ରାସ୍ତା ଅବସ୍ଥାକୁ ଶୋଚନୀୟ କରିଛି ବନ୍ୟା

କେନ୍ଦ୍ରାପଡ଼ା ଅଫିସ, ୭ା୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ହୋଇଥିବା ବନ୍ୟା ଏବେ ସମ୍ପୂର୍ଣ୍ଣ ଛାଡ଼ିଯାଇଛି। ଏହି ବନ୍ୟାଞ୍ଚଳରେ କେତେକ ପାଟ କ୍ଷେତରେ ଜଳ ନିଷ୍କାସିତ ହୋଇପାରି ନାହିଁ। ତେବେ ଗତ ବନ୍ୟା ଓ ଲଗାଣ ବର୍ଷା ଜଳ କେନ୍ଦ୍ରାପଡ଼ା ଜିଲାର ରାସ୍ତାକୁ ବେହାଲ କରିଦେଇଛି। ଧୋୟା ଅଞ୍ଚଳକୁ ଗମନାଗମନ ଠପ୍‌ ହୋଇ ପଡିଥିବାବେଳେ ମହାକାଳପଡ଼ା ବ୍ଲକ ଅଞ୍ଚଳର ବହୁ ଗ୍ରାମ ଜରୁରୀ ସେବା ପାଇବାରୁ ବଞ୍ଚତ୍ତ ହୋଇଛି। ଅପରପକ୍ଷରେ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଜିଲାର ଗ୍ରାମାଞ୍ଚଳରେ ୧୬,୦୫୪ଟି ରାସ୍ତା ନିର୍ମାଣ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପ୍ରସ୍ତାବ ଆସିଛି। ତେବେ ଏଥିମଧ୍ୟରୁ ମାତ୍ର ୭୮୦ଟି ରାସ୍ତା ଅଦ୍ୟାବଧି ସରିଛି। ବେହାଲ ରାସ୍ତା ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ସହିତ ଆର୍ଥିକ ଓ ସାମାଜିକ ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି ବୋଲି ମତ ମିଳିଛି।
ପଞ୍ଚାୟତିରାଜ ବିଭାଗ ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ୫,୯୭୭ଟି ରାସ୍ତା ପାଇଁ ପ୍ରସ୍ତାବ ଆସିଥିଲେ ମଧ୍ୟ ଏହାକୁ ମଞ୍ଜୁରୀ ମିଳିନାହିଁ। ସେହିପରି ମଞ୍ଜୁରୀପ୍ରାପ୍ତ ୩,୨୧୩ଟି ରାସ୍ତା କାମ ଅଦ୍ୟାବଧି ଆରମ୍ଭ ହୋଇନାହିଁ। ୬,୦୮୪ଟି ରାସ୍ତା କାମ ଚାଲିଛି। ଚଳିତ ଆର୍ଥିକ ବର୍ଷରେ ମାତ୍ର ୭୮୦ଟି ରାସ୍ତା ନିର୍ମାଣ ହୋଇଥିବାବେଳେ ବନ୍ୟା ଓ ବର୍ଷା ପାଇଁ କେତେକ ରାସ୍ତା ଧୋଇ ଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ସର୍ବାଧିକ ୩,୨୮୩ଟି ଗ୍ରାମାଞ୍ଚଳ ରାସ୍ତା ପ୍ରକଳ୍ପ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହେବାକୁ ଥିବା ବେଳେ ଅଦ୍ୟାବଧି ମାତ୍ର ୨୪ଟି ରାସ୍ତା ସମ୍ପୂର୍ଣ୍ଣ ହୋଇଛି। ସେହିପରି ଉପାନ୍ତ ଅଞ୍ଚଳ ଭାବେ ପରିଚିତ ମହାକାଳପଡ଼ା, ରାଜନଗର, ଆଳି, ରାଜକନିକାବାସୀ ଚଳିତ ଲଗାଣ ବର୍ଷାରେ ସମସ୍ୟାରେ ପଡ଼ିଛନ୍ତି। ମହାକାଳପଡ଼ା ୟୁଥ୍‌ କ୍ଲବ ସଭାପତି ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ଲଗାଣ ବର୍ଷା ଫଳରେ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଏବେ ପାଣି ଜମି ରହିଛି। ଲୁଣାବନ୍ଧକୁ ସୁଦୃଢ଼ୀକରଣ ପାଇଁ ପିଚୁ ରାସ୍ତା ଖୋଳା ଯାଇଥିଲା। ମାତ୍ର ଏହି ରାସ୍ତା ସମ୍ପୂର୍ଣ୍ଣ ହୋଇନାହିଁ। ଲୁଣାନଦୀରୁ ରଙ୍କାଳ ଗ୍ରାମ, ଚିତ୍ରୋପତ୍ଳାର ଦକ୍ଷିଣ ପାର୍ଶ୍ୱ ନଦୀବନ୍ଧ ରାସ୍ତା ନିର୍ମାଣ ସରି ନ ଥିବାରୁ ବର୍ଷା ସମୟରେ ଲୋକମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ଜଳସମ୍ପଦ ବିଭାଗ ନୁହେଁ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ବ୍ଲକ ପ୍ରଶାସନର ପଞ୍ଚାୟତିରାଜ ଓ ଆଳି ତଟବନ୍ଧ ବିଭାଗର ଅବହେଳା ପାଇଁ ଜିଲାବାସୀଙ୍କ ଗମନାଗମନ ପଥକୁ ଚଳିତ ଲଗାଣ ବର୍ଷା ବେହାଲ କରିଛି। ଦଶୀପୁର ଗ୍ରାମର ଅରବିନ୍ଦ ରାଉତ କହିଛନ୍ତି, ଉପାନ୍ତ ଅଞ୍ଚଳରେ ଗମନାଗମନ ସମସ୍ୟା ଦେଶ ସ୍ବାଧୀନତା ପରଠାରୁ ଅଦ୍ୟାବଧି ସମାଧାନ ହୋଇ ପାରିନାହିଁ। ମହାକାଳପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳରେ ଯାତାୟାତକୁ ନଦୀ ନାଳ ରୋକୁଥିବା ବେଳେ ବର୍ଷାଦିନେ ଜରୁରୀ ସେବା ମିଳିବା କଷ୍ଟ ହୋଇଛି। ଚଳିତବର୍ଷର ଲଗାତାର ବର୍ଷା ଓ ବନ୍ୟା ଏହି ରାସ୍ତାବସ୍ଥାକୁ ଶୋଚନୀୟ କରିପକାଇଛି। ବଡ଼କୂଳ, କରଞ୍ଜ, ବତିଘର ପଞ୍ଚାୟତ ସମେତ ବିଜୟନଗର, ବଳିପାଳ, ଦଶୀପୁର, କେୟାରବାଙ୍କ, ଗୁଲୁଦୁଆ ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ରହିଛି। ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗଁା ପଞ୍ଚାୟତ ପୂର୍ବତନ ସରପଞ୍ଚ ନିର୍ମଳ ଚନ୍ଦ୍ର ଜେନା କହିଛନ୍ତି, କଣ୍ଠିଆ ନାଳ ସେତୁ ଓ ଦାଣ୍ଡିସାହିରୁ ସିଂହଗଁା ରାସ୍ତା ନିର୍ମାଣ ଦୀର୍ଘ ୧୦ ବର୍ଷ ଧରି ନିର୍ମାଣ କାର୍ଯ୍ୟ ସରୁନାହିଁ। ଫଳରେ ଧୋୟାଞ୍ଚଳ ସାମାନ୍ୟ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ରାସ୍ତା ନିର୍ମାଣ ସମସ୍ୟାକୁ ନେଇ ବହୁବାର ବୈଠକ ହୋଇଛି। ଏ ନେଇ ବିଭିନ୍ନ ବିଭାଗକୁ ସଜାଗ କରାଯାଇଛି। ଗତ ଏପ୍ରିଲରୁ ଏମ୍‌ଜିଏନ୍‌ଆରଇଜିଏସ୍‌କୁ ଗୁରୁତ୍ୱ ଦିଆଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?