ହାତୀ ମୃତ୍ୟୁ ପାଇଁ ବନ ବିଭାଗ ଦାୟୀ

ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ କସଂର ଗ୍ରାମ ନିଟକସ୍ଥ ଜଙ୍ଗଲରୁ ଗୁରୁବାର ବନ ବିଭାଗ ଏକ ମାଈ ହାତୀର ମୃତଦେହ ଜବତ କରିଥିଲା। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ବିଦ୍ୟୁତ୍‌ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଘଟଣା ସ୍ଥଳରେ ସମ୍ବଲପୁର ଡିଏଫ୍‌ଓ ସଞ୍ଜିତ କୁମାର,ଏସିଏଫ୍‌ ମଦନଲାଲ ଶର୍ମା, ରେଞ୍ଜର ଗୌରୀ ଦାସ ଉପସ୍ଥିତ ଥିଲେ। ମୃତ ହାତୀର ବୟସ ପ୍ରାୟ ୧୨ ବର୍ଷ ହେବ ବୋଲି ଜଣାପଡିିଛି। ହାତୀ ମୃତ୍ୟୁ ପାଇଁ ବନ ବିଭାଗ ବିଦ୍ୟୁତ୍‌ ବିଭାଗକୁ ଦାୟୀ କରିଛି। କମ୍‌ ଉଚ୍ଚତାରେ ବିଦ୍ୟୁତ୍‌ ତାର ରହିଥିବାରୁ ଏହି ଦୁର୍ଘଟଣା ଘଟିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଓହଳି ପଡିଥିବା ବିଦ୍ୟୁତ୍‌ ତାରକୁ ତୁରନ୍ତ ମରାମତି କରିବାକୁ ବନ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ବିଭାଗକୁ ତାଗିଦ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ଭୋରରେ ମାଈ ହାତୀଟି ବାଉଶଁ ଗଛରୁ ଡାଳ ଭାଙ୍ଗି ଖାଉଥିବା ବେଳେ ଓହଳି ପଡିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ଘଟଣା ସ୍ଥଳରେ ହାତୀର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥିତି ଏମିତି ହେଲେ ୨୦୨୪ରେ ନୋଟା ସହ ଲଢ଼ିବ କଂଗ୍ରେସ: ମୋକିମ

ଭୁବନେଶ୍ବର,୧୦ା୧୨(ବ୍ୟୁରୋ): ଓଡ଼ିଶାରେ କଂଗ୍ରେସ ଦାୟିତ୍ୱରେ ଥିବା ମୁଖିଆମାନେ ଆସନ ଛାଡ଼ି ଅବସର ନିଅନ୍ତୁ। ତାଙ୍କ ମୁହଁ ଦେଖିବାକୁ ଲୋକେ ଆଉ ଚାହୁଁନାହାନ୍ତି। ସେମାନେ ଆକର୍ଷଣ ହରାଇ...

ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ୪୪ତମ ପ୍ରତିଷ୍ଠା ଦିବସ ପାଳିତ ‘ଗୁରୁ, ଶିଷ୍ୟଙ୍କ ସମ୍ମିଳିତ ଉଦ୍ୟମରେ ଅନୁଷ୍ଠାନର ବିକାଶ ହୋଇଥାଏ’

ଚଣ୍ଡିଖୋଲ,୧୩ା୮(ଡି.ଏନ୍‌.ଏ.)- ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବଂୟଶାସିତ ମହାବିଦ୍ୟାଳୟର ୪୪ତମ ପ୍ରତିଷ୍ଟା ଦିବସ ସୋମବାର ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ତଥା...

ଏସ୍‌ସିବିରେ ଚତୁର୍ଥ କରୋନା ପଜିଟିଭ୍‌

କଟକ ଅଫିସ, ୨।୪: ଭଦ୍ରକର ଜଣେ ୨୯ ବର୍ଷୀୟ ଯୁବକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ରାତିରେ ଜଣାପଡ଼ିଥିଲା। ଭୁବନେଶ୍ୱର ଏମ୍‌ସରେ ତାଙ୍କ ନମୁନା...

ଜାତୀୟ ସ୍ତରରେ ପୁଣି ଚମକିଲେ ଓଡ଼ିଆ ଝିଅ: ‘ଇଣ୍ଡିଆ ନେକ୍ସଟ୍‌ ଟପ୍‌ ମଡେଲ’ରେ ମୁକୁଟ ପିନ୍ଧିଲେ ସୋନାଲୀ

ଭୁବନେଶ୍ୱର,୨।୪ (ବ୍ୟୁରୋ): ଜାତୀୟ ସ୍ତରରେ ଆଉଜଣେ ଓଡ଼ିଆ ଝିଅ ନିଜର ପ୍ରତିଭା ଦେଖାଇଛନ୍ତି। ‘ଇଣ୍ଡିଆ ନେକ୍ସଟ ଟପ୍‌ ମଡେଲ’ ପ୍ରତିଯୋଗିତାରେ ଭୁବନେଶ୍ୱରର ଝିଅ ସୋନାଲୀ ସାହୁ...

ଶିକ୍ଷକଙ୍କୁ ଟ୍ୟୁଶନ କରିବା ପଡ଼ିଲା ମହଙ୍ଗା

ପଦ୍ମପୁର,୧୯।୭(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ କୋଭିଡ ନିୟମ ଉଲ୍ଲଂଘନ କରି ଟ୍ୟୁଶନ କରିଥିବା ଅଭିଯୋଗ ହୋଇଛି।...

ଘୁଞ୍ଚିଲା ଯୁକ୍ତ୨ ନାମଲେଖା ଅବଧି

ଭୁବନେଶ୍ୱର,୨୧।୬(ବ୍ୟୁରୋ) : ଯୁକ୍ତ୨ ନାମଲେଖା ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଅବଧି...

ଠାକୁରଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର:ଡାକ୍ତର ନିଯୁକ୍ତି ନ ହେଲେ ଆନ୍ଦୋଳନ ଚେତାବନୀ

ବଇଣ୍ଡା,୨୨।୯(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ପଦବୀ ଖାଲି ପଡ଼ିଛି। ଫଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାରମ୍ବାର ଦାବି...

ଜିଲା ପ୍ରଶାସନକୁ ପୁଣି ଅଭିଯୋଗ ଶୁଣାଇ ପାରିବେ ସାଧାରଣ ଲୋକେ: ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୁଣି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ପ୍ରେସ ବିଜ୍ଞପ୍ତି...

Advertisement
Archives

Model This Week