ବନ୍ୟା କମିଲା, ପାଣି ଛାଡ଼ିନି

ଭୋଗରାଇ,୨୬।୮(ଡି.ଏନ.ଏ.): ପୋଗର ଉନ୍ନତି ହେବା ସହିତ ବନ୍ୟା ସ୍ଥିତିରେ ମଧ୍ୟ ସୁଧାର ଆସିଛି। ହେଲେ ଏମିତି ପଞ୍ଚାୟତ ରହିଛି ଯେଉଁଠି ବନ୍ୟାପାଣି ଛାଡ଼ିବାକୁ ଆହୁରି ୧୦ଦିନରୁ ଉର୍ଦ୍ଧ୍ୱ ସମୟ ଲାଗିବ। ସେହିଭଳି ଏକ ପଞ୍ଚାୟତ ହେଉଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କଚୁଆଡ଼ି ପଞ୍ଚାୟତ। ଏହି ପଞ୍ଚାୟତର ଚକେଇସବ, ପାରୁଳିଆ, କଟିସାହି ଓ ଦକ୍ଷିଣନାଡ଼ବଣୀ ଗାଁର ପାଖାପାଖି ୩ହଜାର ଜନବସତି ରହିଛି। ଉତ୍ତର ଭୋଗରାଇର କଚୁଆଡ଼ି ଦକ୍ଷିଣପାର୍ଶ୍ୱସ୍ଥ ଗାଁଗୁଡ଼ିକ ଅତ୍ୟନ୍ତ ତଳିଅଞ୍ଚଳ ହୋଇଥିବାରୁ ବନ୍ୟା ଆସିଲେ ଜଳଯନ୍ତ୍ରଣା ସବୁଠୁ ପୀଡ଼ା ଦେଇଥାଏ। ସୁବର୍ଣ୍ଣରେଖାର ଚଳିତ ବନ୍ୟା ଗ୍ରାମବାସୀଙ୍କ ଜନଜୀବିକାକୁ ଗଭୀର ଭବେ ପ୍ରଭାବିତ କରିଛି। ଧାନଚାଷ, ପାନବରଜରେ ବ୍ୟବହୃତ ଖଡ଼ି, ଇକଡ଼ ମୁଖ୍ୟ ଚାଷ ହୋଇଥିବା ବେଳେ ବନ୍ୟା କୋପରେ ସବୁକିଛି ଉଜୁଡିଯାଇଛି। ବନ୍ୟାର ୫ଦିନ ପରେ ବି ବିପନ୍ନମାନଙ୍କୁ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ପ୍ରତି ଗାଁ ରାସ୍ତାରେ ଅଣ୍ଟାଏରୁ ଛାତିଏ ପର୍ଯ୍ୟନ୍ତ ପାଣିର ସ୍ରୋତ ଛୁଟୁଛି। ଛୁଆପିଲା, ଗୋବାଦୀ ପଶୁଙ୍କୁ ଧରି ଅତି ଶୋଚନୀୟ ଭାବେ ବିପନ୍ନମାନେ ରହୁଛନ୍ତି।
ସଞ୍ଜ ନଇଁ ଆସିଲେ ଯେଉଁଠି ଗାଁ ଦାଣ୍ଡ ଚଳଚଞ୍ଚଳ ରହୁଥିଲା, ସେଠାରେ ଶୂନଶାନ ହୋଇଯାଉଛି। ବନ୍ୟା ପାଣି ଛାଡ଼ି ନ ଥିବାରୁ ସ୍କୁଲଗୃହ, ଅଙ୍ଗନୱାଡ଼ି କେନ୍ଦ୍ରରେ ପାଣି ଜମି ରହି ଦୁର୍ଗନ୍ଧ ପରିବେଶ ସୃଷ୍ଟି ହୋଇଛି। ମୂଲ ମଜୁରୀ ଉପରେ ନିର୍ଭର କରୁଥିବା ଗରିବଗୁରୁବାଙ୍କ କାମଧନ୍ଦା ମିଳୁ ନ ଥିବାରୁ ପରିବାର ପ୍ରତିପୋଷଣ କରିବା ଶୋଚନୀୟ ହୋଇପଡ଼ିଛି। ଧାନ, ଖଡ଼ି ଚାଷ ବୁଡ଼ିଯିବା ଦ୍ୱାରା ଲୋକଙ୍କ ଆର୍ଥିକ ଅବସ୍ଥା ସାଂଘାତିକ ହୋଇଛି। ଏବେ ବି ବନ୍ୟା ପ୍ରକୋପ ଥମି ନ ଥିବା ବେଳେ ବହୁ ପରିବାର ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ଘର ଭିତରେ ଆଣ୍ଠୁଏରୁ ଊର୍ଦ୍ଧ୍ୱ ପାଣି ଜମି ରହିଛି। ଖଟ, ଖଟିଆ, କାଠପଟା ବାନ୍ଧି ବଡ଼ କଷ୍ଟରେ ଛୁଆପିଲା ଧରି ରହିଥିବା ଦେଖିବାକୁ ମିଳୁଛି। ନଡ଼ା, ଶୁଖିଲା ଜାଳ ମିଳୁ ନ ଥିବା ବେଳେ ଘରେ ଏକା ଥିବା ବୃଦ୍ଧାବୃଦ୍ଧ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ପେଟର ଜ୍ୱାଳା ସହି ନ ପାରି ପଞ୍ଚାୟତ ତରଫରୁ ଦିଆଯାଉଥିବା ଖାଦ୍ୟକୁ ଭରସା ରଖିଛନ୍ତି। ଏହି ପଞ୍ଚାୟତର କଟିସାହି ହାଇସ୍କୁଲ, ଚକେଇସବ ଓ ପାରୁଳିଆ ପ୍ରାଥମିକ ସ୍କୁଲରେ ୩ଶହରୁ ଊର୍ଦ୍ଧ୍ୱ ସ୍ଥାନାନ୍ତର ହୋଇଥିବା ବିପନ୍ନମାନେ ରହିଛନ୍ତି। ସମସ୍ତ ନଳକୂପ ବନ୍ୟା ପାଣିରେ ବୁଡ଼ି ରହିବା ଯୋଗୁ ପିଇବା ପାଣି ସଙ୍କଟ ଦେଖାଦେଇଛି। ଚକେଇସବ ଗାଁର ଆରତୀ ପରିଡ଼ା, ବରେନ୍ଦ୍ର ପରିଡ଼ା, ସୁଦର୍ଶନ ଗିରି, କମଳଲୋଚନ ପରିଡ଼ା ନିଜ ପରିବାରର ଦୁଃଖଦୁର୍ଦ୍ଦଶା ବର୍ଣ୍ଣନା କରିଛନ୍ତି। ପଞ୍ଚାୟତ ପକ୍ଷରୁ ମିଳିଥିବା ଚୁଡ଼ା, ଗୁଡ଼ ସେମାନଙ୍କ ପରିବାର ପାଇଁ ନିଅଣ୍ଟ ବୋଲି ସେମାନେ ଦୁଃଖର ସହିତ ପ୍ରକାଶ କରିଛନ୍ତି। ଅପରପକ୍ଷରେ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମହାନ୍ତି ତାଙ୍କ ପଞ୍ଚାୟତରେ ୩ଟି ସ୍କୁଲ ଗୃହରେ ୫ଶହ ବିପନ୍ନଙ୍କୁ ରଖାଯାଇ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯାଉଥିବା ବେଳେ ପ୍ରଶାସନଠାରେ ଅଧିକ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri