ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା ଏକ ଯୋଜନାବଦ୍ଧ ସଙ୍କେତ। ଅନେକ ବର୍ଷ ହେଲା ମରିସସ୍‌ ଏନ୍‌ଏସ୍‌ଏ ପଦବୀ ସାଧାରଣତଃ ଏକ ଦୃଢ଼ ବାହ୍ୟ ଗୁପ୍ତଚର କିମ୍ବା ସାମରିକ ପୃଷ୍ଠଭୂମି ଥିବା ଅଧିକାରୀମାନଙ୍କୁ ଦିଆଯାଇଆସିଛି। କିନ୍ତୁ ରାସଗୋତ୍ରାଙ୍କ କ୍ଷେତ୍ରରେ ଏହା ଭିନ୍ନ ।
ସେ ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ, ଯାହାଙ୍କ କ୍ୟାରିୟର ଘରୋଇ ଗୁପ୍ତଚର, ଆତଙ୍କବାଦ ବିରୋଧୀ ଅଭିଯାନ ଏବଂ ସୀମା ପରିଚାଳନା ସହ ଜଡ଼ିତ। ପ୍ରଥମେ ଇଣ୍ଟେଲିଜେନ୍ସ ବ୍ୟୁରୋରେ ଏବଂ ପରେ ଆଇଟିବିପିର ମହାନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି। ମରିସସ୍‌ ଏବେ ଇତିହାସ ଏବଂ ପ୍ରବାସୀ ସମ୍ପର୍କ ଦୃଷ୍ଟିରୁ ଭାରତ ପାଇଁ କେବଳ ଏକ ବନ୍ଧୁତ୍ୱପୂର୍ଣ୍ଣ ଦ୍ୱୀପ ନ ହୋଇ ଭାରତ ମହାସାଗର ଅଞ୍ଚଳରେ ରଣନୈତିକ ପ୍ରବେଶ ପଥ ଭାବେ ଉଭା ହୋଇଛି। ଏହା ସାମୁଦ୍ରିକ ସୁରକ୍ଷା, ସାଇବର ନେଟୱର୍କ, ଆର୍ଥିକ ଗୁପ୍ତଚର ଏବଂ ମୌଳବାଦ ବିରୋଧୀ ଶକ୍ତିର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ସମୟରେ, ମରିସସ୍‌ରେ ଗୁପ୍ତରେ ଚାଇନା ପ୍ରଭାବ ବିସ୍ତାର କରୁଛି। ଏଭଳି ସ୍ଥିତିରେ, ଭାବନାର ମୂଲ୍ୟ କିଛି ନାହିଁ ବରଂ ପରିସ୍ଥିତିକୁ ଦେଖି ସଚେତନ ହୋଇ କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ। ଭାରତ ‘ବାହ୍ୟ’ ସୁରକ୍ଷାର କିଭଳି ପୁନର୍ବିଚାର କରୁଛି ତାହା ରାସଗୋତ୍ରାଙ୍କ ନିଯୁକ୍ତି ସୂଚାଇ ଦିଏ । ଏବକାର ଅନେକ ବିପଦ ଯଥା ଡିଜିଟାଲ କ୍ଷେତ୍ରରେ ସାଇବର ଅପରାଧର ପ୍ରବେଶ, ଆର୍ଥିକ ଅପରାଧ, ଆତଙ୍କବାଦୀ ନେଟୱର୍କ ଭଳି ବିପଦ କାର୍ଯ୍ୟକୁ ପ୍ରଭାବିତ କରୁଛି। ଏହି ଦୃଷ୍ଟିରୁ ଦେଖିଲେ, ରାସଗୋତ୍ରାଙ୍କ ନିଯୁକ୍ତି ଭବିଷ୍ୟତ ପାଇଁ ଭଲ।
ଭିଆର୍‌ଏସ୍‌ ଲହରି
ଏବେ ଉତ୍ତର ପ୍ରଦେଶର ବରିଷ୍ଠ ଆଇଏଏସ୍‌ ଅଧିକାରୀମାନଙ୍କ ସ୍ବେଚ୍ଛାକୃତ ଅବସର ଆବେଦନଗୁଡ଼ିକ ନେଇ ଅସ୍ଥିରତା ଦେଖାଦେଇଛି। ଅଭିଜ୍ଞ ବାବୁମାନେ କ୍ୟାରିୟର ମଝିରୁ ଛାଡ଼ି ଚାଲିଯିବା ଧାରା ଆରମ୍ଭ ହୋଇଥିବା ମନେହେଉଛି। ଆନୁଷ୍ଠାନିକ ଭାବରେ ଏହା ପଛର କାରଣ ସ୍ବାସ୍ଥ୍ୟ, ବ୍ୟକ୍ତିଗତ କିମ୍ବା ପାରିବାରିକ ସମସ୍ୟା ଥିବା କୁହାଯାଉଥିଲେ ମଧ୍ୟ ଅଣଆନୁଷ୍ଠାନିକ ଭାବରେ କ୍ୟାରିୟରରେ ବାଧା, ଅଟକି ରହିଥିବା ନିଯୁକ୍ତି ତାଲିକା, କେନ୍ଦ୍ରୀୟ ଡେପୁଟେଶନ ବନ୍ଦ ହେବା ଏବଂ ବୃତ୍ତିଗତ କଣ୍ଠରୋଧ ବୋଲି କୁହାଯାଉଛି। ଅନେକେ ଭାବୁଛନ୍ତି ଏବେ ଦକ୍ଷତା କିମ୍ବା ଅଭିଜ୍ଞତାର ଗୁରୁତ୍ୱ ନାହିଁ ବରଂ ପାଖ ଓ ଚିହ୍ନା ମୁହଁକୁ ପ୍ରାଧାନ୍ୟ ଦିଆଯାଉଛି। ଯଦି ଆପଣ ଠିକ୍‌ ସମୟରେ ଠିକ୍‌ ଜାଗାରେ ନ ରହନ୍ତି ତେବେ କ୍ୟାରିୟରର ଅଧୋଗତି ଶୀଘ୍ର ହୋଇଥାଏ। ସମୟକ୍ରମେ ଏଥିରେ ବିଚ୍ଛିନ୍ନତା ଦେଖାଦିଏ ଏବଂ ସେବାରେ ଅଧୋଗତି ଘଟେ। ଉଲ୍ଲେଖନୀୟ, ଏଭଳି ଘଟଣାରେ ୟୁପି ଆଇଏଏସ୍‌ ଆସୋସିଏଶନ ପ୍ରାୟ ନୀରବ। ଏହା ଏକଦା ସାମୂହିକ ଆତ୍ମନିରୀକ୍ଷଣ ଏବଂ ସମସ୍ୟା ସମାଧାନର ମଞ୍ଚ ଥିଲା। ବର୍ତ୍ତମାନ ପ୍ରାୟତଃ କେବଳ ଲୋକଦେଖାଣିଆ ଭାବେ ରହିଛି। ଅଧିକାରୀମାନେ ଆଭ୍ୟନ୍ତରୀଣ ସମସ୍ୟା ଉପରେ ସ୍ବର ଉଠାଉ ନାହାନ୍ତି । ଏଥିରୁ ବୁଝାପଡ଼େ, ସେମାନେ କଥା କହିବା ଦ୍ୱାରା କିଛି ହାସଲ ହୋଇପାରୁନାହିଁ ବୋଲି ସେମାନେ ନିଶ୍ଚିତ ହୋଇଯାଇଛନ୍ତି। ଉତ୍ତର ପ୍ରଦେଶ ଏହାର ଆକାର, ମହତ୍ତ୍ୱାକାଂକ୍ଷା ଏବଂ ଶାସନ ସଂସ୍କାରକୁ ନେଇ ଗର୍ବ କରେ। ସଂସ୍କାରଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଅଭିଜ୍ଞ ବ୍ୟକ୍ତି ଆବଶ୍ୟକ। ଯେତେବେଳେ ବରିଷ୍ଠ ବାବୁମାନେ ଧୈର୍ଯ୍ୟ ଧରି ରହିବା ଅପେକ୍ଷା ଛାଡ଼ି ଚାଲିଯିବାକୁ ପସନ୍ଦ କରୁଛନ୍ତି, ସେତେବେଳେ ରାଜ୍ୟରେ ଅଧିକାରୀଙ୍କ ସଂଖ୍ୟା କମିବା ସହ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ସାଂଗଠନିକ ଅଭିଜ୍ଞତା, ପ୍ରଶାସନିକ ସହଯୋଗ ଏବଂ ପରାମର୍ଶ ପାଇପାରିବ ନାହିଁ।
କଠୋର ପଦକ୍ଷେପ
ମଧ୍ୟପ୍ରଦେଶରେ ଆଇଏଏସ୍‌ ଅଧିକାରୀ ସନ୍ତୋଷ ବର୍ମାଙ୍କୁ ବହିଷ୍କାର କରାଯିବା ସୁପାରିସ୍‌ ବିରଳ ପଦକ୍ଷେପ । ସେ ଦେଇଥିବା ଗମ୍ଭୀର ତଥା ଆପତ୍ତିଜନକ ଜାତିଗତ ମନ୍ତବ୍ୟର ଭିଡିଓ ଭାଇରାଲ ହୋଇଥିଲା। ଏହା ସହ ତାଙ୍କ ନିଜ ପଦୋନ୍ନତି ସମ୍ପର୍କିତ ଜାଲ୍‌ କାଗଜପତ୍ରକୁ ନେଇ ପ୍ରଶ୍ନ ମଧ୍ୟ ଉଠିଥିଲା। ଏହି ସମୟରେ ରାଜ୍ୟ ସରକାର ସରଳରେ ବଦଳି କରାଯାଇ ଏହାକୁ ସମାଧାନ କରାଯାଇପାରିବ ନାହିଁ ବୋଲି ଭାବି ବହିଷ୍କାର ପାଇଁ ସୁପାରିସ କରିବାକୁ ନିଷ୍ପତ୍ତି ନେଇଥିଲେ। ସଂରକ୍ଷଣ ଏବଂ ଆନ୍ତଃଜାତି ବିବାହ ଉପରେ ବର୍ମାଙ୍କର ଏହା ଏକ ନିନ୍ଦନୀୟ ଓ ଉତ୍ତେଜକ ମନ୍ତବ୍ୟ ଥିଲା । ଏହିସବୁ ମନ୍ତବ୍ୟ ଦେଉଥିବା ବ୍ୟକ୍ତି ତାଙ୍କ ପଦବୀରେ ରହିବା ପାଇଁ ମଧ୍ୟ ଯୋଗ୍ୟ ହୋଇ ନ ପାରନ୍ତି। ଏହା ପଛକୁ ରହିଛି ଜାଲ୍‌ କାଗଜପତ୍ର ଏବଂ ଏକ ସନ୍ଦେହଜନକ ସଚ୍ଚୋଟତା ପ୍ରମାଣପତ୍ର। ଗୋଟିଏ ପଟେ କ୍ୟାମେରା ସମ୍ମୁଖରେ ପକ୍ଷପାତ ମନ୍ତବ୍ୟ ଏବଂ କାଗଜପତ୍ରରେ ପ୍ରକ୍ରିୟାଗତ ତ୍ରୁଟି ଭଳି ଘଟଣା ଅତ୍ୟନ୍ତ କ୍ଷତିକାରକ। ସରକାରଙ୍କର ଚାକିରିରୁ ବହିଷ୍କାର ପାଇଁ ସୁପାରିସ୍‌ କରିବା ନିଷ୍ପତ୍ତି ପ୍ରକୃତରେ ସେବା ଆଇନରେ ଏକ କଠୋର ବିକଳ୍ପ। ଏହା ସୂଚାଇ ଦିଏ ଯେ ଏହି ମାମଲା ଅତ୍ୟନ୍ତ କ୍ଷତିକାରକ। ଆଇଏଏସ୍‌ କେବଳ ଏକ ଚାକିରି ନୁହେଁ; ଏହା ନୈତିକ ଅଧିକାର ଉପରେ ପର୍ଯ୍ୟବସିତ। ଯେତେବେଳେ ଜଣେ ଅଧିକାରୀ ଭାଷଣ ଏବଂ ବ୍ୟବସ୍ଥା ଉଭୟର ଅପବ୍ୟବହାର କରୁଥିବା ଦେଖାଯାଏ, ସେତେବେଳେ ଏହାର ନକାରାତ୍ମକ ପରିଣାମ ବ୍ୟକ୍ତିଙ୍କୁ ନୁହେଁ ବରଂ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ। ନିଶ୍ଚିତ ଭାବରେ, ବର୍ମା କୋର୍ଟର ଆଶ୍ରୟ ନେଇପାରନ୍ତି ଏବଂ ପ୍ରକ୍ରିୟା ତା’ ବାଟରେ ଯିବ। କିନ୍ତୁ ବଡ଼ ପ୍ରଶ୍ନଟି ହେଉଛି କିପରି ଏତେ ଦୂର ପର୍ଯ୍ୟନ୍ତ ଘଟଣା ଗଲା? ସମସ୍ତେ ଆଖିବୁଜି ଦେଇଥିଲେ ନା ଅସୁବିଧାଜନକ ତଥ୍ୟକୁ ଅଣଦେଖା କରାଯାଇଥିଲା?
Email: dilipcherian@gmail.com

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri