ସ୍ବାମୀଙ୍କ ଦ୍ୱିତୀୟ ବିବାହ ନେଇ ଥାନାରେ ପ୍ରଥମ ସ୍ତ୍ରୀ

ହିଞ୍ଜିଳିକାଟୁ,୨୮ା୪: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋଦରାପଲୀ ଗ୍ରାମର ପି. ଅନୀତାଙ୍କୁ ଯୌତୁକ ନିର୍ଯାତନା ଦେବାସହ ସ୍ବାମୀ ଦ୍ୱିତୀୟ ବିବାହ କରିଥିବା ନେଇ ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଅନୀତାଙ୍କ ଅଭିଯୋଗକୁ ଭତ୍ତି କରି ପୋଲିସ ଏକ ମାମଲା ନଂ. (୧୯୮/୨୧) ରୁଜୁ କରି ତଦନ୍ତ ଚଳାଇଛି। ବିବାହ ବେଳେ ଅନୀତାଙ୍କ ଘର ଲୋକେ ଯୌତୁକ ବାବଦକୁ ସୁନା ଅଳଙ୍କାର ସହ ନଗଦ ଟଙ୍କା ଦେଇ ଥିଲେ। ବିବାହର କିଛି ଦିନ ପରେ ସ୍ବାମୀ ଓ ଶଶୁରଙ୍କ ସହ ଘର ପରିବାର ଲୋକେ ଅଧିକ ୨ଲକ୍ଷ ଟଙ୍କା ଦାବି କରି ଅନୀତାଙ୍କୁ ନିର୍ଯାତନା ଦେବା ସହ ଘରୁ ତଡ଼ି ଦେଇଥିଲେ। କିଛି ଦିନ ପରେ ଏ ନେଇ ଗ୍ରାମରେ ଏକ ବୈଠକ ହୋଇଥିଲା। ଅନୀତାଙ୍କ ଘର ଲୋକେ ଦେଇଥିବା ସମସ୍ତ ଯୌତୁକ ସହ ଭରଣ ପୋଷଣ ବାବଦକୁ ୪ଲକ୍ଷ ୭୫ହଜାର ଟଙ୍କା ପ୍ରଦାନ ପାଇଁ ବୈଠକରେ ସ୍ଥିର ହୋଇଥିଲା। ମାର୍ଚ୍ଚ ୧୭ ସୁଦ୍ଧା ଏହି ଟଙ୍କା ଫେରାଇବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଅନୀତାଙ୍କ ଶାଶୁ ଘର ଲୋକେ ଏହାକୁ ନ ମାନି ତାଙ୍କ ସ୍ବାମୀଙ୍କ ଦ୍ୱିତୀୟ ବିବାହ କରିଥିବା ଅନୀତା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ

ଭୁବନେଶ୍ୱର, ୯।୧୧(ବ୍ୟୁରୋ): ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। କଟକ ସିଡିଏ ସେକ୍ଟର-୬ ଘରେ ମୃତ୍ୟୁ...

ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହ

ପୁରୀ ଅଫିସ,୧୬ା୭: ଶେଷ ହୋଇଛି ଘୋଷଯାତ୍ରା। ବଡ଼ଦାଣ୍ଡ ଓ ଜନ୍ମବେଦିରେ ଲୀଳାଖେଳା ସାରି ସୋମବାର ରତ୍ନସିଂହାସନକୁ ବିଜେ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଦେବସ୍ନାନ ପୂର୍ଣ୍ଣିମାଠାରୁ ଶୂନ୍ୟ ପଡ଼ିଥିବା...

ଉଜୁଡ଼ିଗଲା ସହର ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ହକି ବିଶ୍ୱକପ୍‌ ସମୟରେ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟକରଣ ପାଇଁ ନାନା କିସମର ବୃକ୍ଷଲତା ଲଗାଯାଇଥିଲା। କରୋନା ମାଡ଼ରେ ଏବେ ସେସବୁ କେଉଁଠି ପାଣି ନପାଇ...

ଶ୍ରୀକୃଷ୍ଣଙ୍କ ରୁକ୍ମିଣୀ ହରଣ, ବିବାହ : ମଦନ ମୋହନ ବିଜେ କରନ୍ତି ଶ୍ରୀକୃଷ୍ଣ ବେଶରେ

ଖଣ୍ଡପଡ଼ା,୧୪ା୬(ସ୍ବ.ପ୍ର.): କଣ୍ଟିଲୋ ଶ୍ରୀନୀଳମାଧବ ମନ୍ଦିରରେ ପାରମ୍ପରିକ ରୀତିରେ ଦ୍ୱାରିକାଧିପତି ଶ୍ରୀକୃଷ୍ଣଙ୍କ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ଗୁରୁବାର ମହାସମାରୋହରେ ପାଳିତ ହୋଇଯାଇଛି। ପୌରାଣିକ କଥା...

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ: ପୁଣି ୬ ଅଧିକାରୀ ବରଖାସ୍ତ, ୫ ଜଣଙ୍କ ପେନ୍‌ସନ ସ୍ଥାୟୀଭାବେ ବନ୍ଦ

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ଦୁର୍ନୀତି ବିକାର ସବୁଠାରୁ ବଡ଼ ପ୍ରତିବନ୍ଧକ। ତେଣୁ ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯କୁ ନେଇ ବିବାଦ : ପ୍ରତିଯୋଗୀଙ୍କୁ କହିଲେ ‘ପେ ଅର୍‌ ସ୍ଲିପ୍‌’

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ବ୍ୟୁଟି ପାଜେଣ୍ଟ୍‌, ମଡେଲିଂ, ଆକ୍ଟିଂ, ରିୟାଲିଟି ଶୋ। ଶୁଣିବାକୁ ଓ ବାହାରୁ ଦେଖିବାକୁ ଏସବୁ ଗ୍ଲାମର ଲାଗେ। ମିସ୍‌ ଇଣ୍ଡିଆ, ମିଷ୍ଟର ଇଣ୍ଡିଆ,...

ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ଗଲେ ଯୁବକ, ଓହ୍ଲାଇବାକୁ କଲେ ନାକେଦମ

ପରଜଙ୍ଗ,୧୮।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଅନନ୍ତ ଶୟନ ନିକଟରେ ଥିବା ଅତି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ଟାଓ୍ବାର ଉପରକୁ...

ବରୀ ବ୍ଲକ: ୧୭୯ ଜଣଙ୍କ ସ୍ବାବ୍‌ ସଂଗ୍ରହ

ରତ୍ନଗିରି,୮।୫(ଡି.ଏନ.ଏ.)-ବରୀ ବ୍ଲକରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ତତ୍ପର ହୋଇପଡ଼ିଛି ଯାଜପୁର ଜିଲା ପ୍ରଶାସନ। ଶୁକ୍ରବାର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

Advertisement
Archives

Model This Week