Posted inଖେଳ

‘ଭାରତକୁ ହେୟଜ୍ଞାନର ଫଳ’

ବ୍ରିସ୍‌ବେନ୍‌, ୨୦ା୧ (ପି.ଟି.)- ଅନଭିଜ୍ଞ ତଥା ଇଞ୍ଜୁରିଗ୍ରସ୍ତ ଭାରତଠାରୁ ତାଙ୍କ ଦଳର ପରାଜୟ ଅଷ୍ଟ୍ରେଲିଆ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗରଙ୍କୁ ଖୁବ୍‌ ବାଧିଛି। ସେ କହିଛନ୍ତି, ଏଥିରୁ ସେ ଗୋଟିଏ ଶିକ୍ଷା ମିଳିଛି ଯେ, ଭାରତକୁ କେବେ ହେୟଜ୍ଞାନ ମନେ କରିବ ନାହିଁ। କାରଣ ଏହି ଦେଶରେ ବହୁ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ଏହା ଏକ ଅବିଶ୍ୱସନୀୟ ଟେଷ୍ଟ ସିରିଜ ଥିଲା। ସିରିଜରେ ହାର୍‌ ଜିତ୍‌ ରହିଛି। ହେଲେ ମଙ୍ଗଳବାରର ପରାଜୟଜନିତ ଗ୍ଲାନି ବହୁଦିନ ଧରି ରହିବ। ମ୍ୟାଚରେ ସମସ୍ତ ଶ୍ରେୟ ଭାରତକୁ ଯିବ। ଏହି ସିରିଜରୁ ଆମକୁ ନୀତି ଶିକ୍ଷା ମିଳିଛି। ପ୍ରଥମତଃ କୌଣସି କଥାକୁ ହାଲୁକା ଭାବେ ନେବ ନାହିଁ। ଦ୍ୱିତୀୟ ଭାରତୀୟଙ୍କୁ କେବେ ହେୟଜ୍ଞାନ କରିବ ନାହିଁ। ୧.୫ ବିଲିୟନ ଭାରତୀୟଙ୍କ ପ୍ରଥମ ଏକାଦଶ ସହ ଖେଳିବା ସହଜ କଥା ନୁହେଁ, ବାସ୍ତବିକ କଷ୍ଟସାଧ୍ୟ। ଲାଙ୍ଗର କହିଛନ୍ତି, ଆଡେଲିଡ୍‌ ବିପର୍ଯ୍ୟୟ ପରେ ଯଶପ୍ରୀତ ବୁମ୍‌ରା ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତର ଲଢୁଆ ପ୍ରତ୍ୟାବର୍ତ୍ତନ ନେଇ ସେତେଟା ଆଶ୍ଚର୍ଯ୍ୟାନ୍ବିତ ହେବା କଥା ନୁହେଁ। ଭାରତର ଶୁବମନ ଗିଲ୍‌, ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜଙ୍କ ସମେତ ଅନ୍ୟ କେତେଜଣ ନୂଆ ଷ୍ଟାର ଖେଳାଳିଙ୍କ ଆବିର୍ଭାବ ଘଟିଛି। ସେମାନେ ପରାଜୟ ସ୍ବୀକାର କରିବାକୁ ଚାହାନ୍ତି ନାହିଁ ବୋଲି ପ୍ରମାଣ କରିଦେଖାଇଦେବା ଅଷ୍ଟ୍ରେଲୀୟଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ରିଷଭ ପନ୍ତଙ୍କ ଇନିଂସ ଦେଖିଲେ ମୋର ହେଡିଂଲେରେ ବେନ୍‌ ଷ୍ଟୋକ୍ସଙ୍କ ଇନିଂସ ମନେପଡ଼ିଯାଉଛି। ପନ୍ତ ବ୍ୟାଟିଂ କରୁଥିବାବେଳେ ତାଙ୍କ ନିକଟରେ ଭୟ ଅବା ଚାପର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ସେ ଏକ ଅବିଶ୍ୱସନୀୟ ଇନିଂସ ଖେଳିଥିଲେ। ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ (୯୧)ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ଅନ୍ୟପକ୍ଷରେ ଭାରତର ଯୁବ ବୋଲିଂ ଆକ୍ରମଣ ଆମକୁ ମ୍ୟାଚ ସାରା ଚାପରେ ରଖିଥିଲା। ତେଣୁ ଭାରତକୁ ପୂରା ଶ୍ରେୟ ଯିବ ବୋଲି ମୁଁ କହିବି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

ଛାତ୍ରମାନେ ଏକା ନୁହଁନ୍ତି… ଇଣ୍ଡିଆ ବ୍ଲକ ବୈଠକ ପରେ ରାହୁଲଙ୍କ ସହ ବିରୋଧୀ ଏମପି ଗଲେ ଗାନ୍ଧୀ ସ୍ମୃତି

ନୂଆଦିଲ୍ଲୀ,୨୩।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଗୁରୁବାର ଇଣ୍ଡିଆ ବ୍ଲକର ଏକ ବୈଠକ ଡକାଯାଇଥିଲା। NEET ପେପର୍‌ ଲିକ ପ୍ରସଙ୍ଗ ଉପରେ ଆଲୋଚନା କରିବା…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

CJP ହିଂସା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ! ବାତିଲ ହେବ….

ନୂଆଦିଲ୍ଲୀ,୨୩।୭: ଜନ୍ତର ମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ (CJP) ପ୍ରତିବାଦ ସମୟରେ ଘଟିଥିବା ହିଂସାରେ ଜଡିତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସ…

CJP ଆନ୍ଦୋଳନ, ଏଣ୍ଟ୍ରି ମାରିଲାଣି ପାକିସ୍ତାନ! ଲାଠିଚାର୍ଜକୁ ନେଇ କହିଲା ଏମିତି ହେଉଛି ଖୁବ ଆଲୋଚନା

ନୂଆଦିଲ୍ଲୀ/ଇସଲାମାବାଦ,୨୩।୭: NEET-UG ପେପର୍‌ ଲିକ ବିବାଦ ଏବଂ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କରାଯାଇଥିବା ପ୍ରତିବାଦ ଉପରେ ପାକିସ୍ତାନ ପ୍ରତିକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri