ବନ୍ୟା କମିଲା, ପାଣି ଛାଡ଼ିନି

ଭୋଗରାଇ,୨୬।୮(ଡି.ଏନ.ଏ.): ପୋଗର ଉନ୍ନତି ହେବା ସହିତ ବନ୍ୟା ସ୍ଥିତିରେ ମଧ୍ୟ ସୁଧାର ଆସିଛି। ହେଲେ ଏମିତି ପଞ୍ଚାୟତ ରହିଛି ଯେଉଁଠି ବନ୍ୟାପାଣି ଛାଡ଼ିବାକୁ ଆହୁରି ୧୦ଦିନରୁ ଉର୍ଦ୍ଧ୍ୱ ସମୟ ଲାଗିବ। ସେହିଭଳି ଏକ ପଞ୍ଚାୟତ ହେଉଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କଚୁଆଡ଼ି ପଞ୍ଚାୟତ। ଏହି ପଞ୍ଚାୟତର ଚକେଇସବ, ପାରୁଳିଆ, କଟିସାହି ଓ ଦକ୍ଷିଣନାଡ଼ବଣୀ ଗାଁର ପାଖାପାଖି ୩ହଜାର ଜନବସତି ରହିଛି। ଉତ୍ତର ଭୋଗରାଇର କଚୁଆଡ଼ି ଦକ୍ଷିଣପାର୍ଶ୍ୱସ୍ଥ ଗାଁଗୁଡ଼ିକ ଅତ୍ୟନ୍ତ ତଳିଅଞ୍ଚଳ ହୋଇଥିବାରୁ ବନ୍ୟା ଆସିଲେ ଜଳଯନ୍ତ୍ରଣା ସବୁଠୁ ପୀଡ଼ା ଦେଇଥାଏ। ସୁବର୍ଣ୍ଣରେଖାର ଚଳିତ ବନ୍ୟା ଗ୍ରାମବାସୀଙ୍କ ଜନଜୀବିକାକୁ ଗଭୀର ଭବେ ପ୍ରଭାବିତ କରିଛି। ଧାନଚାଷ, ପାନବରଜରେ ବ୍ୟବହୃତ ଖଡ଼ି, ଇକଡ଼ ମୁଖ୍ୟ ଚାଷ ହୋଇଥିବା ବେଳେ ବନ୍ୟା କୋପରେ ସବୁକିଛି ଉଜୁଡିଯାଇଛି। ବନ୍ୟାର ୫ଦିନ ପରେ ବି ବିପନ୍ନମାନଙ୍କୁ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ପ୍ରତି ଗାଁ ରାସ୍ତାରେ ଅଣ୍ଟାଏରୁ ଛାତିଏ ପର୍ଯ୍ୟନ୍ତ ପାଣିର ସ୍ରୋତ ଛୁଟୁଛି। ଛୁଆପିଲା, ଗୋବାଦୀ ପଶୁଙ୍କୁ ଧରି ଅତି ଶୋଚନୀୟ ଭାବେ ବିପନ୍ନମାନେ ରହୁଛନ୍ତି।
ସଞ୍ଜ ନଇଁ ଆସିଲେ ଯେଉଁଠି ଗାଁ ଦାଣ୍ଡ ଚଳଚଞ୍ଚଳ ରହୁଥିଲା, ସେଠାରେ ଶୂନଶାନ ହୋଇଯାଉଛି। ବନ୍ୟା ପାଣି ଛାଡ଼ି ନ ଥିବାରୁ ସ୍କୁଲଗୃହ, ଅଙ୍ଗନୱାଡ଼ି କେନ୍ଦ୍ରରେ ପାଣି ଜମି ରହି ଦୁର୍ଗନ୍ଧ ପରିବେଶ ସୃଷ୍ଟି ହୋଇଛି। ମୂଲ ମଜୁରୀ ଉପରେ ନିର୍ଭର କରୁଥିବା ଗରିବଗୁରୁବାଙ୍କ କାମଧନ୍ଦା ମିଳୁ ନ ଥିବାରୁ ପରିବାର ପ୍ରତିପୋଷଣ କରିବା ଶୋଚନୀୟ ହୋଇପଡ଼ିଛି। ଧାନ, ଖଡ଼ି ଚାଷ ବୁଡ଼ିଯିବା ଦ୍ୱାରା ଲୋକଙ୍କ ଆର୍ଥିକ ଅବସ୍ଥା ସାଂଘାତିକ ହୋଇଛି। ଏବେ ବି ବନ୍ୟା ପ୍ରକୋପ ଥମି ନ ଥିବା ବେଳେ ବହୁ ପରିବାର ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ଘର ଭିତରେ ଆଣ୍ଠୁଏରୁ ଊର୍ଦ୍ଧ୍ୱ ପାଣି ଜମି ରହିଛି। ଖଟ, ଖଟିଆ, କାଠପଟା ବାନ୍ଧି ବଡ଼ କଷ୍ଟରେ ଛୁଆପିଲା ଧରି ରହିଥିବା ଦେଖିବାକୁ ମିଳୁଛି। ନଡ଼ା, ଶୁଖିଲା ଜାଳ ମିଳୁ ନ ଥିବା ବେଳେ ଘରେ ଏକା ଥିବା ବୃଦ୍ଧାବୃଦ୍ଧ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ପେଟର ଜ୍ୱାଳା ସହି ନ ପାରି ପଞ୍ଚାୟତ ତରଫରୁ ଦିଆଯାଉଥିବା ଖାଦ୍ୟକୁ ଭରସା ରଖିଛନ୍ତି। ଏହି ପଞ୍ଚାୟତର କଟିସାହି ହାଇସ୍କୁଲ, ଚକେଇସବ ଓ ପାରୁଳିଆ ପ୍ରାଥମିକ ସ୍କୁଲରେ ୩ଶହରୁ ଊର୍ଦ୍ଧ୍ୱ ସ୍ଥାନାନ୍ତର ହୋଇଥିବା ବିପନ୍ନମାନେ ରହିଛନ୍ତି। ସମସ୍ତ ନଳକୂପ ବନ୍ୟା ପାଣିରେ ବୁଡ଼ି ରହିବା ଯୋଗୁ ପିଇବା ପାଣି ସଙ୍କଟ ଦେଖାଦେଇଛି। ଚକେଇସବ ଗାଁର ଆରତୀ ପରିଡ଼ା, ବରେନ୍ଦ୍ର ପରିଡ଼ା, ସୁଦର୍ଶନ ଗିରି, କମଳଲୋଚନ ପରିଡ଼ା ନିଜ ପରିବାରର ଦୁଃଖଦୁର୍ଦ୍ଦଶା ବର୍ଣ୍ଣନା କରିଛନ୍ତି। ପଞ୍ଚାୟତ ପକ୍ଷରୁ ମିଳିଥିବା ଚୁଡ଼ା, ଗୁଡ଼ ସେମାନଙ୍କ ପରିବାର ପାଇଁ ନିଅଣ୍ଟ ବୋଲି ସେମାନେ ଦୁଃଖର ସହିତ ପ୍ରକାଶ କରିଛନ୍ତି। ଅପରପକ୍ଷରେ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମହାନ୍ତି ତାଙ୍କ ପଞ୍ଚାୟତରେ ୩ଟି ସ୍କୁଲ ଗୃହରେ ୫ଶହ ବିପନ୍ନଙ୍କୁ ରଖାଯାଇ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯାଉଥିବା ବେଳେ ପ୍ରଶାସନଠାରେ ଅଧିକ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri