Posted inଖେଳ

‘ଭାରତକୁ ହେୟଜ୍ଞାନର ଫଳ’

ବ୍ରିସ୍‌ବେନ୍‌, ୨୦ା୧ (ପି.ଟି.)- ଅନଭିଜ୍ଞ ତଥା ଇଞ୍ଜୁରିଗ୍ରସ୍ତ ଭାରତଠାରୁ ତାଙ୍କ ଦଳର ପରାଜୟ ଅଷ୍ଟ୍ରେଲିଆ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗରଙ୍କୁ ଖୁବ୍‌ ବାଧିଛି। ସେ କହିଛନ୍ତି, ଏଥିରୁ ସେ ଗୋଟିଏ ଶିକ୍ଷା ମିଳିଛି ଯେ, ଭାରତକୁ କେବେ ହେୟଜ୍ଞାନ ମନେ କରିବ ନାହିଁ। କାରଣ ଏହି ଦେଶରେ ବହୁ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ଏହା ଏକ ଅବିଶ୍ୱସନୀୟ ଟେଷ୍ଟ ସିରିଜ ଥିଲା। ସିରିଜରେ ହାର୍‌ ଜିତ୍‌ ରହିଛି। ହେଲେ ମଙ୍ଗଳବାରର ପରାଜୟଜନିତ ଗ୍ଲାନି ବହୁଦିନ ଧରି ରହିବ। ମ୍ୟାଚରେ ସମସ୍ତ ଶ୍ରେୟ ଭାରତକୁ ଯିବ। ଏହି ସିରିଜରୁ ଆମକୁ ନୀତି ଶିକ୍ଷା ମିଳିଛି। ପ୍ରଥମତଃ କୌଣସି କଥାକୁ ହାଲୁକା ଭାବେ ନେବ ନାହିଁ। ଦ୍ୱିତୀୟ ଭାରତୀୟଙ୍କୁ କେବେ ହେୟଜ୍ଞାନ କରିବ ନାହିଁ। ୧.୫ ବିଲିୟନ ଭାରତୀୟଙ୍କ ପ୍ରଥମ ଏକାଦଶ ସହ ଖେଳିବା ସହଜ କଥା ନୁହେଁ, ବାସ୍ତବିକ କଷ୍ଟସାଧ୍ୟ। ଲାଙ୍ଗର କହିଛନ୍ତି, ଆଡେଲିଡ୍‌ ବିପର୍ଯ୍ୟୟ ପରେ ଯଶପ୍ରୀତ ବୁମ୍‌ରା ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତର ଲଢୁଆ ପ୍ରତ୍ୟାବର୍ତ୍ତନ ନେଇ ସେତେଟା ଆଶ୍ଚର୍ଯ୍ୟାନ୍ବିତ ହେବା କଥା ନୁହେଁ। ଭାରତର ଶୁବମନ ଗିଲ୍‌, ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜଙ୍କ ସମେତ ଅନ୍ୟ କେତେଜଣ ନୂଆ ଷ୍ଟାର ଖେଳାଳିଙ୍କ ଆବିର୍ଭାବ ଘଟିଛି। ସେମାନେ ପରାଜୟ ସ୍ବୀକାର କରିବାକୁ ଚାହାନ୍ତି ନାହିଁ ବୋଲି ପ୍ରମାଣ କରିଦେଖାଇଦେବା ଅଷ୍ଟ୍ରେଲୀୟଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ରିଷଭ ପନ୍ତଙ୍କ ଇନିଂସ ଦେଖିଲେ ମୋର ହେଡିଂଲେରେ ବେନ୍‌ ଷ୍ଟୋକ୍ସଙ୍କ ଇନିଂସ ମନେପଡ଼ିଯାଉଛି। ପନ୍ତ ବ୍ୟାଟିଂ କରୁଥିବାବେଳେ ତାଙ୍କ ନିକଟରେ ଭୟ ଅବା ଚାପର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ସେ ଏକ ଅବିଶ୍ୱସନୀୟ ଇନିଂସ ଖେଳିଥିଲେ। ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ (୯୧)ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ଅନ୍ୟପକ୍ଷରେ ଭାରତର ଯୁବ ବୋଲିଂ ଆକ୍ରମଣ ଆମକୁ ମ୍ୟାଚ ସାରା ଚାପରେ ରଖିଥିଲା। ତେଣୁ ଭାରତକୁ ପୂରା ଶ୍ରେୟ ଯିବ ବୋଲି ମୁଁ କହିବି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri