଙ୍କର ବର୍ଣ୍ଣନା ଅନୁସାରେ ସୀତାଙ୍କୁ ହରଣ କଲା ଦିନରୁ ହିଁ ରାବଣ ନିଧନ ଓ ଲଙ୍କା ବିନାଶର ପଥ ସୁଗମ ହୋଇଥିଲା। କବିଙ୍କ ଭାଷାରେ ‘ବୋଲେ ବିଶି ସୀତା ହରିଲା ଦିନରୁ ଦଇବ ତାହାକୁ ଛାଡିଲା’। ବିଭୀଷଣଙ୍କର ସକଳ ଆଶା ମଉଳିଗଲା ଯେତେବେଳେ ରାବଣ ତାଙ୍କୁ ପଦାଘାତ କରି ଲଙ୍କାରୁ ବହିଷ୍କୃତ କଲେ। ବର୍ତ୍ତମାନ ବିଭୀଷଣଙ୍କ ପାଖରେ ଦୁଇଟି ବିକଳ୍ପ ଯଥା ରାବଣଙ୍କୁ କ୍ଷମା ଯାଚନା କରିବା କିମ୍ବା ନିର୍ବିବାଦରେ ଲଙ୍କା ତ୍ୟାଗକରି ଶ୍ରୀରାମଙ୍କର ଶରଣାପନ୍ନ ହେବା। ବିଭୀଷଣ ତାହା ହିଁ କଲେ ଯାହା ଜଣେ ସଦାଚାରୀ ହିଁ କରିଥାଏ।
ଏଠାରେ ଏକ ସତ୍ୟ ଘଟଣାର ଅବତାରଣା ପ୍ରାସଙ୍ଗିକ ମନେହୁଏ। ଆମେରିକାର ଏକ ସାଧାରଣ ଗରିବ ପରିବାରରେ ଜନ୍ମ ନେଇଥିଲେ ପ୍ରଖ୍ୟାତ ଗଣିତଜ୍ଞ ‘ଚାର୍ଲସ୍‌ ଡି ଫୋଷ୍ଟ’। ପିଲାଦିନୁ ଗଣିତ ବିଦ୍ୟା ଥିଲା ତାଙ୍କର ଅସାଧାରଣ ପ୍ରତିଭାର ପ୍ରତୀକ। ସେ ଆଶା କରିଥିଲେ ଜଣେ ଶ୍ରେଷ୍ଠ ଗଣିତଜ୍ଞ ହେବେ। କିନ୍ତୁ ତାଙ୍କ ଆଶାର ଜୁଆରରେ ଭଟ୍ଟା ଆସିଗଲା ଯେତେବେଳେ ବାଳୁତ ଅବସ୍ଥାରେ ପିତାଙ୍କୁ ହରାଇଲେ। ପରିବାର ପ୍ରତିପୋଷଣର ଅନ୍ୟ ମାର୍ଗ ନ ଥିବାରୁ ସେ ଜୋତା ମରାମତି କରି ଅର୍ଥ ରୋଜଗାର କଲେ। ହେଲେ ତାଙ୍କ ଆଶାର ମୃତ୍ୟୁ ଘଟି ନ ଥିଲା। ନିଜ ଭିତରେ ଏକ ଗଭୀର ଆତ୍ମପ୍ରତ୍ୟୟ ସୃଷ୍ଟି ହେଲା। ସେ ସଞ୍ଚତ୍ତ ଅର୍ଥରେ କିଛି ବହିକିଣି ଅବସର ସମୟରେ ପଢିବାକୁ ଲାଗିଲେ। ସଞ୍ଚତ୍ତ ଅର୍ଥରେ ବିଦ୍ୟାଳୟରେ ନାମ ଲେଖାଇ ପୁନଃ ଆନୁଷ୍ଠାନିକ ଶିକ୍ଷା ଲାଭ କଲେ। ଛୁଟିଦିନ ଓ ବିଦ୍ୟାଳୟ ଛୁଟି ପରେ ସେ ଜୋତା ମରାମତି କରି ଅର୍ଥ ଉପାର୍ଜନ ମଧ୍ୟ କଲେ। ଶେଷରେ ତାଙ୍କ ଆଶା ଫଳବତୀ ହେଲା। ସେ ସାମାନ୍ୟ ଜୋତା ମରାମତି କରୁଥିବା ବାଳକରୁ ଦିନେ ଆମେରିକାର ଜଣେ ଶ୍ରେଷ୍ଠ ଗଣିତଜ୍ଞ ହୋଇପାରିଲେ। ଆର୍ଥିକ ସ୍ବଚ୍ଛଳତା ନୁହେଁ, ଦୃଢ଼ ଇଚ୍ଛାଶକ୍ତି ଓ ସକାରାତ୍ମକ ଆଶା ହିଁ ତାଙ୍କୁ କରିଥିଲା ଏତେବଡ଼ ଗୌରବର ଅଧିକାରୀ। କେବଳ କୌଣସି ଆଶା ମଣିଷକୁ ସାଫଲ୍ୟମଣ୍ଡିତ କରିପାରିବ ନାହିଁ। ଆଶା ସହିତ ଦୃଢ଼ ମନୋବଳ ଓ ପ୍ରବଳ ଇଚ୍ଛାଶକ୍ତିର ଆବଶ୍ୟକତା ଅଛି। ଇଂଲିଶରେ ଗୋଟିଏ ପ୍ରବାଦ ଅଛି ‘ଇଫ୍‌ ଉଇସେସ୍‌ ଓୟାର ହର୍ସେସ୍‌ ବେଗର୍ସ ମାଇଟ୍‌ ରାଇଡ୍‌’ ଅର୍ଥାତ୍‌ ମଣିଷର ସମସ୍ତ ଇଚ୍ଛା ଯଦି ପୂରଣ ହୋଇଯାଏ, ତେବେ ପୃଥିବୀରେ ଦରିଦ୍ରତମ ଭିକାରିଟି ମଧ୍ୟ ଘୋଡ଼ା ଚଢ଼ି ବୁଲନ୍ତା।
ସରକାର ପରେ ସରକାର କ୍ଷମତାକୁ ଆସନ୍ତି। କ୍ଷମତା ଦଖଲ ପୂର୍ବରୁ ଜନତାଙ୍କ ମନରେ କେତେ ଆଶା ସଂଚାର କରନ୍ତି। ଭୋଟ ବିନିମୟରେ ଭୋଟଦାତା ଆଶା କରେ ଯେ ସରକାର ଦେଶର ବା ରାଜ୍ୟର ବିକାଶକୁ ପ୍ରାଧାନ୍ୟ ଦିଅନ୍ତୁ। ଆଶା କରୁଥିବା ବ୍ୟକ୍ତିଟି ସମ୍ପୂର୍ଣ୍ଣ ଆମତ୍କୈନ୍ଦ୍ରିକ ହୋଇଥିଲେ, ତା’ ଆଶାଗୁଡିକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ହୋଇଥାଏ। ମାତ୍ର ମତଦାତା ବିଶାଳ ହୃଦୟବିଶିଷ୍ଟ ହୋଇଥିଲେ ସେ ଆଶାକରେ ସରକାର ସମୂହ ବିକାଶକୁ ପ୍ରାଧାନ୍ୟ ଦେଇ ଦେଶ ତଥା ରାଜ୍ୟର ସର୍ବାଙ୍ଗୀନ ବିକାଶ ସାଧନରେ ବ୍ରତୀ ହୁଅନ୍ତୁ। ସାଧାରଣ ଜନତାର ହାଣ୍ଡିଶାଳକୁ ଯେଉଁ ସବୁ ଜିନିଷର ସର୍ବନିମ୍ନ ଆବଶ୍ୟକତା ରହିଛି ତା’ର ସୁଲଭତା, ବଜାର ଦର ନିୟନ୍ତ୍ରଣ କରିବା, ବିଶେଷକରି ଦେଶରୁ ବେରୋଜଗାର ହଟାଇବା ଇତ୍ୟାଦି ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରିବା ଆବଶ୍ୟକ। କିନ୍ତୁ ବାସ୍ତବ ଦୃଶ୍ୟପଟ ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି। କ୍ରମବର୍ଦ୍ଧମାନ ଉଚ୍ଚ ଶିକ୍ଷିତଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ସରକାର କର୍ମ ସଂସ୍ଥାନ ଯୋଗାଇବାରେ ବିଫଳ ହେଉଛନ୍ତି। ଉତ୍ତର ପ୍ରଦେଶର ୩୦୮ ପିଅନ ଚାକିରି ପାଇଁ ଆବେଦନକାରୀଙ୍କ ସଂଖ୍ୟା ଥିଲା ୨୩ଲକ୍ଷ; ଯେଉଁମାନଙ୍କ ମଧ୍ୟରେ ଥିଲେ ହଜାର ହଜାର ବି.ଟେକ୍‌, ଏମ୍‌.ଏସ୍‌ସି. ଏମ୍‌.ଏ. ଓ ଏମ୍‌.କମ୍‌. ଛାତ୍ର। ଆଶ୍ଚର୍ଯ୍ୟର କଥା ହେଲା ସେମାନଙ୍କ ଭିତରେ ଥିଲେ ୨୫୫ ଜଣ ପିଏଚ୍‌.ଡି.ଧାରୀ। ସେହିପରି ଛତିଶଗଡ଼ ସରକାରଙ୍କର ୩୦ଟି ପିଅନ ପୋଷ୍ଟ ପାଇଁ ଆବେଦନକାରୀ ଥିଲେ ୭୫ହଜାର ଯୁବତୀ ଯୁବକ। ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ କିମ୍ବା ଯୁକ୍ତ୨ ଆବଶ୍ୟକ ଥିବାବେଳେ ଉଚ୍ଚଶିକ୍ଷିତମାନେ ଯେଉଁ ଭଳି ପିଅନ ଚାକିରି ଖଣ୍ଡେ ପାଇଁ ଆତୁର ହୋଇ ଉଠୁଛନ୍ତି ସେଥିରେ ବେଶ୍‌ ଅନୁମେୟ ଯେ ଆଶାୟୀଙ୍କ ସଂଖ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚତ୍ଲାଣି ଓ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ସରକାରଙ୍କ ପକ୍ଷରେ ଏକ ବିରାଟ ଆହ୍ବାନ।
ଅଧିକ ଲାଭ ପାଇବା ଆଶାରେ ଆଶାୟୀମାନେ ବ୍ୟାଙ୍କରେ ଅର୍ଥ ଜମା ନ କରି ମଧ୍ୟସ୍ଥମାନଙ୍କର ମନ ଭୁଲାଣିଆ କଥାରେ ନିଜର କଷ୍ଟାର୍ଜିତ ଧନକୁ ଚିଟ୍‌ଫଣ୍ଡରେ ଜମାକରି ଶେଷରେ ନିରାଶା ମଧ୍ୟକୁ ଠେଲି ହୋଇଯାଇଛନ୍ତି। ସେହିପରି ସାହାରା ଇଣ୍ଡିଆ ଭଳି ପ୍ରତିଷ୍ଠିତ ସଂସ୍ଥା ଜମାକାରୀଙ୍କର କୋଟି କୋଟି ଜମା ଅର୍ଥକୁ ଫେରସ୍ତ ନ ଦେଇ କମ୍ପାନୀ ବନ୍ଦ ହୋଇଯାଇଛି। ସଂସ୍ଥା ଚାଲୁଥିବାବେଳେ ଲୋକେ ଟଙ୍କା ଜମାକରୁଥିଲେ ଓ ଏକଥା ସରକାର ମଧ୍ୟ ଭଲଭାବେ ଜାଣିଥିଲେ। ସରକାରଙ୍କ ଅଜ୍ଞାତରେ ଯେ ଏହିସବୁ ସଂସ୍ଥାମାନେ ତାଙ୍କ ବ୍ୟବସାୟ ଚାଲୁ ରଖୁଥିଲେ ଏକଥା ନୁହେଁ। ସରକାର ଏହିସବୁ ଜମାକାରୀଙ୍କ କାରାବାର ବିଷୟରେ ବେଶ୍‌ ଅବଗତ ଥିଲେ। ସରକାର ପ୍ରଥମରୁ କମ୍ପାନୀଙ୍କ ଉପରେ ନିୟନ୍ତ୍ରଣ ଜାହିର କରିବାର ଆବଶ୍ୟକତା ଥିଲା। ଏବେ ଯେତେବେଳେ ଜମାକାରୀମାନେ ଜମାଟଙ୍କା ହରାଇ ନିରାଶାର କରାଳଗର୍ଭକୁ ଠେଲି ହୋଇଯାଇଛନ୍ତି ସେତେବେଳେ କମ୍ପାନୀ କିମ୍ବା ସରକାର କୌଣସି ପଦକ୍ଷେପ ନ ନେବା ଘୋର ପରିତାପର ବିଷୟ। ସର୍ବତ୍ର ନିରାଶ ହୋଇ ଜମାକାରୀଟି ବିଚରା ଆଶଙ୍କିତ ଚିତ୍ତରେ ଦିନକାଟୁଛି।
ଆଶା ନିରାଶାର ଦୋଛକିରେ ଠିଆ ହୋଇଛି ମଣିଷ। ଆଶା ପୂରଣ ହେଲେ ତାକୁ ଗଡ଼ ଜିଣିଲା ପରି ଲାଗେ ଓ ଆଶା ନିରାଶାରେ ପରିବର୍ତ୍ତିତ ହେଲେ ଜୀବନ ଦୁର୍ବିଷହ ହୋଇଯାଏ। ଚାଲ୍‌ସ ଡି ଫୋଷ୍ଟଙ୍କ ପରି ବହୁ କମ୍‌ ଭାଗ୍ୟଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କର ଆଶା ଫଳବତୀ ହୁଏ। କାହାର ଭାଗ୍ୟରେ ଆଶାର ଆଲୋକ ଝଲମଲ ହୁଏ ତ କିଏ ପୁଣି ନିରାଶାର ଗଭୀର ଅନ୍ଧକାର ଗହ୍ବରକୁ ଠେଲି ହୋଇଯାଏ। ଆଶା ନିରାଶାର ଖେଳ ମଧ୍ୟରେ ଗତିଶୀଳ ଏ ଜୀବନ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦

ବୈକୁଣ୍ଠନାଥ ମିଶ୍ର

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?