ଲାଞ୍ଜିଗଡ଼, ୨୯ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ ତାର ଛିଣ୍ଡି ସେବା ବ୍ୟାହତ ହୋଇଛି।
ବୁଧବାର ରାତିସାରା ପବନ ଓ ବର୍ଷା ଯୋଗୁ ଲାଞ୍ଜିଗଡ-ତ୍ରିଲୋଚନପୁର-ବିଜେପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବଞ୍ଜାରୀ ଘାଟି ନିକଟରେ ଏକ ବିରାଟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଫଳରେ ଉଭୟ ପାର୍ଶରେ ଯାନବାହନ ଅଟକି ରହିଥିବା ବେଳେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଖବରପାଇ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗ ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ଦେବରାଜ ସାରକା, ଅଗ୍ନିଶମ ଚାଳକ ଶିବ କିଷାନ, କର୍ମଚାରୀ ଶରତ ଚନ୍ଦ୍ର ବେହେରା, ବ୍ରଜ କିଶୋର ମହାରଣା, ସୁଧାଂଶୁ ଶେଖର ଦାସ, ମନୋଜ ଦାଣ୍ଡିଆ ପ୍ରମୁଖ ଯାଇ ଗଛ କାଟିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।
ସେହିପରି ସା ସାଢେ ୫ ଘଣ୍ଟା ସମୟରେ ଲାଞ୍ଜିଗଡ-ବେନଗାଁ ରାସ୍ତାର ବାନିଗାଁ ନିକଟରେ ମଧ୍ୟ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା। ଅଗ୍ନିଶମ କର୍ମଚାରୀ ଗଛ କାଟିବା ପରେ ଗାଡ଼ ଚଳାଚଳ କରିଥିଲା। ବର୍ଷା ଓ ପବନ ଯୋଗୁ ବ୍ଲକର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିବା ବେଳେ ଗୁରୁବାର ପ୍ରାୟ ୮ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିଲା। ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ କରାଯିବI ପରେ ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇଥିଲା।

