କମ୍‌ ଦରରେ ତରଭୁଜ ବିକୁଛନ୍ତି ଚାଷୀ

ମାଲକାନଗିରି, ୨୮।୩ (ଡି.ଏନ.ଏ.): ଖରାଦିନ ଆସିଗଲେ ବଜାରରେ ବଢ଼ିଥାଏ ଖରାଦିନିଆ ଫଳର ଚାହିଦା। ଗରମରୁ ଆଶ୍ୱସ୍ତି ପାଇବା ପାଇଁ ଲୋକେ ଖୋଜିଥାନ୍ତି ତରଭୁଜ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ତରଭୁଜ ବେଶ୍‌ ପସନ୍ଦ। ମାଲକାନଗିରି ଜିଲାରେ ତରଭୁଜର ଉତ୍ପାଦନ ଅଧିକ ରହିଛି। ଜିଲାରେ ବହୁ ଚାଷୀ ଖରାଦିନେ ତରଭୁଜ ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଚଳିତ ବର୍ଷ ମଧ୍ୟ ଜିଲାରେ ତରଭୁଜ ଚାଷ ଭଲ ହୋଇଛି। ତେବେ ତରଭୁଜ ବିକ୍ରି ପାଇଁ ଉପଯୁକ୍ତ ବଜାରର ଆବଶ୍ୟକତା ଥିବା ବେଳେ ଏହା ମାଲକାନଗିରି ଜିଲାରେ ନାହିଁ। ଫଳରେ ତରଭୁଜ ବିକ୍ରି ନେଇ ଚାଷୀ ଚିନ୍ତାରେ ପଡିଛନ୍ତି। ଯେଉଁ ଆଶା ରଖି ତରଭୁଜ ଚାଷ କରିଥିଲେ ସେଥିରୁ ଆଶା ମୁତାବକ ରୋଜଗାର ମିଳୁନାହିଁ। ଲୋକେ ଏହାକୁ ଅତି କମ୍‌ ଦାମ୍‌ରେ କିଣୁଛନ୍ତି। ତରଭୁଜ ନଷ୍ଟ ହୋଇଯିବା ଆଶଙ୍କାରେ ଚାଷୀ ଏହାକୁ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଜିଲାର ତରଭୁଜ ଉପରେ ଆନ୍ଧ୍ର, ଛତିଶଗଡ଼ ଓ ତେଲଙ୍ଗାନାର ନଜର ପଡିଛି। ବାହାର ରାଜ୍ୟର ବ୍ୟବସାୟୀ ଆସି ମାଲକାନଗିରି ଚାଷୀଙ୍କଠାରୁ ଭଲ ଓ ବଡ଼ ତରଭୁଜ ଅଳ୍ପ ଦରରେ କିଣି ନେଇ ବାହାରେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ତରଭୁଜ ନଷ୍ଟ ହୋଇଯିବା ଆଶଙ୍କାରେ ଚାଷୀ କମ୍‌ ଦରରେ ଏହାକୁ ବିକି ଦେଉଛନ୍ତି। ତରଭୁଜ ଚାଷୀଙ୍କ ପାଇଁ ଉପଯୁକ୍ତ ଶୀତଳୀକରଣ କେନ୍ଦ୍ର ଓ ବାହାର ରାଜ୍ୟକୁ ରପ୍ତାନି ବ୍ୟବସ୍ଥା କରି ଉପଯୁକ୍ତ ବଜାର ସୃଷ୍ଟି କଲେ ଆମେ ତରଭୁଜ ଚାଷୀ ଉପକୃତ ହୋଇପାରନ୍ତୁ ବୋଲି କେତେକ ଚାଷୀ କହିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?