ଗଭୀର ସମୁଦ୍ରରୁ ଫେରିଲେ ମତ୍ସ୍ୟଜୀବୀ

ମହାକାଳପଡ଼ା, ୧ା୧୧(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ସମୁଦ୍ର କୂଳଠାରୁ ୨୦ କିମି ମଧ୍ୟରେ ମାଛ ଧରିବାକୁ ବାରଣ କରାଯାଇଛି। ନଭେମ୍ବର ୧ ଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି। ଫଳରେ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀ ଡଙ୍ଗା ଓ ଟ୍ରଲର ଧରି କୂଳକୁ ସୋମବାର ଫେରି ଆସିଛନ୍ତି। ବିଦେଶାଗତ ଆଗନ୍ତୁକ ଅତିଥି ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ସାମୁଦ୍ରିକ ଥାନା ଓ ତଟ ସୁରକ୍ଷା ବାହିନୀ ପକ୍ଷରୁ ଏହା କୁହାଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ସମୁଦ୍ର ପ୍ରବେଶ କଟକଣା ଲାଗୁ ହୋଇଛି ବୋଲି ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସାମୁଦ୍ରିକ ଅଞ୍ଚଳରେ ଡାକବାଜି ଯନ୍ତ୍ର ଓ ବିଜ୍ଞାପନ (ନୋଟିସ) ଲଗାଇ ସୋମବାର ଜନ ସଚେତନତା କରାଯାଇଛି। ସମୁଦ୍ର କୂଳ ମହାନଦୀ ମୁହାଣ ଅଲିଭ ରିଡଲେ କଇଁଛ ସମୁଦ୍ର ପଥ ପାର ହୋଇ ସାମୁହିକ ଅଣ୍ଡାଦାନ ଓ ବଂଶ ବିସ୍ତାର ପାଇଁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ସୁରକ୍ଷିତ ମଣି ଆସିଥାନ୍ତି। ସମୁଦ୍ର ପଥରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ଆସୁଥିବାବେଳେ ବଡ ବଡ ଟ୍ରଲରରେ ବ୍ୟବହୃତ ହେଉଥିବା ଗାଞ୍ଜ ଜାଲରେ ପଡ଼ି କଇଁଛମାନେ ମା’ ହେବା ପୂର୍ବରୁ ଜୀବନ ଚାଲିଯାଉଛି। ଅପରପକ୍ଷରେ ସ୍ଥାନୀୟ ଅଞ୍ଚଳର ପାରମ୍ପାରିକ ୧୦ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ଓ ୨ ହଜାର ପଞ୍ଜୀକୃତ ଗିଲେଟିଂ ବୋଟ୍‌ରେ ମାଛ ମାରୁଥିବା ମତ୍ସ୍ୟଜୀବୀଙ୍କ ଚିନ୍ତା ବଢାଇ ଦେଇଛି। ଏହି କଟକଣା ହେବା ଦ୍ୱାରା ପାରମ୍ପାରିକ ୩୪୪୪ ମତ୍ସ୍ୟଜୀବୀଙ୍କୁ ସରକାର ପକ୍ଷରୁ ଆର୍ଥିକ ସହାୟତା ୭୫୦୦ ଟଙ୍କା ଯୋଗାଇ ଦିଆଯିବ। ଅବଶିଷ୍ଟ ୬ ହଜାର ମତ୍ସ୍ୟଜୀବୀ ଆର୍ଥିକ ସହାୟତା ବଞ୍ଚତ୍ତ ହେବେ। ଏହି ମତ୍ସ୍ୟଜୀବୀମାନେ ବାଧ୍ୟ ହୋଇ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ସଜବାଜ ହେଉଛନ୍ତି ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ ଅଶୋକ ଦାସ, ସୁକୁମାର ମଣ୍ଡଳ, ପଞ୍ଚାନନ ମଣ୍ଡଳ, ବିଶ୍ୱନାଥ ଗାୟନ, କୃଷ୍ଣପଦ ଗିରି, ରାମକୃଷ୍ଣ ମଣ୍ଡଳ, ଧୀରେନ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି। ସେହିପରି ଏହି ସାମୁଦ୍ରିକ ନିଷେଦ୍ଧାଞ୍ଚଳରେ ଦୀଘା, ବଳରାମଗଡି, କଷାଫଳ, ଧାମରାର ବହୁ ଟ୍ରଲର ବେଆଇନ ପ୍ରବେଶ କରିବା ସହ ବିପୁଳ ପରିମାଣରେ ମାଛ ଧରିଥାନ୍ତି। ଏମାନେ ବ୍ୟବହାର କରୁଥିବା ନାଇଲନ ଗାଞ୍ଜ ଜାଲରେ ପଡ଼ି ଅଲିଭ ରିଡ଼ଲେ କଇଁଛ ମୃତ୍ୟୁ ମୁଖରେ ପଡୁଛନ୍ତି। ଛୋଟ ଛୋଟ ଡଙ୍ଗାରେ ମାଛ ଧରାଳି ଆଇନ ଜାଲରେ ଛନ୍ଦି ହେଉଛନ୍ତି ବୋଲି ଜମ୍ବୁ, କଜଳପାତିଆ ଅଞ୍ଚଳର ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ବଡ଼ ଟ୍ରଲରଗୁଡ଼ିକ ମାଛ ଧରି ଖସି ଯାଉଥିବାବେଳେ ବଇଅଁା (ଜଳ ସୀମା ସଙ୍କେତ) ପାର ହୋଇ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କୁ ଧରାଯାଉଥିବା ଅଭିଯୋଗ ହେଉଛି। ତେବେ ସମୁଦ୍ର ପଥରେ କଇଁଛକୁ ସୁରକ୍ଷା ଦେବା ପାଇଁ ସମସ୍ତ ବିଭାଗ ତୀକ୍ଷ୍ଣ ନଜର ରଖିଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଯଦି କୌଣସି ବୋଟ କିମ୍ବା ବଡ଼ ଟ୍ରଲର ପ୍ରବେଶ କରନ୍ତି, ତେବେ ଆଇନ ଅନୁସାରେ ସେମାନଙ୍କୁ ଗିରଫ କରାଯିବା ସହ ବୋଟ୍‌ ଓ ଟ୍ରଲରଗୁଡ଼ିକୁ ଜବତ କରାଯିବ। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗହୀରମଥା ରେଞ୍ଜ ଅଧିକାରୀ ମାନସ କୁମାର ଦାଶ କହିଛନ୍ତି। ଏ ସମ୍ପର୍କରେ ମହାକାଳପଡାସ୍ଥିତ ସହକାରୀ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଦୀପକ କୁମାର ମଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ସୋମବାର ବତିଘର, ଖରିନାସୀ, ଜମ୍ବୁ, ତନ୍ତିଆପାଳ ମତ୍ସ୍ୟ ଅବତରଣ କେନ୍ଦ୍ରଠାରେ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ପ୍ରବେଶ କଟକଣା ଲାଗୁ କରାଗଲା ସଚେତନ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri