ଟେଲିଫୋନ୍‌ର ମଜା ଶହେ କୋଶରୁ…

ଶେଖ୍‌ ଫରିଦ୍‌ଉଦ୍ଦିନ

ପିଲାମାନଙ୍କ ଛବି ବହିରେ ଲେଖାଥିଲା ‘ଟେଲିଫୋନ୍‌ର ମଜା, ଶହେ କୋଶରୁ ଆଈ ସାଥିରେ କଥା ହେଉଛି ଅଜା…’। ଆଜି ସମୟର ଅଜାମାନେ ସ୍ମାର୍ଟଫୋନ୍‌ରେ ଆଈ ସହ ସୁଖଦୁଃଖ ହୋଇପାରୁଛନ୍ତି। କରୋନା ବିଭୀଷିକା ଟେଲିଫୋନ୍‌ର ବ୍ୟବହାରକୁ ଦ୍ୱିଗୁଣିତ କରିଦେଇଛି। ୧୯୧୮ରେ ଜର୍ମାନ ରୋଡୱେଜ୍‌ ତରଫରୁ ବର୍ଲିନରୁ ଯୋସେନ ମଧ୍ୟରେ ଚାଲୁଥିବା ମିଲିଟାରୀ ଟ୍ରେନ୍‌ଗୁଡ଼ିକରେ ଓ୍ବେରଲେସ ଫୋନ୍‌ ଆରମ୍ଭ ହୋଇଥିଲା। ୧୯୨୪ରେ ବର୍ଲିନ୍‌ରୁ ହାମ୍‌ବର୍ଗ ମଧ୍ୟରେ ଚାଲିଥିବା ଯାତ୍ରୀବାହୀ ଟ୍ରେନ୍‌ରେ ମଧ୍ୟ ତାରବିହୀନ ଫୋନ୍‌ ଆରମ୍ଭ କରାଯାଇଥିଲା। ବେତାର ଫୋନ୍‌ ଭାବେ ହ୍ୟାଣ୍ଡ୍‌ହେଲ୍‌ଡ ରେଡିଓ ଟ୍ରାନ୍ସିଭରସ୍‌ ୧୯୪୦ ଯାଏ ବ୍ୟବହାର କରାଯାଉଥିଲା। ଆମେରିକାର ଫେଲଲ୍ୟାବ୍‌ ୧୭ ଜୁନ୍‌ ୧୯୪୬ରେ ମୋବାଇଲ ଫୋନ୍‌ ସେବା ଆରମ୍ଭ କରିଥିବାର ଜଣାଯାଏ। ମସ୍କୋର ଜଣେ ଇଞ୍ଜିନିୟର ଲିଓନିଡ୍‌ କୁପ୍ରିୟାନୋଭିକ୍‌ ୧୯୫୭ରୁ ୧୯୬୧ ମଧ୍ୟରେ ପକେଟ ସାଇଜ୍‌ କମ୍ୟୁନିକେଶନ ରେଡିଓ ନିର୍ମାଣ ସହିତ ପରୀକ୍ଷାନିରୀକ୍ଷା ଆରମ୍ଭ କରିଥିଲେ। ମୋର୍ଟଲା କମ୍ପାନୀର ଇଞ୍ଜିନିୟର ମାର୍ଟିନ କୁପର୍‌ଙ୍କୁ ସେଲ୍‌ ଫୋନ୍‌ର ଜନକ ବୋଲି କୁହାଯାଏ। ଏପ୍ରିଲ ୧୯୭୩ରେ କୁପର୍‌ ଗୋଟେ ମୋବାଇଲ ସେଟ୍‌ ଯୋଗେ ପ୍ରଥମେ କଥାବାର୍ତ୍ତା ହୋଇଥିଲେ। ଜର୍ମାନୀ, ଆମେରିକା, ରୁଷିଆ ଆଦି ଦେଶ ତୁଳନାରେ ଭାରତକୁ ବହୁ ପରେ ମୋବାଇଲ ସେବା ଆସିଥିଲା। ୧୯୯୪ରେ ପ୍ରଥମଥର ପାଇଁ ଆମ ଦେଶରେ ବେସରକାରୀ ସଂସ୍ଥାଗୁଡ଼ିକୁ ସେଲୁଲାର ଓ ରେଡିଓ ପେଜିଂ ସେବା ପାଇଁ ଅନୁମତି ମିଳିଥିଲା । ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ସ୍ପେକ୍ଟ୍ରମ ନିଲାମ କରାଯାଇଥିଲା। ୧୯୯୫ରେ କୋଲକାତାରେ ପ୍ରଥମେ ମୋଦି ଟେଲଷ୍ଟ୍ରା କମ୍ପାନୀ ମୋବାଇଲ ନେଟୱର୍କ ସ୍ଥାପନ କରିଥିଲା। ସେହିବର୍ଷ ଜୁଲାଇ ୩୧ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁ ମୋବାଇଲ ଫୋନ ମାଧ୍ୟମରେ କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ସୁଖରାମଙ୍କ ସହିତ କଥା ହୋଇଥିଲେ। ଏହାକୁ ଆମ ଦେଶର ପ୍ରଥମ ଫୋନ୍‌ କଲ୍‌ ବୋଲି କୁହାଯାଏ। ଦୂରସଞ୍ଚାର ସେବାର ନିୟନ୍ତ୍ରଣ ପାଇଁ ୧୯୯୭ରେ ଟେଲିକମ୍‌ ରେଗୁଲେଟରି ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ) ଗଠନ କରାଗଲା। ୧୯୯୯ରେ ସରକାର ନୂଆନୀତି ଆଣିବା ଫଳରେ ଅପରେଟର ସଂସ୍ଥା ସରକାରଙ୍କ ସହିତ ରାଜସ୍ବ ଭାଗ ବାଣ୍ଟ କରିବାର ନିୟମ ରହିଲା। ଦିନେ ଲୋକଙ୍କୁ ଗୋଟେ ମିନିଟ କଥା ହେବାକୁ ଚବିଶ ଟଙ୍କା ଗଣିବାକୁ ପଡ଼ୁଥିବାବେଳେ ଆଜି ବିଶ୍ୱରେ ସବୁଠୁ ଶସ୍ତାରେ ଭାରତୀୟମାନେ ମୋବାଇଲ ଫୋନ୍‌ରେ କଥା ହୋଇପାରୁଛନ୍ତି। ୨୦୦୧ ବେଳକୁ ଫିକ୍ସଡ୍‌ ଲାଇନ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକୁ ମଧ୍ୟ ମୋବାଇଲ ସେବା ପାଇଁ ଅନୁମତି ମିଳିଗଲା।
ସ୍ମାର୍ଟଫୋନ୍‌ ମାଧ୍ୟମରେ ମନୋରଞ୍ଜନ, ଟିକେଟ ବୁକିଂ, ଖାଦ୍ୟପେୟ ଅର୍ଡର, ନିତିଦିନିଆ ସାମଗ୍ରୀ କିଣାବିକା, ସ୍ବାସ୍ଥ୍ୟ ପରୀକ୍ଷା, ପାଠପଢ଼ା, ପାଣିପାଗ ସୂଚନା, ଖବରକାଗଜ ଓ ବହି ପଢ଼ିବା, ଟିଭି, ସିନେମା ତଥା ଜ୍ଞାନବିଜ୍ଞାନର ସବୁ ପ୍ରକାର ତଥ୍ୟ ଓ ସୁବିଧା ମିଳୁଛି। ପ୍ରତିଦିନ ନୂଆ ପ୍ରକାର ଆପ୍ଲିକେଶନ ନିର୍ମିତ ହେଉଛି। ମୋବାଇଲ ସେବାରେ ୨ଜି, ୩ଜି ଏବଂ ୪ଜି ଆଦି ଟେକ୍ନୋଲୋଜି ବ୍ୟବହୃତ ହୋଇଥାଏ। ତେବେ ଜି’ର ଅର୍ଥ ଜେନେରେଶନ। ଗୋଟେ ଜେନେରେଶନରୁ ଆଉ ଗୋଟେ ଜେନେରେଶନକୁ ଗଲାବେଳେ ମୋବାଇଲ ଫୋନରେ ଅଧିକ ଉନ୍ନତ ଏବଂ ଆଧୁନିକ ଜ୍ଞାନକୌଶଳ ବ୍ୟବହୃତ ହେଉଛି। ଏବେ ଭାରତରେ ୪ଜି ମୋବାଇଲ ଫୋନ୍‌ ବହୁଳ ମାତ୍ରାରେ ବ୍ୟବହୃତ ହେଉଛି। ୫ଜି ଟେକ୍ନୋଲୋଜି କାର୍ଯ୍ୟକ୍ଷମ ହେବାକୁ ଯାଉଛି।
ଫାର୍ଷ୍ଟ ଜେନେରେଶନ-୧-ଜି ମୋବାଇଲ ନେଟୱର୍କରେ ଆନାଲଗ୍‌ ଟେକ୍ନୋଲୋଜି ବ୍ୟବହୃତ। ଏଥିରେ କେବଳ କଥାବାର୍ତ୍ତା ହୋଇପାରିବାର ସୁବିଧା ଥିଲା। ୨-ଜି ସେବାରେ କଥାବାର୍ତ୍ତା, ମେସେଜ୍‌ ତଥା ସୀମିତ ଡାଟା ପଠାଇବାର ସୁବିଧା ଉପଲବ୍ଧ। ୧୯୯୦ରେ ଏହା ଆରମ୍ଭ ହୋଇଥିଲା। ଏଥିରେ ଡାଟା ପ୍ରେରଣର ବେଗ ବହୁତ କମ୍‌ ରହୁଥିଲା। ୩-ଜିରେ ଇଣ୍ଟରନେଟ ସ୍ପିଡ ବଢ଼ିବା ସହିତ ଡାଟା ଡାଉନ୍‌ଲୋଡ୍‌ କରିବା ସୁବିଧାଜନକ ହେଲା। ଏହି ପିଢ଼ିର ଫୋନ୍‌ରେ ଏଚ୍‌ଏସ୍‌ପିଏ (ହାଇସ୍ପିଡ୍‌ ପ୍ୟାକେଟ ଆସେସ୍‌) ଟେକ୍ନୋଲୋଜି ଦ୍ୱାରା ଡାଉନ୍‌ଲିଙ୍କ ସ୍ପିଡ ୧୪.୪ ଏମ୍‌ବିପିଏସ୍‌ (ମେଗା ବାଇଟ୍‌ ପର ସେକେଣ୍ଡ) ଏବଂ ଅପଲିଙ୍କ୍‌ ସ୍ପିଡ ୫.୬୭ ଏମ୍‌ବିପିଏସ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇଲା। ୪-ଜି ରେ ଏଲ୍‌ଟିଇ (ଲଙ୍ଗ୍‌ ଟର୍ମ ଇଭୋଲ୍ୟୁଶନ) ଟେକ୍ନୋଲୋଜି ବ୍ୟବହୃତ। ୪-ଜିରେ ୩-ଜି ଅପେକ୍ଷା ଇଣ୍ଟରନେଟ୍‌ ସ୍ପିଡ ବହୁଗୁଣିତ ହେଲା। ଏପରି କି ଡାଉନ୍‌ ଲିଙ୍କ ସ୍ପିଡ୍‌ ୩୦୦ ଏମ୍‌ବିପିଏସ୍‌ ପର୍ଯ୍ୟନ୍ତ ବଢ଼ିଗଲା। ୫-ଜି ମୋବାଇଲ ଫୋନ୍‌ର ବ୍ୟବହାର ଏ ପର୍ଯ୍ୟନ୍ତ ଭାରତରେ ଆରମ୍ଭ ହୋଇନାହିଁ। କିନ୍ତୁ ରିଲାଏନ୍ସ ଜିଓ କମ୍ପାନୀ କହିଛି ଯେ, ସରକାର ସ୍ପେକ୍ଟ୍ରମ ଯୋଗାଇ ଦେଲା ମାତ୍ରକେ ୫-ଜି ସେବା ଆରମ୍ଭ କରିବ। ଏଥିପାଇଁ କମ୍ପାନୀ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ରଖିଛି। ଏଥିରେ ନିଉ ରେଡିଓ ଏନ୍‌ଆର ଟେକ୍ନୋଲୋଜିର ଉପଯୋଗ କରାଯାଇଥାଏ। ଡାଉନଲୋଡିଂ ସ୍ପିଡ ସେକେଣ୍ଡ୍‌ ପ୍ରତି ୧୦ଜିବି ପର୍ଯ୍ୟନ୍ତ ରହିପାରିବ।
ଦକ୍ଷିଣ କୋରିଆରେ ଏପ୍ରିଲ ୨୦୧୯ରେ ୫-ଜି ମୋବାଇଲ ନେଟୱର୍କ ଆରମ୍ଭ କରାଯାଇଥିଲା। ୨୦୧୯-୨୦ର ଅର୍ଥନୈତିକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଦେଶରେ ୯୧.୯% ଲୋକ ମୋବାଇଲ ଫୋନ୍‌ ବ୍ୟବହାର କରୁଥିବା ବେଳେ ଓଡ଼ିଶାରେ ୭୯.୫୮%ରେ ସୀମିତ ରହିଛି।
ଦୂରସଞ୍ଚାର ଭବନ, ଲିଙ୍କରୋଡ୍‌, କଟକ ମୋ:୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଲଢ଼େଇର ମହାନାୟକମାନେ

ଅନିଲ କୁମାର ବିଶ୍ୱାଳ କରୋନାର ପ୍ରଭାବରେ ଏବେ ସାରା ବିଶ୍ୱ ତ୍ରସ୍ତ, ଆତଙ୍କିତ ଓ ବିଷାଦଗ୍ରସ୍ତ ା ସାରା ବିଶ୍ୱରେ ଏକ କଳାବାଦଲ ଛାଇ ଯାଇଛି...

ଏଇ ଭାରତରେ

ବଣ ପାହାଡ଼ଘେରା ଦୁର୍ଗମ ଅଞ୍ଚଳର ଆଦିବାସୀ ଗ୍ରାମଗୁଡ଼ିକରେ ଶିକ୍ଷକ ଭାବେ କାର୍ଯ୍ୟ କରିବା ପାଇଁ ପ୍ରାୟ ଅନେକ ଅମଙ୍ଗ ହୋଇଥାନ୍ତି। କିନ୍ତୁ ମହାରାଷ୍ଟ୍ରର ଶିକ୍ଷକ ଦମ୍ପତି...

ଏଇ ଭାରତରେ

ବିଭିନ୍ନ ବର୍ଜ୍ୟକୁ ଇନ୍ଧନ ଭାବେ ବ୍ୟବହାର କରାଯିବା ପାଇଁ ଅନେକ ଉପାୟ ସାମ୍‌ନାକୁ ଆସିଥିଲେ ବି ଏବେ କାଗଜ ବର୍ଜ୍ୟକୁ ଇନ୍ଧନ ଭାବେ ବ୍ୟବହାର କରିବା...

ପ୍ରାତଃଭ୍ରମଣ, ବ୍ୟାୟାମ ଓ ଅର୍ଥନୀତି

ଈପ୍ସିତା ମହାନ୍ତି ସାରା ଦେଶରେ ଅର୍ଥନୀତିକୁ ନେଇ ଚର୍ଚ୍ଚା ଚାଲିଛି। ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଲୋକେ ଚିନ୍ତା ପ୍ରକଟ କରୁଛନ୍ତି। ଏଭଳି ସମୟରେ ଯଦି...

ଲୌହମାନବଙ୍କ ସ୍ମରଣେ

ଡା. ସୁରେନ୍ଦ୍ରନାଥ ପତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଲୌହମାନବ କୁହାଯାଏ। ସେ ଥିଲେ ଗାନ୍ଧିଜୀଙ୍କ ପଟ୍ଟଶିଷ୍ୟ। ଉପପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ପଦରେ ଥାଇ ସେ...

ବିନିବେଶରେ ଭୁଲ୍‌ ଠିକ୍‌

ଡ. ଭରତ ଝୁନ୍‌ଝନ୍‌ଓ୍ବାଲା ଭାରତ ପେଟ୍ରୋଲିୟମ, ଶିପିଂ କର୍ପୋରେଶନ ଓ କନ୍‌କୋର ଭଳି ତିନୋଟି ବୃହତ୍‌ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ଇ)ର ଘରୋଇକରଣ ଲାଗି କେନ୍ଦ୍ର ସରକାର...

ଛାଡ଼ ହୋ ଛାଡ଼

ଦ୍ୱିତୀ ଚନ୍ଦ୍ର ସାହୁ କାହାକୁ ଛାଡିବେ ! କ’ଣ ଛାଡିବେ ! ଛାଡ଼ିବା କଥା କହିଲେ ସତରେ କିଏ ଆଜିକାଲି ସହଜରେ ଗ୍ରହଣ କରେ କି।...

ଚାଲ ପୁରୀକୁ ଖୋଜିବା

ପ୍ରସନ୍ନ କୁମାର ମିଶ୍ର   ଶ୍ରୀମନ୍ଦିରକୁ ଘେରି ରହିଥିଲା ଧର୍ମ, ସଂସ୍କୃତି ଓ ଶିକ୍ଷା ପ୍ରସାରଣର ଅନେକ ପବିତ୍ର ଅନୁଷ୍ଠାନ- ଶହ ଶହ ମଠ ଓ...

Advertisement
Archives

Model This Week