ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ ଫଳରେ ଶକ୍ତିର ଚାହିଦା ଦିନକୁଦିନ ବଢ଼ିଚାଲିଛି। ଅନ୍ୟପକ୍ଷରେ କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ପରି ପାରମ୍ପରିକ ଶକ୍ତି ଉତ୍ସଗୁଡ଼ିକ ସୀମିତ ଥିଲେ ମଧ୍ୟ ଏହାର ଅତ୍ୟଧିକ ବ୍ୟବହାର ପରିବେଶ ଉପରେ କୁପ୍ରଭାବ ପକାଉଛି। ବର୍ତ୍ତମାନ ସମୟରେ ଶକ୍ତି ସଙ୍କଟ ଓ ପରିବେଶ ପ୍ରଦୂଷଣ ବିଶ୍ୱର ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। ଜୀବାଶ୍ମ ଇନ୍ଧନ ଆଧାରିତ ଶକ୍ତି କିମ୍ବା ବିଜୁଳିଶକ୍ତି ଆଉ ଅଧିକଦିନ ଆମର ଚାହିଦା ପୂରଣ କରିପାରିବ ନାହିଁ। ଏତଦ୍‌ବ୍ୟତୀତ ଏଗୁଡିକ ପରିବେଶ ପ୍ରଦୂଷଣ ଓ ବୈଶ୍ୱିକ ଉତ୍ତାପ ବୃଦ୍ଧିପାଇଁ ମଧ୍ୟ ଦାୟୀ, ଯାହାର ପ୍ରଭାବରେ ଜଳବାୟୁ ପରିବର୍ତ୍ତନ ଦେଖାଯାଉଛି l ଏଣୁ ଏକ ବିକଳ୍ପ ଶକ୍ତି ପାଇଁ ସମସ୍ତେ ଚିନ୍ତିତ ହେବା ସ୍ବାଭାବିକ । ଏହି ପରିସ୍ଥିତିରେ ସୌର ଗ୍ରାମ ଧାରଣା ଗ୍ରାମୀଣ ବିକାଶ ପାଇଁ ଏକ ଆଶାର କିରଣ ଭାବେ ଉଭା ହୋଇଛି। ଏହି ସୌରଶକ୍ତି ଏକ ବିକଳ୍ପ ନୁହେଁ ବରଂ ଏକ ଆବଶ୍ୟକତା ହୋଇପଡ଼ିଛି ଏବଂ ସୌର ଗ୍ରାମ ଧାରଣା ଏକ ନୂତନ ବିକାଶମୂଳକ ଆନ୍ଦୋଳନର ରୂପ ନେଇଛି। ସୌରଗ୍ରାମ ଅର୍ଥ ହେଉଛି ଏପରି ଏକ ଗ୍ରାମ, ଯେଉଁଠାରେ ଘରୋଇ ବ୍ୟବହାର, କୃଷି କାର୍ଯ୍ୟ, ରାସ୍ତା ଆଲୋକୀକରଣ, ଜଳଯୋଗାଣ, ଶିକ୍ଷାନୁଷ୍ଠାନ ଓ ସ୍ବାସ୍ଥ୍ୟକେନ୍ଦ୍ରର ଆବଶ୍ୟକତା ପୂରଣ ପାଇଁ ପ୍ରଧାନତଃ ସୌରଶକ୍ତିର ବ୍ୟବହାର କରାଯାଏ। ସୂର୍ଯ୍ୟରୁ ମିଳୁଥିବା ଏହି ଅକ୍ଷୟଶକ୍ତି ଗ୍ରାମୀଣ ଅଞ୍ଚଳକୁ ବିଦ୍ୟୁତ୍‌ କ୍ଷେତ୍ରରେ ସ୍ବାବଲମ୍ବୀ କରିବାରେ ସହାୟକ ହୋଇପାରେ।
ଭାରତ ପରି ଦେଶରେ ସୂର୍ଯ୍ୟକିରଣର ପ୍ରଚୁରତା ଥିବାରୁ ସୌରଶକ୍ତିର ବ୍ୟବହାର ଅତ୍ୟନ୍ତ ସମ୍ଭାବନାମୟ। ଗ୍ରାମାଞ୍ଚଳରେ ସୌରପ୍ୟାନେଲ ସ୍ଥାପନକରି ବିଦ୍ୟୁତ୍‌ ଉତ୍ପାଦନ କରାଯାଇପାରିବ, ଯାହା ଲୋକଙ୍କର ଦୈନନ୍ଦିନ ଜୀବନକୁ ସହଜ ଓ ସୁବିଧାଜନକ କରିଥାଏ। ଚାଷୀମାନେ ସୌରଚାଳିତ ପମ୍ପ ମାଧ୍ୟମରେ କମ୍‌ ଖର୍ଚ୍ଚରେ ଜମିକୁ ଜଳସେଚନ କରିପାରିବେ। ସୌରଗ୍ରାମ କେବଳ ଶକ୍ତି ଯୋଗାଣରେ ସୀମିତ ନୁହେଁ; ଏହା ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିଥାଏ। ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଦ୍ୱାରା କ୍ଷୁଦ୍ରଶିଳ୍ପ ଓ ବ୍ୟବସାୟର ବିକାଶ ହୁଏ। ଶିକ୍ଷାନୁଷ୍ଠାନ ଓ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ମଧ୍ୟ ଏଥିରୁ ଉପକୃତ ହୁଅନ୍ତି।
ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସୌରଶକ୍ତିର ଭୂମିକା ଅପରିସୀମ। ଏହାଦ୍ୱାରା କୌଣସି କ୍ଷତିକାରକ ଗ୍ୟାସ୍‌ ବାୟୁମଣ୍ଡଳକୁ ନିର୍ଗତ ହୁଏନାହିଁ, ଫଳରେ ବାୟୁ ପ୍ରଦୂଷଣ ଓ ବିଶ୍ୱତାପନ ହ୍ରାସ ପାଏ। ଏହା ଏକ ପରିବେଶ ଅନୁକୂଳ ଓ ନବୀକରଣଯୋଗ୍ୟ ଶକ୍ତିଉତ୍ସ। ଭାରତ ଭୌଗୋଳିକ ଦୃଷ୍ଟିରୁ ସୌରଶକ୍ତି ଉତ୍ପାଦନ ପାଇଁ ଏକ ଅନୁକୂଳ ଦେଶ। ବର୍ଷର ଅଧିକାଂଶ ସମୟ ସୂର୍ଯ୍ୟକିରଣ ଉପଲବ୍ଧ ହେଉଥିବାରୁ ଗ୍ରାମାଞ୍ଚଳରେ ସୌର ପ୍ୟାନେଲ ସ୍ଥାପନକରି ସହଜରେ ବିଦ୍ୟୁତ୍‌ ଉତ୍ପାଦନ କରାଯାଇପାରିବ। ବିଶେଷକରି ଦୁର୍ଗମ ଅଞ୍ଚଳରେ, ଯେଉଁଠାରେ ବିଦ୍ୟୁତ୍‌ ସଂଯୋଗ ପହଞ୍ଚାଇବା କଷ୍ଟସାଧ୍ୟ, ସେଠାରେ ସୌରଶକ୍ତି ଏକ ବରଦାନ ସଦୃଶ।
କୃଷିକ୍ଷେତ୍ରରେ ସୌରଗ୍ରାମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଚାଷୀମାନେ ସୌରଚାଳିତ ଜଳସେଚନ ପମ୍ପ ବ୍ୟବହାର କରି ଡିଜେଲ ଖର୍ଚ୍ଚରୁ ମୁକ୍ତି ପାଇପାରିବେ। ଏହା ଉତ୍ପାଦନ ଖର୍ଚ୍ଚ କମାଇବା ସହିତ କୃଷିକୁ ଅଧିକ ଲାଭଜନକ କରିଥାଏ। ଏହାଛଡ଼ା ଫସଲ ସଂରକ୍ଷଣ, ଶୀତଳ ଭଣ୍ଡାରଣ ଓ କୃଷିଉତ୍ପାଦ ପ୍ରକ୍ରିୟାକରଣରେ ମଧ୍ୟ ସୌରଶକ୍ତିର ବ୍ୟବହାର କରାଯାଇପାରେ। ସୌରଗ୍ରାମ ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିଥାଏ। ନିରନ୍ତର ବିଦ୍ୟୁତ୍‌ ଯୋଗାଣ ଥିବାରୁ କ୍ଷୁଦ୍ର ଓ କୁଟିରଶିଳ୍ପର ବିକାଶ ସମ୍ଭବ ହୁଏ। ଯୁବପିଢ଼ି ପାଇଁ ନୂତନ ରୋଜଗାର ସୁଯୋଗ ସୃଷ୍ଟିହୁଏ। ଗ୍ରାମରେ ଉଦ୍ୟୋଗ ସ୍ଥାପନର ସମ୍ଭାବନା ବଢ଼େ ଏବଂ ସହରମୁଖୀ ବିସ୍ଥାପନ ହ୍ରାସପାଏ।
ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସୌରଗ୍ରାମ ଏକ ସକାରାତ୍ମକ ପରିବର୍ତ୍ତନ ଆଣିପାରେ। ବିଦ୍ୟୁତ୍‌ ଅଭାବ ଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଯେଉଁ ବାଧାସୃଷ୍ଟି ହୁଏ, ସୌରଶକ୍ତି ତାହାକୁ ଦୂର କରିପାରିବ। ସେହିପରି ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଔଷଧ ସଂରକ୍ଷଣ, ଚିକିତ୍ସା ଉପକରଣ ପରିଚାଳନା ଓ ଜରୁରୀ ସେବା ଯୋଗାଣ ଅଧିକ ସୁଗମ ହୋଇପାରିବ।
ପରିବେଶ ସୁରକ୍ଷା ଦୃଷ୍ଟିରୁ ସୌରଗ୍ରାମର ଗୁରୁତ୍ୱ ଅନସ୍ବୀକାର୍ଯ୍ୟ। ସୌରଶକ୍ତି ବ୍ୟବହାର ଦ୍ୱାରା କାର୍ବନ ବା ଅଙ୍ଗାର ନିର୍ଗମନ କମିଥାଏ ଏବଂ ବାୟୁ ପ୍ରଦୂଷଣ ହ୍ରାସପାଏ। ଏହା ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଭଳି ବିଶ୍ୱସ୍ତରୀୟ ସମସ୍ୟାର ମୁକାବିଲାରେ ସହାୟକ ହୁଏ। ସବୁଜ ଓ ସ୍ବଚ୍ଛ ପରିବେଶ ଗଠନରେ ଏହାର ଅବଦାନ ଅତୁଳନୀୟ। ଭାରତ ଏବେ ମୋଟ ଶକ୍ତିର ୫୧ ପ୍ରତିଶତ ନବୀକରଣଯୋଗ୍ୟ ସୌର, ପବନ, ଜଳବିଦ୍ୟୁତ୍‌ ଓ ଜୈବଇନ୍ଧନ ମାଧ୍ୟମରେ ଉତ୍ପାଦନ କରୁଛି l ୨୦୩୦ ସୁଦ୍ଧା ଏହି ଶକ୍ତି ବାର୍ଷିକ ୫୦୦ ଗିଗାୱାଟ ହେବାର ଲକ୍ଷ୍ୟ ରହିଛି l
ତେବେ ସୌରଗ୍ରାମ ଗଠନରେ କିଛି ଅସୁବିଧା ମଧ୍ୟ ରହିଛି। ପ୍ରାରମ୍ଭିକ ବିନିଯୋଗ ଅଧିକ ହେବା, ରକ୍ଷଣାବେକ୍ଷଣ ଏବଂ ସଚେତନତାର ଅଭାବ ଯୋଗୁ କେତେକ ଏଥିପାଇଁ ଆଗ୍ରହୀ ହୋଇ ନ ପାରନ୍ତି। ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ସରକାରୀ, ବେସରକାରୀ ସଂସ୍ଥା ଓ ସାଧାରଣ ଲୋକଙ୍କର ସମନ୍ବିତ ପ୍ରୟାସ ଆବଶ୍ୟକ। ସରକାରୀ ସବ୍‌ସିଡି, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଜନସଚେତନତା ଅଭିଯାନ ଏହି କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ। ଏବେ ଯେତେବେଳେ ବିଶ୍ୱ ସ୍ଥାୟୀ ବିକାଶର ପଥ ଖୋଜୁଛି, ସେତେବେଳେ ସୌରଗ୍ରାମ ଏକ ପ୍ରଭାବଶାଳୀ ମଡେଲ ଭାବେ ଉଭାହୋଇଛି। ଏହା କେବଳ ବିଦ୍ୟୁତ୍‌ ଉତ୍ପାଦନର ଏକ ବ୍ୟବସ୍ଥା ନୁହେଁ ବରଂ ଆତ୍ମନିର୍ଭରତା, ପରିବେଶ ସୁରକ୍ଷା ଓ ସାମଗ୍ରିକ ଗ୍ରାମୀଣ ବିକାଶର ଏକ ସମନ୍ବିତ ଦୃଷ୍ଟିକୋଣ। ତେଣୁ ସମୟର ଆହ୍ବାନ ହେଉଛି ପ୍ରତ୍ୟେକ ଗ୍ରାମକୁ ଏକ ସୌରଗ୍ରାମରେ ପରିଣତ କରିବା; ଯାହା ମାଧ୍ୟମରେ ଏକ ସବୁଜ, ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ଗଠନ ସମ୍ଭବ ହୋଇପାରିବ। ସୌରଗ୍ରାମ ଗଠନ ପାଇଁ ସରକାରୀ ସହାୟତା, ଜନସଚେତନତା ଓ ଯଥେଷ୍ଟ ବିନିଯୋଗ ଆବଶ୍ୟକ। ଯଦି ଏହି କ୍ଷେତ୍ରରେ ସମସ୍ତଙ୍କର ସହଯୋଗ ମିଳେ, ତେବେ ସୌରଗ୍ରାମ ଭାରତର ଗ୍ରାମୀଣ ବିକାଶକୁ ଏକ ନୂତନ ଦିଗ ଦେଇପାରିବ। ସୌରଗ୍ରାମ ହେଉଛି ଆତ୍ମନିର୍ଭରଶୀଳ, ସ୍ବଚ୍ଛ ଓ ସବୁଜ ଭବିଷ୍ୟତ ଗଠନର ଏକ ସଫଳ ପଦକ୍ଷେପ। ଏହାହିଁ ହେବ ସବୁଜ ବିକାଶର ଅସଲ ଭିତ୍ତିଭୂମି।

ବିଦ୍ୟାଧର ମହାରଣା

ମୋ:୯୪୩୭୦୭୧୧୯୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଛତ୍ରପୁର, ୧୧ା୯ (ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି…

ଶାଗୁଆନ କାଠ ବୋଝେଇ ପିକ୍ଅପ ଭ୍ୟାନ ଜବତ: ମାମଲା ରୁଜୁ କଲା ବନ ବିଭାଗ               

ଦିଗପହଣ୍ଡି/ମୋହନା,୧୧|୯(ଅଶେଷ ନାଥ ମିଶ୍ର/ ମନ୍ମଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ବନ ବିଭାଗ ଚନ୍ଦ୍ରଗିରି ରେଞ୍ଜ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଗଜପତି…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟରେ ୧୪ ତମ  ବନ ସହିଦ୍ ଦିବସ ପାଳିତ: ବଳିଦାନ ଦେଇଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ …

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ରେ ୧୪ ତମ ବନ ସହିଦ୍ ଦିବସ ପାଳିତ ; * ବଳିଦାନ କରିଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ କରାଗଲା…

ଖରାରେ ସିଝିଲେ, ବର୍ଷାରେ ଭିଜିଲେ ଭିନ୍ନକ୍ଷମ

ହାଟଡିହୀ/ଛେନାପଦୀ,୧୧।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି।…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?