Posted inଫୁରସତ

ଓଲଟା ବହୁଛି ଝରଣା

ସୁଉଚ୍ଚ ପାହାଡ ଉପରୁ ଝରଣା ତଳକୁ ପ୍ରବାହିତ ହୋଇଥାଏ। ପୃଥିବୀର ମାଧ୍ୟାକର୍ଷଣ ବଳ ପ୍ରଭାବରେ ଝରଣାଗୁଡିକ ଏଭଳି ଭାବେ ପ୍ରବାହିତ ହୁଏ। କିନ୍ତୁ ମହାରାଷ୍ଟ୍ରର ନାନେଘାଟ ଝରଣା ପ୍ରକୃତିର ଏହି ନିୟମର ଓଲଟା ପ୍ରବାହିତ ହୁଏ। ଅର୍ଥାତ୍‌ ଏହା ଉପରୁ ତଳକୁ ନୁହେଁ ବରଂ ତଳୁ ଉପରକୁ ପ୍ରବାହିତ ହୋଇଥାଏ। ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ଆଉ ପ୍ରକୃତିର ଏଭଳି ଅଦ୍ଭୁତ ଓ ରହସ୍ୟମୟ ଦୃଶ୍ୟ ଦେଖିବାକୁ ଏଠାରେ ପର୍ଯ୍ୟଟକଙ୍କର ସବୁବେଳେ ଭିଡ ହୁଏ। ଉକ୍ତ ଝରଣା ପୁନାର ଜୁନ୍ନାର ନିକଟରେ ଅଛି। ବର୍ଷାଦିନେ ଏହି ଝରଣାର ଦୃଶ୍ୟ ଆହୁରି ଅଧିକ ଅଦ୍ଭୁତ ଲାଗେ। ତେବେ ବୈଜ୍ଞାନିକଙ୍କ ମତରେ, ଝରଣାଟି ଓଲଟା ପ୍ରବାହିତ ହେବା ପଛର କାରଣ ହେଉଛି ଏଠାରେ ପ୍ରବାହିତ ହେଉଥିବା ପ୍ରବଳ ବେଗର ପବନ। ପବନର ବଳ ସାହାଯ୍ୟରେ ଝରଣାର ପାଣି ଠେଲି ହୋଇ ଓଲଟା ପ୍ରବାହିତ ହୁଏ। ଆଉ ଏହି ଦୃଶ୍ୟକୁ ଉପଭୋଗ କରିବାକୁ ହେଲେ ପର୍ଯ୍ୟଟକଙ୍କୁ ପ୍ରାୟ ୫-୬ ଘଣ୍ଟାର ରାସ୍ତା ଟ୍ରେକିଂ କରିବାକୁ ପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?