ଅପେକ୍ଷାର ଫଳ ମିଠା

ସତରେ ଅପେକ୍ଷାର ଫଳ ମିଠା। ହେଲେ ସେଥିପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି। ନିକଟରେ ଜ୍ୟାକଲିନ୍‌ ଫର୍ନାଡିସ୍‌ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ଅର୍ଥାତ୍‌, ସେ ଏକ ଚାଲେଞ୍ଜିଂ ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିବାକୁ ଚାହୁଁଥିଲେ, ଆଉ ତାଙ୍କୁ ଏପରି ଏକ ରୋଲ୍‌ ମିଳିଯାଇଛି। ଏ ନେଇ ଜ୍ୟାକଲିନ୍‌ କହନ୍ତି, ‘ନିକଟରେ ମୁଁ ଦୁଇଟି ହିନ୍ଦୀ ସିନେମା ସାଇନ୍‌ କରିଛି, ହେଲେ ଏହି ଫିଲ୍ମଦ୍ୱୟର ଟାଇଟଲ ଫାଇନାଲ ହୋଇନାହିଁ। ଏଗୁଡିକର ପ୍ରାରମ୍ଭିକ କାମ ଚାଲୁ ରହିଛି। ହେଲେ ଏଥିରେ ମୋତେ ମିଳିଥିବା ଭୂମିକାଦ୍ୱୟ ମୋ କ୍ୟାରିୟର ପାଇଁ ଶୁଭପ୍ରଦ ସାବ୍ୟସ୍ତ ହେବ। ମୋ କ୍ୟାରିୟର ପାଇଁ ମୁଁ ବେଶ୍‌ ସଚେତନ। ବଲିଉଡ୍‌ରେ ତରବର ହୋଇ ଆଗେଇଲେ କିଛି ଲାଭ ନାହିଁ। କୌଣସି ଫିଲ୍ମ ସାଇନ୍‌ କରିବା ପୂର୍ବରୁ ସେ ନେଇ ଭଲ ଭାବରେ ଚିନ୍ତା କରିବି।’ ତେବେ ନିକଟରେ ଜ୍ୟାକଲିନ୍‌ ସାଇନ୍‌ କରିଥିବା ଫିଲ୍ମଦ୍ୱୟ ତାଙ୍କ ଆକ୍ଟିଂ କ୍ୟାରିୟରକୁ କେତେ ମାଇଲେଜ ଦେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଶାଳା ରାସ୍ତାରେ ବୁଲୁଥିବା ନଜର ଆସିଲେ କରୀନା କପୁର

ମୁମ୍ବାଇ: କରୀନା କପୁର ଏବଂ ମଲାଇକା ଆରୋରାଙ୍କ କିଛି ଭିଡିଓ ସୋସିଆଲ ମିଡିଆରେ ଏବେ ତୀବ୍ର ଗତିରେ ଭାଇରାଲ ହେଉଛି। ଏହି ଭିଡିଓରେ କରୀନା ଏବଂ...

ଠେକୁଆ ବେଶରେ କ୍ୟୁଟ୍‌ ତୈମୁର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ ରବିବାର ନିଜ ଫ୍ୟାନ୍‌ମାନଙ୍କ ପାଇଁ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ପୁଅ ତୈମୁର ଅଲ୍ଲୀ...

ଇର୍‌ଫାନଙ୍କୁ ମନେ ପକାଇ ଭାବୁକ ହେଲେ ନୀଲ ନୀତିନ୍‌ ମୁକେଶ

ମୁମ୍ବାଇ: ବଲିଉଡ୍‌ରେ ପ୍ରତିବର୍ଷ ଫିଲ୍ମ ରିଲିଜ୍‌ ହୋଇଥାଏ। ଏହି ଫିଲ୍ମଗୁଡ଼ିକ ମଧ୍ୟରୁ କିଛି ଫିଲ୍ମ ଏଥିରେ ଅଭିନୟ କରିଥିବା ଷ୍ଟାର୍‌ମାନଙ୍କ ପାଇଁ ସ୍ବତନ୍ତ୍ର ହୋଇଥାଏ। କାରଣ...

୪୨ ବର୍ଷରେ ‘ଡନ୍‌’

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଡନ୍‌’କୁ ପୂରଣ ହୋଇଛି ୪୨ ବର୍ଷ। ଏହି ଅବସରରେ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି ବିଗ୍‌ ବି।...

ଡିଡିଏଲ୍‌ଜେ ଗୀତ ଗାଇ ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ, ଦେଖନ୍ତୁ ଭିଡିଓ

ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଥିବା ରାନୁ ମଣ୍ଡଳ ପୁଣି ଚର୍ଚ୍ଚାରେ। ନିକଟରେ ବଙ୍ଗଳା ଟେଲିଭିଜନ ରିଆଲିଟି ଶୋ’ ‘କମେଡି ଷ୍ଟାର୍ସ’ରେ ସେ ବିଶେଷ ଅତିଥିଭାବେ ଯୋଗ...

ସୁପରବୟ

ନୂଆ ଓଡ଼ିଆ ସିନେମା ‘ସୁପରବୟ’ ରିଲିଜ ଅପେକ୍ଷାରେ ରହିଛି। ଏକ ସସ୍‌ପେନ୍ସ କାହାଣୀକୁ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି। ଜଣେ ଯୁବକ କିପରି ସୁପର...

‘ଗୋଲମାଲ’ ଭଳି ଫିଲ୍ମ ପସନ୍ଦ କରନ୍ତି ୟାମି

ମୁମ୍ବାଇ: ବଲିଉଡ୍‌ ନାୟିକା ୟାମି ଗୌତମ ଖୁବ୍‌ଶୀଘ୍ର ବଡ ପରଦାରେ ନଜର ଆସିବେ। ଅପ୍‌କମିଙ୍ଗ ଫିଲ୍ମ ‘ବାଲା’କୁ ନେଇ ସେ ଖୁବ୍‌ ଉତ୍ସାହିତ ଅଛନ୍ତି। ହେଲେ...

ପ୍ରବାସୀ ମହିଳା ପୁଅର ନାମ ରଖିଲେ ସୋନୁ ସୁଦ

କରୋନା ମୁକାବିଲାରେ ବଲିଉଡ୍‌ ତାରକାମାନେ ସହାୟତାର ହାତ ବଢାଇଛନ୍ତି। ଏବେ ଏଥିରେ ନିଜକୁ ସାମିଲ କରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ସେ ମୁମ୍ବାଇରେ ଫଶି...


Coronavirus Update

Archives

Model This Week

Why Dharitri