ପୂର୍ବତନ ସରପଞ୍ଚଙ୍କ ପରିବାରକୁ ସାମାଜିକ ବାସନ୍ଦ

ଡାବୁଗାଁ, ୨୮।୩ (ଡି.ଏନ.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ହାତୀବେଡ଼ା ପଞ୍ଚାୟତର ଜଣେ ପୂର୍ବତନ ସରପଞ୍ଚଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି। ଏ ନେଇ ସମ୍ପୃକ୍ତ ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ମାଝିଙ୍କ ବଡ଼ପୁଅ ନିତ୍ୟାନନ୍ଦ ଶନିବାର ଡ଼ାବୁଗାଁ ଥାନାରେ ଏତଲା ଦେଇଛନ୍ତି। ବଡ଼ପାଞ୍ଜିରିଗୁଡ଼ାର ଜଣେ ଅଣହିନ୍ଦୁ ଯୁବକ ତଥା ବଡ଼ପାଞ୍ଜିରିଗୁଡ଼ା ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି ସଭାପତି ସଞ୍ଜିତ ହରିଜନ ଗ୍ରାମବାସୀଙ୍କୁ ମତାଇ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଥିବା ଏତଲାରେ ଉଲ୍ଲେଖ ରହିଛି। ଡାବୁଗାଁ ପୋଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ପାପଡ଼ାହାଣ୍ଡି ବ୍ଲକ ହାତୀବେଡ଼ା ପଞ୍ଚାୟତରେ ୨୦୧୨ ରେ ରାମଚନ୍ଦ୍ର ଓ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସ୍ତ୍ରୀ ବାସନ୍ତୀ ସରପଞ୍ଚ ନିର୍ବାଚିତ ହୋଇଥିଲେ। ଚଳିତ ପଞ୍ଚାୟତ ନିର୍ବାଚନରେ ରାମଚନ୍ଦ୍ରଙ୍କ ସାନପୁଅ ଗୁପ୍ତ ସରପଞ୍ଚ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ହାରି ଯାଇଥିଲେ। ତେବେ ବଡ଼ପାଞ୍ଜିରିଗୁଡ଼ା ନିକଟସ୍ଥ ସିନ୍ଧିଭଟ୍ଟା ଗ୍ରାମ ଜଙ୍ଗଲକୁ ନେଇ ପୂର୍ବରୁ ଦୁଇ ଗ୍ରାମ ମଧ୍ୟରେ ବିବାଦ ଲାଗି ରହିଛି। ସିନ୍ଧିଭଟ୍ଟା ଗ୍ରାମବାସୀ ଜଙ୍ଗଲ ଉପରେ ଅଧିକାର ଜାହିର କରୁଥିବାବେଳେ ବଡ଼ପଞ୍ଜାରିଗୁଡ଼ା ଗ୍ରାମବାସୀ ମଧ୍ୟ ଏହି ଜଙ୍ଗଲ ଉପରେ ନିଜ ଅଧିକାର ଥିବା ଦାବି କରି ଆସୁଛନ୍ତି। ସିନ୍ଧିଭଟ୍ଟା ଗ୍ରାମର ରବି ଗୌଡ଼ଙ୍କୁ ଜଙ୍ଗଲ ଅଧିକାର ଆଇନ ବଳରେ ରାମଚନ୍ଦ୍ରଙ୍କ ପୁଅ ନିତ୍ୟାନନ୍ଦ ଓ ତାଙ୍କ ମାମୁ ଭଗବାନ ନାୟକ ସମର୍ଥନ କରିବା ପରେ ବିବାଦ ବଢ଼ିଛି। ଏହି ଘଟଣା ପରେ ବଡ଼ପଞ୍ଜାରିଗୁଡ଼ାରେ ଏକ ବୈଠକ ବସି ପୂର୍ବତନ ସରପଞ୍ଚଙ୍କ ପରିବାରକୁ ସାମାଜିକ ବାସନ୍ଦ କରିିବାକୁ ନିଷ୍ପତ୍ତି ହୋଇଥିଲା। ଏବେ ପୂର୍ବତନ ସରପଞ୍ଚଙ୍କ ପରିବାରକୁ ଗ୍ରାମର କୌଣସି କାର୍ଯ୍ୟରେ ସାମିଲ କରାଯାଉନାହିଁ। ଗ୍ରାମର କୌଣସି ପରିବାର ତାଙ୍କ ସହ କଥାବାର୍ତ୍ତା ମଧ୍ୟ କରୁନାହାନ୍ତି। ଯଦି କେହି ତାଙ୍କ ପରିବାରକୁ କୌଣସି କ୍ଷେତ୍ରରେ ସାହାଯ୍ୟ କରନ୍ତି ତେବେ ୫୦୦ ଟଙ୍କା ଜରିମାନା ଦେବାକୁ ନିଷ୍ପତ୍ତି ହୋଇଛି। ତେଣୁ କେହି ତାଙ୍କ ପରିବାରକୁ ସହଯୋଗ କରୁନାହାନ୍ତି ତେଣୁ ପୂର୍ବତନ ସରପଞ୍ଚଙ୍କ ପରିବାର ମାନସିକ ଦୁଶ୍ଚିନ୍ତାରେ ଥିବା ଅଭିଯୋଗ ହୋଇଛି। ପରିବାରକୁ ନ୍ୟାୟ ଦେବାକୁ ରାମଚନ୍ଦ୍ରଙ୍କ ପୁଅ ଏତଲାରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri