ବନ୍ୟା ଉଜାଡ଼ିଛି ୫୪ ହଜାର ହେକ୍ଟର ଫସଲ

କେନ୍ଦ୍ରାପଡ଼ା ଅଫିସ,୪।୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ଚଳିତ ବନ୍ୟା ପୂର୍ବରୁ ଲଘୁଚାପ ବର୍ଷା ହୋଇଥିଲା। କ୍ଷେତରୁ ବର୍ଷା ଜଳ ନିଷ୍କାସିତ ହୋଇ ନ ଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ବନ୍ୟା ଆସିଥିଲା। ବର୍ଷାଋତୁ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଗତ ଏପ୍ରିଲରେ ଅନୁଷ୍ଠିତ ଜିଲା ପ୍ରଶାସନିକ ବୈଠକରେ ସୂଚନା ଦିଆଯାଇଥିଲା। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଚଳିତ ବନ୍ୟା ଚାଷୀଙ୍କ ଭାତହାଣ୍ଡି ଉଜାଡି ଦେଇଥିବା ବେଳେ ଧନଜୀବନ ଉପରେ ପ୍ରଭାବ ପକାଇଛି। ଏହି ବନ୍ୟାରେ ଜିଲାର ୮୧ ପଞ୍ଚାୟତର ୩୭୭ଟି ଗ୍ରାମ ପ୍ରଭାବିତ ହୋଇଛି। ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୭ଟି ୱାର୍ଡବାସୀ ଦୀର୍ଘଦିନ ଧରି ବନ୍ୟା ଘେରରେ ରହିଛନ୍ତି। ଜିଲାର ୫,୦୭,୫୯୫ ଜଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସେହିପରି ଆଳି ଓ ରାଜକନିକା ବ୍ଲକରେ ଦୁଇଟି ଜୀବନ ନେଇଛି। ଜିଲାର ୩୮.୧୯ କିଲୋମିଟର ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ନଦୀର ୫ଟି ସ୍ଥାନରେ ବନ୍ଧ ଭାଙ୍ଗିଥିବା ବେଳେ ୭୩ଟି ସ୍ଥାନରେ ଘଳିଆ ପଡିଛି। ୭ ସ୍ଥାନରେ କଲଭର୍ଟ ଓ ୧୫୨ଟି ନଳକୂପ ପ୍ଲାଟ୍‌ଫର୍ମ ଭାଙ୍ଗିଯାଇଛି। ଏଥିସହ ଏହି ବନ୍ୟା ଜଳ ୫୪,୦୫୦ ହେକ୍ଟର ଜମିରେ ମାଡିଯାଇ ଫସଲ ନଷ୍ଟ କରିଛି। ଏଥିମଧ୍ୟରୁ ୩୬,୭୪୫ ହେକ୍ଟର ଜମିରେ ଥିବା ଫସଲ ୩୩ ପ୍ରତିଶତରୁ ଅଧିକ ନଷ୍ଟ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୩,୫୧୬ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଜିଲାର ୧୮,୨୩୫ଟି ଘର ବନ୍ୟା ନଷ୍ଟ କରିଛି। ୪୫ଟି କଚାଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ୫୮ଟି ଘର ସଜାଡିବା ଅବସ୍ଥାରେ ନାହିଁ। ୧୩,୨୪୬ଟି ଘର ଆଂଶିକ ଭାଙ୍ଗିଛି। ୯୧୩ଟି କୁଡିଆ ଓ ୩,୮୩୪ ଗୁହାଳ ସହ ଘର ଭାଙ୍ଗିଛି। ଯାହାର ଆନୁମାନିକ ମୂଲ୍ୟ ୬୦୯.୫୬ ଲକ୍ଷ ହେବ। ଏହି ବନ୍ୟାରେ ୫୧,୯୦୧ଟି ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ ଏଥିମଧ୍ୟରୁ ୫ଟି ପଶୁଙ୍କ ଜୀବନ ଯାଇଛି।
ସେହିପରି ଜିଲାର ୭୦ ମାଛ ପୋଖରୀ ଓ ୬୮ଟି ଯାଆଁଳ କେନ୍ଦ୍ର ପ୍ରଭାବିତ ହୋଇଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ଚଳିତ ବନ୍ୟାରେ ୪,୭୬୦.୮୬ ଲକ୍ଷ ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ଓ ୮,୮୯୦.୨୧ ଲକ୍ଷ ଟଙ୍କର ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି। ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ପ୍ରତାପ ଚନ୍ଦ୍ର ପାଢ଼ୀ, ପ୍ରମୋଦ କୁମାର ସ୍ବାଇଁ ପ୍ରମୁଖ କହିଛନ୍ତି, ଜିଲା ବିକାଶ ଯୋଜନାରେ ବନ୍ୟା ନିରାକରଣକୁ ଗୁରୁତ୍ୱ ଦିଆଯାଉନାହିଁ। ପ୍ରତିବର୍ଷ ବନ୍ୟା ଆସି ଜିଲାର ଧନଜୀବନ ନଷ୍ଟ କରୁଛି। ବେଣୀପୁର ଘାଇକୁ ବିଭାଗ ପକ୍ଷରୁ ୬ କୋଟି ଟଙ୍କାରେ ୨୦୧୯ରେ ସୁଦୃଢ଼ୀକରଣ କରାଯାଇଥିଲା। ତେବେ ବିରୂପା ନଦୀରେ ସାମାନ୍ୟ ଜଳପତ୍ତନରେ ଘାଇ ହେଲା। ସେହିପରି ଦୁର୍ବଳ ନଦୀବନ୍ଧ ଚିହ୍ନଟ ଓ ମରାମତିକୁ ଅଣଦେଖା କରାଯାଇଛି। ଉପାନ୍ତ ଅଞ୍ଚଳରେ ନଦୀବନ୍ଧ ଯୋଜନା ନ ଥିବାରୁ ବନ୍ୟା ଜଳ ମାଡି ଆସୁଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଜିଲା ଜରୁରିକାଳୀନ ଅଧିକାରୀ ସମ୍ବିତ କୁମାର ଶତପଥୀ କହିଛନ୍ତି, ବନ୍ୟା ମୁକାବିଲା ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ୩୩,୬୮୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୦୧ଟି କେନ୍ଦ୍ରରେ ୫ ଦିନ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ବନ୍ୟା ଅଞ୍ଚଳରେ ରାଶନ ସାମଗ୍ରୀ ଓ ଅର୍ଥ ପ୍ରଦାନ କରାଯାଇଛି। ୨,୨୫,୪୦୬ ଲୋକଙ୍କୁ ଚୁଡା, ଗୁଡ ଓ ଅନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ସେହିପରି ୧,୦୬୭ଟି ନଳକୂପ, ୧,୦୦୫ଟି କୂଅକୁ ବିଶୋଧିତ କରାଯାଇଛି। ୮ଟି ମେଡିକାଲ ଟିମ୍‌ ସ୍ବାସ୍ଥ୍ୟସେବାରେ ନିୟୋଜିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri