୭ ନଦୀର ବନ୍ୟାଜଳ ଗାଁରେ ପଶିଲା

କେନ୍ଦ୍ରାପଡ଼ା, ୫ା୮(ଜଗନ୍ନାଥ ଧଳ): ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ଲୁଣା, କରାଣ୍ଡିଆର ଦ୍ୱୀପାଞ୍ଚଳରେ ଥିବା ୧୩ ଗ୍ରାମ ପାଣି ଘେରରେ ରହିଛି। ତେବେ ଏହି ଦ୍ୱୀପାଞ୍ଚଳରେ ଥିବା ମାର୍ଶାଘାଇ ବ୍ଲକ ଆଇତିପୁର, ଡିହ ବଳରାମପୁର ଓ ବାଳିସିଂ ଗ୍ରାମକୁ ବନ୍ୟା ଜଳ ମାଡ଼ି ଯାଇଥିବାରୁ ଯୋଗାଯୋଗ ପଥ ବିଚ୍ଛିନ୍ନ ହୋଇଛି। ଅଦ୍ୟାବଧି ଏହି ୩ ଗ୍ରାମର ଅଧିବାସୀଙ୍କୁ ସ୍ଥାନାନ୍ତର କରାଯାଇନାହିଁ। ଅପରପକ୍ଷରେ ଗରଦପୁର, ମାର୍ଶାଘାଇ ବ୍ଲକ ଅଞ୍ଚଳରେ ଲୁଣା ଓ ଚିତ୍ରୋପତ୍ଳା ନଦୀବନ୍ଧ ଡେଇଁ ଗ୍ରାମାଞ୍ଚଳ ମଧ୍ୟକୁ ପାଣି ପଶିଛି। ସେହିପରି ବ୍ରାହ୍ମଣୀ ଓ ବୈତରଣୀ ବନ୍ୟା ଜଳ ବିଭିନ୍ନ ଗ୍ରାମରେ ପଶି ଯାତାୟାତ ସୁବିଧା ନଷ୍ଟ କରିଛି। ବନ୍ୟା ପାଇଁ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳଗୁଡିକ ଖୋଲା ଯାଇଛି। ତେବେ ଏଠାରେ ଥିବା ସରଞ୍ଜାମ ବ୍ୟବହାର ସମ୍ପର୍କରେ କାହାକୁ ଜଣାନାହିଁ। ମହାକାଳପଡ଼ା ବ୍ଲକ ଗଡରୋମିତ ପଞ୍ଚାୟତର ସୁରତ ମାଝି ମାଛଧରା ଡଙ୍ଗା ସହିତ ନିଖୋଜ ହୋଇଥିଲେ। ତେବେ ଓଡ୍ରାଫ ଟିମ ତାଙ୍କୁ ଉଦ୍ଧାର କରିଛି। ନଦୀ କୂଳ ଅଞ୍ଚଳର ପ୍ରାୟ ୧୦ ହଜାର ହେକ୍ଟର ଜମିରେ ଖରିଫ ଚାଷ ସହିତ ପନିପରିବା ନଷ୍ଟ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ବନ୍ୟା ସ୍ଥିତିକୁ ନିରୀକ୍ଷଣ କରାଯାଇ ରନ୍ଧା, ଶୁଖିଲା ଖାଦ୍ୟ ଯୋଗାଣ, ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ଓ ଦୁର୍ବଳ ନଦୀବନ୍ଧର ସୁରକ୍ଷା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି।
ଆଇତିପୁରର କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି, କରାଣ୍ଡିଆ ନଦୀରେ ଆଦୌ ଆଡ଼ିବନ୍ଧ ନାହିଁ। ଏହାସହ ଲୁଣା ନଦୀବନ୍ଧ କମ ଉଚ୍ଚତାରେ ଅଛି। ଏଥିପାଇଁ ବନ୍ୟା ଆସିଲେ ପ୍ରତ୍ୟେକ ବର୍ଷ ଦ୍ୱୀପାଞ୍ଚଳର ୧୩ ଗ୍ରାମରେ ପାଣି ପଶୁଛି। ଗୁରୁବାର ରାତିରୁ ଏହି ୨ ନଦୀରୁ ଗ୍ରାମ ମଧ୍ୟକୁ ପାଣି ଆସିଛି। ଅପରାହ୍ନ ୨ଟା ସୁଦ୍ଧା ଡିହବଳରାମପୁର, ବାଳିସିଂ ଓ ଆଇତିପୁରକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଏବେ ଏହି ୩ ଗ୍ରାମର ପ୍ରାୟ ୬ ହଜାର ଲୋକ ଜଳବନ୍ଦୀରେ ଅଛନ୍ତି। ମାର୍ଶାଘାଇ ବ୍ଲକର ହେମନ୍ତ ସ୍ବାଇଁ କହିଛନ୍ତି, ସରକାରୀ ଆବାସ ଯୋଜନାରେ ଘର ଆରମ୍ଭ କରିଥିଲେ। ଏବେ ପାଣି ପଶି ଯିବାରୁ ଘର କାମ ପାଇଁ ଥିବା ବାଲି, କଂକ୍ରିଟ ନଷ୍ଟ ହୋଇଛି। ଲୁହା ରଡ ବନ୍ୟା ଜଳରେ ବୁଡ଼ି ରହିଛି। ଏପରିସ୍ଥଳେ ଘର କେମିତି ସମ୍ଭବ ହେବ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ଆଇତିପୁର ଗ୍ରାମର ପିନାକୀ ସାମନ୍ତରାୟ କହିଛନ୍ତ, ଆଇତିପୁର ଓ ଡିହବଳରାମପୁରରେ ବନ୍ୟା, ବାତ୍ୟା ଆଶ୍ରୟସ୍ଥଳ ନିର୍ମିତ ହୋଇଛି। ବନ୍ୟା ଓ ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାର ଆବଶ୍ୟକତା ଅଧିକ। ତେବେ ଗୃହର ଆକାର ପ୍ରଭାବିତଙ୍କୁ ଆଶ୍ରୟ ଦେବାରେ ବିଫଳ ହୋଇଛି। ଏହି ଦୁଇ ଆଶ୍ରୟସ୍ଥଳରେ ଅତିବେଶିରେ ୧୫୦ ଜଣଙ୍କ ପାଇଁ ସ୍ଥାନ ଥିବା ବେଳେ ପ୍ରାୟ ୨ ହଜାର ଲୋକ ଘର ଛାଡ଼ି ଅନ୍ୟ ସ୍ଥାନରେ ଗୃହପାଳିତ ପଶୁପକ୍ଷୀଙ୍କ ସହିତ ରହୁଛନ୍ତି। ସେହିପରି ଏଠାରେ ରହିଥିବା ଆବଶ୍ୟକ ସାମଗ୍ରୀ ଆସ୍କା ଲାଇଟ, ଜେନେରେଟରଠାରୁ କଟର ମେଶିନର ବ୍ୟବହାର କାହାକୁ ଜଣାନାହିଁ। ଫଳରେ ରାତିରେ ଆବଶ୍ୟକ ମୁତାବକ ସାମଗ୍ରୀର ବ୍ୟବହାର ହେଉନାହିଁ। ସେହିପରି ପାଇଖାନା ଯଥେଷ୍ଟ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ପତିତପାବନ ରାଉତ କହିଛନ୍ତି, ବନ୍ୟା ଏବେ ଋଣ ଶୁଝିବା ଚିନ୍ତି ବଢ଼ାଇଛି। ଫଳନ୍ତି ପନିପରିବା ନଷ୍ଟ ହୋଇଛି। ଏଥିସହ ସ୍ଥାନୀୟ ଅଞ୍ଚଳର ଖରିଫ ଚାଷ ନଷ୍ଟ ହୋଇଛି। ବିଦ୍ୟୁତ୍‌ କାଟରୁ ରକ୍ଷା ପାଇଁ କିରୋସିନ ଦର ଲିଟର ପ୍ରତି ୧୨୦ ଟଙ୍କା ରହିଛି। ନଳକୂପ, ପୋଖରୀ ଆଦି ପାଣିରେ ବୁଡ଼ି ଥିବାରୁ ଜଳବାହିତ ରୋଗ ହେବା ସମ୍ଭାବନା ବଢ଼ିଛି। ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ କହିଛନ୍ତି, ମହାନଦୀରେ ବନ୍ୟା ପାଇଁ ଜିଲାର ଲୁଣା, କରାଣ୍ଡିଆ, ପାଇକା, ମହାନନ୍ଦୀ ଓ ବିରୂପା ନଦୀରେ ପାଣି ଆସିଛି। ଏବେ ଏହାର ପ୍ରକୋପ କମିଯାଇଛି। ଏଥିପାଇଁ ବିଭାଗୀୟ ଅଧିକାରୀ ସଜାଗ ଅଛନ୍ତି। ଜିଲାପାଳ ଅମୃତ ଋତୁରାଜ କହିଛନ୍ତି ଯେ, ବନ୍ୟା ସ୍ଥିତିକୁ ନଜର ରଖାଯାଇଛି। ଆବଶ୍ୟକ ସ୍ଥାନରେ ସ୍ଥାନାନ୍ତର ଓ ରିଲିଫ ସାମଗ୍ରୀ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଇଛି। ନ୍ୟା ପାଇଁ ସ୍ଥାନୀୟ ଅଧିବାସୀ ଅତ୍ୟଧିକ ଭୟ ନ କରିବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?